ସରକାରଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ଚାଷୀ ଅମଳ କରି ଧାନ ବସ୍ତା ଧରି ରହିଛି। ହେଲେ କିଣିବାକୁ କେହି ନାହିଁ। ଖରା, ବର୍ଷା, ଶୀତ କାକରରେ ଧାନ ସେମିତି ପଡି ରହୁଛି। ଯେଉଁ ବ୍ୟବସ୍ଥାରେ କ୍ରୟ କରାଯିବ, ସେହି ବ୍ୟବସ୍ଥାରେ ଚାଷୀ ନିଜକୁ ଖାପ ଖୁଆଇ ପାରୁନାହିଁ। ଧାନ କିଣାରେ ଅନିୟମିତତା ନେଇ ଖବରକାଗଜରେ ଖବର ପରିବେଷଣ କରାଯାଉଛି। ବୈଦ୍ୟୁତିକ ଗଣମାଧ୍ୟମରେ ଚାଷୀଙ୍କ କରୁଣ ଚିତ୍ର ଦେଖିବାକୁ ମିଳିଛି। ହେଲେ ସବୁ ଜାଣି ସରକାର ନୀରବଦ୍ରଷ୍ଟା ସାଜୁଥିବା ଭାଜପା ଏବଂ କଂଗ୍ରେସ ସଭ୍ୟ ଅଭିଯୋଗ କରିଛନ୍ତି। ବିଧାୟକ ଜୟନାରାୟଣ ମିଶ୍ର, ମୁକେଶ ମହାଲିଙ୍ଗ ଏବଂ ଶଙ୍କର ଓରାମଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ‘ରାଜ୍ୟରେ ଧାନ କିଣାରେ ସରକାର ସମ୍ପୂର୍ଣ୍ଣ ବିଫଳ’ ଆଲୋଚନାରେ ଉପରୋକ୍ତ ଅଭିଯୋଗ କରାଯାଇଛି। ଆଲୋଚନା ପରେ ମନ୍ତ୍ରୀ ଉତ୍ତର ରଖିଥିଲେ, ହେଲେ ଏଥିରେ ଅସନ୍ତୁଷ୍ଟ ହୋଇ ପ୍ରଥମେ ଭାଜପା ଏବଂ ପରେ କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।
ଆଲୋଚନା ଆରମ୍ଭ କରି ଜୟନାରାୟଣ କହିଲେ, ସବୁ ଅଧିବେଶନରେ ଚାଷୀ ସମସ୍ୟାକୁ ଗୁରୁତ୍ୱର ସହ ଉଠାଉଛି। ହେଲେ କିଛି ଲାଭ ହେଉ ନାହିଁ। ଜିଲାସ୍ତରରେ ପ୍ରୋକ୍ୟୁରମେଣ୍ଟ କମିଟି ନାହିଁ। ମାର୍କେଟ ୧୫ରୁ ଖୋଲିଲାଣି, ହେଲେ ୧୮ ତାରିଖ ପର୍ଯ୍ୟନ୍ତ ଟୋକନ୍‌ ପହଞ୍ଚିନାହିଁ। ମିଲରମାନେ ପ୍ରୋକ୍ୟୁରମେଣ୍ଟ ବ୍ୟବସ୍ଥାରେ ହର୍ତ୍ତାକର୍ତ୍ତା ହୋଇଛନ୍ତି। ପଞ୍ଜାବ, ହରିୟାଣା ଆଦି ଅଞ୍ଚଳରେ ମଣ୍ଡି ବ୍ୟବସ୍ଥା ରହିଛି। ସେଠାରେ ଚାଷୀଙ୍କୁ ପଚାରି ସବୁ ନିଷ୍ପତ୍ତି ହୁଏ। ଓଡ଼ିଶାରେ ୪୦୦ ମଣ୍ଡି ଥାଇ ମଧ୍ୟ ପ୍ରାଥମିକ ବ୍ୟବସ୍ଥା ନାହିଁ। ଗତଥର ଭଳି ପ୍ରୋକ୍ୟୁରମେଣ୍ଟ କମିଟିକୁ ଯେମିତି ଅଧିକାର ଦିଆଯାଉଥିଲା, ସେମିତି ଦିଆଯାଉ। ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ କ୍ଷେତ୍ରକୁ ଯାଆନ୍ତୁ ବୋଲି ଜୟନାରାୟଣ କହିଛନ୍ତି। ଏହା ପରେ ମୁକେଶ କହିଲେ ଯେ, ପଶ୍ଚିମ ଓଡ଼ିଶାକୁ ଭାତହାଣ୍ଡି ବୋଲି କୁହାଯାଏ। ହେଲେ ପ୍ରତିବର୍ଷ ସରକାର ଧାନ କିଣାରେ ବିଫଳ ହେଉଛନ୍ତି। ନେଭା ଆପ୍ଲିକେଶନରେ ତଥ୍ୟ ଭୁଲ ରହୁଛି। ତେଣେ ଚାଷୀଙ୍କୁ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ପକାଯାଉଛି। ଧାନ କିଣାରେ କଟ୍‌ନୀଛଟନୀ ବନ୍ଦ ହେଉ। ସାରା ରାଜ୍ୟରେ ମଣ୍ଡିକୁ ନେଇ ଯେଉଁ ଭିତ୍ତିଭୂମି ହେବା କଥା ତାହା ନ ଥିବା ସେ ଅଭିଯୋଗ କରିଥିଲେ। ବିଧାୟକ ନାଉରୀ ନାୟକ କହିଥିଲେ, ସମ୍ବଲପୁରରେ ଘର ସାମ୍‌ନାରେ ଧାନ ଥୁଆ ହୋଇଛି। ଗତକାଲି ଜିଲାପାଳଙ୍କ ଦପ୍ତର ଆଗରେ ଚାଷୀ ଛିଡା ହୋଇଥିଲେ। ମନ୍ତ୍ରୀ ଯେଉଁ ତଥ୍ୟ ଦେଉଛନ୍ତି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ୧୭ ସେପ୍ଟେମ୍ବରରୁ ପଞ୍ଜୀକରଣ କରାଯାଇଥିଲେ ବି ଏସ୍‌ଏମ୍‌ଏସ୍‌ ଯାଇନାହିଁ। କେତେକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ନ ପାଇ ଆନ୍ଦୋଳନ କରୁଛନ୍ତି। ବିଜୁ ଯୁବ ବାହିନୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ହେଲେ ଜାନୁୟାରୀରେ ନୂଆ ଫସଲ କରିବାକୁ ଯାଉଥିବା ଚାଷୀଙ୍କ ପାଇଁ କିଛି ନାହିଁ ବୋଲି ନାଉରୀ କହିଥିଲେ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଲେ, ଗତ ୩ରୁ ୪ ବର୍ଷ ମଧ୍ୟରେ ଧାନ କିଣା ସମ୍ପର୍କରେ ସମୀକ୍ଷା କରିଥିଲେ, ମନ୍ତ୍ରୀ ସବୁ ଜାଣିପାରନ୍ତେ। କାଗଜପତ୍ର ସଂଗ୍ରହ କରି ଉତ୍ତର ଦେଉଛନ୍ତି। ରାଜଧାନୀର ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରୁ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି। ଏହାକୁ କ’ଣ ୫-ଟି ଦ୍ୱାରା ସମାଧାନ କରାଯିବ। ଏସ୍‌ଏଚ୍‌ଜିଗୁଡିକୁ ଦୁର୍ନୀତିଗ୍ରସ୍ତ କରାଯାଇସାରିଲାଣି। କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଦାବି କରାଯାଉଥିଲେ ବି କେନ୍ଦ୍ର ସରକାର ଦାବି ଗ୍ରହଣ କରୁନାହାନ୍ତି। ହେଲେ ଅତୀତରେ ରାଜସ୍ଥାନ ନିର୍ବାଚନ ପୂର୍ବରୁ କେନ୍ଦ୍ର ବାଜରା ମୂଲ୍ୟ ବୃଦ୍ଧି କରିଥିବା ସାଲୁଜା କହିଥିଲେ। ସେହିପରି ନରସିଂହ ମିଶ୍ର କହିଥିଲେ ଯେ, ଚାଷୀ ଏବଂ ଧାନ କ୍ରୟ ପ୍ରସଙ୍ଗରେ ଆଲୋଚନା ସମୟରେ ଶାସକ ଦଳର କମ୍‌ ସଦସ୍ୟ ଏବଂ ହାତଗଣତି ମନ୍ତ୍ରୀ ରହୁଛନ୍ତି। ଏହା ହିଁ ତାଙ୍କ ଆନ୍ତରିକତାକୁ ଦର୍ଶାଉଛି। ରାଜ୍ୟରେ ଧାନ ଅମଳ ତ ହେଉଛି, ହେଲେ ରଖିବାକୁ ସ୍ଥାନ ନାହିଁ। ଏଫ୍‌ସିଆଇ ଧାନ କିଣୁ ବୋଲି ନିର୍ଦ୍ଦେଶ ରହିଛି, ହେଲେ ରାଜ୍ୟ ସରକାରଙ୍କ ଚୁକ୍ତି ହେତୁ ଏହା ହୋଇପାରୁନାହିଁ। ଜିଲା ଯୋଗାଣ ଅଧିକାରୀଙ୍କୁ ପଚାରିଲେ ଠିକ୍‌ ଉତ୍ତର ମିଳୁନାହିଁ। ଚାଷୀ ଦେଉଥିବା ଧାନରୁ ୪ରୁ ୫ କି.ଗ୍ରା. କାଟି ଦିଆଯାଉଛି। ସବୁ ଧାନ କିଣାଯାଉନାହିଁ। ସମସ୍ୟା ସମ୍ପର୍କରେ ଯେପରି ଉତ୍ତର ଆଶା କରାଯାଉଛି ତାହା ବିଭାଗୀୟ ମନ୍ତ୍ରୀ ପ୍ରଦାନ କରୁ ନ ଥିବା ନରସିଂହ ଅଭିଯୋଗ କରିଥିଲେ। ଶାସକ ଦଳ ପକ୍ଷରୁ ବିଧାୟକ ଶାରଦା ନାୟକ, କିଶୋର ମହାନ୍ତି, ଧ୍ରୁବ ସାହୁ ଏବଂ ସୁବାସ ନାୟକ ପ୍ରମୁଖ ବକ୍ତବ୍ୟ ରଖିବା ସହ ଗଠନମୂଳକ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri