ସହରାଞ୍ଚଳ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଉଦ୍‌ବେଗ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ସହରାଞ୍ଚଳ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ କଠୋର ହୋଇଛନ୍ତି। ସହରାଞ୍ଚଳ ପରିବେଶକୁ ସୁରକ୍ଷିତ ରଖିବା ଲାଗି କି ପଦକ୍ଷେପ ନିଆଯାଇଛି, ଏ ନେଇ ତୁରନ୍ତ ଜବାବ ଦାଖଲ କରିବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପ୍ରତ୍ୟେକ ସହର ପାଇଁ ବାୟୋ ଡାଇଭରସିଟି କମିଟି ଗଠନ କରିବାକୁ ମଧ୍ୟ ଏନ୍‌ଜିଟି ତାଗିଦ କରିଛି। ୨୦୨୦ ଜାନୁୟାରୀ ୩୧ ତାରିଖ ସୁଦ୍ଧା ଯଦି ଏହି କମିଟି ଗଠନ ନ ହେବ ତେବେ ପ୍ରତିଦିନ ରାଜ୍ୟ ସରକାରଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଭାବେ ଏନ୍‌ଜିଟିରେ ଜମା କରିବାକୁ ପଡ଼ିବ। ଏପରିକି ରାଜ୍ୟ ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ଦେବାକୁ କୁହାଯାଇଛି। ଏହାଛଡ଼ା ସହରାଞ୍ଚଳର ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଜାନୁୟାରୀ ୧୭ ତାରିଖରେ ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବାକୁ କୁହାଯାଇଥିଲା। କାର୍ଯ୍ୟବ୍ୟସ୍ତତା ଯୋଗୁ ଏହାକୁ ଆସନ୍ତା ଫେବୃୟାରୀ ୧୩ ତାରିଖ ଯାଏ ଘୁଞ୍ଚାଇ ଦିଆଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏନ୍‌ଜିଟି ଏହି ଅନୁରୋଧକୁ ମଞ୍ଜୁର କରିବା ସହ ସେହିଦିନ(ଫେବୃୟାରୀ ୧୩)ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ସହ ଗୃହ ନିର୍ମାଣ ବିଭାଗ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମେମ୍ବର ସେକ୍ରେଟାରି ଏନ୍‌ଜିଟିଙ୍କ ନିକଟରେ ହାଜର ହୋଇ ସହରାଞ୍ଚଳ ପରିବେଶ ପାଇଁ ସରକାର ନେଇଥିବା ପଦକ୍ଷେପ ବିଷୟରେ ସତ୍ୟପାଠ ଦାଖଲ କରିବେ। ଏଥିସହିତ ସହରାଞ୍ଚଳରେ ଯାନବାହନଜନିତ ଧୂଆଁ, ପଲିଥିନ, ମେଡିକାଲ ବର୍ଜ୍ୟବସ୍ତୁ, ଜଳ ପ୍ରଦୂଷଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଦି କ୍ଷେତ୍ରରେ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ମଧ୍ୟ ଏନ୍‌ଜିଟି ରିପୋର୍ଟ ତଲବ କରିଛନ୍ତି।
ଦେଶର ବଡ଼ ବଡ଼ ସହରରେ ମାତ୍ରାଧିକ ପ୍ରଦୂଷଣ ଚିନ୍ତା ବଢ଼ାଇଲାଣି। ବାୟୁ, ଜଳ, ମାଟି ଭୟଙ୍କର ଭାବେ ପ୍ରଦୂଷିତ ହେବାରେ ଲାଗିଛି। ଯାନବାହନ ବୃଦ୍ଧି ସାଙ୍ଗକୁ ସବୁଜବଳୟ ନଷ୍ଟ ଯୋଗୁ ପରିବେଶ ବିଗିଡ଼ିବାରେ ଲାଗିଛି। ନିକଟରେ ଦିଲ୍ଲୀରେ ପ୍ରଦୂଷଣ ଅତ୍ୟନ୍ତ ଭୟଙ୍କର ହୋଇଥିଲା। ପିଲାମାନଙ୍କ ସ୍କୁଲ ବନ୍ଦ କରିବାକୁ ପଡ଼ିଥିଲା। କେବଳ ଦିଲ୍ଲୀ ନୁହେଁ, ଦେଶର ଅନେକ ସହର ଅବସ୍ଥା ଶୋଚନୀୟସ୍ତରକୁ ଗତିକଲାଣି। ଓଡ଼ିଶାର ଭୁବନେଶ୍ୱରର ୭ଟି ସହର ଅତି ପ୍ରଦୂଷଣ ତାଲିକାଭୁକ୍ତ ହୋଇସାରିଛି। ଏନ୍‌ଜିଟିର କଡ଼ା ତାଗିଦ ପରେ ସହରାଞ୍ଚଳ ପରିବେଶକୁ ସୁରକ୍ଷିତ ରଖିବାକୁ ରାଜ୍ୟ ସରକାର ସମସ୍ତ ୧୧୪ଟି ସହରାଞ୍ଚଳରେ ବାୟୋ ଡାଇଭରସିଟି କମିଟି ଗଠନ କରିଛନ୍ତି। ସହରାଞ୍ଚଳ ପରିବେଶକୁ କିପରି ସୁରକ୍ଷିତ କରାଯାଇପାରିବ ସେ ଦିଗରେ ବାୟୋ ଡାଇଭରସିଟି କମିଟି ପରାମର୍ଶ ଦେବ। ଏଥିରେ ନଗର ଉନ୍ନୟନ ବିଭାଗର ଜଣେ ଅଧିକାରୀ କନ୍‌ଭେନର ଭାବେ କାର୍ଯ୍ୟ କରିବେ। ଏହି କମିଟିରେ ପରିବେଶବିତ୍‌, ଉଦ୍ୟାନ କୃଷିବିତ୍‌, ଔଷଧୀୟ ବୃକ୍ଷ ବିଶେଷଜ୍ଞ, ମତ୍ସ୍ୟଜୀବୀ ସମୁଦାୟ ପ୍ରତିନିଧି ଆଦି ୭ ଜଣ ସଦସ୍ୟ ରହିବେ। ସେହି କମିଟି ସହରାଞ୍ଚଳ ପରିବେଶକୁ କିପରି ପ୍ରଦୂଷଣ ମୁକ୍ତ ରଖାଯାଇପାରିବ ସେ ନେଇ ପୌର ପ୍ରଶାସନକୁ ପରାମର୍ଶ ଦେବେ। ଏହି କମିଟିର ବିନାନୁମତିରେ ସହରାଞ୍ଚଳରୁ ବୃକ୍ଷ କଟାଯାଇ ପାରିବ ନାହିଁ। କେଉଁ ଅଞ୍ଚଳରେ କି ପ୍ରକାର ପ୍ରଦୂଷଣ ହେଉଛି ସେସବୁକୁ ଅନୁଧ୍ୟାନ କରି କମିଟି ରିପୋର୍ଟ ପ୍ରସ୍ତୁତ କରିବ। ଏହି କମିଟିକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ନିୟମିତ ମନିଟରିଂ କରିବ। କମିଟି ଠିକ୍‌ ଢଙ୍ଗରେ କାର୍ଯ୍ୟ ନ କଲେ ସମ୍ପୃକ୍ତ ପୌରସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍‌ଜିଟି ଚେତାବନୀ ଦେଇଛନ୍ତି। ସତ୍ୟପାଠ ଦାଖଲ କରିବାକୁ ଥିବାରୁ ରାଜ୍ୟ ସରକାର ତରବରିଆ ଭାବେ ଏହି କମିଟି ଗଠନ କରିଛନ୍ତି। ଘର ଘର ବୁଲି କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରିବା, ମାଇକ୍ରୋ କମ୍ପୋଷ୍ଟିଂ ବ୍ୟବସ୍ଥା, ମ୍ୟାଟେରିଆଲ ରିକଭରି ଫାସିଲିଟି(ଏମ୍‌ଆର୍‌ଏଫ୍‌), ୨୪୩ଟି ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ତିଆରି, ୨୮,୬୦୬ ସଫେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ, ୨ ହଜାର ସ୍ବଚ୍ଛସାଥୀ ଏବଂ ୫୧୫ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଥିବା ବେଳେ ବୃକ୍ଷରୋପଣ, ସହର ସୌନ୍ଦର୍ଯ୍ୟକରଣ ଆଦି କାର୍ଯ୍ୟ ହୋଇଛି । ସହରକୁ ପଲିଥିନ ମୁକ୍ତ ରଖିବାକୁ ଚଢ଼ାଉ ଜାରି ରହିଛି। ଏ ପର୍ଯ୍ୟନ୍ତ ୨୧୫୦ ମେଟ୍ରିକ ଟନ୍‌ ପଲିଥିନ ଓ ପ୍ଲାଷ୍ଟିକ ଜବତ ହୋଇଛି। ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏନ୍‌ଜିଟିଙ୍କ ନିକଟରେ ଏ ସବୁ ତଥ୍ୟ ପ୍ରଦାନ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri