ସୁନ୍ଦରଗଡ ଜିଲାରେ କରୋନା ପଜିଟିଭ ସଂଖ୍ୟା ୩ରେ ପହଞ୍ଚିଲା: ବିଶ୍ରା ଅଞ୍ଚଳରେ ଆହୁରି ୪୮ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧି ବଢିଲା

ସୁନ୍ଦରଗଡ,୨୦।୪(ଡି.ଏନ୍‌.ଏ.) ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ୬ଟି ଜିଲାକୁ ହାଇରିସ୍କ ଜିଲା ଭାବେ ଘୋଷଣା କରାଯାଇଛି। ଏଥି ମଧ୍ୟରେ ସୁନ୍ଦରଗଡ ଜିଲା ରହିଛି। ଗତ ୧୧ ତାରିଖରେ ଏହି ଜିଲାର ୨ଜଣଙ୍କ ଠାରେ କରୋନା ଭୂତାଣୁ ପ୍ରଥମେ ଚିହ୍ନଟ ହେବା ପରେ ସୋମବାର ପୁଣି ଆଉଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ଜିଲାରେ ବର୍ତ୍ତମାନ କରୋନା ପଜିଟିଭ ସଂଖ୍ୟା ୩ରେ ପହଞ୍ଚିଛି। ପ୍ରଥମେ ୨ଜଣ ବିଶ୍ରା ଅଞ୍ଚଳର ହୋଇଥିବା ବେଳେ ତୃତୀୟ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ମଧ୍ୟ ବିଶ୍ରା ବ୍ଲକ ଗୁଡଗୁଡଯୋରର ବୋଲି ଜଣାପଡିଛି। କରୋନା ପଜିଟିଭ ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳକୁ ଜିଲା ପ୍ରଶାସନ ଗତ ୧୨ ତାରିଖରେ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରି ସାମୂହିକ ନମୁନା ସଂଗ୍ରହ କରିଥିଲା। ସୋମବାର ଜିଲା ପ୍ରଶାସନ ପୁଣି ଚତୁର୍ଥ ଥର ପାଇଁ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅବଧି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ମଧ୍ୟରେ ସଂପୃକ୍ତ ଅଞ୍ଚଳବାସୀ ବାହାରକୁ ନ ବାହାରି ସରକାରୀ କଟକଣାକୁ ମାନି ପ୍ରଶାସନକୁ ସହଯୋଗ କରିବାକୁ ଜିଲାପାଳ ନିଖିଲ ପବନ କଲ୍ୟାଣ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସୋମବାର ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ କି ନାହିଁ ସେ ନେଇ ସ୍ବାସ୍ଥ୍ୟ ବିଭାଗ ତରଫରୁ ଯାଞ୍ଚ ଚାଲିଥିବା ନେଇ ଜିଲା ମୁଖ୍ୟ ଚିକତ୍ସାଧିକାରୀ ସରୋଜ କୁମାର ମିଶ୍ର ପ୍ରକାଶ କରିଛନ୍ତି। ପୂର୍ବରୁ ସେହି ଅଞ୍ଚଳରୁ ୨ଟି ନମୁନାରେ ପଜିଟିଭ ଆସିବା ପରେ ସାଧାରଣ କାଶ, ଥଣ୍ଡା ହୋଇଥିବା ୧୭୧ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ସକାଶେ ପଠା ଯାଇଥିଲା। ଏଥିରୁ ଗୋଟିଏ ପଜିଟିଭ ବାହାରିଥିବା ସେ ସୂଚନା ଦେଇଛନ୍ତି। ହେଲେ ଜିଲାରେ ତୃତୀୟ ପଜିଟିଭ ଚିହ୍ନଟ ପରେ ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ: ଚାଲିଗଲା ଡ୍ରାଇଭରଙ୍କ ଜୀବନ

ବଣାଇଁ, ୨୨।୪ (ପ୍ରଦୀପ ତ୍ରିପାଠୀ): ବଣାଇଁ ଥାନା ଅନ୍ତର୍ଗତ ଜକୈକଳା ଗ୍ରାମ ମୁଣ୍ଡରେ ବିଳମ୍ବିତ ରାତିରେ ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ବାଡେଇ ହେବା...

ବସ୍‌କୁ ପିଟିଲା ଟ୍ରକ୍‌, ୫ ଆହତ

ରାଉରକେଲା,୨୧ା୪: ସୁନ୍ଦରଗଡ଼ ଜିଲା ବଣାଇ ଲହୁଣିପଡ଼ା ରଜାମୁଣ୍ଡା ବାଇପାସ୍‌ ନିକଟରେ ରବିବାର ବସ୍‌କୁ ଏକ ଟ୍ରକ୍‌ ପିଟିବାରୁ ୫ ଜଣ ଆହତ ହୋଇଛନ୍ତି। ବସ୍‌ଟି ରାଉରକକେଲାରୁ...

ସ୍ବାସ୍ଥ୍ୟକେନ୍ଦ୍ରରେ ନାହିଁ ଆବଶ୍ୟକ ଔଷଧ

ରାଉରକେଲା,୨୧ା୪(ବିପ୍ଳବ ରଞ୍ଜନ ଦାଶ)ରାଜ୍ୟ ସରକାରଙ୍କ ସିଟି ହେଲ୍‌ଥ ମିଶନରେ ରାଉରକେଲା ଅର୍ବାନ ଅଞ୍ଚଳର ଲକ୍ଷାଧିକ ରୋଗୀ ବେଶ୍‌ ଉପକୃତ ହେଉଛନ୍ତି। ବସ୍ତିବାସିନ୍ଦାଙ୍କ ପାଇଁ ଗୋଟିଏ ଗୋଟିଏ...

ସୁଧୁରୁନି ବସ୍ତି ଅଞ୍ଚଳର ଦୁରବସ୍ଥା

ରାଉରକେଲା,୨୧ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଅଧୀନରେ ରହିଛି ସମୁଦାୟ ୪୧ଟି ଓ୍ବାର୍ଡ। ପ୍ରତି ଓ୍ବାର୍ଡରେ ରହିଛି ମୋଟ ୧୩୨ ବସ୍ତି। ୬୦ଭାଗ ବସ୍ତିରେ ବିଜୁ...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri