ସହରାଞ୍ଚଳ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଉଦ୍‌ବେଗ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ସହରାଞ୍ଚଳ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ କଠୋର ହୋଇଛନ୍ତି। ସହରାଞ୍ଚଳ ପରିବେଶକୁ ସୁରକ୍ଷିତ ରଖିବା ଲାଗି କି ପଦକ୍ଷେପ ନିଆଯାଇଛି, ଏ ନେଇ ତୁରନ୍ତ ଜବାବ ଦାଖଲ କରିବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପ୍ରତ୍ୟେକ ସହର ପାଇଁ ବାୟୋ ଡାଇଭରସିଟି କମିଟି ଗଠନ କରିବାକୁ ମଧ୍ୟ ଏନ୍‌ଜିଟି ତାଗିଦ କରିଛି। ୨୦୨୦ ଜାନୁୟାରୀ ୩୧ ତାରିଖ ସୁଦ୍ଧା ଯଦି ଏହି କମିଟି ଗଠନ ନ ହେବ ତେବେ ପ୍ରତିଦିନ ରାଜ୍ୟ ସରକାରଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଭାବେ ଏନ୍‌ଜିଟିରେ ଜମା କରିବାକୁ ପଡ଼ିବ। ଏପରିକି ରାଜ୍ୟ ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ଦେବାକୁ କୁହାଯାଇଛି। ଏହାଛଡ଼ା ସହରାଞ୍ଚଳର ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଜାନୁୟାରୀ ୧୭ ତାରିଖରେ ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବାକୁ କୁହାଯାଇଥିଲା। କାର୍ଯ୍ୟବ୍ୟସ୍ତତା ଯୋଗୁ ଏହାକୁ ଆସନ୍ତା ଫେବୃୟାରୀ ୧୩ ତାରିଖ ଯାଏ ଘୁଞ୍ଚାଇ ଦିଆଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏନ୍‌ଜିଟି ଏହି ଅନୁରୋଧକୁ ମଞ୍ଜୁର କରିବା ସହ ସେହିଦିନ(ଫେବୃୟାରୀ ୧୩)ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ସହ ଗୃହ ନିର୍ମାଣ ବିଭାଗ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମେମ୍ବର ସେକ୍ରେଟାରି ଏନ୍‌ଜିଟିଙ୍କ ନିକଟରେ ହାଜର ହୋଇ ସହରାଞ୍ଚଳ ପରିବେଶ ପାଇଁ ସରକାର ନେଇଥିବା ପଦକ୍ଷେପ ବିଷୟରେ ସତ୍ୟପାଠ ଦାଖଲ କରିବେ। ଏଥିସହିତ ସହରାଞ୍ଚଳରେ ଯାନବାହନଜନିତ ଧୂଆଁ, ପଲିଥିନ, ମେଡିକାଲ ବର୍ଜ୍ୟବସ୍ତୁ, ଜଳ ପ୍ରଦୂଷଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଦି କ୍ଷେତ୍ରରେ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ମଧ୍ୟ ଏନ୍‌ଜିଟି ରିପୋର୍ଟ ତଲବ କରିଛନ୍ତି।
ଦେଶର ବଡ଼ ବଡ଼ ସହରରେ ମାତ୍ରାଧିକ ପ୍ରଦୂଷଣ ଚିନ୍ତା ବଢ଼ାଇଲାଣି। ବାୟୁ, ଜଳ, ମାଟି ଭୟଙ୍କର ଭାବେ ପ୍ରଦୂଷିତ ହେବାରେ ଲାଗିଛି। ଯାନବାହନ ବୃଦ୍ଧି ସାଙ୍ଗକୁ ସବୁଜବଳୟ ନଷ୍ଟ ଯୋଗୁ ପରିବେଶ ବିଗିଡ଼ିବାରେ ଲାଗିଛି। ନିକଟରେ ଦିଲ୍ଲୀରେ ପ୍ରଦୂଷଣ ଅତ୍ୟନ୍ତ ଭୟଙ୍କର ହୋଇଥିଲା। ପିଲାମାନଙ୍କ ସ୍କୁଲ ବନ୍ଦ କରିବାକୁ ପଡ଼ିଥିଲା। କେବଳ ଦିଲ୍ଲୀ ନୁହେଁ, ଦେଶର ଅନେକ ସହର ଅବସ୍ଥା ଶୋଚନୀୟସ୍ତରକୁ ଗତିକଲାଣି। ଓଡ଼ିଶାର ଭୁବନେଶ୍ୱରର ୭ଟି ସହର ଅତି ପ୍ରଦୂଷଣ ତାଲିକାଭୁକ୍ତ ହୋଇସାରିଛି। ଏନ୍‌ଜିଟିର କଡ଼ା ତାଗିଦ ପରେ ସହରାଞ୍ଚଳ ପରିବେଶକୁ ସୁରକ୍ଷିତ ରଖିବାକୁ ରାଜ୍ୟ ସରକାର ସମସ୍ତ ୧୧୪ଟି ସହରାଞ୍ଚଳରେ ବାୟୋ ଡାଇଭରସିଟି କମିଟି ଗଠନ କରିଛନ୍ତି। ସହରାଞ୍ଚଳ ପରିବେଶକୁ କିପରି ସୁରକ୍ଷିତ କରାଯାଇପାରିବ ସେ ଦିଗରେ ବାୟୋ ଡାଇଭରସିଟି କମିଟି ପରାମର୍ଶ ଦେବ। ଏଥିରେ ନଗର ଉନ୍ନୟନ ବିଭାଗର ଜଣେ ଅଧିକାରୀ କନ୍‌ଭେନର ଭାବେ କାର୍ଯ୍ୟ କରିବେ। ଏହି କମିଟିରେ ପରିବେଶବିତ୍‌, ଉଦ୍ୟାନ କୃଷିବିତ୍‌, ଔଷଧୀୟ ବୃକ୍ଷ ବିଶେଷଜ୍ଞ, ମତ୍ସ୍ୟଜୀବୀ ସମୁଦାୟ ପ୍ରତିନିଧି ଆଦି ୭ ଜଣ ସଦସ୍ୟ ରହିବେ। ସେହି କମିଟି ସହରାଞ୍ଚଳ ପରିବେଶକୁ କିପରି ପ୍ରଦୂଷଣ ମୁକ୍ତ ରଖାଯାଇପାରିବ ସେ ନେଇ ପୌର ପ୍ରଶାସନକୁ ପରାମର୍ଶ ଦେବେ। ଏହି କମିଟିର ବିନାନୁମତିରେ ସହରାଞ୍ଚଳରୁ ବୃକ୍ଷ କଟାଯାଇ ପାରିବ ନାହିଁ। କେଉଁ ଅଞ୍ଚଳରେ କି ପ୍ରକାର ପ୍ରଦୂଷଣ ହେଉଛି ସେସବୁକୁ ଅନୁଧ୍ୟାନ କରି କମିଟି ରିପୋର୍ଟ ପ୍ରସ୍ତୁତ କରିବ। ଏହି କମିଟିକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ନିୟମିତ ମନିଟରିଂ କରିବ। କମିଟି ଠିକ୍‌ ଢଙ୍ଗରେ କାର୍ଯ୍ୟ ନ କଲେ ସମ୍ପୃକ୍ତ ପୌରସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍‌ଜିଟି ଚେତାବନୀ ଦେଇଛନ୍ତି। ସତ୍ୟପାଠ ଦାଖଲ କରିବାକୁ ଥିବାରୁ ରାଜ୍ୟ ସରକାର ତରବରିଆ ଭାବେ ଏହି କମିଟି ଗଠନ କରିଛନ୍ତି। ଘର ଘର ବୁଲି କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରିବା, ମାଇକ୍ରୋ କମ୍ପୋଷ୍ଟିଂ ବ୍ୟବସ୍ଥା, ମ୍ୟାଟେରିଆଲ ରିକଭରି ଫାସିଲିଟି(ଏମ୍‌ଆର୍‌ଏଫ୍‌), ୨୪୩ଟି ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ତିଆରି, ୨୮,୬୦୬ ସଫେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ, ୨ ହଜାର ସ୍ବଚ୍ଛସାଥୀ ଏବଂ ୫୧୫ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଥିବା ବେଳେ ବୃକ୍ଷରୋପଣ, ସହର ସୌନ୍ଦର୍ଯ୍ୟକରଣ ଆଦି କାର୍ଯ୍ୟ ହୋଇଛି । ସହରକୁ ପଲିଥିନ ମୁକ୍ତ ରଖିବାକୁ ଚଢ଼ାଉ ଜାରି ରହିଛି। ଏ ପର୍ଯ୍ୟନ୍ତ ୨୧୫୦ ମେଟ୍ରିକ ଟନ୍‌ ପଲିଥିନ ଓ ପ୍ଲାଷ୍ଟିକ ଜବତ ହୋଇଛି। ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏନ୍‌ଜିଟିଙ୍କ ନିକଟରେ ଏ ସବୁ ତଥ୍ୟ ପ୍ରଦାନ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri