ସିଏଏ, ଏନ୍‌ଆରସିକେ ନେଇ ଉଠୁଛେ ପଡ଼ୁଛେ ଦେଶ୍‌: ନିଜର ମାଟିରେ ଠିକାନା ଖୁଜୁଛନ୍‌ ଲୋକ୍‌

ପର୍ଲା, ୨୯।୧ (ଡି.ଏନ୍‌.ଏ.)-ସିଏଏ ଆର ଏନ୍‌ଆରସିକେ ନେଇ ଏହେଦେ ଦେଶ୍‌ ଉଠୁଛେ ପଡ଼ୁଛେ। ଇଆଡ଼େ ଦେଶ୍‌ ସୁଆଧୀନ ହେବାର ୭୦ ବଛର ବିତିଯାଇଥିଲେ ବି ଲୋକ୍‌ ଜାଗାବାଡ଼ି ଅଭାବୁ ବାରବୁଲା ଜୀବନ୍‌ ବିତଉଛନ୍‌। ଆଏଜ୍‌ ବି ସେମାନେ କେନ୍ଦ୍ର ଆର ରାଏଜ୍‌ ସରକାରକଁର ଜନହିତକର ଯୋଜନାରୁ ବଁଚିତ୍‌। ବଛର ବଛର ହେଲା ସେମାନେ ନିଜର ଠିକାନା ଖୁଜୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ପର୍ଲାରେ।
ସୂଚନା ଅନ୍‌ସାରେ ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଂଚଲର ବାଞ୍ଛାନିଧି ନାଗ(୪୫)। ପରିବାର କହେଲେ ମାଏକିନା ଗୁଣମତୀ(୪୦), ୫ ଝି’ପୁଷ୍ପାଞ୍ଜଳି(୧୫), ପ୍ରଜ୍ଞାଞ୍ଜଳି(୧୧), ସନ୍ଧ୍ୟାଞ୍ଜଳି(୯), ସ୍ନେହମୟୀ(୬), ଜ୍ୟୋତ୍ସ୍ନାମୟୀ(୪) ଆର ପୁଓ ମହାବାହୁ(୨)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ଆର ବାରବୁଲା। ଆଏଜ୍‌କେ ୧୨ ବଛର ତଲେ ବାଞ୍ଛା ପର୍ଲା ଗଁାକେ ଆସି ଗୁଟେ ପଡ଼ିଆରେ କୁରିଆଟେ କରି କୁଟୁମ୍‌ବସିଆ ରହିଆସୁଛନ୍‌। ଆଗ୍‌ରୁ ଇ ଗଁାରୁ ସେ ଗଁା ପରିବାର ଧରି ବୁଲୁଥିଲେ। ବାଞ୍ଛା ଟିନ୍‌ରେ ଡବା, ମାନ, ଅଡ଼ା, ଚାଲ୍‌ନି ତିଆର କରି ବିକାଭଂଗା କରି ସେଥ୍‌ରେ ନିଜର କୁଟୁମ୍‌ ପୁଷୁଛନ୍‌। ଏହେଦେ ପର୍ଲାରେ ଝି’ ପ୍ରଜ୍ଞାଞ୍ଜଳି, ସନ୍ଧ୍ୟାଞ୍ଜଳି, ସ୍ନେହମୟୀ ସରକାରୀ ସ୍କୁଲରେ ପଢ଼ୁଥିଲାବେଲେ ଝି’ ଜ୍ୟୋତ୍ସ୍ନାମୟୀ ଆର ପୁଓ ମହାବାହୁ ଅଙ୍ଗଓ୍ବାଡିରେ ପଢ଼ୁଛନ୍‌। ସେନ୍‌ତା ବଡ଼ ଝି’ ପୁଷ୍ପାଞ୍ଜଳି ଆର ମାଏକିନା ଗୁଣମତି କୁଲିମଜୁରି କରବାର ସଂଗେ ବାଞ୍ଛାକୁଁ କଉଲିକ୍‌ ବୁରତିରେ ସାହାଯ୍‌ କରୁଛନ୍‌। ପରିବାରର ଜମିବାଡ଼ି, ଘରଡ଼ିହ ବଲି କିଛି ନଁାଇଁନ। ଏନ୍‌ତାଥି ଥାଇ ଠିକାନା ଆଶ୍‌ରେ ବାଞ୍ଛା ଘରଡ଼ିହ ଖଁଡ଼େ ପାଏବାର ଲାଗି ରାଜସ୍ବ ନିରୀକ୍ଷକଁର ଜରିଆରେ ଧର୍ମଗଡ଼ ତହସିଲଦାରକୁଁ ଆବେଦନ କରିଥିବାର କହିଛନ୍‌। ସେନ୍‌ତା ବାଞ୍ଛାକଁର ପରିବାର ଏହେଦେ ପର୍ଲାରେ ଅନେକ ସରକାରୀ ସୁବିଧା ସୁଯୋଗ ବି ପାଇସାରିଛନ୍‌। ପରିବାରର ସମକର ଆଧାରକର୍ଡ, ଭୋଟ ପରିଚଏପତର, ବ୍ୟାଙ୍କ ପାସବହି ଥିଲାବେଲେ ବାଞ୍ଛା ଭୂମିହୀନ ହିସାବେ କାଳିଆ ଯୋଜନାରେ ୧୦ ହଜାର ଟଁକା ପାଇଥିବାର ଜନାଯାଇଛେ। ଏନ୍‌ତା କି ପରିବାରରଟା ପଁଚେତ୍‌, ବିଧାନସଭା, ଲୋକ୍‌ସଭା ନିରବାଚନ ବେଲେ ଭୋଟ୍‌ ବି ଦେଉଛନ୍‌। ହେଲେ ସରକାରୀ ଯୋଜନାରେ ଡିହ ଆର ଘରଖଁଡ଼େ ମିଲ୍‌ଲେ ଆମର ଥାଇ ଠିକାନା ସଂଗେ କୁଟୁମ୍‌ଟା ବଁଚିପାରତୁଁ ବଲି ବାଞ୍ଛା କହିଛନ୍‌। ଇ ବାବ୍‌ଦେ ପର୍ଲା ରାଜସ୍ବ ନିରୀକ୍ଷକ ରତିନ୍ଦ୍ର ନିଆଲକୁଁ ପଚ୍‌ରାଲାରୁ ନିହାତି ଭାବେ ତାହାକୁ ଘରଡିହ ଯୁଗେଇ ଦିଆଯିବା ବଲି ସେ କହିଛନ୍‌। ସେନ୍‌ତା ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଗୋପାଳକୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ନିହାତି ଭାବେ ତାହାକୁ ଆବାସ ଯୋଜନାରେ ସାମିଲ କରି ଘର ଯୁଗେଇ ଦିଆଯିବା ବଲି କହିଛନ୍‌। ଇ ବାବ୍‌ଦେ ଧର୍ମଗଡ଼ ତହସିଲଦାର ଚିନ୍ମୟ କୁମାର ନାୟକକୁଁ ପଚ୍‌ରାଲାରୁ ସରକାରୀ ଯୋଜନାରେ ବାଞ୍ଛାକୁଁ ଘରଡ଼ିହ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri