Posted inଖେଳ

ସୁଇମିଂ କୁଇନ୍‌ ଦାମିନୀ

ମାତ୍ର ୧୭ ବର୍ଷରେ ସାଉଥ୍‌ ଏସିଆନ ଗେମ୍ସରେ ୪ ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା କର୍ନାଟକର ଦାମିନୀ ଗୌଡ଼ା ଏବେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ସନ୍ତରଣରେ ସେ ୩ ସ୍ବର୍ଣ୍ଣ ଓ ୨ ରୌପ୍ୟ ସହ ମୋଟ୍‌ ୬ ପଦକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏମ୍‌ବିବିଏସ୍‌ କରୁଥିବା ଦାମିନୀଙ୍କୁ ପାଠ, କ୍ରୀଡ଼ା ଓ ସୁନ୍ଦରତାର ଏକ ବିରଳ ସଂଯୋଗ ବୋଲି କୁହାଯାଇପାରେ…

ମହିଳା ସନ୍ତରଣକାରୀ ଦାମିନୀ ଗୌଡାଙ୍କ ପରିଚୟର ଆବଶ୍ୟକତା ନାହିଁ। ପୂର୍ବରୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଦାମିନୀ ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା(କେଆଇୟୁଜି)ରେ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ରାଜୀବ ଗାନ୍ଧୀ ହେଲ୍‌ଥ ସାଇନ୍ସ ବିଶ୍ୱବିଦ୍ୟାଳୟରେ ମେଡିସିନରେ ଦ୍ୱିତୀୟ ବାର୍ଷିକ ଛାତ୍ରୀ ଏକାଧିକ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭୁବନେଶ୍ୱରରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ ସେ ଦମ୍‌ଦାର ପ୍ରଦର୍ଶନ କରି ଏକାଧିକ ପଦକ ହାସଲ କରିଛନ୍ତି। ସେ ୧୦୦ ଓ ୨୦୦ମିଟର ବ୍ୟାକ୍‌ଷ୍ଟ୍ରୋକରେ ସ୍ବର୍ଣ୍ଣ, ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ସେ ୧୦୦ ଓ ୨୦୦ ମି. ବଟରଫ୍ଲାଏରେରେ ଯଥାକ୍ରମେ ରୌପ୍ୟଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏଥିସହିତ ୪x୧୦୦ ମିଡଲରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ମୋଟ ଉପରେ ୬ଟି ପଦକ ହାସଲ କରି ସାଥିରେ ଖେଳାଳିଙ୍କୁ ପଛରେ ପକାଇଛନ୍ତି।
ଗତ ୧୪ ବର୍ଷ ହେବ ସେ ସନ୍ତରଣ ସହିତ ଜଡିତ ରହିଆସିଛନ୍ତି। ୧୦୦ ଓ ୨୦୦ମିଟର ବଟରଫ୍ଳାଏରେ ସେ ସିନିୟର ଜାତୀୟ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ସେ ୩ଥର ଜାତୀୟ ଚାମ୍ପିୟନ ରହିଛନ୍ତି। ଜୁନିୟରସ୍ତରରେ ମଧ୍ୟ ସେ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି।
ଭୁବନେଶ୍ୱରରେ ଏହି ମେଗା ଇଭେଣ୍ଟ ବେଶ୍‌ ସଫଳତାର ସହ ଚାଲୁ ରହିଛି ବୋଲି ସେ କୁହନ୍ତି। ଏଠାକାର ପରିବେଶ କ୍ରୀଡ଼ା ପାଇଁ ବହୁତ ଭଲ। କ୍ରୀଡ଼ା ଭିତ୍ତିଭୂମି ମଧ୍ୟ ଉଚ୍ଚକୋଟୀର। ଏଠାକୁ ଆସିବା ପୂର୍ବରୁ ଭୁବନେଶ୍ୱରରେ ଏଭଳି ଭିତ୍ତିଭୂମୀ ଥିବ ବୋଲି ଭାବି ନ ଥିଲି। ଆୟୋଜକଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ଭିତ୍ତିଭୂମି ତଥା ସୁବିଧା ସୁଯୋଗ ଭୁବନେଶ୍ୱରରେ ରହିବା ନିଶ୍ଚିତ ଭାବେ ବଡ଼ କଥା ବୋଲି ସେ କୁହନ୍ତି। ଯେତେ ସମ୍ଭବ କ୍ରୀଡ଼ା ତଥା ସନ୍ତରଣ ସହିତ ଜଡିତ ରହିବାକୁ ପ୍ରୟାସ କରିବି। ଏବେ ଖେଳରେ ମନ ଦେବି। ୨୧ ବର୍ଷରେ ପଦାର୍ପଣ କରିଥିବା ଦାମିନୀ ଏମ୍‌ବିବିଏସ୍‌ କମ୍ପ୍ଲିଟ୍‌ କରିବାକୁ ଚାହାନ୍ତି। କ୍ରୀଡ଼ା ହେଉଛି ମୋର ପ୍ରଥମ ପସନ୍ଦ। ତେବେ ଅଲିମ୍ପିକ୍‌ ଖେଳିବା ନେଇ ସେତେଟା ଆଶାବାଦୀ ନୁହନ୍ତି। ଏମ୍‌ବିବିଏସ୍‌ କରୁ ନ ଥିଲେ ଅଲିମ୍ପିକ କଥା ଚିନ୍ତା କରିଥାନ୍ତି ବୋଲି ସେ କୁହନ୍ତି। ଓଡ଼ିଶାର କ୍ରୀଡ଼ା ପ୍ରଶଂସକ ବେଶ୍‌ ଆମକୁ ସମର୍ଥନ ଜଣାଇବା ସହ ଉତ୍ସାହିତ କରିଛନ୍ତି। ଆମର ଇଭେଣ୍ଟ ଶେଷ ହୋଇଥିବାରୁ ଓଡ଼ିଶାର ବିଭିନ୍ନ ଐତିହାସିକ ତଥା ଦର୍ଶନୀୟସ୍ଥାନ ବୁଲିବାକୁ ଯିବୁ। ପୁରୀ, କୋଣାର୍କ, ଧଉଳି ସମେତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ବୁଲିଯିବୁ। ଏହି ଇଭେଣ୍ଟରେ ନିଜର ପ୍ରଦର୍ଶନ ନେଇ ସେ ସନ୍ତୋଷ ପ୍ରକଟ କରିଛନ୍ତି।
ପିଲାଟି ବେଳେ ମା ମୋତେ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଦେବାକୁ ପ୍ରୟାସ କରିଥିଲେ। ଡ୍ର଼୍ୟାନ୍ସିଂ, ପେଣ୍ଟିଂ, ଡ୍ରଇଂ ସବୁଥିରେ ଟ୍ରାଏ କରିଥିଲି। ଏପରିକି ଟେନିସ୍‌ କିମ୍ବା ବ୍ୟାଡମିଣ୍ଟନ ଖେଳିବାକୁ ମଧ୍ୟ ଚେଷ୍ଟା କରିଥିଲି। କିନ୍ତୁ ଶେଷରେ ମୋତେ ସୁଇମିଂରେ କ୍ୟାରିୟର ଗଢିବାକୁ ହେଲା। ସୁଇମିଂ ଏକ କଷ୍ଟକର ସ୍ପୋଟର୍‌ସ। ଏଥିରେ ବହୁତ ସମୟ ଟ୍ରେନିଂ କରିବାକୁ ପଡିଥାଏ ବୋଲି ସେ କୁହନ୍ତି। ୨୦୦୬ ଅକ୍ଟୋବରରେ ତାମିଲନାଡୁର ନେଭେଲିରେ ପ୍ରଥମଥର ପାଇଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିଲି। ଏଥିରେ ପଦକ ହାସଲ କରିଥିଲି। ଏହାପରେ ସନ୍ତରଣ ସହିତ ଜଡିତ ରହିବା ପାଇଁ ମା ପରାମର୍ଶ ଦେଇଥିଲେ। ଏହାପରେ ଆଉ ପଛକୁ ଫେରିଚାହିଁ ନାହିଁ। ଇତିମଧ୍ୟରେ ୧୪ ବର୍ଷ ବିତିଯାଇଛି। ଏହି ସମୟରେ ସବୁ କିଛି ପାଇଛି। ସଫଳତା, ବିଫଳତା, ଦୁଃଖ ଓ ସୁଖ ସବୁ ପାଇଛି। ସବୁ ପ୍ରକାର ପରିସ୍ଥିତିରୁ ଶିକ୍ଷା କରିଛି ଓ ଭିନ୍ନ ଅଭିଜ୍ଞତା ହାସଲ କରିଛି। ସବୁ ପ୍ରତିଯୋଗିତାରେ ସବୁବେଳେ ଭଲ ପ୍ରଦର୍ଶନ କରିହୁଏ ନାହିଁ। ଏକଥା ମାନିବାକୁ ପଡିବ। ତେବେ ଧୀରେଧୀରେ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ କରିଥାଏ ବୋଲି ସେ କୁହନ୍ତି। ଗୁଆହାଟୀରେ ଅନୁଷ୍ଠିତ ସାଉଥ୍‌ ଏସିଆନ ଗେମ୍ସରେ ଦାମିନୀ ମାତ୍ର ୧୭ ବର୍ଷରେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏଥି ସହିତ ସେ ୪ଟି ଜାତୀୟ ରେକର୍ଡ ଭାଙ୍ଗିଥିଲେ। ନିଜ ସଫଳତା ପାଇଁ ସେ କୋଚ୍‌ ପ୍ରଦୀପ ସାର୍‌ଙ୍କୁ ଶ୍ରେୟ ଦେଇଛନ୍ତି।
ମାଇକେଲ ଫେଲ୍‌ପ୍ସ, ରିୟାନ ଲୋଚେଟ ଓ ଡାରା ଟୋରେସ ହେଉଛନ୍ତି ଦାମିନୀଙ୍କ ଫେଭରାଇଟ୍‌ ଖେଳାଳି। ପିଲାଟି ଟେନିସ ଖେଳିବାକୁ ପସନ୍ଦ କରୁଥିବା ଦାମିନୀଙ୍କର ଫେଭରାଇଟ ଟେନିସ ଖେଳାଳି ହେଉଛନ୍ତି ରୋଜର ଫେଡରର ଓ ସେରେନା ଓ୍ବିଲିୟମ୍ସ। କ୍ରୀଡ଼ା ସହିତ ସେ ପାଠରେ ମଧ୍ୟ ଭଲ କରିଆସିଛନ୍ତି। ଦେଖିବାକୁ ବେଶ୍‌ ଆକର୍ଷଣୀୟ ଥିବା ଦାମିନୀ ପାଠ, କ୍ରୀଡ଼ା ଓ ସୁନ୍ଦରତାର ଏକ ମିଶ୍ରଣ ବୋଲି କୁହାଯାଇପାରେ। ଜଣେ ପ୍ରତିଭାସମ୍ପନ୍ନ ଓ ଦକ୍ଷ ସନ୍ତରଣକାରୀ ହୋଇଥିବାରୁ ଆଗାମୀ କିଛି ବର୍ଷରେ ସେ ଏମ୍‌ବିବିଏସ୍‌ କମ୍ପ୍ଲିଟ୍‌ କରିବା ସହ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଆହୁରି ଅଧିକ ପଦକ ହାସଲ କରି ସଫଳ ହେବେ ବୋଲି କୁହାଯାଇପାରେ।

ସଂକ୍ଷେପରେ ..
ନାମ- ଦାମିନୀ ଗୌଡ଼ା
ଜନ୍ମ- ୨୦ ଫେବୃୟାରୀ ୧୯୯୯
କ୍ରୀଡ଼ା- ସନ୍ତରଣ
ବୟସ- ୨୧ ବର୍ଷ
ବିଶ୍ୱବି୍ୟାଳୟ –
ବେଙ୍ଗାଲୁରୁର ରାଜୀବ ଗାନ୍ଧୀ ହେଲ୍‌ଥ ସାଇନ୍ସ
( ଏମ୍‌ବିବିଏସ୍‌)

ପ୍ରସ୍ତୁତି: ରଞ୍ଜନ କୁମାର ରାୟ


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି-୨୦ ପାଇଁ ପ୍ଲେଇିଂ ଏକାଦଶରେ ୩ ବଡ଼ ପରିବର୍ତ୍ତନ; ଏହି ୧୧ ଜଣ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୧୦: ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୱେଲିଂଟନର ହେନରୀ ଷ୍ଟାଡିୟମରେ, ପ୍ରଥମେ ବ୍ୟାଟିଂ କରିବା ଅପେକ୍ଷା ପରେ ବ୍ୟାଟିଂ କରି (ଲକ୍ଷ୍ୟ…

ମହାରାଷ୍ଟ୍ରରେ ପୁଣି କୋଲ୍ଡ ୱାର୍‌! ଏହି କାରଣକୁ ନେଇ ଫଡନଭିସ-ଶିନ୍ଦେଙ୍କ ମଧ୍ୟରେ ଚାଲିଛି କ୍ଷମତା ଲଢ଼େଇ

ମୁମ୍ବାଇ,୨୭।୧୦:ମହାରାଷ୍ଟ୍ରରେ କ୍ଷମତାସୀନ ମହାୟୁତି ମେଣ୍ଟ ଏବେ ରାଜନୈତିକ ଭାବେ ମଜଭୁତ ସ୍ଥିତିରେ ଥିବା ଦେଖାଯାଉଛି। କିନ୍ତୁ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ବଢ଼ୁଥିବା ମତଭେଦ ରାଜ୍ୟ ରାଜନୀତିରେ…

ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ରାଜନୀତି ନୁହେଁ….

ଭୁବନେଶ୍ୱର: କୋରାପୁଟ ଜିଲାର କୋଟିଆ ନେଇ ଦୀର୍ଘଦିନ ଧରି ଆନ୍ତଃରାଜ୍ୟ ସୀମା ବିବାଦ ଲାଗି ରହିଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ…

OSRTC ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ପରଜଙ୍ଗ,୨୭।୧୦ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ବଡ଼କମର–ପାଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଆମ୍ବପଳାଶ ଶ୍ମଶାନ ନିକଟରେ ଓଏସ୍‌ଆର୍‌ଟିସି ବସ୍‌ ଧକ୍କାରେ ଜଣେ ବାଇକ୍‌…

୩୦ ଛକା, ୨୭ ଚୋକା..ଟି-୨୦ରେ ବିସ୍ଫୋରକ ତ୍ରିଶତକ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୭।୧୦: କ୍ରିକେଟ ପଡ଼ିଆରେ ଜଣେ ଯୁବ ଖେଳାଳିଙ୍କ ବିସ୍ଫୋରକ ପ୍ରଦର୍ଶନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦିଲ୍ଲୀ ସ୍କୁଲ୍ସ ଟି-୨୦ ଲିଗ୍‌ରେ ଆର୍ଯ୍ୟନ ଶର୍ମା ଏଭଳି ଏକ…

ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ, ଖୋର୍ଦ୍ଧାରେ ସ୍କୁଲ ଛୁଟି ଘୋଷଣା

ଖୋର୍ଦ୍ଧା,୨୭।୧୦ (ପ୍ରଭାତ ପାଣିଗ୍ରାହୀ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଖୋର୍ଦ୍ଧା ଜିଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି…

ଦୀପାବଳିରେ ପୁଣି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ‘ମୋହରା’, ଟକ୍କର ଦେବକି ରଣବୀର କପୁରଙ୍କ ‘ରାମାୟଣ’କୁ…

ମୁମ୍ବାଇ,୨୭।୧୦: ଏହି ଦୀପାବଳିରେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଭାଗ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ବିଶାଳ ବଜେଟ ବିଶିଷ୍ଟ ପ୍ରୋଜେକ୍ଟଟି…

ବୈଭବଙ୍କୁ ନେଇ ଗମ୍ଭୀରଙ୍କ ସ୍ପେଶାଲ୍ ପ୍ଲାନ୍! ସଞ୍ଜୁଙ୍କ ସହ ଓପନିଂ…..

ନୂଆଦିଲ୍ଲୀ,୨୭ା୧୦: ତୃତୀୟ ଟି-୨୦ ମ୍ୟାଚ୍‌ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି । ଇଶାନ କିଶନ ଏବେ ମଧ୍ୟ ଫିଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?