ସ୍ଥଳସେନା ମୁଖ୍ୟ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତୀୟ ସେନାକୁ ଅଧିକ ସଶକ୍ତ କରିବା ଲାଗି କେନ୍ଦ୍ର ସରକାର ନିକଟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦ ସୃଷ୍ଟି କରାଯିବା ପରେ ପୂର୍ବତନ ସ୍ଥଳସେନା ମୁଖ୍ୟ ବିପିନ୍‌ ରାଓ୍ବତଙ୍କୁ ସେଥିରେ ଅବସ୍ଥାପିତ କରାଯାଇଛି। ପୂର୍ବରୁ ତିନିବାହିନୀ-ଜଳ, ସ୍ଥଳ ଓ ଆକାଶ ବାହିନୀ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସମସ୍ତ ରିପୋର୍ଟ ଦିଆଯାଉଥିଲା। ହେଲେ ସ୍ଥଳବିଶେଷରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାରେ ବିଳମ୍ବ ଘଟୁଥିଲା। ଏବେ ସିଡିଏସ୍‌ ସାମରିକ ବାହିନୀର ପ୍ରମୁଖ ଭାବେ ସରକାରଙ୍କୁ ପ୍ରତ୍ୟେକ ବିଷୟ ଜଣାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଏବେ ବିପିନ୍‌ ସିଡିଏସ୍‌ ହେବା ପରେ ସ୍ଥଳସେନା ମୁଖ୍ୟ ଭାବେ ମନୋଜ ମୁକୁନ୍ଦ ନରଓ୍ବାଣେ ୩୧ ଡିସେମ୍ବର ୨୦୧୯ରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସ୍ଥଳସେନା ମୁଖ୍ୟ ଥିବା ବେଳେ ବିପିନ୍‌ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ସରକାରୀ ସପକ୍ଷବାଦୀ ମନ୍ତବ୍ୟ ଦେବାରୁ ସମାଲୋଚିତ ହୋଇଥିଲେ। ହେଲେ ବର୍ତ୍ତମାନର ମୁଖ୍ୟ ନରଓ୍ବାଣେ ମାନବ ଅଧିକାରକୁ ଅଗ୍ରାଧିକାର ଦେବେ ବୋଲି କହି ନିଜର ଏକ ସ୍ବତନ୍ତ୍ର ଭାବମୂର୍ତ୍ତି ସୃଷ୍ଟି କରିପାରିଛନ୍ତି।
୨୨ ଏପ୍ରିଲ ୧୯୬୦ରେ ମହାରାଷ୍ଟ୍ରର ପୁଣେଠାରେ ଏକ ମରାଠୀ ପରିବାରରେ ନରଓ୍ବାଣେଙ୍କ ଜନ୍ମ । ପିତା ଭାରତୀୟ ବାୟୁସେନାର ଜଣେ ଅଧିକାରୀ ଭାବେ ଯୋଗଦେଇ ଓ୍ବିଙ୍ଗ କମାଣ୍ଡର ରୂପେ ଅବସର ନେଇଥିଲେ। ମା’ ଆକାଶବାଣୀରେ ଜଣେ ଘୋଷିକା ଭାବେ କାର୍ଯ୍ୟ କରୁଥିଲେ। ନରଓ୍ବାଣେ ପୁଣେସ୍ଥିତ ଜ୍ଞାନ ପ୍ରବୋଧିନୀ ପ୍ରଶାଳାରୁ ସ୍କୁଲ ପଢ଼ା ଶେଷ କରିଥିଲେ। ପରେ ପୁଣେର ନ୍ୟାଶନାଲ ଡିଫେନ୍ସ ଏକାଡେମୀ ଓ ଡେରାଡୁନ୍‌ସ୍ଥିତ ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀକୁ ଯାଇଥିଲେ। ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଡିଫେନ୍ସରେ ସେ ସ୍ନାତକୋତ୍ତର ଓ ଏମ୍‌ଫିଲ୍‌ ଡିଗ୍ରୀ ଅର୍ଜନ କରିଥିଲେ। ପରେ ଇନ୍ଦୋରଠାରେ ଥିବା ଦେବୀ ଅହଲ୍ୟା ବିଶ୍ୱବିଦ୍ୟାଳୟରୁ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ରେ ଡିଗ୍ରୀ ହାସଲ କରିଥିଲେ। ନରଓ୍ବାଣେ ଓ୍ବେଲିଂଟନର ଡିଫେନ୍ସ ସର୍ଭିସେସ ଷ୍ଟାଫ୍‌ କଲେଜ ଏବଂ ମାଓ୍ବେର ଆର୍ମି ଓ୍ବାର କଲେଜରେ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ। ୧୯୮୦ ଜୁନ୍‌ରେ ସେ ଶିଖ୍‌ ଲାଇଟ୍‌ ଇନ୍‌ଫାଣ୍ଟ୍ରିରେ ଯୋଗଦେଇ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ପରେ ଜମ୍ମୁ ଓ କଶ୍ମୀରରେ ରାଷ୍ଟ୍ରୀୟ ରାଇଫଲ୍ସର ଦ୍ୱିତୀୟ ବାଟାଲିୟନ୍‌ ସହ ୧୦୬ ଇନ୍‌ଫାଣ୍ଟ୍ରି ବ୍ରିଗେଡ୍‌ ଭାବେ ଦାୟିତ୍ୱ ତୁଲାଇଥିଲେ। ନାଗାଲାଣ୍ଡ ରାଜଧାନୀ କୋହିମାରେ ଆସାମ ରାଇଫଲ୍ସର ଇନ୍ସପେକ୍ଟର ଜେନେରାଲ (ନର୍ଥ) ରହିଥିବା ନରଓ୍ବାଣେ ପରବର୍ତ୍ତୀ ସମୟରେ ଜମ୍ମୁ ଓ କଶ୍ମୀର ଏବଂ ଉତ୍ତର ପୂର୍ବାଞ୍ଚଳରେ କାର୍ଯ୍ୟ କରିଥିଲେ। ଏପରି କି ତାଙ୍କ କାର୍ଯ୍ୟଦକ୍ଷତା ଶ୍ରୀଲଙ୍କାରେ ‘ଅପରେଶନ ପଓ୍ବନ’ରେ ନିୟୋଜିତ ଭାରତୀୟ ଶାନ୍ତିରକ୍ଷା ବାହିନୀରେ ଦେଖିବାକୁ ମିଳିଥିଲା। ଜେନେରାଲ ନରଓ୍ବାଣେଙ୍କ କାର୍ଯ୍ୟ ପ୍ରତି ଅଙ୍ଗୀକାରବଦ୍ଧତା ତାଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିବା ଲାଗି ଧୈର୍ଯ୍ୟ ଦେଇଆସିଛି। ସମୟ କ୍ରମେ ସେ ଇନ୍‌ଫାଣ୍ଟ୍ରି ବ୍ରିଗେଡ୍‌ଠାରୁ ଆରମ୍ଭ କରି ମ୍ୟାନ୍‌ମାରର ରେଙ୍ଗୁନ୍‌ଠାରେ ସାମରିକ କାର୍ଯ୍ୟ ସହ ଜଡ଼ିତ ଥିଲେ। ୨୦୧୯ ପ୍ରାରମ୍ଭରେ ନରଓ୍ବାଣେ ଇଣ୍ଟର୍ନ କମାଣ୍ଡ୍‌ର ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) ହୋଇଥିଲେ। ସେପ୍ଟେମ୍ବର ପହିଲାରେ ତାଙ୍କୁ ଭାଇସ୍‌ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ଭାବେ ନିଯୁକ୍ତି ମିଳିଥିଲା। ଜେନେରାଲ ନରଓ୍ବାଣେ ହେଉଛନ୍ତି ଶିଖ୍‌ ରେଜିମେଣ୍ଟରୁ ୩ୟ ସ୍ଥଳସେନା ମୁଖ୍ୟ। ଅନ୍ୟ ଦୁଇ ଜଣ ଥିଲେ ଜେନେରାଲ ବେଦ ପ୍ରକାଶ ମଲିକ୍‌ ଓ ଜେନେରାଲ ବିକ୍ରମ ସିଂ। ଜେନେରାଲ ନରଓ୍ବାଣେ ତାଙ୍କ ସେବା ଲାଗି ବହୁ ସାମରିକ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ସେଥିମଧ୍ୟରେ ପରମ ବିଶିଷ୍ଟ ସେବା ମେଡାଲ ଓ ଅତି ବିଶିଷ୍ଟ ସେବା ମଡେଲ ରହିଛି।
ଜେନେରାଲ ନରଓ୍ବାଣେଙ୍କ ବ୍ୟକ୍ତିଗତ ଜୀବନ କହିଲେ ସହଧର୍ମିଣୀ ବୀଣା ବୃତ୍ତିରେ ଶିକ୍ଷୟିତ୍ରୀ। ସେ ଏବେ ଆର୍ମି ଓ୍ବାଇଭ୍‌ସ ଓ୍ବେଲଫେୟାର ଆସୋସିଏଶନର ସଭାପତି ଅଛନ୍ତି। ସେମାନଙ୍କ ଦୁଇ ଝିଅ । ନରଓ୍ବାଣେ ଅବସର ସମୟରେ ପେଣ୍ଟିଂ, ଯୋଗ ଏବଂ ଗାର୍ଡେନିଂ କରିବାକୁ ଭଲ ପାଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?