ସିଣ୍ଡିକେଟ୍‌ ବ୍ୟାଙ୍କ ସିଇଓଙ୍କ ବ୍ରହ୍ମପୁର ଗସ୍ତ: ‘୧୨ଶହ କୋଟିକୁ ଛୁଇଁବ କାରବାର’

ବ୍ରହ୍ମପୁର ଅଫିସ୍‌,୧୦ା୬-ସିଣ୍ଡିକେଟ୍‌ ବ୍ୟାଙ୍କର ଏମ୍‌ଡ଼ି ତଥା ସିଇଓ ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ବ୍ରହ୍ମପୁର ଗସ୍ତରେ ଆସିଛନ୍ତି। ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ସହ ବିଭିନ୍ନ ଶାଖା ପରିଦର୍ଶନ କରିଥିଲେ। ବ୍ୟାଙ୍କ ଅଧିକାରୀମାନଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ଏହା ପରେ ଆୟୋଜିତ ଖବରଦାତା ସମ୍ମିଳନୀ ଯୋଗଦେଇ ସିଇଓ ମହାପାତ୍ର କହିଥିଲେ, ପୂର୍ବରୁ ଓଡ଼ିଶାରେ କେବଳ ଏକ ମାତ୍ର ଆଞ୍ଚଳିକ କାର୍ଯ୍ୟାଳୟ(ଆର୍‌ଓ) ଭୁବନେଶ୍ୱର ଥିଲା। ବର୍ତ୍ତମାନ ଭୁବନେଶ୍ୱରରେ ଆଉ ଗୋଟିଏ ଏବଂ ବ୍ରହ୍ମପୁରରେ ଗୋଟିଏ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯାଇଛି ।
ବିଶେଷକରି ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟକୁ ଚଳିତ ଆର୍ଥତ୍କ ବର୍ଷରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହା ପଛର ମୁଖ୍ୟ କାରଣ ହେଲା, ଏଠାରେ ବ୍ୟାଙ୍କ କାରବାର ବଢ଼ିବାରେ ଲାଗିଛି ।
ପୂର୍ବ ଆର୍ଥିକ ବର୍ଷରେ ବ୍ରହ୍ମପୁର ଆର୍‌ଓରେ ୯ଶହ କୋଟି ଟଙ୍କାର କାରବାର ହୋଇଥିଲା। ଚଳିତ ୨୦୧୯-୨୦ ଆର୍ଥତ୍କ ବର୍ଷରେ ୧୨ଶହ କୋଟି ଟଙ୍କାରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖାଯାଇଛି। ବ୍ରହ୍ମପୁର ଆର୍‌ଓ ଅଧୀନରେ ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବରଗଡ଼, କୋରାପୁଟ ଏବଂ ରାୟଗଡ଼ା ଆଦି ଜିଲାର ୨୭ ଶାଖା ରହିଛି। ବହୁତ ଶୀଘ୍ର ନୂଆ ଶାଖା ଖୋଲାଯାଇ ଏହି ସଂଖ୍ୟାକୁ ୩୫ରେ ପହଞ୍ଚାଯିବ। ପୂର୍ବରୁ ଏସବୁ ଶାଖାଗୁଡ଼ିକ ଭୁବନେଶ୍ୱର ଆର୍‌ଓ ଅଧୀନରେ କାର୍ଯ୍ୟ କରୁଥିଲା। ହେଲେ ଅନେକ ଶାଖା ଆର୍‌ଓଠାରୁ ବହୁ ଦୂରରେ ରହୁଥିବା ଯୋଗୁ ନାନା ଅସୁବିଧା ହେଉଥିଲା।
ଗ୍ରାହକଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ, କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ବିଶେଷଭାବେ ବ୍ୟବସାୟ ବୃଦ୍ଧି ଉଦ୍ଦେଶ୍ୟରେ ବ୍ରହ୍ମପୁର ଆର୍‌ଓକୁ ଗତ ଏପ୍ରିଲ୍‌ ୨୯ତାରିଖରେ ଆରମ୍ଭ କରାଯାଇଛି। ରାଜ୍ୟର ଅନ୍ୟତମ ବ୍ୟବସାୟିକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ। ଅନାଦାୟ ଋଣ ଏହି ଅଞ୍ଚଳରେ ସବୁଠାରୁ କମ୍‌। ବ୍ୟାଙ୍କରୁ ଋଣ ନେବା ପରେ ଗ୍ରାହକମାନେ ଯଥା ସମୟରେ ଶୁଝିବାକୁ ଏହି ଅଞ୍ଚଳର ବ୍ୟବସାୟୀମାନେ ଗୁରୁତ୍ୱ ଦେଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ତରଫରୁ ଖୁବ୍‌ କମ୍‌ ସମୟରେ ଋଣ ପ୍ରଦାନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।
ମାତ୍ର ୨୦ମିନିଟ୍‌ ମଧ୍ୟରେ ଋଣ ମଞ୍ଜୁର ହୋଇଯାଉଛି। ବ୍ୟବସାୟୀଙ୍କ ଜିଏସ୍‌ଟି, ଆୟକର, ବ୍ୟାଙ୍କ କାରବାର ଏବଂ ଅନ୍ୟାନ୍ୟ ତଥ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ ବ୍ୟାଙ୍କକୁ ଶୀଘ୍ର ମିଳିଯାଉଛି ।
ଏଣୁ ୨୦ମିନିଟ୍‌ରେ ମଧ୍ୟରେ ଋଣ ମଞ୍ଜୁର କରିବାରେ କୌଣସି ଅସୁବିଧା ନାହିଁ । ତେବେ ଥରେ ମଞ୍ଜୁର ହେବା ପରେ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟ ପାଇଁ ସମୟ ଲାଗିପାରେ। ବ୍ୟବସାୟୀମାନେ ମନରେ କୌଣସି ଦ୍ୱନ୍ଦ୍ୱ ନ ରଖି ଋଣ ପାଇଁ ଆବେଦନ କରନ୍ତୁ ବୋଲି ସିଇଓ ମହାପାତ୍ର ଆହ୍ବାନ ଦେଇଛନ୍ତି ।
ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ଜୋନାଲ୍‌ ମ୍ୟାନେଜର୍‌ କବିରାଜ ପାଣିଗ୍ରାହୀ, ଡେପୁଟି ଜୋନାଲ୍‌ ମ୍ୟାନେଜର୍‌ ମୁରଲୀଧର ବେହେରା ଏବଂ ବ୍ରହ୍ମପୁର ଆଞ୍ଚଳିକ ମ୍ୟାନେଜର କାହ୍ନୁ ଚରଣ ଟୁଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri