ସିଙ୍ଗାପୁର ଗବେଷକଙ୍କ ପୂର୍ବାନୁମାନ: କରୋନାର ବିଦାୟ ତାରିଖ ଜଣାଇଲା ଅଧ୍ୟୟନ

ଓ୍ବାଶିଂଟନ,୨୫।୫: କରୋନା ସଂକ୍ରମଣରେ ସାରା ବିଶ୍ୱରେ ପ୍ରାୟ ୫୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି ସାଢ଼େ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଥିରେ ଆମେରିକା ଶୀର୍ଷରେ ରହିଛି। ଏଠାରେ ରବିବାର ସୁଦ୍ଧା ୧୬ ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ଲକ୍ଷେ ଜୀବନଦୀପ ଲିଭିଲାଣି। ଏଭଳି ସ୍ଥିତିରେ ଆମେରିକା ପାଇଁ ସିଙ୍ଗାପୁର ଗବେଷକମାନଙ୍କ ଅଧ୍ୟୟନ ଆଶ୍ୱସ୍ତି ଆଣିଦେଇଛି। କାରଣ ଆମେରିକାରେ କରୋନା ମହାମାରୀର କେବେ ଅନ୍ତ ଘଟିବ ତାହାର ତାରିଖ ସେମାନେ ବତାଇଛନ୍ତି। କେବଳ ଆମେରିକା ନୁହେଁ, ବ୍ରିଟେନ, ଇଟାଲୀ ଭଳି କେତେକ ଦେଶରେ ମଧ୍ୟ ଏହି ମହାମାରୀର ବିଲୋପ ତାରିଖ ସେମାନେ ଜଣାଇଛନ୍ତି। ଏହାସହିତ କରୋନା ସଂକ୍ରମଣର ନିରନ୍ତର ହ୍ରାସ ଜାରି ରହିବ ଏବଂ ଆଉ କୌଣସି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଲହରର ଆଶଙ୍କା ନାହିଁ ବୋଲି ସେମାନେ ଭବିଷ୍ୟବାଣୀ କରିଛନ୍ତି।
ସିଙ୍ଗାପୁର ଟେକ୍ନୋଲୋଜି ଆଣ୍ଡ ଡିଜାଇନ ୟୁନିଭର୍ସିଟିର ଗବେଷକମାନେ ଗାଣିତିକ ମଡେଲିଂ ଜରିଆରେ ବିଭିନ୍ନ ଦେଶରେ କରୋନା ବିଦାୟ ନେବାର ତାରିଖଗୁଡ଼ିକୁ ପୂର୍ବାନୁମାନ କରିଛନ୍ତି। ତଦନୁଯାୟୀ, ନଭେମ୍ବର ୧୧ ସୁଦ୍ଧା ଆମେରିକା କରୋନା ଭାଇରସ୍‌ ମୁକ୍ତ ହେବା ଭଳି ସ୍ଥିତି ଉପୁଜିଥିବାବେଳେ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ରିଟେନରୁ କରୋନା ସଂକ୍ରମଣର ବିଲୋପ ଘଟିପାରେ। ସେହିପରି ମେ ୮ରେ କରାଯାଇଥିବା ଆକଳନ ଅନୁଯାୟୀ ଇଟାଲୀ ଅକ୍ଟୋବର ୨୪ ସୁଦ୍ଧା ଏହି ମହାମାରୀରୁ ସମ୍ପୂର୍ଣ୍ଣ ଆଶ୍ୱସ୍ତି ପାଇବ। ଦେଶଗୁଡ଼ିକର ପ୍ରତିଦିନର ନୂଆ ମାମଲାଗୁଡ଼ିକୁ ଉକ୍ତ ମଡେଲ ଟ୍ରାକ୍‌ କରି ଭୂତାଣୁ କେତେଦିନ ଯାଏ ବିସ୍ତାରିତ ହେବ ସେନେଇ ଜାଣିପାରୁଛି। ତଥାପି ପୂର୍ବାନୁମାନ ଏକ ଅନିଶ୍ଚିତତା ବୋଲି ଗବେଷକମାନେ ସୂଚାଇ ଦେଇଛନ୍ତି। ଏହାର କାରଣ ହେଉଛି ଭୂତାଣୁର ଜଟିଳତା। ଏହାସହିତ ଦେଶଗୁଡ଼ିକରେ କଟକଣା ଏବଂ ଟେଷ୍ଟିଂ ପ୍ରୋଟୋକଲ ଭଳି କେତେକ ଫ୍ୟାକ୍ଟର ଅନ୍ୟତମ କାରଣ ହୋଇପାରେ।
ଆମେରିକାରେ ମେ ୬ରୁ ୧୨ତାରିଖ ମଧ୍ୟରେ ପୂର୍ବାନୁମାନଗୁଡିକରେ କ’ଣ ପରିବର୍ତ୍ତନ ଘଟୁଛି ତାହା ଲକ୍ଷ୍ୟ କରାଯାଇଥିଲା। ତାହା ଅପେକ୍ଷାକୃତ ସ୍ଥିର ଥିବା ଜଣାପଡିଛି। ଏହା ସୂଚାଉଛି ଯେ, ମହାମାରୀର ତାତ୍ତ୍ୱିକ ପରିସମାପ୍ତି ପାଇଁ ଦୀର୍ଘ ସମୟ ଲାଗିବ। ସଂକ୍ରମଣର ସ୍ଥିିତିକୁ ଆଧାର କରି ଗବେଷକମାନେ ଅତିରିକ୍ତ ନୀତି ଓ ପଦକ୍ଷେପ ଦରକାର ପଡ଼ିବ ବୋଲି ପରାମର୍ଶ ଦେଇଛନ୍ତି। ଏପରି କି ଆମେରିକା ଏବଂ ବ୍ରାଜିଲରେ ବର୍ତ୍ତମାନର ପଦକ୍ଷେପ ଯଦି ସ୍ଥିର ହୋଇରହେ ଏବଂ ଟିକା ବିକଶିତ ନ ହୁଏ ତେବେ ବର୍ଷର ଅବଶିଷ୍ଟ ସମୟରେ ମଧ୍ୟ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିପାରେ ବୋଲି ଗବେଷକମାନଙ୍କ ଅଧ୍ୟୟନରୁ ଜଣାପଡ଼ିଛି। ପୂର୍ବାନୁମାନଗୁଡିକ କେବଳ ଆକଳନ ଏବଂ ବିଭିନ୍ନ କାରଣ ଉପରେ ନିର୍ଭର କରି ଏହା ପରିବର୍ତ୍ତନ ହୋଇପାରେ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି।
କିଛି ପୂର୍ବାନୁମାନକୁ ଆଧାରକରି ଅତ୍ୟଧିକ ଆଶାବାଦୀ ହେବା ବିପଜ୍ଜନକ ହୋଇପାରେ। କାରଣ ଏହା ହୁଏତ ଆମର ଶୃଙ୍ଖଳା ଏବଂ ନିୟନ୍ତ୍ରଣକୁ ମୁକ୍ତ କରିପାରେ, ଯାହା ସଂକ୍ରମଣର କାରଣ ସାଜିବା ଆଶଙ୍କା ରହିଛି। ତେଣୁ ଅସାବଧାନତାକୁ ଏଡ଼ାଇବାକୁ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କିଛି ମାସର ଲକ୍‌ଡାଉନ୍‌ ପରେ ବର୍ତ୍ତମାନ ଆମେରିକାର ସମସ୍ତ ୫୦ ରାଜ୍ୟ ଧୀରେ ଧୀରେ ଖୋଲୁଛି ଏବଂ କଟକଣାଗୁଡ଼ିକ କୋହଳ ହେବାରେ ଲାଗିଛି। ତେବେ ଅତିଶୀଘ୍ର କଟକଣା କୋହଳ ହେବା ଦ୍ୱାରା ସଂକ୍ରମଣ ମାମଲା ବୃଦ୍ଧି ଘଟିପାରେ ବୋଲି ବିଶେଷଜ୍ଞ ଏବଂ ସ୍ବାସ୍ଥ୍ୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?