ସହର ସାନିଟାଇଜ୍‌ରେ ପଶିଲା ପଲିଟିକ୍ସ

ଅନୁଗୋଳ ଅଫିସ, ୨୩।୪: କରୋନା ଭୂତାଣୁ ରୋକିବାକୁ ଅନୁଗୋଳ ପୌରାଞ୍ଚଳରେ ଚାଲିଥିବା ସାନିଟାଇଜ୍‌ ପ୍ରକ୍ରିୟାରେ ଏବେ ପଲିଟିକ୍ସ ପଶିଯାଇଛି। ବୁଧବାର ଏହି କାର୍ଯ୍ୟକୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ବନ୍ଦ କରାଇବା ପରେ ଏପରି ଅଭିଯୋଗ ପଦାକୁ ଆସିଛି। ନଗର କଂଗ୍ରେସ ପକ୍ଷରୁ ଏହି ସାନିଟାଇଜ୍‌ କରାଯାଉଥିବା ପୂର୍ବତନ କାଉନସିଲର ବଲବୀର ସିଂହ ଦାବି କରିବା ସହ ବିଜେଡି ଚାପରେ ପୌର ନିର୍ବାହୀ ଅଧିକାରୀ ଏଥିରେ ରୋକ୍‌ ଲଗାଇଥିବା ଅଭିଯୋଗ କରିଛନ୍ତି। ତେବେ ସରକାରୀ କାର୍ଯ୍ୟକୁ ଅପହରଣ କରି ନଗର କଂଗ୍ରେସ ଏହାକୁ ନିଜ ଦଳର କାମ ବୋଲି କହୁଥିବା ବିଜେଡି ପକ୍ଷରୁ କୁହାଯାଇଛି।
ପୂର୍ବତନ କାଉନସିଲର ସିଂହ କହିଛନ୍ତି, ସାମାଜିକ ଦୂରତା ରକ୍ଷା କରି ସହରରେ ଥିବା ବିଭିନ୍ନ ୱାର୍ଡକୁ ସାନିଟାଇଜ୍‌ କରିବାକୁ କରୋନାର ନୋଡାଲ ଅଧିକାରୀ ତଥା ପିଡି ଅତୁଲ୍ୟ କୁମାର ଚମ୍ପତ୍ତିରାୟଙ୍କ ନିକଟରୁ ନଗର କଂଗ୍ରେସ ଅନୁମତି ନେଇଥିଲା। ଦୁଇଦିନ ଧରି ସହରର ୨୩ ନମ୍ବର ୱାର୍ଡକୁ ସାନିଟାଇଜ୍‌ କରାଯାଉଥିଲା। ହେଲେ ବୁଧବାର ଉକ୍ତ ୱାର୍ଡର ହାତୀଶାଳପଡ଼ାରେ ସାନିଟାଇଜ୍‌ ସମୟରେ ପୌର ନିର୍ବାହୀ ଅଧିକାରୀ ପଣ୍ଡା ଫୋନ କରି ଏପରି କାର୍ଯ୍ୟ ବନ୍ଦ କରିବାକୁ କହିଥିଲେ। ବିପତ୍ତି ସମୟରେ ସମସ୍ତେ ପରସ୍ପରକୁ ସହଯୋଗ କରିବାକୁ ଆଗେଇ ଆସୁଥିବା ବେଳେ ନିର୍ବାହୀ ଅଧିକାରୀ ସାନିଟାଇଜ୍‌ ବନ୍ଦ କରାଇବା ପଛରେ ବିଜେଡିର ଚାପ ରହିଛି। ଏହାକୁ କଂଗ୍ରେସ କର୍ମୀମାନେ ନିନ୍ଦା କରିଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ସହର ସାନିଟାଇଜ୍‌ କରିବା ଦାୟିତ୍ୱ ଅଗ୍ନିଶମ ବିଭାଗର। ଯେଉଁଠାରେ ଏହା ଆବଶ୍ୟକ ପଡ଼ିବ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାହା କରିବେ। କରୋନା ନୋଡାଲ ଅଧିକାରୀ ତଥା ପିଡି ଚମ୍ପତ୍ତିରାୟ କହିଛନ୍ତି, ଏଥିପାଇଁ ନଗର କଂଗ୍ରେସକୁ ଅନୁମତି ଦିଆଯାଇ ନ ଥିଲା। ଉକ୍ତ ଚିଠି ପୌରନିର୍ବାହୀ ଅଧିକାରୀଙ୍କୁ ମାର୍କ କରି ପଠାଯାଇଥିଲା। ଅନୁଗୋଳ ଜିଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ କହିଛନ୍ତି, ସରକାରୀ ଅର୍ଥରେ ପୌରପାଳିକା ପକ୍ଷରୁ ସାନିଟାଇଜ୍‌ କାର୍ଯ୍ୟ ଚାଲିଥିଲା। ହେଲେ ପୌରପାଳିକାର ସାନିଟାଇଜ୍‌ ଗାଡ଼ିରେ ଜବରଦସ୍ତି ଦଳୀୟ ପୋଷ୍ଟର ମରାଯାଇ ତାହାକୁ ନଗର କଂଗ୍ରେସର କାର୍ଯ୍ୟ ବୋଲି ପ୍ରଚାର କରାଯାଉଥିଲା। ତେଣୁ ଏହାକୁ ବିରୋଧ କରାଯାଇଥିବା ବସ୍ତିଆ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri