Posted inଖେଳ

ସିରିଜ କବ୍‌ଜା କଲା ଭାରତ-ଏ

ଥିରୁଭାନନ୍ତପୁରମ, ୨।୯ (ପି.ଟି.)- ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ-ଏ ବିପକ୍ଷରେ ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ୩ୟ ଅନ୍‌ଅଫିସିଆଲ୍‌ ଦିନିକିଆ ମ୍ୟାଚ୍‌କୁ ଭାରତ-ଏ ୪ ଉଇକେଟ୍‌ରେ ଜିତିନେଇଛି। ପୂର୍ବରୁ ପ୍ରଥମ ଓ ୨ୟ ଦିନିକିଆ ଜିତିଥିବା ଭାରତ-ଏ ଏଥିସହ ସିରିଜକୁ ୩-୦ରେ ଆଗୁଆ କବ୍‌ଜା କରିନେଇଛି। ସିରିଜର ୪ର୍ଥ ମ୍ୟାଚ୍‌ ବୁଧବାର ଏହି ଗ୍ରାଉଣ୍ଡରେ ଖେଳାଯିବ।
ବାଧାପ୍ରାପ୍ତ ଯୋଗୁ ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍‌କୁ ୩୦ ଓଭର ବିଶିଷ୍ଟ କରାଯାଇଥିଲା। ଦକ୍ଷିଣ ଆଫ୍ରିକା-ଏ ଅଧିନାୟକ ତେମ୍ବା ବାଭୁମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଉଇକେଟ୍‌କିପର ହେନରୀ କ୍ଲାସେନ (୪୪ ରନ୍‌, ୨୧ ବଲ୍‌)ଙ୍କ ଦ୍ରୁତ ବ୍ୟାଟିଂ ସାଙ୍ଗକୁ ଓପନର୍‌ ଜାନେମନ୍‌ ମଲାନ (୩୭ ରନ), ମାଥ୍ୟୁ ବ୍ରିତଜକେ (୩୬) ଓ ବାଭୁମା (୨୭)ଙ୍କ ଉପଯୋଗୀ ଇନିଂସ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍‌ ହରାଇ ୨୦୭ ରନ୍‌ ସଂଗ୍ରହ କରିଥିଲା। ଭାରତ-ଏ ପକ୍ଷରୁ ଦୀପକ ଚହର ଓ କ୍ରୁନାଲ ପାଣ୍ଡ୍ୟା ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଭାରତ-ଏ ପ୍ରାରମ୍ଭରୁ ଓପନର୍‌ ଋତୁରାଜ ଗାଏକ୍ୱାଡ (୧) ଓ ରିକି ଭୁଇ (୦)ଙ୍କ ଉଇକେଟ୍‌ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ମନୀଷ ପାଣ୍ଡେ (୮୧ ରନ୍‌, ୫୯ ବଲ୍‌, ୩ ଚୌକା, ୫ ଛକା)ଙ୍କ ଅଧିନାୟକତ୍ୱ ଇନିଂସ ବଳରେ ଦଳ ୨୭.୫ ଓଭରରେ ୬ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉଇକେଟ୍‌କିପର ଇଶାନ କିଶାନ ୪୦, ଶିଭମ ଦୁବେ ୪୫* ଏବଂ କ୍ରୁନାଲ ପାଣ୍ଡ୍ୟା ଓ ନୀତୀଶ ରାଣା ୧୩ ରନ ଲେଖାଏ କରିଥିଲେ। ଏନ୍‌ରିଚ୍‌ ନର୍ଟେଜ ଓ ଜର୍ଜ ଲିଣ୍ଡେଙ୍କୁ ୨ଟି ଲେଖାଏ ଉଇକେଟ୍‌ ମିଳିଥିଲା। ମ୍ୟାଚ୍‌ ବିଜୟୀ ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଲାଗି ମନୀଷ ପାଣ୍ଡେଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ଏ’- ୨୦୭/୮, ୩୦ ଓଭର (କ୍ଲାସେନ ୪୪, ମଲାନ ୩୭, ଖୟା ଜୋଣ୍ଡୋ ୨୧, କ୍ରୁନାଲ ୨/୨୩, ଦୀପକ ୨/୪୨)।
ଭାରତ ଏ’- ୨୦୮/୬, ୨୭.୫ ଓଭର (ପାଣ୍ଡେ ୮୧, ଦୁବେ ୪୫*, ଇଶାନ ୪୦, ଅକ୍ଷର ପଟେଲ ୭*, ନର୍ଟେଜ ୨/୪୧)।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri