ସରକାରଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ଚାଷୀ ଅମଳ କରି ଧାନ ବସ୍ତା ଧରି ରହିଛି। ହେଲେ କିଣିବାକୁ କେହି ନାହିଁ। ଖରା, ବର୍ଷା, ଶୀତ କାକରରେ ଧାନ ସେମିତି ପଡି ରହୁଛି। ଯେଉଁ ବ୍ୟବସ୍ଥାରେ କ୍ରୟ କରାଯିବ, ସେହି ବ୍ୟବସ୍ଥାରେ ଚାଷୀ ନିଜକୁ ଖାପ ଖୁଆଇ ପାରୁନାହିଁ। ଧାନ କିଣାରେ ଅନିୟମିତତା ନେଇ ଖବରକାଗଜରେ ଖବର ପରିବେଷଣ କରାଯାଉଛି। ବୈଦ୍ୟୁତିକ ଗଣମାଧ୍ୟମରେ ଚାଷୀଙ୍କ କରୁଣ ଚିତ୍ର ଦେଖିବାକୁ ମିଳିଛି। ହେଲେ ସବୁ ଜାଣି ସରକାର ନୀରବଦ୍ରଷ୍ଟା ସାଜୁଥିବା ଭାଜପା ଏବଂ କଂଗ୍ରେସ ସଭ୍ୟ ଅଭିଯୋଗ କରିଛନ୍ତି। ବିଧାୟକ ଜୟନାରାୟଣ ମିଶ୍ର, ମୁକେଶ ମହାଲିଙ୍ଗ ଏବଂ ଶଙ୍କର ଓରାମଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ‘ରାଜ୍ୟରେ ଧାନ କିଣାରେ ସରକାର ସମ୍ପୂର୍ଣ୍ଣ ବିଫଳ’ ଆଲୋଚନାରେ ଉପରୋକ୍ତ ଅଭିଯୋଗ କରାଯାଇଛି। ଆଲୋଚନା ପରେ ମନ୍ତ୍ରୀ ଉତ୍ତର ରଖିଥିଲେ, ହେଲେ ଏଥିରେ ଅସନ୍ତୁଷ୍ଟ ହୋଇ ପ୍ରଥମେ ଭାଜପା ଏବଂ ପରେ କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।
ଆଲୋଚନା ଆରମ୍ଭ କରି ଜୟନାରାୟଣ କହିଲେ, ସବୁ ଅଧିବେଶନରେ ଚାଷୀ ସମସ୍ୟାକୁ ଗୁରୁତ୍ୱର ସହ ଉଠାଉଛି। ହେଲେ କିଛି ଲାଭ ହେଉ ନାହିଁ। ଜିଲାସ୍ତରରେ ପ୍ରୋକ୍ୟୁରମେଣ୍ଟ କମିଟି ନାହିଁ। ମାର୍କେଟ ୧୫ରୁ ଖୋଲିଲାଣି, ହେଲେ ୧୮ ତାରିଖ ପର୍ଯ୍ୟନ୍ତ ଟୋକନ୍‌ ପହଞ୍ଚିନାହିଁ। ମିଲରମାନେ ପ୍ରୋକ୍ୟୁରମେଣ୍ଟ ବ୍ୟବସ୍ଥାରେ ହର୍ତ୍ତାକର୍ତ୍ତା ହୋଇଛନ୍ତି। ପଞ୍ଜାବ, ହରିୟାଣା ଆଦି ଅଞ୍ଚଳରେ ମଣ୍ଡି ବ୍ୟବସ୍ଥା ରହିଛି। ସେଠାରେ ଚାଷୀଙ୍କୁ ପଚାରି ସବୁ ନିଷ୍ପତ୍ତି ହୁଏ। ଓଡ଼ିଶାରେ ୪୦୦ ମଣ୍ଡି ଥାଇ ମଧ୍ୟ ପ୍ରାଥମିକ ବ୍ୟବସ୍ଥା ନାହିଁ। ଗତଥର ଭଳି ପ୍ରୋକ୍ୟୁରମେଣ୍ଟ କମିଟିକୁ ଯେମିତି ଅଧିକାର ଦିଆଯାଉଥିଲା, ସେମିତି ଦିଆଯାଉ। ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ କ୍ଷେତ୍ରକୁ ଯାଆନ୍ତୁ ବୋଲି ଜୟନାରାୟଣ କହିଛନ୍ତି। ଏହା ପରେ ମୁକେଶ କହିଲେ ଯେ, ପଶ୍ଚିମ ଓଡ଼ିଶାକୁ ଭାତହାଣ୍ଡି ବୋଲି କୁହାଯାଏ। ହେଲେ ପ୍ରତିବର୍ଷ ସରକାର ଧାନ କିଣାରେ ବିଫଳ ହେଉଛନ୍ତି। ନେଭା ଆପ୍ଲିକେଶନରେ ତଥ୍ୟ ଭୁଲ ରହୁଛି। ତେଣେ ଚାଷୀଙ୍କୁ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ପକାଯାଉଛି। ଧାନ କିଣାରେ କଟ୍‌ନୀଛଟନୀ ବନ୍ଦ ହେଉ। ସାରା ରାଜ୍ୟରେ ମଣ୍ଡିକୁ ନେଇ ଯେଉଁ ଭିତ୍ତିଭୂମି ହେବା କଥା ତାହା ନ ଥିବା ସେ ଅଭିଯୋଗ କରିଥିଲେ। ବିଧାୟକ ନାଉରୀ ନାୟକ କହିଥିଲେ, ସମ୍ବଲପୁରରେ ଘର ସାମ୍‌ନାରେ ଧାନ ଥୁଆ ହୋଇଛି। ଗତକାଲି ଜିଲାପାଳଙ୍କ ଦପ୍ତର ଆଗରେ ଚାଷୀ ଛିଡା ହୋଇଥିଲେ। ମନ୍ତ୍ରୀ ଯେଉଁ ତଥ୍ୟ ଦେଉଛନ୍ତି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ୧୭ ସେପ୍ଟେମ୍ବରରୁ ପଞ୍ଜୀକରଣ କରାଯାଇଥିଲେ ବି ଏସ୍‌ଏମ୍‌ଏସ୍‌ ଯାଇନାହିଁ। କେତେକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ନ ପାଇ ଆନ୍ଦୋଳନ କରୁଛନ୍ତି। ବିଜୁ ଯୁବ ବାହିନୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ହେଲେ ଜାନୁୟାରୀରେ ନୂଆ ଫସଲ କରିବାକୁ ଯାଉଥିବା ଚାଷୀଙ୍କ ପାଇଁ କିଛି ନାହିଁ ବୋଲି ନାଉରୀ କହିଥିଲେ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଲେ, ଗତ ୩ରୁ ୪ ବର୍ଷ ମଧ୍ୟରେ ଧାନ କିଣା ସମ୍ପର୍କରେ ସମୀକ୍ଷା କରିଥିଲେ, ମନ୍ତ୍ରୀ ସବୁ ଜାଣିପାରନ୍ତେ। କାଗଜପତ୍ର ସଂଗ୍ରହ କରି ଉତ୍ତର ଦେଉଛନ୍ତି। ରାଜଧାନୀର ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରୁ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି। ଏହାକୁ କ’ଣ ୫-ଟି ଦ୍ୱାରା ସମାଧାନ କରାଯିବ। ଏସ୍‌ଏଚ୍‌ଜିଗୁଡିକୁ ଦୁର୍ନୀତିଗ୍ରସ୍ତ କରାଯାଇସାରିଲାଣି। କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଦାବି କରାଯାଉଥିଲେ ବି କେନ୍ଦ୍ର ସରକାର ଦାବି ଗ୍ରହଣ କରୁନାହାନ୍ତି। ହେଲେ ଅତୀତରେ ରାଜସ୍ଥାନ ନିର୍ବାଚନ ପୂର୍ବରୁ କେନ୍ଦ୍ର ବାଜରା ମୂଲ୍ୟ ବୃଦ୍ଧି କରିଥିବା ସାଲୁଜା କହିଥିଲେ। ସେହିପରି ନରସିଂହ ମିଶ୍ର କହିଥିଲେ ଯେ, ଚାଷୀ ଏବଂ ଧାନ କ୍ରୟ ପ୍ରସଙ୍ଗରେ ଆଲୋଚନା ସମୟରେ ଶାସକ ଦଳର କମ୍‌ ସଦସ୍ୟ ଏବଂ ହାତଗଣତି ମନ୍ତ୍ରୀ ରହୁଛନ୍ତି। ଏହା ହିଁ ତାଙ୍କ ଆନ୍ତରିକତାକୁ ଦର୍ଶାଉଛି। ରାଜ୍ୟରେ ଧାନ ଅମଳ ତ ହେଉଛି, ହେଲେ ରଖିବାକୁ ସ୍ଥାନ ନାହିଁ। ଏଫ୍‌ସିଆଇ ଧାନ କିଣୁ ବୋଲି ନିର୍ଦ୍ଦେଶ ରହିଛି, ହେଲେ ରାଜ୍ୟ ସରକାରଙ୍କ ଚୁକ୍ତି ହେତୁ ଏହା ହୋଇପାରୁନାହିଁ। ଜିଲା ଯୋଗାଣ ଅଧିକାରୀଙ୍କୁ ପଚାରିଲେ ଠିକ୍‌ ଉତ୍ତର ମିଳୁନାହିଁ। ଚାଷୀ ଦେଉଥିବା ଧାନରୁ ୪ରୁ ୫ କି.ଗ୍ରା. କାଟି ଦିଆଯାଉଛି। ସବୁ ଧାନ କିଣାଯାଉନାହିଁ। ସମସ୍ୟା ସମ୍ପର୍କରେ ଯେପରି ଉତ୍ତର ଆଶା କରାଯାଉଛି ତାହା ବିଭାଗୀୟ ମନ୍ତ୍ରୀ ପ୍ରଦାନ କରୁ ନ ଥିବା ନରସିଂହ ଅଭିଯୋଗ କରିଥିଲେ। ଶାସକ ଦଳ ପକ୍ଷରୁ ବିଧାୟକ ଶାରଦା ନାୟକ, କିଶୋର ମହାନ୍ତି, ଧ୍ରୁବ ସାହୁ ଏବଂ ସୁବାସ ନାୟକ ପ୍ରମୁଖ ବକ୍ତବ୍ୟ ରଖିବା ସହ ଗଠନମୂଳକ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?