ସରୋଜଙ୍କ ସଚ୍ଚୋଟପଣିଆ: ପାଇଥିବା ଟଙ୍କା, ଗହଣା ଫେରାଇଲେ

କାମାକ୍ଷାନଗର,୪।୧୨(ଡି.ଏନ.ଏ.)-ଡ୍ରାଇଭରଙ୍କ ସାମାନ୍ୟତମ ଭୁଲ ଯୋଗୁ ତାଙ୍କ ହାତରେ ଲାଗିଥିଲା ଟଙ୍କା, ଅଳଙ୍କାର ଭର୍ତ୍ତି ବ୍ୟାଗ୍‌। ଚାହିଁଥିଲେ ଏହାକୁ ରଖିଦେଇପାରନ୍ତେ ନିଜ ପାଖରେ। ହେଲେ ଏହା ତାଙ୍କୁ ପାପବୋଧ ହେଲା। ତେଣୁ ସେ ଫେରାଇଦେଲେ ସେସବୁକୁ। ସାମନ୍ୟ ଲୋଭରୁ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନ ଥିବାବେଳେ ପାଇଥିବା ଧନକୁ ପ୍ରକୃତ ମାଲିକଙ୍କୁ ଫେରାଇ ଦେଇ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି କାମାକ୍ଷାନଗର ଇଲେକ୍ଟ୍ରି ଛକରେ ସେଲୁନ୍‌ କରି ପେଟ ପୋଷୁଥିବା ଯୁବକ ସରୋଜ କୁମାର ବାରିକ ଓରଫ୍‌ ଲିଟୁ (୨୬)।
ସମ୍ପୂର୍ଣ୍ଣ ଘଟଣା ଏହିପରି, ସରୋଜଙ୍କ ଘର କାମାକ୍ଷାନଗର ଏନଏସି ଅଧୀନ ଆଳତୁମା ଗ୍ରାମରେ। ଜଣେ ସମ୍ପର୍କୀୟଙ୍କ ଦେହ ଅସୁସ୍ଥ ଥିବାରୁ ସୋମବାର ସେ କେନ୍ଦୁଝର ଆସୁଥିବା ଏକ ବସ୍‌ରେ କଟକରୁ ଔଷଧ ମଗାଇଥିଲେ। ସେହି ବସ୍‌ରେ କଟକରେ ରହି ନର୍ସ ଭାବେ କାମ କରୁଥିବା ଜଣେ ମହିଳା ନିଜ ଘର ଗଡ଼ପଳାଶୁଣୀକୁ ନଗଦ ୧୦ ହଜାର ଟଙ୍କା ସହ କିଛି ଅଳଙ୍କାର ପଠାଇଥିଲେ। ହେଲେ ବସ୍‌ର ଡ୍ରାଇଭର ଅଜାଣତରେ ମହିଳାଙ୍କ ବ୍ୟାଗକୁ ସରୋଜଙ୍କୁ ଦେଇ ଦେଇଥିଲେ। ସରୋଜ ବ୍ୟାଗ୍‌ ଖୋଲି ଦେଖିବା ପରେ ଘଟଣା ଜାଣି ପାରିଥିଲେ। ନର୍ସଙ୍କ ପରିବାର ଟଙ୍କା, ଗହଣା ଥିବା ବ୍ୟାଗ୍‌ ନ ପାଇ ୬୦ କିମି ଦୂର କାମାକ୍ଷାନଗର ଆସି ଛାନଭିନ୍‌ କରିଥିଲେ। କାଳେ କୌଣସି ଔଷଧ ଦୋକାନୀ ହାତରେ ଉକ୍ତ ବ୍ୟାଗ ଲାଗିଥିବ ଭାବି ସେମାନେ ପଚରାଉଚୁରା କରି ନିରାଶରେ ଘରକୁ ଫେରିଥିଲେ। ସରୋଜ ମହିଳାଙ୍କ ଭାଇ ଲିଟୁ ସିଂଙ୍କ ସହ ଯୋଗାଯୋଗ କରି ଟଙ୍କା, ଗହଣା ଭର୍ତ୍ତି ବ୍ୟାଗ୍‌ ଫେରାଇଥିଲେ। ହଜି ଯାଇଥିବା ବ୍ୟାଗ୍‌ ମିଳିବା ପରେ ଲିଟୁ ଇଲେକ୍ଟ୍ରି ଛକରେ ଥିବା ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏଥିସହ ସରୋଜଙ୍କ ସଚ୍ଚୋଟ ପଣିଆକୁ ସେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri