Posted inଖେଳ

ସିଡ଼ିଏ ଡିଏଭି ଚାମ୍ପିୟନ

କଟକ ଅଫିସ,୧୭ା୧୨-
କିସ୍‌କୁ ୬ ଉଇକେଟରେ ପରାସ୍ତ କରି ସିଡିଏ ଡିଏଭି ସ୍କୁଲ ୧୪ତମ ପିଭିଆର ମୂର୍ତ୍ତି ସ୍ମାରକୀ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟ ଜିତିଛି। ୟୁନିୟନ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ବୋଷ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଫାଇନାଲ ସୋମବାର ଖେଳାଯାଇଥିଲା। ୪ଟି ଉଇକେଟ ଅକ୍ତିଆର କରିଥିବା ସୌରଭ ସ୍ବାଇଁ ଫାଇନାଲ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି।
ଫାଇନାଲ ୨୫ଓଭର ବିଶିଷ୍ଟ ଖେଳାଯାଇଥିଲା। କିସ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ୯୯ରନରେ ଅଲଆଉଟ ହୋଇଥିଲା। ରମେଶ ମେଲେକା ସର୍ବାଧିକ ୩୯ରନ କରିଥିଲେ। ଡିଏଭି ପକ୍ଷରୁ ସୌରଭ ୪ଟି, ହିମାଂଶୁ ମହାନ୍ତି, ଦୀପ୍ତାଂଶୁ ଦାସ ୨ଟି ଲେଖାଏ ଉଇକେଟ ଦଖଲ କରିଛନ୍ତି। ୨୩.୧ ଓଭରରେ ୪ ଉଇକେଟ ହରାଇ ଡିଏଭି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସାଇଦୀପ ମହାପାତ୍ର ସର୍ବାଧିକ ୩୩ରନ କରିଥିଲେ। କିସ୍‌ ପକ୍ଷରୁ ରୋହିତ ଗମାଙ୍ଗଙ୍କୁ ୨ଟି ଉଇକେଟ ମିଳିଥିଲା। ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଟି.ଏ. ଶେଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆନ୍ତଃ ବିଦ୍ୟାଳୟ ଓ ଆନ୍ତଃ କ୍ଲବ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ଆନ୍ତଃ କ୍ଲବ ଟୁର୍ନାମେଣ୍ଟର ଚାମ୍ପିୟନ ୟୁନିୟନ ସ୍ପୋର୍ଟିଂ ଦଳକୁ ଟ୍ରଫି ସମେତ ୨୫ହଜାର ଟଙ୍କା, ରନର୍ସଅପ ଜୁଭେନାଇଲ କ୍ଲବକୁ ଟ୍ରଫି ସମେତ ୧୫ହଜାର ଟଙ୍କା ଦିଆଯାଇଥିଲା। ଏହି ପ୍ରତିଯୋଗିତାରେ ବିଜେନ୍ଦ୍ର ପ୍ରତାପ ଶ୍ରେଷ୍ଠ ବୋଲର, ରାମଚନ୍ଦ୍ର ବେହେରା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ତପେନ୍ଦ୍ର ସିଂ ମ୍ୟାନ ଅଫ ଦି ଫାଇନାଲ, କାମେଶ୍ୱର ବାରିକ ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ଭାବେ ପୁରସ୍କୃତ ହୋଇଥିଲେ। ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟର ଚାମ୍ପିୟନ ସିଡିଏ ଡିଏଭିକୁ ଚାମ୍ପିୟନ, କିସ୍‌କୁ ରନର୍ସଅପ ଟ୍ରଫି ଦିଆଯାଇଛି। ଏହି ଟୁର୍ନାମେଣ୍ଟରେ ଅରବିନ୍ଦ ମହାପାତ୍ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ନଦୀମ ଖାନ ଶ୍ରେଷ୍ଠ ବୋଲର, ସୌରଭ ସ୍ବାଇଁ ମ୍ୟାନ ଅଫ ଦି ଫାଇନାଲ, ସାଇଦୀପ ମହାପାତ୍ର ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ଭାବେ ପୁରସ୍କୃତ ହୋଇଛନ୍ତି। ସାଇଦୀପଙ୍କୁ ଏକ ମୋଟର ବାଇକ୍‌ ପୁରସ୍କାର ସ୍ବରୂପ ଦିଆଯାଇଛି।
ଉଦ୍‌ଯାପନୀ ଉତ୍ସବରେ ଡ.ହୃଦାନନ୍ଦ ମିଶ୍ର ମୁଖ୍ୟବକ୍ତା, ସଞ୍ଜୀବ ଦତ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ଦାସ, ଡ.ରାଜେଶ ଡୋରା, ବିସିସିଆଇର ପୂର୍ବତନ ଉପସଭାପତି ପ୍ରଭାତ ମିଶ୍ର, ବୋଷ କଲେଜ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ରାୟ, ନବ ପଟ୍ଟନାୟକ, ତଡ଼ିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ୟୁନିୟନ ସ୍ପୋର୍ଟିଂ କ୍ଲବ ସମ୍ପାଦକ ପ୍ରଦୀପ ଚୌହ୍ବାନ ଅଧ୍ୟକ୍ଷତା କରିଥିବା ବେଳେ ନିଶାନ୍ତ ମାଜିଥିଆ ଧନ୍ୟବାଦ ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri