Posted inରାଜ୍ୟ

ସରିଲା ସାଧାରଣ ନିର୍ବାଚନ, ଏବେ ପୌର ନିର୍ବାଚନ ଉପରେ ନଜର

ପାରାଦୀପ,୬ା୬(ସ୍ବ.ପ୍ର.): ସାଧାରଣ ନିର୍ବାଚନକୁ ନେଇ ସୃଷ୍ଟି ହୋଇଥିବା ଉଷ୍ମତା ଏବେ ଏକ ପ୍ରକାର ଶାନ୍ତ ପଡିଲାଣି। ରାଜ୍ୟ ଓ କେନ୍ଦ୍ରରେ ନୂଆ ସରକାର ଦାୟିତ୍ୱ ନେଇସାରିଲେଣି। ସେହି ଉଷ୍ମତା ପ୍ରଶମିତ ହେବା ପରେ ଏବେ ରାଜ୍ୟରେ ପୌର ନିର୍ବାଚନକୁ ନେଇ ଆଲୋଚନା ଆରମ୍ଭ ହେଲାଣି। ଅର୍ଥାତ୍‌ ଗତବର୍ଷଠାରୁ ଖାଲି ପଡ଼ିଥିବା ୯୮ ପୌର ପରିଷଦ/ବିଜ୍ଞପିତ ଅଞ୍ଚଳ ଓ ୨୦୨୦ରେ ହେବାକୁ ଥିବା ୭ ପୌର ପରିଷଦ/ବିଜ୍ଞପିତ ଅଞ୍ଚଳ ନିର୍ବାଚନ ପାଇଁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ନିଜ ଅଞ୍ଚଳରେ ଥିବା ପୌରପାଳିକା/ଏନ୍‌ଏସି ପାଇଁ କର୍ମୀମାନେ ନୂତନ ବିଧାୟକଙ୍କ ଆଗରେ ପ୍ରସ୍ତାବ ରଖିଲେଣି। ଅନ୍ୟପକ୍ଷରେ ଉକ୍ତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ଓ ରାଜ୍ୟ ସରକାରଙ୍କ ପୂର୍ବଘୋଷିତ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଅଧାରେ ରହିଛି। ଉକ୍ତ ସମସ୍ତ ଆଇନଗତ କଟକଣା ଓ ଅଧ୍ୟକ୍ଷ ଚୟନ ପ୍ରସଙ୍ଗ ଏବେ ନଗର ଉନ୍ନୟନ ବିଭାଗ ପାଖରେ ଅଟକିଛି। ଏ ସମସ୍ତ ପ୍ରକ୍ରିୟାକୁ ନେଇ ଏବେ ପୌରାଞ୍ଚଳର ଆଶାୟୀ କାଉନ୍‌ସିଲର ପ୍ରାର୍ଥୀ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ସୂଚନାଯୋଗ୍ୟ, ପୌରାଞ୍ଚଳରେ ଆସନ ସଂରକ୍ଷଣ ପ୍ରସଙ୍ଗ ସୁପ୍ରିମକୋର୍ଟକୁ ଯିବା ପରେ ୯୮ ପୌରାଞ୍ଚଳର ନିର୍ବାଚନ ଅଟକିରହିଛି। ସେହି ସ୍ଥାନରେ ଏବେ ପ୍ରଶାସନିକ ଅଧିକାରୀମାନେ ଦାୟିତ୍ୱରେ ଅଛନ୍ତି। ମହିଳା ଆସନ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ମତ ଦେଇସାରିଛନ୍ତି। ଏହାବାଦ୍‌ ୭ ପୌରାଞ୍ଚଳ/ଏନ୍‌ଏସିର କାର୍ଯ୍ୟକାଳ ୨୦୨୦ ଏପ୍ରିଲ ୧୭ରେ ସରିବ। ସେହି ୭ଟି ହେଲା ପାରାଦୀପ, ପଟ୍ଟାମୁଣ୍ଡଶଇ, ସୁନାବେଡା, ବେଲପାହାଡ, ପାରଳାଖେମୁଣ୍ଡି, ହିନ୍ଦୋଳ ଓ ବଡ଼ବିଲ। ଧାର୍ଯ୍ୟ ଦିନର ୨ ମାସ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ଆଉ ୮ ମାସ ପରେ ପ୍ରକ୍ରିୟା ଆରମ୍ଭ ହେବ। ଉକ୍ତ ନିର୍ବାଚନକୁ ନେଇ ପାରାଦୀପରେ ଗୋଟି ଚାଳନା ଆରମ୍ଭ ହେଲାଣି। ପୂର୍ବରୁ ବିଧାୟକ ଥିବା ଦାମୋଦର ରାଉତ ଉକ୍ତ ନିର୍ବାଚନରେ ବିଜେଡି ପାଇଁ ସମସ୍ତ ନିଷ୍ପତ୍ତି ନେଇଥାନ୍ତି। ଏବେ ଦାମଙ୍କ ବଦଳରେ ତାଙ୍କ ପୁତ୍ର ସମ୍ବିତ ରାଉତରାୟ ନୂଆ ବିଧାୟକ ହୋଇଛନ୍ତି। ତେଣୁ ସେ କିଭଳି ରଣନୀତି ପ୍ରସ୍ତୁତ କରୁଛନ୍ତି ତାହା ଦେଖିବାର ଅଛି। ୨୦୦୪ରୁ ପୌରଶାସନ ବିଜେଡି କବ୍‌ଜାରେ ରହିଛି। କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଥିଲା। ୨୦୧୫ ପୌର ନିର୍ବାଚନରେ ଭାଜପା ଗୋଟିଏ ଓ୍ବାର୍ଡ ହାତେଇଥିଲା ଓ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳେ ଜଣେ କଂଗ୍ରେସ କାଉନସିଲର ବିଜେଡିରେ ମିଶିଛନ୍ତି। ସେପଟେ ଏକମାତ୍ର ଭାଜପା କାଉନସିଲର କଂଗ୍ରେସରେ ମିଶିଛନ୍ତି। ଏମିତି ଦେଖିଲେ ରାଜନୀତି ଏକ ପ୍ରକାର ଗୋଳିଆ ରହିଛି। ଆଉ ଏକ କଥା ହେଲା ପାରାଦୀପ ପୌରାଞ୍ଚଳର ସମ୍ପ୍ରସାରଣ। ୨୦୧୫ରୁ ପାରାଦୀପ ପୌରାଞ୍ଚଳରେ ଇଫ୍‌କୋ, ଏସାରଷ୍ଟିଲ, ୨ଟି କାର୍ବନ କାରଖାନା, ତୈଳ ବିଶୋଧନାଗାର ସମେତ ନୂଆଗଡ଼ ଓ ପାରାଦୀପ ଗଡ଼ ପଞ୍ଚାୟତର କିଛି ଅଞ୍ଚଳ ସାମିଲ ହେବାର ଫାଇଲ ନଗର ଉନ୍ନୟନ ବିଭାଗରେ ପଡ଼ିରହିଛି। ପୂର୍ବତନ ବିଧାୟକଙ୍କ ଦମ୍ଭୋକ୍ତି ଓ କେତେକ ସଙ୍ଗଠନର ବିରୋଧ ଯୋଗୁ ମିଶ୍ରଣ ସମ୍ପ୍ରସାରଣ ସମସ୍ୟା ସମାଧାନ ହୋଇନାହିଁ। ୨୦୨୦ ପୌର ନିର୍ବାଚନ ପୂର୍ବରୁ ତାହା ସମ୍ଭବ ହେବ କି ନାହିଁ ତାହା ଅନିଶ୍ଚିତତାରେ ରହିଛି। ପୌରାଞ୍ଚଳ ସମ୍ପ୍ରସାରଣ ନ ହେବା ଫଳରେ ଉଦୟ ବିହାରରେ ଥିବା ୫୦୦ରୁ ଊର୍ଦ୍ଧ୍ୱ ବାସିନ୍ଦା ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। କାରଣ ଗତ ୧୦ ବର୍ଷ ମଧ୍ୟରେ ସୃଷ୍ଟ ଏହି କଲୋନୀ ପଞ୍ଚାୟତ କିମ୍ବା ପୌର ପରିଷଦରେ ସାମିଲ ହୋଇନାହିଁ। ଶିଳ୍ପଗୁଡିକ ପୌରାଞ୍ଚଳରେ ସାମିଲ ହୋଇ ନ ଥିବା ଯୋଗୁ ସେହି ଅଞ୍ଚଳରେ ପୌରସେବା ପହଞ୍ଚତ୍ ପାରୁନାହିଁ କି ସେମାନେ ଟିକସ ଦେଉନାହାନ୍ତି। ଏମିତି ଅନେକ ଅଡୁଆ ପୌର ନିର୍ବାଚନ ପାଇଁ ରହିଛି। ତାହାକୁ ଏବେର ସରକାର କିପରି ସମାଧାନ କରୁଛନ୍ତି ଦେଖିବାକୁ ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri