ସମ୍ବଲପୁର ଲୋକ ମହୋତ୍ସବ ଉଦ୍‌ଘାଟିତ

ସମ୍ବଲପୁର,୫।୧(ବ୍ୟୁରୋ): ଆମର୍‌ ସଂସ୍କୃତି ଆରମ୍‌ ଟେକ୍‌ ଅଟେ । ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିଲେ, ଜାତିର ସମ୍ମାନ ବୃଦ୍ଧି ହୋଇଥାଏ। ତେଣୁ ପ୍ରତ୍ୟେକସ୍ତରରୁ ଲୋକ ସଂସ୍କୃତିକୁ ବଞ୍ଚାଇବା ପାଇଁ ପ୍ରୟାସ କରିବା ଆବଶ୍ୟକତା ରହିଛି। ନଚେତ ଅବଲୁପ୍ତ ପ୍ରାୟ କଳା ସହ ଜାତି ମଧ୍ୟ ଅଦିନିଆ ଝଡରେ ଝଡି ପଡିବ। ଶନିବାର ଅଇଁଠାପାଲି ପିଏଚ୍‌ଡି ପଡ଼ିଆ ମଞ୍ଚରେ ଉଦ୍‌ଘାଟିତ ୨୩ତମ ସମ୍ବଲପୁର ଲୋକ ମହୋତ୍ସବ- ୨୦୨୦ରେ ଅତିଥିମାନେ ଏହା କହିଛନ୍ତି। ମୁଖ୍ୟ ସଂଯୋଜକ ସୌମେନ୍ଦ୍ର ପୂଜାରୀଙ୍କ ପରିଚାଳନାରେ ଉତ୍ସବ ହୋଇଥିଲା । ରେଙ୍ଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ସମ୍ବଲପୁର ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ ହଳଧର ନାଗ, ରଙ୍ଗବତୀ ଗୀତିକାର ମିତ୍ରଭାନୁ ଗୌନ୍ତିଆ, ଡିଏଫଓ ଡ. ସଞ୍ଜୀତ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଲୋକ ସଂଗୀତରେ ଜୀବନ ବ୍ୟାପି ସାଧନା ପାଇଁ ସନ୍ତୋଷ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଐତିହ୍ୟ, ପରମ୍ପରା, ସଂସ୍କୃତି, ଭାଷାକୁ ନେଇ ପ୍ରସ୍ତୁତ ହୋଇଥିବା ସ୍ମରଣୀକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଆୟୋଜକ ଜିଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲାପାଳ ଶୁଭମ ସକସେନା ମହୋତ୍ସବ ବିଷୟରେ ସୂଚନା ପ୍ରଦାନ କରିଥିଲେ । ନୋଡାଲ ଅଧିକାରୀ ସୁକାନ୍ତ ତ୍ରିପାଠୀ, ମଞ୍ଚ ଓ ପ୍ରେକ୍ଷାଳୟ ଉପକମିଟି ଆବାହକ ନନ୍ଦକିଶୋର ସାହୁ, ସତ୍ୟରଞ୍ଜନ ବେହେରା, ସମ୍ବର୍ଦ୍ଧନା ଆବାହକ ସୂର୍ଯ୍ୟୟ ପାଣିଗ୍ରାହୀ, ଅଭ୍ୟର୍ଥନା ଆବାହକ ଭୋଳା ମହତମ, ଦଳ ଆବାହକ ଦୁର୍ଗା ଦାଶ, ସ୍ମରଣୀକା ଆବାହକ ଗୁଣରଞ୍ଜନ ସାଲିମା ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍‌ଘୋଷକ କମିଟି ଆବାହକ ତର୍ପଣ କୁମାର ପ୍ରଧାନ ପରିଚାଳନା ଏବଂ ରାମାଶିଷ ତ୍ରିପାଠୀ ଓ ସୀମାନ୍ତିକା ଦାଶ, ମାନସ ମିଶ୍ର ପ୍ରମୁଖଙ୍କ ସଂଯୋଜନାରେ ଲୋକଗୀତ ଓ ଲୋକନୃତ୍ୟ କାର୍ଯ୍ୟକ୍ରମ ହୋଇଥିଲା । ଇମା ଶୀତ କରୁଛେ ରେ ଯମୁନାର ପାଏନ୍‌…, ମୂରଲୀକେ ସୁରେ ସୁରେ ବଜା…, ଇ ମୂରଲୀର ଆଗର କହର…, ଝରିରେ ମଲିରେ ମୋର ନାଁ ଝାରର ମଲି… ଗୀତରେ ଦର୍ଶକ ବିମୋହିତ ହୋଇଥିଲେ। ଗୀତଗୁଡିକୁ ଶଙ୍କର ଦତ୍ତା, ଡା. ସବିତା ହୋତା, ଦିଲୀପ ବାଗ ଓ ଗୀତାଞ୍ଜଳି ପୋଢ଼ ଗାନ କରିଥିଲେ । ପାରଶ ହରିପାଲ ସ୍ବର ସଂଯୋଜନା କରିଥିବା ବେଳେ ଚନ୍ଦ୍ରଶେଖର ଦୁବେ, ପ୍ରୟାଗରାଜ ବେହେରା, ପ୍ରଭାତ ହରିପାଲ, ସୋମନାଥ ଜାଲ, ଭକ୍ତରାଜ ସୁନା, ହରି ମହାନନ୍ଦ, ମଧୁସୂଦନ ଗର୍ଡିଆ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ଲୋକନୃତ୍ୟ ପର୍ଯ୍ୟାୟରେ ମୟୂର ନୃତ୍ୟ, ଢ଼ାବ, ଘୁବକୁଡୁ, କାଳବେଲିଆ, ସମ୍ବଲପୁରୀ, ଘୁମୁରା ପ୍ରଭୃତି ପରିବେଶିତ ହୋଇଥିଲା । ମହୋତ୍ସବ ପରିସରରେ ଚିତ୍ରକଳା ପ୍ରଦର୍ଶନୀ ଓ ଷ୍ଟଲଗୁଡିକୁ ଅତିଥିମାନେ ଶୁଭାରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri