ସରୁନି ଜାନିବିଲି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅବଧିର ୬ ମାସ ପୂରିବା ପରେ ବି ମିଳିଲାନି ପାଣି

ବ୍ରହ୍ମପୁର ଅଫିସ,୧୫ା୬-ଜାନିବିଲି ବୃହତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏହାର ଅଗ୍ରଗତି ନେଇ ସମୀକ୍ଷା ପରେ ସମୀକ୍ଷା ବୈଠକ ହୋଇଛି । ଯୋଜନା କେବେ ସମ୍ପୂର୍ଣ୍ଣ ହେବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି । ନିର୍ମାଣ ଦାୟିତ୍ୱ ନାମୀଦାମୀ ଠିକା ସଂସ୍ଥାକୁ ନ୍ୟସ୍ତ କରାଯାଇଛି । ସେହି ଘରୋଇ ଉଦ୍ୟୋଗ ମନଇଚ୍ଛା କାମ କରୁଛି ଏବଂ ସରକାରୀ ପଦାଧିକାରୀ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ବହୁବାର ତାଗିଦକୁ ତିଳେମାତ୍ର ଖାତିରି କରୁ ନ ଥିବାରୁ କେବଳ ପାଣି ନୁହେଁ ରାସ୍ତାଘାଟ ସମସ୍ୟା ବଢ଼ି ଚାଲିଛି ।
ଅନ୍ୟପକ୍ଷରେ ଆସନ୍ତା ନଭେମ୍ବର ସୁଦ୍ଧା ବ୍ରହ୍ମପୁରର ସମସ୍ତ ଘରକୁ ପାଇପ ସଂଯୋଗ କରି ନିୟମିତ ଜାନିବିଲି ଜଳ ଯୋଗାଣ କରାଯିବ ବୋଲି ଗୁରୁବାର ଅନୁଷ୍ଠିତ ଅନ୍ୟ ଏକ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି ।ତେବେ ଏହା କେତେଦୂର କାର୍ଯ୍ୟକାରୀ ହେବ ସେନେଇ ମହାନଗରବାସୀ ଅପେକ୍ଷା କରିଛନ୍ତି। ବ୍ରହ୍ମପୁର ସହରରେ ଦୀର୍ଘ ୩ ଦଶନ୍ଧି ଧରି ଲାଗି ରହିଥିବା ପିଇବା ପାଣି ସଙ୍କଟର ସ୍ଥାୟୀ ସମାଧାନ ପାଇଁ ଜାନିବିଲି ଡ୍ୟାମରୁ ଦକ୍ଷିଣପୁର ଜଳଭଣ୍ଡାର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଭୂତଳ ମୋଟା ପାଇପ ଲାଇନ ଯୋଗେ ପାଣି ଅଣାଯିବାକୁ ସରକାର ନିଷ୍ପତ୍ତି ନେଇଥିଲେ ।
୨୦୧୩ ଅକ୍ଟୋବର ୩ରେ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକତ୍ଳ ଆଶ୍ରମ ରୋଡସ୍ଥ ଜନସ୍ବାସ୍ଥ୍ୟ ବିଭାଗର ପାଣି ଟାଙ୍କି ପରିସରରେ ଶିଳାନ୍ୟାସ କରିଥିଲେ । ବଜେଟରେ ବ୍ୟୟବରାଦ ଓ ପ୍ରଶାସନିକ ମଞ୍ଜୁରୀ ନ ଥାଇ ଏହା କରାଯାଇଥିଲା । ଏହାର ୩ ବର୍ଷ ପରେ ୨୦୧୬ ନଭେମ୍ବର ୩୦ରେ ପୁଣି ଦ୍ୱିତୀୟ ଥର ଜାନିବିଲି ପ୍ରକଳ୍ପ ନିମନ୍ତେ ମୁଖ୍ୟମନ୍ତ୍ରୀ ମହାନଗର ଉପକଣ୍ଠ ଜଗଦଳପୁର ନିକଟରେ ଶୁଭ ଦେଲେ। ଯୋଜନା ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଥିବାରୁ ଜଗଦଳପୁରରେ ବୃହତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଆଙ୍କୁଶପୁର ପଡ଼ିଆରେ ଏହି ଉପଲକ୍ଷେ ଆୟୋଜିତ ଜନସମାବେଶରେ ଦୁଇବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୧୮ ନଭେମ୍ବର ୩୦ରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାର ଅବଧି ସରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସରି ନ ଥିଲା । ଭୋଟ ରାଜନୀତି ପାଇଁ ନିର୍ବାଚନ ପୂର୍ବରୁ ୨୦୧୯ ମାର୍ଚ୍ଚ ୩ରେ ଅସମ୍ପୂର୍ଣ୍ଣ ଜାନିବିଲି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ । ସେତେବେଳେ ଏହାକୁ ବିରୋଧୀ କଂଗ୍ରେସ ଓ ଭାଜପା କଡ଼ା ସମାଲୋଚନା ମଧ୍ୟ କରିଥିଲା ।
ବିଜେଡିର ଗତ ନିର୍ବାଚନୀ ପ୍ରଚାରରେ ଜାନିବିଲି ଯୋଜନାକୁ ମୁଖ୍ୟ ପ୍ରସଙ୍ଗ କରାଗଲା । ଯେଉଁ କଂଗ୍ରେସ ନେତାମାନେ ପ୍ରକଳ୍ପ ନେଇ ତାଚ୍ଛଲ୍ୟ କରିଥିଲେ ଘଟଣାଚକ୍ରରେ ସେମାନେ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେବା ସହ ଲୋକସଭା ଓ ବିଧାନସଭା ଲଢ଼ିବା ପାଇଁ ପ୍ରାର୍ଥୀ ମଧ୍ୟ ହେଲେ । ପୂର୍ବ ସମାଲୋଚନା ପାସୋରି ବ୍ରହ୍ମପୁର ଜଳ ସଙ୍କଟ ଦୂର ପାଇଁ ବିଜେଡି ସରକାରଙ୍କ ଏହି ପ୍ରକଳ୍ପର ପ୍ରଶଂସା କରି ଭୋଟ ମାଗିଲେ ଓ ସଫଳ ମଧ୍ୟ ହେଲେ । ଅନ୍ୟପକ୍ଷରେ ପ୍ରକଳ୍ପ ନିର୍ମାଣ ଧିମା ହୋଇଥିବାରୁ ରାଜ୍ୟ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିିବ ଓ ଜିଲାପାଳ ବାରମ୍ବାର ସମୀକ୍ଷା ବୈଠକ କରିଥିଲେ । ଫଳ ଶୂନ ହେବାରୁ ଗତ ଏପ୍ରିଲ ୨୦ରେ ମୁଖ୍ୟ ଶାସନ ସଚିବ ବ୍ରହ୍ମପୁରରେ ସମୀକ୍ଷା କରି ଶୀଘ୍ର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ପରବର୍ତ୍ତୀ ପର୍ଯ୍ୟାୟରେ ଜିଲାପାଳ ଓ ବିଏମସି କମିଶନର ଘନ ଘନ ସମୀକ୍ଷା କରି ସମ୍ପୃକ୍ତ ଠିକା ସଂସ୍ଥାକୁ ତାଗିଦ୍‌ କରିଥିଲେ । ଶେଷରେ ଗୁରୁବାର ପୁଣି ସମୀକ୍ଷା କରାଗଲା ଏବଂ ଏମପି ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ । ଉଭୟ ଲୋକ ପ୍ରତିନିଧି ନିର୍ମାଣରେ ବିଳମ୍ବ ଯୋଗୁ ଅସନ୍ତୋଷ ପ୍ରକାଶ କରିଥିଲେ । ପାଇପ ଲାଇନ ବିଛାଇବା ପାଇଁ ସବୁ ଅଞ୍ଚଳରେ ରାସ୍ତା ଖୋଳି କଦର୍ଯ୍ୟ କରିଥିବାରୁ ଯଦି ଦୁର୍ଘଟଣା ଘଟିବ ତେବେ ଠିକା ସଂସ୍ଥା ବିରୋଧରେ ଫୌଜଦାରି ମାମଲା ରୁଜୁ ହେବାର ଜିଲାପାଳ ସତର୍କ କରି ଦେଇଛନ୍ତି । ଆସନ୍ତା ନଭେମ୍ବର ସୁଦ୍ଧା ସମସ୍ତଙ୍କ ଘରକୁ ଜାନିବିଲି ପାଣି ଯୋଗାଇ ଦିଆଯିବ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଏମପି ସାହୁ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri