ସାବିତ୍ରୀ ବଜାର: ଦରଦାମ୍‌ ଅନିୟନ୍ତ୍ରିତ

ଭଦ୍ରକ ଅଫିସ, ୩।୬ – ଆଜି ସାବିତ୍ରୀ ବ୍ରତ। ବ୍ରତଧାରୀମାନେ ସାବିତ୍ରୀଙ୍କୁ ପୂଜା କରି ନିଜ ସ୍ବାମୀଙ୍କ ମଙ୍ଗଳ କାମନା କରିଥାନ୍ତି। ଏଥିଲାଗି ସେମାନେ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରି ବିଭିନ୍ନ ଫଳ ସମର୍ପଣ କରିଥାନ୍ତି। ଏବର୍ଷ ସାବିତ୍ରୀ ପୂଜା ବାଜାରରେ ବିଭିନ୍ନ ଫଳର ଦର ଆକାଶଛୁଆଁ ହୋଇଥିଲେ ମଧ୍ୟ ପ୍ରଶାସନ ଏହାକୁ ନିୟନ୍ତ୍ରଣ ନ କରି ନୀରବଦ୍ରଷ୍ଟା ହୋଇ ବସିଛି। ବେପାରୀମାନେ ମନଇଚ୍ଛା ଦରରେ ଫଳ ସାମଗ୍ରୀ ବିକ୍ରି କରି ମାଲାମାଲ୍‌ ହେଉଛନ୍ତି। କେବଳ ଫଳ ନୁହେଁ, ଶାଢି ଓ କସ୍‌ମେଟିକ୍‌ ଦୋକାନରେ ମଧ୍ୟ ଗ୍ରାହକଙ୍କ ଭିଡ ଜମୁଛି। ସ୍ଥାନୀୟ କଚେରି ବଜାର ଫଳ ମାର୍କେଟରେ ବୁଧବାରଠାରୁ ଗ୍ରାହକଙ୍କ ଗହଳି ଲାଗିରହିଛି। ବେପାରୀମାନେ ପଚାସଢା ଜିନିଷଠାରୁ ଆରମ୍ଭ କରି ବିଭିନ୍ନ କିସମର ଫଳକୁ ଚଢ଼ାଦରରେ ବିକ୍ରି କରୁଥିବାରୁ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। କିନ୍ତୁ ପରମ୍ପରା ପାଳନ ଲାଗି ସେମାନେ ଏସବୁ ଫଳ ସାମଗ୍ରୀ କିଣିବାକୁ ବାଧ୍ୟ ହେଉଥିବା କହିଛନ୍ତି।

ପୂଜା ବଜାରରେ ଆମ୍ବ କିଲୋ ୭୦ରୁ ୮୦ ଟଙ୍କା, କଦଳୀ ଡଜନ ୯୦, ସପୁରି ଗୋଟାକୁ ୪୦, ନଡ଼ିଆ ଗୋଟାକୁ ୩୦, ଲିଚୁ ୧୮୦, ପଣସ ଗୋଟାକୁ ୧୫୦ରୁ ୨୦୦, ସେଓ କିଲୋ ୧୨୦ ଓ ଅଙ୍ଗୁରୁ କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଛି। ପାଚିଲା ଖଜୁରୀ କୋଳି ପରିବର୍ତ୍ତେ ଶୁଖିଲା କଞ୍ଚା କୋଳି ଚଢାଦରରେ ବିକ୍ରି ହେଉଥିବା ବେଳେ ତାଳସଜ ଗୋଟା ୧୦ରୁ ୧୫ ଟଙ୍କାରେ ବିକ୍ରି ହେଉଛି। ଲୋକେ ଏସବୁ ସାମଗ୍ରୀ କିଣି ଠକାମିର ଶିକାର ହେଉଥିବା ବେଳେ ଦରଦାମ୍‌ ନିୟନ୍ତ୍ରଣ ସକାଶେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କମିଟି ଗଢା ଯାଉଥିଲେ ବି ଏହା କେବଳ କାଗଜକଲମରେ ସୀମିତ ରହିଛି। ସେହିପରି ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି କେତେକ ଦୋକାନୀ ୪୦ରୁ ୫୦ ପ୍ରତିଶତ ରିହାତି ଘୋଷଣା କରି ପୂର୍ବରୁ ଗଚ୍ଛିତ ରଖିଥିବା ଶାଢି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ରବିବାର ଫଳ ସାମଗ୍ରୀ କିଣୁଥିବା ଗ୍ରାହକ ଗଣେଶ ପ୍ରସାଦ ବାରିକଙ୍କୁ ପଚାରିବାରୁ କହିଥିଲେ, ପ୍ରଶାସନ ସ୍ତରରେ କୌଣସି ଧରପଗଡ଼ ହେଉ ନ ଥିବାରୁ ଦୋକାନୀମାନେ ଲୋକଙ୍କ ଚାହିଦାକୁ ଦେଖି ମୁନାଫା ଉଠାଉଛନ୍ତି। ଗ୍ରାହକ ବିଜୟ କୁମାର ପାଣି କହିଥିଲେ, ପରମ୍ପରା ପାଳନ ପାଇଁ ଲୋକେ ବଜାରକୁ ଆସି ଠକେଇ ଓ ଶୋଷଣର ଶିକାର ହେଉଛନ୍ତି। ଏଠି ସରକାର ଓ ପ୍ରଶାସନ ଥିବା ମନେ ହେଉନାହିଁ। ଏ ସମ୍ପର୍କରେ ସଦର ଯୋଗାଣ ନିରୀକ୍ଷକ ବାବୁଲାଲ ବାରିକଙ୍କୁ ପଚାରିବାରୁ କହିଛନ୍ତି, ପୂଜା ପାର୍ବଣ ସମୟରେ ବ୍ୟବସାୟୀ ସଂଘ ସହିତ ଆଲୋଚନା କରାଯାଇ ନିର୍ଦ୍ଧାରିତ ଦରରେ ବିକିବାକୁ ତାଗିଦ୍‌ କରାଯାଇଥାଏ। ସାବିତ୍ରୀ ବଜାରରେ ଦରବୃଦ୍ଧି ଘଟଣା ନେଇ ନିର୍ଦ୍ଦିଷ୍ଟ ଭାବେ କେହି କିଛି ଅଭିଯୋଗ କରିନାହାନ୍ତି। ଏଭଳି ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri