Posted inବରଗଡ଼

ସରକାରୀ ପୋରଛାହନ୍‌ ଅଭାବ୍‌: ବୁଡ଼ବାର ଉପରେ ଲୋକ୍‌କଳା ସଂଚାର

 

ଜାମଟିକ୍ରା, ୨୦।୮ (ଡି.ଏନ୍‌.ଏ.):
ଭାରତୀୟ କଳା, ସଂସ୍କୃତି, ପରବ୍‌ ପରବାନୀ ବିଶ୍ୱରେ ଗୁଟେ ଅଲଗ୍‌ ପରିଚଏ ସୁରୁଷ୍‌ଟି କରିଛେ। ହେଲେ ଆଏଜ୍‌କାଲି ବିଦେଶୀ ସଂସ୍କୃତି ପରଭାବରେ ଆମର ଦେଶୀ କଳା, ସଂସ୍କୃତି ଖପି ଗଲାନ। ଆଘ ଗଁାଗଁଲିରୁ ସହର ତକ୍‌ ପାଲା, ଦାସକାଠିଆ, ସଂଚାର ଲେଖେଁ ଲୋକ୍‌ କଳା ଦେଖ୍‌ବାକେ ମିଲୁଥିଲା। ହେଲେ ବିଦେଶୀ ସଂସ୍କୃତିର ବଡ଼ଭାରି ପରଚଲନ ଲାଗି ଦେଶୀ ଲୋକ୍‌କଳା ସମାଜରୁ ମେଟି ଯିବାକେ ବସଲାନ। କଁା ଭଁା ଗଁାଗଁଡ଼ାରେ ପାଲା, ଦାସକାଠିଆ ହେଉଥିଲାବେଲେ ସଂଚାର ଗୁଟେ ପରକାର ଲୋକ୍‌ଲୋଚନ୍‌ରୁ ଉଭି ଗଲାନ। ଇ ସବୁ ଲୋକ୍‌କଳାକେ ପେସା କରି ଝନେ କଳାକାର ଆଏଜ୍‌କାଲି କୁଟୁମ୍‌ ପୁଷ୍‌ବାର ସମ୍‌ଭବ ନୁହେ। ଯେନ୍‌ଥିରଲାଗି ଆଏଜ୍‌କାଲିର ଯୁବକ୍‌ମାନେ ଇ ସବୁ କଳା ଉପରେ ଧିଆନ୍‌ ନାଇଁ ଦେବାର।
ଦିନ୍‌ ଥିଲା ବରଗଡ଼ ଜିଲାରେ ଲୁକ୍‌କର ମନୋରଂଜନର ଜରିଆ ପାଲଟିଥିଲା ସଂଚାର। ଇଥ୍‌ରେ ବେଭାର ହେଉଥିବାର ବାଦ୍ୟଯନ୍ତ୍ର ସତେ ଯେନ୍‌ତା ଏହେଦେ ଅଦରକାରୀ ପାଲଟିଯାଇଛେ। ୩ ଝନ୍‌ କଳାକାରକୁଁ ନେଇ ଗୁଟେ ସଂଚାର ଦଲ୍‌ ହେଉଥିଲା। ସେଥ୍‌ରେ ଝନେ ମୁରଦୁଂଗିଆ ଆର ଦୁଇ ଝନ୍‌ ସହଯୋଗୀ ରହୁଥିଲେ। ସେନ୍‌ତା କଳାକାରମାନକର ପିଁଧନ୍‌ ଉଢ଼ନ୍‌ ବି ଥିଲା ଅଲଗ୍‌ ପରକାର। ପିଁଧନ୍‌ ଉଢ଼ନ୍‌ରେ ରଂଗୀନ୍‌ କପଡ଼ାଲତା ବେଭାର ହେଉଥିଲାବେଲେ କାନେ କୁଣ୍ଡଳ, ବେଁକେ ସୁନାର ହାର, ମୁଡେ ଚୁଲିପଗଡ଼ି ଆର ପାଦେ ଘୁଲଘୁଲା ବଁାଧି କଳାକାରମାନେ ନାଚ୍‌ଗୀତ ପରିବେଷନ୍‌ କରୁଥିଲେ। ଦରକାରବେଲେ ବିଷେବସ୍ତୁକେ ଅଧ୍‌କା ସରସ୍‌ କରବାର ଲାଗି କଳାକାରମାନେ ଭିନେ ଭିନେ ଚରିତ୍‌ରରେ ଅଭିନଏ କରି, ଦେଖନ୍‌ହାରିକର ମନ୍‌ ମୁହୁଥିଲେ। ମଝିରେ ମଝିରେ ଆଂଚଲିକ୍‌ ଢ଼ଗ କହି ଲୁକ୍‌କୁ ହଁସଉଥିଲେ। ସଂଚାର କଳାକାରମାନକର ବିଶାସ୍‌ ଯେ, ସବୁ କଳାରେ ସ୍ବୟଂ ଭଗବାନ ରହିଛନ୍‌। ସେଥିରଲାଗି କାଯ୍‌କରମ ଆରମ୍‌ରୁ ଗୁଟେ ଖାସ୍‌ ତାଲ୍‌ରୁ ବାଜ୍‌ନା ଆରମ୍‌ ହେଇ ସେ ତାଲ୍‌ରେ ଶେଷ୍‌ ହେବାର ନିୟମ ରହିଛେ। ହେଲେ ଆଧୁନିକତାର ଛାପ୍‌ରେ ଦିନୁଦିନ୍‌କେ ଇ ଲୋକ୍‌କଳା ଲୋପ୍‌ ପାଏବାକେ ବସୁଛେ। ଦୁଖର କଥା ଆଧୁନିକ ଯୁଗ୍‌ ସଂଗେ ତାଲ୍‌ ଦେଇ ଚାଲୁଥିବାର ବଡ଼ଭାଗି ଯୁବକ୍‌ ଇ କଳା ବାବ୍‌ଦେ ନାଇଁ ଜାନି। ଇଥିରଲାଗି ଅନେକ ସଂଚାର କଳାକାର ସରକାରକୁଁ ଦାଇ କରିଛନ୍‌। ଦିନ୍‌ଥିଲା ପାରମ୍ପରିକ ଲୋକ୍‌କଳା ସଂଚାରର ପଶ୍ଚିମ ଓଡ଼ିଶାରେ ଗୁଟେ ଖାସ୍‌ ପରିଚଏ ଥିଲା। ହେଲେ ସରକାରୀ ପୋରଛାହନ୍‌ ଅଭାବୁ ଏହେଦେ ଇ ଲୋକ୍‌କଳା ସମାଜରୁ ଉଭି ଯିବାକେ ବସ୍‌ଲାନ। ବରଗଡ଼ ଜିଲାର ସ୍ବର୍ଗତ ମନବୋଧ ଭାଟ, ବିଶାଖା ରଣା, ମାୟାଧର ଧୋବା, ଦୁର୍ଲଭ ଦାସ ପରମୁଖ ଇ ଲୋକ୍‌କଳାକେ ଲୋକ୍‌ଲୋଚନକେ ଆନିଥିଲେ। ଏହେଦେ ତାକର ଶିଷ୍ୟମାନେ ତାଳମେଣ୍ଡାର କ୍ଷମାନିଧି ସାହୁ, ରୂପାପାଲିର ପାର୍ବତୀ ଦାଶ, ଚିନାମାଳି ଦାଶ ଇ କଳାକେ ବଁଚେଇ ରଖ୍‌ବାର ଲାଗି ଚେଷ୍‌ଟା ଚଲେଇଛନ୍‌। ଧନୁଯାତ୍‌ରା, ବାଲିଯାତ୍‌ରାରେ ଇ କଳା ଦେଖ୍‌ବାକେ ମିଲୁଛେ। ହେଲେ ଇ କଳାକେ ବଁଚେଇ ରଖ୍‌ବାର ଲାଗି ହେଲେ ସରକାରୀ ପୋରଛାହନ୍‌ର ନିହାତି ଦରକାର ରହିଛେ। ଇ କଳାକାରମାନକର ଲାଗି ଗୁଟେ ଖାସ୍‌ ତାଲିମ କେନ୍ଦ୍ର ଥାପନା କରାଯିବାର କଥା। ଏନ୍‌ତା ହେଲେ ଅନେକ କଳାକାର ବାହାରବାର ସଂଗେ ଇ ଲୋକ୍‌କଳା ବଁଚି ରହିବା ବଲି ଅତାବିରା ବ୍ଲକ ପରମାନପୁର ଗଁାର ସଂଚାର କଳାକାର ଅଷ୍ଟମୀ ଦୀପ ମତ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

ଇଡକୋକୁ ହସ୍ତାନ୍ତର ହେବ ବରଗଡ ଚିନିକଳ ଜମି, ପ୍ରତିଷ୍ଠା କରାଯିବ ନୂତନ ଶିଳ୍ପ

ଭୁବନେଶ୍ୱର,୧୫ା୩: ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ...

ବିଜେପୁର ଆସନ ଉପରେ ସଭିଙ୍କ ଆଖି

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ନିର୍ବାଚନମଣ୍ଡଳୀ କୁହାଯାଉଥିବା ବରଗଡ଼ ଜିଲା ବିଜେପୁର ଆସନ ପ୍ରତି ଏବେ ସଭିଙ୍କ ଆଖି ରହିଛି। ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ...

ନୂଆ ତତ୍ପର, ପୁରୁଖା ଛାନିଆ

ବରଗଡ଼, ୧୦।୩ (ପ୍ରେମାନନ୍ଦ ଖମାରୀ): ଓଡ଼ିଶାରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ଚାରିଆଡ଼େ ହୁରି ପଡ଼ିଛି। ହେଲେ ବରଗଡ଼ ଜିଲାରେ ତିନି...

ପାହାନ୍ତିଆରେ ଉଠିବ ବିଶ୍ୱେଶ୍ୱର ବାବାଙ୍କ ମହାଜାଗର ଦୀପ

ସରଣ୍ଡା, ୭।୩(ଯୁଧିଷ୍ଠିର ମହାପାତ୍ର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ଶୈବପୀଠ ସରଣ୍ଡାରେ ବିରାଜିତ ମହାପ୍ରଭୁ ଶ୍ରୀଶ୍ରୀ ବିଶ୍ୱେଶ୍ୱରଙ୍କ ମହାଶିବରାତ୍ରି ଓ ଜାଗର ମହୋତ୍ସବ...

ଟାଙ୍ଗରା ଭୂଇଁରେ ସବୁଜବଳୟ

ଭେଡେନ,୨୯।୨(ସୁଦନ ମହାକୁର): ଦିନେ ଯେଉଁ ସ୍ଥାନରେ ଦୂବଘାସ କଅଁଳୁ ନ ଥିଲା, ଖାଲି ପାଦରେ ଚାଲିଲେ ପାଦ ଫୁଟିଯିବାର ଭୟ ରହୁଥିଲା ସେଠି ଆଜି ଗଛରେ...

ବରଗଡ଼ରେ ପ୍ରବଳ ବର୍ଷା

ବରଗଡ,୨୭।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ୮ଟା ୪୦ ମିନିଟରୁ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri