ସେନ୍‌ସେକ୍ସ ୬୨୪ ପଏଣ୍ଟ ହ୍ରାସ

ମୁମ୍ବାଇ,୧୪-୮: ଦେଶର ଅର୍ଥନୀତିକୁ ଗତିଶୀଳ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ୟାକେଜ ଘୋଷଣାରେ ବିଳମ୍ବ ତଥା ବିଶ୍ୱ ବଜାରରେ ଦେଖାଦେଇଥିବା ଅସ୍ଥିରତା କାରଣରୁ ମଙ୍ଗଳବାର ଭାରତୀୟ ଷ୍ଟକ୍‌ ବଜାର ପ୍ରଭାବିତ ହୋଇଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ୬୨୪ ପଏଣ୍ଟ ହ୍ରାସ ପାଇଥିବା ବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ପ୍ରଥମଥର ୧୧ ହଜାର ପଏଣ୍ଟ ତଳକୁ ଖସିଆସିଛି। ଫଳରେ ନିବେଶକ ଗୋଟିଏ ଦିନରେ ୨.୨୧ ଲକ୍ଷ କୋଟି ଟଙ୍କ ହାରାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ଅଧ୍ୟକ୍ଷ ମୁକେଶ ଅମ୍ବାନୀ କମ୍ପାନୀର ବାର୍ଷିକ ଏଜିଏମ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିବା ଯୋଗୁ ମଙ୍ଗଳବାର ଏହାର ଶେୟାର ରେକର୍ଡ ସ୍ତରରେ ବୃଦ୍ଧି ପାଇଥିଲେ ସୁଦ୍ଧା ସେନ୍‌ସେକ୍ସ ବୃଦ୍ଧିରେ ଏହା ସହାୟକ ହୋଇପାରି ନ ଥିଲା। ମଙ୍ଗଳବାର ସେନ୍‌ସେକ୍ସ ୬୨୩.୭୫ ପଏଣ୍ଟ ହ୍ରାସ ପାଇ ୩୬,୯୫୮.୧୬ରେ ଏବଂ ନିଫ୍ଟି ୧୮୩.୮୦ ପଏଣ୍ଟ କମି ୧୦,୯୨୫.୮୫ରେ ବନ୍ଦ ହୋଇଛି।
ବିଶେଷଜ୍ଞଙ୍କ କହିବାନୁଯାୟୀ, ଦେଶର ଅର୍ଥନୀତିକୁ ଆଗେଇ ନେବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଅଦ୍ୟାବଧି ସେଦିଗରେ କୌଣସି ପଦକ୍ଷେପ ଘୋଷଣା ନ ହେବା ନିବେଶକଙ୍କୁ ନିରାଶ କରିଛି। ସେହିପରି ଅତି ଧନୀ ଏବଂ ଫରେନ୍‌ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ)ଙ୍କ ଉପରୁ ସରଚାର୍ଜ ପ୍ରତ୍ୟାହାର ନେଇ ଅର୍ଥମନ୍ତ୍ରୀ ଚୁପ୍‌ ରହିବା ମଧ୍ୟ ନିବେଶକଙ୍କୁ ହତୋତ୍ସାହିତ କରିଛି।
ଅନ୍ୟପକ୍ଷରେ ଆର୍ଜେଣ୍ଟିନା ମୁଦ୍ରା ‘ପେସୋ’ ମୂଲ୍ୟ ହ୍ରାସ ତୀବ୍ର ହେବା ମଧ୍ୟ ଏସିଆର ମୁଦ୍ରା ବଜାରକୁ ବିଚଳିତ କରିଛି। ଏହାର ପ୍ରଭାବ ସମସ୍ତ ଏସୀୟ ରାଷ୍ଟ୍ରର ଷ୍ଟକ୍‌ ଏକ୍ସଚେଞ୍ଜରେ ମଙ୍ଗଳବାର ଦେଖିବାକୁ ମିଳିଛି। ଆର୍ଜେଣ୍ଟିନା ନିର୍ବାଚନରେ ଜନତା ବିରୋଧୀ ଦଳକୁ ଭାରି ବହୁମତରେ ଭୋଟ୍‌ ଦେଇ ଜିତାଇବା ପରେ ଦେଶର ମୁଦ୍ରା ପେସୋ ରାତାରାତି ୩୦ ପ୍ରତିଶତ ହ୍ରାସ ପାଇଥିଲା। ସେହିପରି ଚାଇନା ନିଜର ମୁଦ୍ରା ୟୁଆନ ଉଚିତ୍‌ ସ୍ତରରେ ରହିଥିବା କହିବା ସତ୍ତ୍ୱେ ବଜାର ଏହାକୁ ସକାରାମତ୍କ ଭାବେ ଗ୍ରହଣ କରିପାରି ନ ଥିଲା। ଅପରପକ୍ଷରେ ଦେଶର ମାନୁଫାକ୍‌ଚରିଂ ସେକ୍ଟର ଉତ୍ପାଦନ ଜୁନ୍‌ରେ ୪ ମାସରେ ସର୍ବନିମ୍ନ ସ୍ତର ୨ ପ୍ରତିଶତରେ ପହଞ୍ଚତ୍ବା ଷ୍ଟକ୍‌ ବଜାର ପାଇଁ ନକାରାମତ୍କ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

ସଚିନ ତେନ୍ଦୁଲକରଙ୍କ ଟୁଇଟ ଉପରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟା ଭାଇରାଲ, କହିଲେ ‘କ୍ରିକେଟର ଭଗବାନ’…

ନୂଆଦିଲ୍ଲୀ,୨୮।୫: ବୈଭବ ସୂର୍ଯ୍ୟବଂଶୀ ଇଣ୍ଡିଆନ ପ୍ରିମିୟର ଲିଗରେ ଚମକାଇ ଚାଲିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ସନରାଇଜର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri