Posted inଖେଳ

ସାହାଣୀ କପ୍‌ ଫୁଟବଲ ଉଦ୍‌ଘାଟିତ

କଟକ ଅଫିସ,୪ା୧୨- ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ବରଗଡ଼ ଓ ଢ଼େଙ୍କାନାଳରେ ମଙ୍ଗଳବାରଠାରୁ ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ ସାହାଣୀ କପ୍‌-୨୦୧୯ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ୪ଟି ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ପୁରୀ, ଅନୁଗୋଳ, ଦେବଗଡ଼, ବାଲେଶ୍ୱର ବିଜୟୀ ହୋଇଛନ୍ତି।
ବରଗଡ଼ର ସୋହେଲା ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ଅନୁଗୋଳ ୨-୦ ଗୋଲରେ ଯାଜପୁରକୁ ପରାସ୍ତ କରିଥିଲା। ଅନୁଗୋଳ ପକ୍ଷରୁ ଅନ୍ତର୍ଯ୍ୟାମୀ ନାୟକ ୭୯ତମ ମିନିଟରେ ଗୋଟିଏ ଗୋଲ ଦେଇଥିବା ବେଳେ ଯାଜପୁରର ରଞ୍ଜନ ଦେହୁରୀ ୮୮ତମ ମିନିଟରେ ଏକ ଆତ୍ମଘାତୀ ଗୋଲ ସ୍କୋର କରିଥିଲେ। ଉକ୍ତ ମ୍ୟାଚରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ର ଭେଡେନ ଗ୍ରାଉଣ୍ଡରେ ଝାରସୁଗୁଡ଼ା-ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ୧-୧ ଗୋଲରେ ଡ୍ର ରହିଥିଲା। ପରେ ପେନାଲ୍ଟି ସୁଟଆଉଟ ଜରିଆରେ ଦେବଗଡ଼ ୯-୮ ଗୋଲରେ ଜିତିଥିଲା। ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଉକ୍ତ ମ୍ୟାଚ୍‌ରେ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ର କଦଲିପାଲି ଗ୍ରାଉଣ୍ଡରେ ହେବାକୁ ଥିବା ମ୍ୟାଚରେ ମାଲକାନଗିରି ଅନୁପସ୍ଥିତ ରହିବା ଯୋଗୁଁ ପୁରୀ ଦଳକୁ ବିଜୟୀ ଘୋଷଣା କରାଯାଇଥିଲା। ଉକ୍ତ ମ୍ୟାଚ୍‌ରେ ବିଧାୟକ ଦେବାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଢ଼େଙ୍କାନାଳରେ ଅନୁଷ୍ଠିତ ମ୍ୟାଚ୍‌ରେ ବାଲେଶ୍ୱର ପେନାଲ୍ଟି ସୁଟଆଉଟ୍‌ରେ ଭଦ୍ରକକୁ ହରାଇଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ ଦେବା ପରେ ପେନାଲ୍ଟିର ସହାୟତା ନିଆଯାଇଥିଲା। ଏମପି ମହେଶ ସାହୁ ଉକ୍ତ ମ୍ୟାଚ୍‌ରେ ଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

IND vs AFG: ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି ମହମ୍ମଦ ସିରାଜ! ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୩।୬: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ଖେଳିବା ସମ୍ଭାବନା ବହୁତ କମ୍ ରହିଛି । ଏହି ଟେଷ୍ଟ ମ୍ୟାଚ୍ ଜୁନ୍…

ଇନଷ୍ଟାଗ୍ରାମରେ କାହିଁକି କୌଣସି ଝିଅକୁ ଫଲୋ କରନ୍ତିନି ବୈଭବ? ପଛରେ ରହିଛି ସବୁଠୁ ବଡ଼ କାରଣ…

ନୂଆଦିଲ୍ଲୀ, ୩।୬: ୨୦୨୬ ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରି ଖବର ଶିରୋନାମାରେ ସ୍ଥାନ ପାଇଥିବା ରାଜସ୍ଥାନ ରୟାଲ୍ସର ଯୁବ ଷ୍ଟାର ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ କେବଳ…

ବୈଭବଙ୍କ ପାଇଁ ବଡ଼ ବଡ଼ କମ୍ପାନୀର ଲାଇନ୍‌, ଆକାଶଛୁଆଁ ହେଲା ବ୍ରାଣ୍ଡ ଭାଲ୍ୟୁ; ଜାଣନ୍ତୁ ଏବେ କେତେ ଟଙ୍କା କରୁଛନ୍ତି ଚାର୍ଜ

ନୂଆଦିଲ୍ଲୀ,୩।୬: ଯେତେବେଳେ ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ କିଣିଥିଲା, ସେତେବେଳେ ତାଙ୍କୁ ମାତ୍ର ୧୩ ବର୍ଷ ବୟସ ଥିଲା ଏବଂ ତାଙ୍କ ବୟସ ହିଁ କେବଳ ଚର୍ଚ୍ଚା…

ବୈଭବଙ୍କୁ ମିଳିବା ଉଚିତ୍‌ ନୁହେଁ ଅନ୍ତର୍ଜାତୀୟ ଡେବ୍ୟୁ, ଏମିତି କାହିିଁକି କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ, ୩।୬: ବୈଭବ ସୂର୍ଯ୍ୟବଂଶୀଙ୍କ IPL ୨୦୨୬ଏକ ଚମତ୍କାର ପ୍ରଦର୍ଶନ ଥିଲା। ସେ IPL ଇତିହାସରେ ୭୭୬ ରନ ସହିତ ଅରେଞ୍ଜ କ୍ୟାପ ଜିତିଥିବା ସବୁଠାରୁ କମ…

ବିଶ୍ୱକପ୍‌ ଓ୍ବାର୍ମ ଅପ୍‌ ମ୍ୟାଚ୍‌: ଉଜ୍‌ବେକିସ୍ତାନକୁ ୨-୦ ହରାଇଲା କାନାଡା

ଏଡ୍‌ମଣ୍ଟନ,୨ା୬: ବିଶ୍ୱକପ୍‌ ପୂର୍ବରୁ ସୋମବାର ଅନୁଷ୍ଠିତ ଏକ ଓ୍ବାର୍ମଅପ୍‌ ମ୍ୟାଚରେ ଉଜ୍‌ବେକିସ୍ତାନକୁ ୨-୦ ଗୋଲ୍‌ରେ ପରାସ୍ତ କରି କାନାଡ଼ା। କାନାଡ଼ା ଜାତୀୟ ଦଳ ସହିତ ତାଙ୍କ ୯୦ତମ…

RCBର ବିଜୟ ପରେ ବୃନ୍ଦାବନରେ ପହଞ୍ଚିଲେ ଅନୁଷ୍କା, କୋହଲି

ମଥୁରା,୨ା୬: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସଫଳ ଅଭିଯାନ ପରେ କ୍ରିକେଟର ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଅନୁଷ୍କା ଶର୍ମା…

IPL ଟ୍ରଫି ଜିତିବା ପରେ ପ୍ରେମାନନ୍ଦ ମହାରାଜଙ୍କଠାରୁ ଆଶୀର୍ବାଦ ନେଲେ ବିରାଟ କୋହଲି: ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ, ୨।୬: ଭାରତର ଷ୍ଟାର ବ୍ୟାଟସମ୍ୟାନ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି, ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ମଙ୍ଗଳବାର ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri