ସୁରଟ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ତତ୍ପର: ୨୩ କୋଚିଂ ସେଣ୍ଟରରେ ଯାଞ୍ଚ

ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ନିକଟରେ ଗୁଜରାଟର ସୁରଟରେ ଘଟିଥିବା ଏକ କୋଚିଂ ସେଣ୍ଟର ଅଗ୍ନିକାଣ୍ଡରେ ୨୩ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏହି ଘଟଣା ପରେ ଓଡିଶା ଅଗ୍ନିଶମ ବିଭାଗ ତତ୍ପରତା ଦେଖାଇଛି। ଅଗ୍ନିଶମ ଡିଜି ବି.କେ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ପ୍ରାଥମିକ ପର୍ଯ୍ୟାୟରେ ଟ୍ବିନ୍‌ସିଟି କଟକ ଓ ଭୁବନେଶ୍ୱରରେ ଏକାଧିକ କୋଚିଂ ସେଣ୍ଟରରେ ସୋମବାରଠାରୁ ଚଢ଼ାଉ ଆରମ୍ଭ ହୋଇଛି। ଏହି ଚଢାଉରେ ୨୨ଟି ଟିମ୍‌ ସାମିଲ ରହିଥିବାବେଳେ ପ୍ରତି ଟିମ୍‌ରେ ୫ଜଣ କର୍ମଚାରୀ ରହିଛନ୍ତି। ପ୍ରତି ଟିମ୍‌ ଦାୟିତ୍ୱ ଜଣେ ବରିଷ୍ଠ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ସୋମବାର ଭୁବନେଶ୍ୱରରେ ୧୫ ଓ କଟକରେ ୮ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଏଥିସହ ଜରୁରିକାଳୀନ ପରିସ୍ଥିତିରେ କିଭଳି ନିଜକୁ ବଞ୍ଚାଇ ପାରିବ ସେନେଇ ସଚେତନ କରାଇଛନ୍ତି। ସେହିଭଳି କୋଚିଂ ସେଣ୍ଟରର ମାଲିକମାନଙ୍କୁ ଆବଶ୍ୟକ ଅଗ୍ନି ନିରାପତ୍ତା ଯନ୍ତ୍ର ମହଜୁଦ ରଖିବା ଓ ତାହାର ପରିଚାଳନା ତଥା ବ୍ୟବହାର ଉପରେ ସଚେତନ କରାଯାଇଛି। ନିଅଁା ଲାଗିଲେ ଛାତ୍ରୀଛାତ୍ରମାନେ କିପରି ନିଅଁା ଓ ଧୂଅଁା ଦାଉରୁ ନିଜକୁ ରକ୍ଷା କରିପାରିବେ ସେ ସମ୍ପର୍କରେ ନାନା ପରାମର୍ଶ ଦେଇଛନ୍ତି। ତେବେ ଯାଞ୍ଚ ସମୟରେ ବହୁ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଅଗ୍ନି ନିରାପତ୍ତା ଯନ୍ତ୍ରପାତି ଥିଲେ ମଧ୍ୟ ତାହା ଠିକ୍‌ଭାବେ କାର୍ଯ୍ୟକ୍ଷମ ନ ଥିଲା। ଆଉ କେତେକ ସ୍ଥାନରେ ଫାୟାର ଏଷ୍ଟିଂଗୁଇସର ବ୍ୟବହାର ଅନେକଙ୍କୁ ଜଣା ନ ଥିଲା। ବହୁ ସ୍ଥାନରେ ଘର, ଶିଡି ଓ ଅଗଣାଗୁଡିକରେ ଦହନୀୟ ପଦାର୍ଥ ଟାୟାର, କାର୍ଟୁନ, କାଠ, କାଗଜ, କପଡା ଆଦି ଅନାବଶ୍ୟକ ସାମଗ୍ରୀ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଆଉ କେତେକ ସ୍ଥାନରେ ପିଲାଙ୍କ ପାଇଁ ସତର୍କ ସୂଚନା ଫଳକ ନ ଥିଲା। ତେଣୁ ତୁରନ୍ତ ନିୟମ ପାଳନ କରି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ଅନାବଶ୍ୟକ ଦହନୀୟ ସାମଗ୍ରୀ ହଟାଇବାକୁ କୋଚିଂ ସେଣ୍ଟର ମାଲିକ ଓ ପରିଚାଳକଙ୍କୁ ତାଗିଦ କରାଯାଇଥିଲା। ଯେଉଁ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ ସେସବୁ ସଂସ୍ଥାକୁ ୧୫ ଦିନିଆ ନୋଟିସ କରାଯାଇଛି। ଏହାପରେ ପୁଣି ଯାଞ୍ଚ କରାଯିବ। ଯଦି ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇଥିବ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ଡିଜି ବି.କେ. ଶର୍ମା କହିଛନ୍ତି। ତାଙ୍କ ସୂଚନାନୁସାରେ, ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସହରରେ ଥିବା ଛୋଟବଡ଼ କୋଚିଂ ସେଣ୍ଟରରେ ଚଢାଉ ଜାରି ରହିବ। ଏହାସହ ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ଯାଞ୍ଚ କଡାକଡି ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri