ସାଢ଼େ ୫ବର୍ଷରେ ସରକାର ଋଣ ନେଇଛନ୍ତି ୬୧୨୨୯.୫୮ କୋଟି ଟଙ୍କା

ଭୁବନେଶ୍ୱର,୨।୧୨(ବ୍ୟୁରୋ): ୨୦୧୯ ସେପ୍ଟେମ୍ବର ସୁଦ୍ଧା ରାଜ୍ୟ ସରକାର ମୋଟ ୮୩,୩୦୭.୧୯କୋଟି ଟଙ୍କା ଋଣ ନେଇଛନ୍ତି। ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୧୯-୨୦ ସେପ୍ଟେମ୍ବର ଶେଷସୁଦ୍ଧା ନେଇଥିବା ଋଣ ପରିଶୋଧ ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ବିଜେଡି ସଦସ୍ୟ ଦେବୀ ରଞ୍ଜନ ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ୨୦୧୪-୧୫ ଆଥିର୍ର୍କ ବର୍ଷରେ ସରକାର ୭୬୩୬.୫୪କୋଟି ଟଙ୍କା ଋଣ ନେଇଥିବା ବେଳେ ୩୦୨୯.୪୦କୋଟି ଟଙ୍କା ପରିଶୋଧ କରିଛନ୍ତି। ଏହି ବର୍ଷ ୨୮୧୦.୨୭କୋଟି ଟଙ୍କା ସୁଧ ବାବଦରେ ପ୍ରଦାନ କରିଛନ୍ତି। ସେହିପରି ୨୦୧୫-୧୬ ଆର୍ଥିକ ବର୍ଷରେ ସରକାର ୧୧,୬୨୫.୩୨କୋଟି ଟଙ୍କା ଋଣ ଆଣିଥିବା ବେଳେ ସେଥିରୁ ୨୮୮୧.୩୭କୋଟି ଟଙ୍କା ଋଣ ପରିଶୋଧ କରିଛନ୍ତି। ଏହି ବର୍ଷ ସରକାର ୩୩୪୩.୩୦ କୋଟି ଟଙ୍କା ସୁଧ ଦେଇଛନ୍ତି। ୨୦୧୬-୧୭ ବର୍ଷରେ ୧୩,୦୮୦.୧୭କୋଟି ଟଙ୍କାର ଋଣ ନେଇଥିବାବେଳେ ୨୯୬୨.୦୫କୋଟି ଟଙ୍କାର ଋଣ ପରିଶୋଧ କରିଛନ୍ତି ଏବଂ ୪୦୩୫.୪୩କୋଟି ଟଙ୍କା ସୁଧ ବାବଦରେ ଦେଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ୧୪୪୧୯.୪୧କୋଟି ଟଙ୍କା ଋଣ ସରକାର ନେଇଥିବାବେଳେ ୨୬୯୦.୨୧ କୋଟି ଟଙ୍କା ଋଣ ପରିଶୋଧ କରିଛନ୍ତି। ସେହିବର୍ଷ ସରକାର ସୁଧ ବାବଦରେ ୪୯୮୮.୩୪କୋଟି ଟଙ୍କା ଦେଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ସରକାର ଋଣ ବାବଦରେ ୧୧,୭୫୦.୩୫କୋଟି ଟଙ୍କା ନେଇଛନ୍ତି। ସେହିବର୍ଷରେ ସରକାର ୩୯୩୯.୭୦କୋଟି ଟଙ୍କା ଋଣ ପରିଶୋଧ କରିଥିବାବେଳେ ୫୮୦୦.୩୭କୋଟି ଟଙ୍କା ସୁଧ ଦେଇଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ସେପ୍ଟେମ୍ବର ଶେଷସୁଦ୍ଧା ସରକାର ୨୭୧୭.୭୯କୋଟି ଟଙ୍କା ଋଣ ଆଣିଥିବା ବେଳେ ୧୦୮୫.୯୧କୋଟି ଟଙ୍କା ଋଣ ପରିଶୋଧ କରିଛନ୍ତି। ଏହିବର୍ଷ ସରକାର ୨୦୦୩.୪୩ କୋଟି ଟଙ୍କା ସୁଧ ବାବଦରେ ପ୍ରଦାନ କରିଛନ୍ତି। ଅର୍ଥାତ୍‌ ସରକାର ୨୦୧୪-୧୫ ଆର୍ଥିକ ବର୍ଷରୁ ଏବେସୁଦ୍ଧା ମୋଟ ୬୧,୨୨୯.୫୮ କୋଟି ଟଙ୍କା ଋଣ କରିଛନ୍ତି। ଏହି ସମୟ ସୁଦ୍ଧା ସରକାର୧୬,୫୮୮.୬୪କୋଟି ଟଙ୍କା ଋଣ ପରିଶୋଧ କରିଛନ୍ତି। ଅନ୍ୟପଟେ ସରକାର ସାଢ଼େ ୫ ବର୍ଷ ମଧ୍ୟରେ ୨୨,୯୮୧.୧୪କୋଟି ଟଙ୍କା ସୁଧ ବାବଦରେ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?