ବଚ୍ଚନ ହତ୍ୟା ମାମଲାର ରାୟ ପ୍ରକାଶ: ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୨।୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ-୩ ବିବଶ୍ବତ ଗୌତମ ଗୁରୁବାର ଏକ ହତ୍ୟା ମାମଲାର ଶୁଣାଣି କରି ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ମାମଲାର ଅଭିଯୁକ୍ତ ଥିବା ଦୁଇ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଦୁଇ ଭାଇ ହେଲେ ଦିଗପହଣ୍ଡି ଥାନା ଅର୍ନ୍ତଗତ ବନ୍ଥପଲ୍ଲୀର କଙ୍ଗାରୁ ଭୂୟାଁ (୫୪) ଏବଂ ସାନ ଭାଇ କାଳିଅ ଓରଫ ସୁଶାନ୍ତ ଭୂୟାଁ(୨୪)। ଏଥିସହ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ୨୦୨୦ ଅକ୍ଟୋବର ୨୪ରେ ଗ୍ରାମରେ ଚାଲିଥିବା ଏକ ଜୁଆ ଖେଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଗୋଟିଏ ଗୋଷ୍ଠୀର କଙ୍ଗାରୁ ଓ କାଳିଆ ମାରଣାସ୍ତ୍ର ଧରି ବଚ୍ଚନଙ୍କୁ ମାରିବାକୁ ଗୋଡାଇଥିଲେ। ହେଲେ ବଚ୍ଚନ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ସେତିକିବେଳେ କଙ୍ଗାରୁ ଏକ ଠେଙ୍ଗାରେ ବଚ୍ଚନଙ୍କୁ ଆକ୍ରମଣ କରିଥିଲେ।

ଫଳରେ ବଚ୍ଚନ ତଳେ ପଡି ଯାଇଥିଲେ। ସେତିକିବେଳେ କାଳିଆ ଏକ ଛୁରୀରେ ବଚ୍ଚନଙ୍କ ପେଟକୁ ଭୁସି ହତ୍ୟା କରିଥିଲେ। ଖବର ପାଇ ଘରେ ଥିବା ବଚ୍ଚନଙ୍କ ଭଉଣୀ ଲକ୍ଷ୍ମୀ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଦୁର୍ବତ୍ତମାନେ ତାଙ୍କୁ ଗାଳିଗୁଳଜ କରିବା ସହ ହତ୍ୟାର ଧମକ ଦେଇଥିଲେ। ଭଉଣୀଙ୍କ ଅଭିଯୋଗ କ୍ରମେ ଦିଗପହଣ୍ଡି ଥାନା ପୋଲିସ ଏକ ହତ୍ୟା ମାମଲା(ନଂ.୨୫୦/୨୦) ରୁଜୁ କରି ଉପରୋକ୍ତ ଦୁଇ ଭାଇଙ୍କୁ ଗିରଫ କରି କୋଟ ଚାର୍ଲାଣ କରିଥିଲା। ସେତିକିବେଳେ ପୋଲିସ ହତ୍ୟାରେ ବ୍ୟବହୃତ ଠେଙ୍ଗା ଓ ଛୁରୀକୁ ଜବତ କରିଥିଲା।

ତତ୍କାଳୀନ ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ବସନ୍ତ ସେଠୀ ଉଭୟଙ୍କୁ ଦୋଷୀ ଦର୍ଶାଇ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ମାମଲାର ବିଚାରଣା ବେଳେ ୧୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ମାମଲାର ୫ଜଣ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଆଧାରରେ ଉପଯୁକ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ବିଚାପତି ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଭାତ କୁମାର ଜେନା ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ-ଗାଏକୱାଡ କରିବେ ଓପନିଂ, ସିରାଜଙ୍କ ପ୍ରତ୍ୟାବର୍ତ୍ତନ… ଚତୁର୍ଥ ODI ପାଇଁ ଭାରତର Playing XI କିପରି ରହିବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ ପାଇଁ ଭାରତର ଚୂଡ଼ାନ୍ତ ଏକାଦଶରେ (Playing XI) କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଶୁବମନ ଗିଲ ବାକି ଥିବା…

ଅପରେସନ ବୈତରଣୀକୁ ବେଖାତିର, ଖୋଲମଖୁଲା ଚାଲିଛି…

ହାଟଡ଼ହୀ,୧୨l୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଏସ୍‌ପିଙ୍କ ଅପରେସନ ବୈତରଣୀ ଅଭିଯାନକୁ ବାଲି ମାଫିଆଙ୍କ ବେଖାତିର। ବାରମ୍ବାର ଚଢ଼ାଉ, ଗାଡ଼ି ଜବତ ହେଉଥିଲେ ହେଁ ମାଫିଆ ଖୋଲମଖୁଲା ବାଲି ଚୋରାଚାଲାଣ…

ଦୂର ହେବ LPG ଚିନ୍ତା, ଗ୍ୟାସ ସଂରକ୍ଷିତ କରି ରଖିବାକୁ ସରକାର କରିଛନ୍ତି ବଡ଼ ଯୋଜନା!

ନୂଆଦିଲ୍ଲୀ,୧୨।୧୧: ଭାରତ କର୍ନାଟକର ମାଙ୍ଗାଲୁରୁରେ ଦେଶର ସବୁଠାରୁ ବଡ଼ ଏଳପିଜି (LPG) ଭଣ୍ଡାର ଗୁମ୍ଫା ନିର୍ମାଣ କରିଛି। ଭୂପୃଷ୍ଠରୁ ପ୍ରାୟ ୧୬୦ ମିଟର ତଳେ ଅବସ୍ଥିତ ଏହି…

ଛାତ୍ରୀଙ୍କ ପ୍ରତି ଅନୁପଯୁକ୍ତ ଆଚରଣ ଅଭିଯୋଗରେ ଡିୟୁ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଗଲା

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ବିଶ୍ୱବିଦ୍ୟାଳୟ (DU) ଅଧୀନସ୍ଥ ସତ୍ୟବତୀ କଲେଜର ଜଣେ ପ୍ରଫେସରଙ୍କ ବିରୁଦ୍ଧରେ ଜଣେ ଛାତ୍ରୀଙ୍କ ପ୍ରତି ଅନୁଚିତ ଆଚରଣ କରିଥିବା ନେଇ ଅଭିଯୋଗ ଆସିବା ପରେ,…

‘ଏକ୍ସ’ (X) ୟୁଜର୍ସଙ୍କ ଅନୁରୋଧ ପୂରଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ସାମ ପିତ୍ରୋଡାଙ୍କ ମଧ୍ୟରେ ସୋସିଆଲ ମିଡିଆରେ ହୋଇଥିବା ଆଦାନପ୍ରଦାନ ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି।…

‘ସମାହିତା ସେଣ୍ଟର ଉଦ୍‌ଘାଟିତ୍‌, ଉପକୃତ ହେବେ ଦିବ୍ୟାଙ୍ଗ, ଗ୍ରାମବାସୀ

କୋରାପୁଟ,୧୨।୧୧(ଅମିତାଭ ବେହେରା): କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ‘ସମାହିତା’ ପ୍ରକଳ୍ପ ଅଧୀନରେ ରିସୋର୍ସ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ୟୁରୋପୀୟ ୟୁନିୟନ ସହଯୋଗରେ…

୧୬ଟି ଛକା, ୩୦୩ ରନ… ଅଣ୍ଡର-୧୯ ଏସିଆ କପରେ ରନର ପାହାଡ଼ ଠିଆ କଲେ ଜୁନିୟର ସେହୱାଗ

ନୂଆଦିଲ୍ଲୀ,୧୨।୧୧: ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରି, ଭାରତ ୨୦୨୬ ଅଣ୍ଡର-୧୯ ଏସିଆ କପର ଟାଇଟଲ ଜିତିବା ଠାରୁ ମାତ୍ର ଗୋଟିଏ…

ପରାଶର ଜନଜାତି ଭେଷଜ ଉଦ୍ଭିଦ ଉଦ୍ୟାନ ଉଦ୍‌ଘାଟିତ: ୩୦୦ରୁ ଅଧିକ ଔଷଧୀୟ ଉଦ୍ଭିଦ ସ୍ଥାନ ପାଇଲା

କୋରାପୁଟ/ସୁନାବେଡ଼ା,୧୨।୧୧(ଅମିତାଭ ବେହେରା/କୃତିବାସ ପ୍ରଧାନ): ଜନଜାତିଙ୍କ ପାରମ୍ପରିକ ଚିକିତ୍ସା ଜ୍ଞାନର ସଂରକ୍ଷଣ ଓ ଜୀବିକାର ବିକାଶ ଲକ୍ଷ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ଏକ ପ୍ରକଳ୍ପ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?