ସୁନ୍ଦରଗଡ଼ ଜିଲାରେ ଶାନ୍ତିଶୃଙ୍ଖଳା ସହ ମାଟ୍ରିକ ପରୀକ୍ଷା : ମାତୃଭାଷା ପରୀକ୍ଷାରେ କପିକରି ଧରାପଡିଲେ ୫ ପରୀକ୍ଷାର୍ଥୀ

ସୁନ୍ଦରଗଡ଼, ୨୦।୨ (ଡି.ଏନ୍‌.ଏ) -ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ) ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହୋଇଛି। ସକାଳ ସାଢେ ୬ଟା ରୁ ସାଢେ ୮ଟା ମଧ୍ୟରେ ନୋଡାଲ ସେଣ୍ଟରଗୁଡିକରୁ ପରୀକ୍ଷାକେନ୍ଦ୍ରଗୁଡିକୁ ପ୍ରଶ୍ନପତ୍ର ଓ ଉତ୍ତରଖାତା ପହଞ୍ଚିଥିଲା। ପରେ ସକାଳ ୯ଟାରେ ପରୀକ୍ଷା କେନ୍ଦ୍ର ଫାଟକଗୁଡିକରେ ପରୀକ୍ଷାର୍ଥୀ ମାନଙ୍କୁ ଯାଞ୍ଚ କରାଯିବା ପରେ ପରୀକ୍ଷା ହଲକୁ ଛଡାଯାଇଥିଲା। ସକାଳ ୧୦ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ରାଉରକେଲା ଉଦିତ ନଗର ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ୨୪ଟି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ପ୍ରଥମ ଦିବସରେ ପ୍ରଥମ ଭାଷା ମାତୃଭାଷା ପରୀକ୍ଷା ଥିଲା। ମାତୃଭାଷାରେ କପି କରି ଜିଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ମୋଟ ୫ଜଣ ପରୀକ୍ଷାର୍ଥୀ ସ୍କାଡ୍‌ ହାତରେ ଧରାପଡି ବୁକ ହୋଇଥିବା ଜିଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି। ଜିଲାର ମୋଟ ୧୨୦ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୪୮୧୯ ଜଣ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ର ଓ ୨୦ଟି ନୋଡାଲ ସେଣ୍ଟରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ: ବିବିଏରେ ଗୁନଗୁନ, ବିସିଏରେ ସଲୋନୀ ଟପ୍ପର…

ଭବାନୀପାଟଣା,୩୦।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ପୁଣିଥରେ ଉତ୍କୃଷ୍ଟ ଶିକ୍ଷାଗତ ସଫଳତା ହାସଲ କରିଛି। ମା’ ମାଣିକେଶ୍ୱରୀ…

ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା: କେଭିନ୍ ଭିତରେ ଛାତରୁ ଖସିଲା ସିଲିଂ, ମହିଳା ରୋଗୀ

ପାରଳାଖେମୁଣ୍ଡି, ୩୦।୫ (ଗିରିଧାରୀ ପରିଛା): ଗଜପତି  ଜିଲା  ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ମେଡିକାଲକୁ ଚିକିତ୍ସା…

ଦାରିଙ୍ଗବାଡିରେ ଭୋଟ ପରିଚୟପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଆରମ୍ଭ: ବିଭିନ୍ନ ବୁଥ୍ ବୁଲି ସମୀକ୍ଷା କଲେ ବିଡ଼ିଓ

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଠାରୁ ଭୋଟ ପରିଚୟ ପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ…

ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri