ସମୟର ଆହ୍ବାନକୁ ସାମନା କରିବୁ-ସତ୍ୟଶିବ

ଭୋଗରାଇ, ୨୭।୫(ଡି.ଏନ.ଏ.)-ନିର୍ବାଚନରେ ପରାଜୟ ବରଣ କରି କଂଗ୍ରେସ ପକ୍ଷରୁ ମାନସ ମନ୍ଥନ ଆରମ୍ଭ ହୋଇଛି। ରବିବାର ସନ୍ଧ୍ୟାରେ କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ପରାଜିତ ପ୍ରାର୍ଥୀ ସତ୍ୟଶିବ ଦାସ କହିଛନ୍ତି, ସମୟର ଆହ୍ବାନକୁ ଗ୍ରହଣ କରି ଲକ୍ଷ୍ୟ ସାଧନ ପାଇଁ ଆମକୁ ଐକ୍ୟବଦ୍ଧ ହେବାକୁ ପଡିବ। ଏଥିଲାଗି ସେ ଭୋଗରାଇବାସୀଙ୍କ ସହଯୋଗ କାମନା କରିଥିଲେ। ସେ ଆହୁରି କହିଥିଲେ ଜନତାଙ୍କ ସ୍ବରକୁ ଶକ୍ତି ଭାବେ ସଞ୍ଚୟ କରି ଆମେ ଭବିଷ୍ୟତ କାର୍ଯ୍ୟ ପନ୍ଥା ସ୍ଥିର କରିବୁ। ଅନ୍ୟାୟ, ଦୁର୍ନୀତି ବିରୋଧରେ ଆଗକୁ ଲଢ଼େଇ ଜାରି ରହିବ। ଗତ ନିର୍ବାଚନରେ କଂଗ୍ରେସ ନେତା ଓ କର୍ମୀଙ୍କ ଅକ୍ଳାନ୍ତ ଉଦ୍ୟମ ଓ ଧୈର୍ଯ୍ୟ ସେ ଭୁଲିପାରିବେ ନାହିଁ ବୋଲି କହିଥିଲେ। ଏହି ଅବସରରେ ସେ ନବନିର୍ବାଚିତ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଖବରଦାତା ସମ୍ମିଳନୀରେ କଂଗ୍ରେସ ଶାଖାର ସଭାପତି ଆଶିଷ କୁମାର ପାତ୍ର, ସମ୍ପାଦକ ସନ୍ତୋଷ କୁମାର ଜେନା, ଦୀପେଶ ଚନ୍ଦ୍ର ରାୟ, ଉପସଭାପତି ଗୋପବନ୍ଧୁ ମହାପାତ୍ର, ବରିଷ୍ଠନେତା ରବୀନ୍ଦ୍ର ପ୍ରଧାନ, ସୁମନ୍ତ ବେହେରା, ବରେନ୍ଦ୍ର କୁମାର ପାତ୍ର, ରାଜେନ୍ଦ୍ର ପଣ୍ଡା, ଛ’ ଜିଲାପରିଷଦ ଜୋନ୍‌ର ସଭାପତି ସମିତି ସଦସ୍ୟା ଓ ସଦସ୍ୟ, ସରପଞ୍ଚ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ଯୌନ କାର୍ଯ୍ୟରେ ଲିପ୍ତ ପ୍ରତ୍ୟେକ ମହିଳାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରମି କୋର୍ଟ

ନୂଆଦିଲ୍ଲୀ,୩୧।୫: ଏକ ଐତିହାସିକ ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ବେଶ୍ୟାବୃତ୍ତିରେ ଲିପ୍ତ ପ୍ରତ୍ୟେକ ମହିଳା ବଳପୂର୍ବକ ଶିକାର ହୋଇଥିବା ଏବଂ ଫଳସ୍ବରୂପ ତାଙ୍କୁ ପୁନର୍ବାସ କେନ୍ଦ୍ରକୁ ପଠାଇବା…

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

ପଶ୍ଚିମବଙ୍ଗରେ ଆଉ ଜଣେ ଟିଏମସି ନେତାଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ, ସାମ୍ନାକୁ ଆସିଲା ଭିଡିଓ

କୋଲକାତା,୩୧।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର କ୍ଷମତା ଗ୍ରହଣ କରିବା ପରେ, ଟିଏମସି ନେତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ପ୍ରଥମେ, ଦକ୍ଷିଣ ୨୪ ପରଗନାର ସୋନାରପୁରରେ…

ମନ୍‌ କି ବାତ୍‌ରେ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ମୋଦି, କହିଲେ ଗ୍ରୀଷ୍ମ ପ୍ରବାହରେ…

ନୂଆଦିଲ୍ଲୀ,୩୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ର ୧୩୪ ତମ ସଂସ୍କରଣରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଓଡ଼ିଶାର ବେଲପଣାକୁ ପ୍ରଶଂସା…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

ମାମୁଘରକୁ ବୁଲିବା ପାଇଁ ଆସିଥିଲେ ଭାଣିଜୀ, ସକାଳୁ ମିଳିଲା ଝୁଲନ୍ତା ମୃତଦେହ

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କେବି ଦାଣ୍ଡୁଆ ପଞ୍ଚାୟତ ବଡ଼ପାଳ ସିନ୍ଦୂଆ ପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri