Posted inଖେଳ

ସିରିଜ୍‌ ପୋଛିଲା ଇଂଲଣ୍ଡ

ଲିଡ୍ସ,୨୦।୫- ଏଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ୫ମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୫୪ ରନ୍‌ରେ ବିଜୟ ହାସଲ କରିଛି। ଏଥିସହ ଇଂଲଣ୍ଡ ଏକମାତ୍ର ଟି୨୦ ପରେ ଦିନିକିଆ ସିରିଜ୍‌କୁ ୪-୦ ବ୍ୟବଧାନରେ ପୋଛିନେଇଛି। ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୫୨ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ୨୯୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଚଳିତ ସିରିଜ୍‌ର ପ୍ରତ୍ୟେକ ମ୍ୟାଚ୍‌ ଭଳି ଏହି ମ୍ୟାଚ୍‌ରେ ମଧ୍ୟ ଇଂଲଣ୍ଡ ଦଳ ୩୫୦ ରନ୍‌ ପାର କରିଥିଲା।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଧାର୍ଯ୍ୟ ୫୦ ଓଭରରେ ୯ ଉଇକେଟ ହରାଇ ୩୫୧ ରନ୍‌ କରିଥିଲା। ଦଳ ପାଇଁ ଜୋ ରୁଟ୍‌ ୮୪, ଅଧିନାୟକ ଇଅନ ମୋର୍ଗାନ ୭୬ ଓ ଜୋସ୍‌ ବଟ୍‌ଲର ୩୪ ରନ୍‌ କରିଥିଲେ। ବୋଲିଂରେ ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦୀ ୪ ଓ ଇମାଦ ଓ୍ବାସିମ ୩ ଉଇକେଟ ନେଇଥିଲେ। ଜବାବରେ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ୯୭ ଓ ବାବର ଆଜମଙ୍କ ୮୦ ରନ୍‌ର ଇନିଂସ୍‌ ସତ୍ତ୍ୱେ ପାକିସ୍ତାନ ୪୬.୫ ଓଭରରେ ୨୯୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ବିଜୟୀ ଦଳ ପକ୍ଷରୁ କ୍ରିସ୍‌ ଓ୍ବକ୍ସ ୫ ଓ ଆଦିଲ ରଶିଦ ୨ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ- ୫୦ ଓଭରରେ ୩୫୧/୯(ରୁଟ୍‌ ୮୪, ମୋର୍ଗାନ ୭୬, ବଟଲର ୩୪, ଆଫ୍ରିଦୀ ୪/୮୨, ଓ୍ବାସିମ ୩/୫୩)।
ପାକିସ୍ତାନ- ୪୬.୫ ଓଭରରେ ୨୯୭/ଅଲଆଉଟ୍‌ (ସର୍ଫରାଜ ୯୭, ବାବର ୮୦, ଓ୍ବକ୍ସ ୫/୫୪, ରଶିଦ ୨/୫୪)।


Enter your email to get our daily news in your inbox.

All Right Reserved By Dharitri.Com

୩୨ ବର୍ଷରେ ବି ଭର୍ଜିନ’ ଅଛନ୍ତି ସନା ମକବୁଲ! ବ୍ରେକଅପ ପରେ ଫ୍ୟୁଚର ପାର୍ଟନରକୁ ନେଇ ଏମିତି କହିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସନା ମକବୁଲ ବର୍ତ୍ତମାନ ଏକ ସାକ୍ଷାତକାର ପାଇଁ ଖବରରେ ଅଛନ୍ତି। ବିଗ ବସ ଓଟିଟି ୩ ଜିତିବା ପରେ, ସନା ଲଗାତାର ଭାବରେ ଶିରୋନାମାରେ…

ଅଭିଷେକଙ୍କୁ ବଡ଼ ଆଶ୍ୱସ୍ତି, ହେଲେ କରିପାରିବେନି ବିଦେଶ ଯାତ୍ରା

କୋଲକାତା,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ତୃଣମୂଳ କଂଗ୍ରେସ ନେତା ଏବଂ ଏମପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି।…

ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିଲେ ପ୍ରଫୁଲ୍ଲ ପଣ୍ଡା, କହିଲେ ଭାରତକୁ ସମଗ୍ର ବିଶ୍ୱରେ…

ଦିଗପହଣ୍ଡି, ୨୧।୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ପୁଞ୍ଜିକଂୟା ଛକ…

ଭାରତର ଆଉ ଜଣେ ଶତ୍ରୁ ନିପାତ, ପୁଲୱାମା ଆକ୍ରମଣର ଥିଲେ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ୧୪ ଫେବୃଆରୀ, ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ବୋଲି ବିଶ୍ୱାସ କରାଯାଉଥିବା ଆତଙ୍କବାଦୀ ହମଜା ବୁରହାନଙ୍କୁ ପାକ ଅଧିକୃତ କଶ୍ମୀରରେ ଗୁଳି କରି…

ଏହି ରାଶିଙ୍କ ପାଇଁ ଜୁନ ମାସରେ ଘଟିବାକୁ ଯାଉଛି ଏମିତି, ଲିଷ୍ଟରେ ଆପଣଙ୍କ ରାଶି ଅଛି କି?

ଜୁନ ମାସ ଆରମ୍ଭ ହେବାକୁ ଯାଉଛି। ମାସ ଆରମ୍ଭରେ ବୃହସ୍ପତି କର୍କଟ ରାଶିରେ ପ୍ରବେଶ କରିବେ, ଯାହା ଅନେକ ରାଶିର ଭାଗ୍ୟକୁ ଉଜ୍ଜ୍ୱଳ କରିପାରେ। ଏହା ବ୍ୟତୀତ,…

ତାରାତାରିଣୀ କଲେଜର ସଫଳତା: ଯୁକ୍ତଦୁଇ ବିଜ୍ଞାନରେ ଆଗରେ ପୁଅ, କଳାରେ ଝିଅ

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଚଳିତବର୍ଷ ଯୁକ୍ତଦୁଇ ଓ ଯୁକ୍ତତିନି ପରୀକ୍ଷାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜକୁ ବଡ଼ ସଫଳତା ମିଳିଛି। ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ସାହୁ…

ବୈଶିଙ୍ଗାରେ ଛାତିଥରା ହତ୍ୟାକାଣ୍ଡ, ଶୋଇଥିବା ବେଳେ ମହିଳାଙ୍କ ତଣ୍ଟି ଚିପି ହତ୍ୟା

ବୈଶିଙ୍ଗା,୨୧।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଗଣେଶ୍ବରପୁର ଗ୍ରାମରେ ଏକ ଛାତିଥରା ହତ୍ୟାକାଣ୍ଡ ହୋଇଛି । ବୁଧବାର ରାତିରେ ଜନୈକା ୫୦ ବର୍ଷିୟା ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri