Posted inଫୁରସତ

ସେଲିବ୍ରିଟିଙ୍କ ଅନ୍ଧବିଶ୍ୱାସ

ଗ୍ଲାମର ଜଗତର ସେଲିବ୍ରିଟିମାନେ ବି ଅନ୍ଧବିଶ୍ୱାସର ବସବର୍ତ୍ତି ହୋଇଥାନ୍ତି। ବିଶ୍ୱାସ ହେଉନଥିଲେ ବି ଏହା ସତ। ତେବେ ବି-ଟାଉନର କିଛି ସେଲିବ୍ରିଟିଙ୍କର କ’ଣ ସବୁ ଅନ୍ଧବିଶ୍ୱାସ ରହିଛି ସେ ସମ୍ପର୍କରେ ଜାଣିବା…

* ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଇଂଲିଶ ଅକ୍ଷର ‘ଏ’କୁ ନେଇ ରହିଛି ଅନ୍ଧବିଶ୍ୱାସ। ‘ଏ’ ଅକ୍ଷର ତାଙ୍କ ପାଇଁ ଶୁଭ ବୋଲି ସେ ବିଶ୍ୱାସ କରନ୍ତି। ତେଣୁ ସେ ନିଜ ନାତୁଣୀଙ୍କ ନାମ ଏ’ଅକ୍ଷରରୁ‘ ରଖିଛନ୍ତି ଆରାଧ୍ୟା’।
* କିଙ୍ଗ ଖାନ ଶାହାରୁଖଙ୍କ ‘୫୫୫’ ନମ୍ବରକୁ ନେଇ ଅନ୍ଧବିଶ୍ୱାସ ରହିଛି। ଶାହାରୁଖଙ୍କ ପ୍ରତ୍ୟେକ ଗାଡିର ନମ୍ବର ପ୍ଲେଟ ଏବଂ ମୋବାଇଲ ନମ୍ବରରେ ତିନୋଟି ୫ ଅବଶ୍ୟ ରହିଥାଏ।
* ଆଇପିଏଲରେ ନିଜ ଟିମ୍‌ର ମ୍ୟାଚ ଦେଖୁଥିବା ବେଳେ ସିଳ୍ପା ସେଟ୍ଟି କୁନ୍ଦ୍ରା ହାତରେ ଦୁଇଟି ଘଣ୍ଟା ପିନ୍ଧିଥାନ୍ତି। ଏହା ଟିମ୍‌ ପାଇଁ ଶୁଭଙ୍କର ବୋଲି ତାଙ୍କର ଅନ୍ଧବିଶ୍ୱାସ ରହିଛି।
*ବୋଲ୍ଡ ବିୟୁଟି ବିଦ୍ୟା ବାଲାନଙ୍କର ନାଲି ରଙ୍ଗକୁ ନେଇ ରହିଛି ଅନ୍ଧବିଶ୍ୱାସ। ସେ କୁହନ୍ତି ‘କାହାନୀ’ ଏବଂ ‘ଡାର୍ଟି ପିକ୍ଚର’ ହିଟ ହେବା ପଛରେ କାଳେ ସେ ଫିଲ୍ମରେ ପିନ୍ଧିଥିବା ନାଲିରଙ୍ଗ କଷ୍ଟ୍ୟୁମ୍‌ର ଅବଦାନ ରହିଛି।
* ଭାଇଜାନ ସଲମାନ ଖାନଙ୍କ ସାଫାୟର ବ୍ରେସଲେଟ୍‌ ହେଉଛି ତାଙ୍କ ଲକି ଚାର୍ମ। ବାପାଙ୍କ ଦ୍ୱାରା ପ୍ରଦତ୍ତ ଏହି ବ୍ରେସଲେଟ ଶୁଭ ବୋଲି ତାଙ୍କର ବିଶ୍ୱାସ ରହିଛି ।
*ସଞ୍ଜୁ ବାବା ଉର୍ଫ ସଞ୍ଜୟ ଦତ୍ତଙ୍କ ସଂଖ୍ୟା ୯କୁ ନେଇ ରହିଛି ଅନ୍ଧବିଶ୍ୱାସ। ୯ ସଂଖ୍ୟାଟି ତାଙ୍କ ପାଇଁ ଶୁଭ ବୋଲି ବିଶ୍ୱାସ କରି ସେ ନିଜ ଗାଡିର ନମ୍ବର ୪୫୪୫ ରଖିଥାନ୍ତି। ଯେହେତୁ ୪ ଏବଂ ୫ ର ସମ୍ମିଶ୍ରଣ ୯।
* ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କ ଅନ୍ଧବିଶ୍ୱାସ ରହିଛି, ନିଜ ଫିଲ୍ମକୁ ଡିସେମ୍ବର ମାସରେ ରିଲିଜ କରିବା ପାଇଁ। ଏହା ଦ୍ୱାରା ଫିଲ୍ମଟି ବକ୍ସଅଫିସ୍‌ରେ ହିଟ ହୋଇଥାଏ ବୋଲି ତାଙ୍କର ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ iPhone ଧରିଥିଲା କୁନି ପୁଅ, ବୋଟିଂ ସମୟରେ କରିଦେଲା ଏମିତି କାଣ୍ଡ, ୟୁଜର୍ସ ଦେଖି…

ପିଲାମାନଙ୍କ ଦୁଷ୍ଟାମୀର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏଥର ଜଣେ କୁନି ପିଲା ଏମିତି କାରନାମା କରିଛି ଯାହା ୟୁଜର୍ସଙ୍କୁ ଚକିତ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri