ସାଙ୍ଗମାନେ ମୋତେ ମିଛୁଆ ଭାବୁଥିଲେ

ସଙ୍ଗୀତ ଦୁନିଆରେ ପାଦ ଥାପିବା ପରେ ପ୍ରତିଷ୍ଠା ପାଇବାକୁ ବହୁତ ବିଳମ୍ବ ହୋଇଥିଲା। ଓଡ଼ିଶାରେ ଏହା ଜଣେ କଳାକାରଙ୍କ ପାଇଁ ବି ଏତେ ସହଜ ନୁହେଁ। ଏଣୁ ପ୍ରାୟ ୧୦ବର୍ଷ ଧରି ବିଭିନ୍ନ ଜାତୀୟ ଗଣମାଧ୍ୟମର ରିଏଲିଟି ଶୋ’ରେ ଭାଗ ନେଇଛି। ଜାତୀୟ ସ୍ତରରେ ପରିଚୟ ପାଇବାକୁ ଚେଷ୍ଟା କରିଛି। ଯେଉଁ ରିଏଲିଟି ଶୋ’ରେ ଭାଗ ନିଏ ତା’ର ଅପ୍‌ଡେଟ ଖବର ମୁଁ ମୋ ଫେସ୍‌ବୁକରେ ଅପ୍‌ଲୋଡ କରେ। ଏପରିକି ଅଡିଶନ୍‌ରେ ଭାଗ ନେବାଠାରୁ ଆରମ୍ଭ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀ ମୋ ଫେସ୍‌ବୁକ ଟାଇମ୍‌ଲାଇନରେ ଅପ୍‌ଲୋଡ ହୁଏ। ବିଭିନ୍ନ ଲୋକ ଏହି ପୋଷ୍ଟ ଉପରେ କମେଣ୍ଟ ଦିଅନ୍ତି ଓ ଶୁଭେଚ୍ଛା ଜଣାନ୍ତି। ହେଲେ ରିଏଲିଟି ଶୋ’ରେ ମୋ ଅଂଶଗ୍ରହଣ କରିବା ତଥା ଅଡିଶନ୍‌ର କୌଣସି ଭିଡ଼ିଓ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହୁଏନି। ସେମାନେ ବଛାବଛା ଭିଡ଼ିଓ କେବଳ ଚ୍ୟାନେଲରେ ପ୍ରଦର୍ଶିତ କରନ୍ତି। ଯାହା ଫଳରେ ମୋ ସାଙ୍ଗମାନେ ଏହାକୁ ନେଇ ମଜା ଉଠାନ୍ତି। ଏପରିକି ମୁଁ କୌଣସି ରିଏଲିଟି ଶୋ’ରେ ଭାଗ ନେଇନି କିମ୍ବା ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇନି ବୋଲି ସେମାନେ କୁହନ୍ତି। ମୁଁ ସବୁବେଳେ ମିଛ କହୁଛି ବୋଲି ସେମାନେ କହୁଥିଲେ। ମୋତେ ବି ପୂରା ମିଛୁଆ ଭାବୁଥିଲେ। ହେଲେ ୨୦୧୮ ମସିହାରେ ଟିଭିରେ ରାଇଜିଂ ଷ୍ଟାର୍‌ ଶୋ’ରେ ମୁଁ ଆସିବା ପରେ ତାଙ୍କର ସବୁ ଆଶଙ୍କା ଦୂର ହୋଇଯାଇଥିଲା। ଏଥିରେ ମୋ ପ୍ରଦର୍ଶନ ବହୁତ ଭଲ ରହିଥିଲା। ଶ୍ରେଷ୍ଠ ୧୦ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ହୋଇଥିଲି। ଯେଉଁ ସାଙ୍ଗମାନେ ମୋତେ ମିଛୁଆ ବୋଲି ଧରିନେଇଥିଲେ ସେମାନଙ୍କର ସେତେବେଳେ ହିଁ ମୋ ଉପରେ ବିଶ୍ୱାସ ଆସିଥିଲା।
ଆଉ ଏକ ଅନୁଭୂତିର କଥା। ଭୁବନେଶ୍ୱରରେ ଅନୁଷ୍ଠିତ ରାହଗିରି କାର୍ଯ୍ୟକ୍ରମରେ ଏକ ରୋଡ ଶୋ’ କରୁଥିଲି। ମୋତେ ଚିହ୍ନି ନ ଥିବା କିଛି ଯୁବକ ମୋ ଗୀତ ଶୁଣିବା ସହ ମୋ ବେଶଭୂଷା ଦେଖି ଅରଜିତ୍‌ ସିଂ ବୋଲି ଭାବିନେଇଥିଲେ। ସେମାନେ ମୋ ଗୀତ ଗାଇବାର ଦୃଶ୍ୟକୁ ଭିଡ଼ିଓ ରେକର୍ଡିଂ କରି ୟୁ-ଟ୍ୟୁବ୍‌ରେ ମଧ୍ୟ ଅପ୍‌ଲୋଡ କରିଥିଲେ। ତା’ର ଶୀର୍ଷକ ରଖିଥିଲେ ‘ଅରଜିତ୍‌ ଆଟ୍‌ ଭୁବନେଶ୍ୱର ରାହଗିରି’। ଏହି ଭିଡ଼ିଓ ମୋ ପାଖରେ ପହଞ୍ଚିବା ପରେ ମୁଁ ସେମାନଙ୍କ ସହ ଯୋଗାଯୋଗ କରି ନିଜର ପରିଚୟ ଦେଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri