Posted inଫୁରସତ

ସ୍ଥାପତ୍ୟ କହେ କରୁଣ କାହାଣୀ

ମାନବ ଇତିହାସରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉଛି ଏକ କଳଙ୍କିତ ଅଧ୍ୟାୟ। ଏହା ନେଇଥିଲା ଲକ୍ଷ ଲକ୍ଷ ନିରୀହ ଜୀବନ। ଉଭୟ ନାଜି ଓ ସୋଭିଏଟ ୟୁନିୟନ୍‌ ନିଷ୍ଠୁର ଗଣହତ୍ୟା ଓ ନୃଶଂସକାଣ୍ଡମାନ ଘଟାଇଥିଲେ। ତାହା ମଧ୍ୟରେ ଗୋଟିଏ ଘଟଣା ଥିଲା ଅତ୍ୟନ୍ତ ହୃଦୟ ବିଦାରକ, ଯାହାକୁ ନାଜିମାନେ ଘଟାଇଥିଲେ। ଚେକୋସ୍ଲୋଭାକିଆ(ବର୍ତ୍ତମାନର ଚେକ୍‌ ରିପବ୍ଲିକ୍‌ ଅନ୍ତର୍ଗତ)ର ଲିଡିସ୍‌ ଗ୍ରାମର କୁନି କୁନି ପିଲା ଏହି ଯୁଦ୍ଧରେ ବଳି ପଡିଯାଇଥିଲେ। ସେତେବେଳେ ନାଜିମାନେ ପୋଲାଣ୍ଡର ଏହି ଗ୍ରାମରେ କ୍ୟାମ୍ପ କରି ମାନବୀୟ ସଫେଇ ନାମରେ ମାସ୍‌ କିଲିଂ କରୁଥିଲେ। ନାଜିର ଜଣେ ଅଫିସର ରିନ୍‌ହାର୍ଡ ହେଡ୍ରିଚ୍‌ଙ୍କ ହତ୍ୟା ପରେ ହିଟଲର୍‌ ଚେକୋସ୍ଲୋଭାକିଆରେ ଗଣହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗାଁଗୁଡିକୁ ପୁରୁଷ ଶୂନ୍ୟ କରିବା ସହ ମହିଳା ଓ ପିଲାଙ୍କୁ ଅଲଗା ଅଲଗା କ୍ୟାମ୍ପରେ ରଖାଯାଇଥିଲା। ୧୯୪୨ରେ ତ ନାଜିମାନେ ଲିଡିସ୍‌ ଗ୍ରାମର ପ୍ରାୟ ଅଧିବାସୀଙ୍କୁ ହତ୍ୟା କରିଥିଲେ। ସେଥିରେ ୧୭୩ ପୁରୁଷ ଥିଲେ। ୧୮୪ ମହିଳା ଓ ୮୮ ପିଲାଙ୍କୁ ନେଇ ଯାଇଥିଲେ। କିଛି ପିଲାଙ୍କୁ ଜର୍ମାନ କରିଦିଆଯାଇଥିଲା। ଆଉ ବାକି ୮୨ ପିଲାଙ୍କୁ ଅତି ନିଷ୍ଠୁରଭାବେ ବିଷାକ୍ତ ଗ୍ୟାସ୍‌ ଦେଇ ହତ୍ୟା କରାଯାଇଥିଲା। ଗୋଟିଏ ଥରରେ ଏତେ ସଂଖ୍ୟକ ପିଲାଙ୍କୁ ଏତେ ନିର୍ମମଭାବେ କରାଯାଇଥିବା ଏହି ହତ୍ୟାକୁ ଇତିହାସରେ ଏକ କଳା ଅଧ୍ୟାୟଭାବେ ବିବେଚନା କରାଯାଏ। ୧୯୮୦ରେ ଏହି ମର୍ମନ୍ତୁଦ ଘଟଣାକୁ ମ୍ୟାରୀ ଉଚିତୋଲୋଭା ନାମ୍ନୀ ସ୍ଥପତି ସ୍ଥାପତ୍ୟର ରୂପ ଦେବାକୁ ଚାହିଁଥିଲେ। ଏହାକୁ ସେ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ୧୩ ମିଲିୟନ ପିଲାଙ୍କ ସ୍ମାରକୀଭାବେ ଗଢିବା ଆରମ୍ଭ କରିଥିଲେ। ତେବେ ଆରମ୍ଭ କରିବା ପୂର୍ବରୁ ମୃତ୍ୟୁବରଣ କରିଥିବା ପିଲାଙ୍କ ମା’, ଯେଉଁମାନେ କି ସେ ସମୟରେ ବଞ୍ଚିଯାଇଥିଲେ, ତାଙ୍କଠାରୁ ଗଣହତ୍ୟାରେ ଶିକାର ସେମାନଙ୍କ ପିଲା ଦେଖିବାକୁ କିଭଳି ଥିଲେ ବୁଝିଥିଲେ। ହେଲେ ସେ କେବଳ ପ୍ଲାଷ୍ଟରର ମୂର୍ତ୍ତି ଗଢିଥିବାବେଳେ ୧୯୮୯ରେ ମୃତ୍ୟୁବରଣ କଲେ। ପରେ ତାଙ୍କ ସ୍ବାମୀ ଜିରି ହାମ୍ପେଲ ବ୍ରୋଞ୍ଜ ଢଳେଇ କରି ସ୍ଥାପତ୍ୟକୁ ସମ୍ପୂର୍ଣ୍ଣ କରିଥିଲେ। ଏହା ଶେଷ ହେବାକୁ ୨୦ ବର୍ଷ ଲାଗିଗଲା। ୨୦୦୦ ମସିହାରେ ସମ୍ପୂର୍ଣ୍ଣ ହେଲା। ତେବେ ଆଜି ବି ଏହି ସ୍ଥାପତ୍ୟକୁ ଦେଖିଲେ କୁନି କୁନି ପିଲାଙ୍କ ଯନ୍ତ୍ରଣାର କାହାଣୀ ତାଜା ହୋଇଉଠେ।


Enter your email to get our daily news in your inbox.

All Right Reserved By Dharitri.Com

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ କରିଛି।...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri