ସମ୍ପାrଦକୀୟ/ପିଆଜ ଲୁହ

ପାକିସ୍ତାନରେ ଗତ ମାସ ପିଆଜ ଦର ୩୦୦ ଟଙ୍କା ଉପରକୁ ଚାଲିଯାଇଥିଲା। ସେତେବେଳେ ଭାରତରେ ଆଲୋଚନା ହେଲା ଯେ, ସେଠାକାର ଖାଉଟି ହନ୍ତସନ୍ତ ହୋଇଯାଉଥିବେ। କେତେକେ ମତ ଦେଇଥିଲେ ଯେ ପାକିସ୍ତାନ ଅର୍ଥନୀତି ଦବିଯିବା ଓ ଭାରତରୁ ରପ୍ତାନି ବନ୍ଦ ହୋଇଯିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ଏବେ ଭାରତରେ ପିଆଜ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ପିଆଜ କିଲୋ ପ୍ରତି ୮୦ ଟଙ୍କା ଛୁଇଁଥିଲା ବେଳେ ଓଡ଼ିଶାରେ ୬୦ ଟଙ୍କା ହେଲାଣି। ମହାରାଷ୍ଟ୍ର, କର୍ନାଟକ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଆଦି ରାଜ୍ୟରେ ପିଆଜ ଉତ୍ପାଦନ ଅଧିକ ପରିମାଣରେ ହୋଇଥାଏ। ଏହିସବୁ ରାଜ୍ୟରେ ମୌସୁମୀ ବର୍ଷା ଅତ୍ୟଧିକ ହେବାରୁ ପିଆଜ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଓଡ଼ିଶାକୁ ମୁଖ୍ୟତଃ ମହାରାଷ୍ଟ୍ରର ନାସିକରୁ ଏହା ଆମଦାନୀ ହୋଇଥାଏ। ଏହାଛଡ଼ା ଆନ୍ଧ୍ରପ୍ରଦେଶ ଓ କର୍ନାଟକରୁ ମଧ୍ୟ ପିଆଜ ଅଣାଯାଇଥାଏ। ପିଆଜ ପରିବହନ ବେଳେ ବର୍ଷା ପାଣି ପଶି ସେଗୁଡ଼ିକୁ ନଷ୍ଟ କରିଦେଉଥିବାରୁ ଯୋଗାଣକାରୀମାନେ ଅନ୍ୟ ରାଜ୍ୟକୁ ପଠାଇପାରୁ ନାହାନ୍ତି। ଫଳରେ ଏହାର ସୁଯୋଗ ନେଇ ମହଜୁଦକାରୀମାନେ କଳାବଜାର ଆରମ୍ଭ କରିଦେଉଛନ୍ତି। ନୂଆ ପିଆଜ ବଜାରକୁ ଆସିବା ପର୍ଯ୍ୟନ୍ତ ପରିସ୍ଥିତିରୁ ଅଧିକ ଲାଭ ଉଠାଇବା ପାଇଁ ବ୍ୟବସାୟୀମାନେ ସୁଯୋଗ ଖୋଜିଚାଲିବେ।
ଆଳୁ ଓ ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରାଇସ୍‌ ଷ୍ଟାବିଲାଇଜେଶନ ଫଣ୍ଡ୍‌ (ପିଏସ୍‌ଏଫ୍‌) ଗଠନ କରିବାକୁ କେନ୍ଦ୍ର ସରକାର ୨୦୧୫ରେ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ କୋଟି ଟଙ୍କା ଲେଖାଏ ରଖିବାର ବ୍ୟବସ୍ଥା କରାଯାଇଥିଲା। କୁହାଯାଇଥିଲା, ଅଗଷ୍ଟ ପୂର୍ବରୁ ରାଜ୍ୟ ସରକାର ପ୍ରାଥମିକ ସମବାୟ ସମିତି ଜରିଆରେ ଚାଷୀଙ୍କଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ, ପିଆଜ ଓ ଡାଲିଜାତୀୟ ଶସ୍ୟ ଗଚ୍ଛିତ ରଖିବେ। ଯେତେବେଳେ ଅଭାବ ପରିସ୍ଥିତି ଦେଖାଦେବ, ସେତେବେଳେ ଉକ୍ତ ସାମଗ୍ରୀକୁ ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରି ପାଇଁ ବଜାରକୁ ଛଡ଼ାଯିବ। ଇତିମଧ୍ୟରେ ପାଣ୍ଠି ଗଠନ ହେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ବ୍ୟବହାର କରାଯାଉ ନାହିଁ। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଏଭଳି ପାଣ୍ଠି ମାଧ୍ୟମରେ ଖାଦ୍ୟ ସାମଗ୍ରୀ ବିଶେଷକରି ପଚନଶୀଳ ଦ୍ରବ୍ୟର ଦର ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର। ମଧ୍ୟସ୍ଥ ବ୍ୟବସାୟୀ ସିଧାସଳଖ ଚାଷୀଙ୍କୁ ଋଣ ଆକାରରେ ଆଗୁଆ ଅର୍ଥ ଯୋଗାଇ ସେମାନଙ୍କ ସମ୍ପୂର୍ଣ୍ଣ ଉତ୍ପାଦକୁ କିଣିନିଅନ୍ତି। ବର୍ଷା କିମ୍ବା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ଯେତେବେଳେ ଚାଷୀର କ୍ଷତି ଘଟେ, ସେତେବେଳେ ଏହି ବ୍ୟବସାୟୀମାନେ ମଧ୍ୟ କ୍ଷତିର ସମ୍ମୁଖୀନ ହୁଅନ୍ତି। ଅନ୍ୟପଟେ ସେମାନେ ପୂର୍ବରୁ ଠୁଳ କରି ରଖିଥିବା ସାମଗ୍ରୀକୁ ଉଚ୍ଚ ଦରରେ ବିକ୍ରି କରି ଅତ୍ୟଧିକ ଲାଭ ଉଠାଇବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏହି ବ୍ୟବସାୟରେ ସରକାର କେତେ ପରିମାଣରେ ହସ୍ତକ୍ଷେପ କରିପାରିବେ, ତାହା ସ୍ପଷ୍ଟ କହିବା କଷ୍ଟକର। ଚାହିଦା ଓ ଯୋଗାଣ ଶୃଙ୍ଖଳରେ ଚାଷୀର କୌଣସି ଲାଭ ହୁଏ ନାହିଁ। ବଜାରରେ ପିଆଜ ଦର ବୃଦ୍ଧି ଘଟିଲେ କେବଳ ବେପାରୀ ଲାଭବାନ ହୋଇଥାଆନ୍ତି। ଏହାସହିତ ଚାଷରୁ ଦୂରେଇ ଯାଉଥିବା ଭାରତୀୟ ଯୁବପିଢ଼ି ଏହି ସମସ୍ୟାକୁ ଅଧିକ ଜଟିଳ କରୁଛନ୍ତି। ଆଧୁନିକତାର ସ୍ପର୍ଶ ପାଇ ଯୁବପିଢ଼ି କୃଷିରେ ଲାଭ ଦେଖୁନାହାନ୍ତି। ଯେପର୍ଯ୍ୟନ୍ତ କୃଷି ମାଧ୍ୟମରେ ଚାଷୀ ତା’ ଜୀବନର ମାନବୃଦ୍ଧି କରିବାରେ ଅସଫଳ ହେବ, ସେପର୍ଯ୍ୟନ୍ତ ଭାରତରେ ଚାଷ କରିବା ପାଇଁ ଯୁବପିଢ଼ି ଆଗ୍ରହ ଦେଖାଇବେ ନାହିଁ।
ଚାଇନା ଉତ୍ପାଦକ ରାଷ୍ଟ୍ର ଭାବେ ନିଜର ସ୍ବାତନ୍ତ୍ର୍ୟ ବଜାୟ ରଖିବା ସହ କୃଷିକୁ କେତେ ଗୁରୁତ୍ୱ ଦେଉଛି ତାହାର ଏକ ଦୃଷ୍ଟାନ୍ତ ଏବେ ଦୃଷ୍ଟିକୁ ଆସିଛି। ସେଠାକାର କୃଷି ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପଢ଼ା ସମୟରେ ମାସେ କୃଷକଙ୍କ ଘରେ ରହି ନୂତନ ପଦ୍ଧତିର ଚାଷ ପ୍ରଣାଳୀ ଶିଖାଇବା ଲାଗି ପାଠ୍ୟକ୍ରମରେ ଏହାକୁ ସନ୍ନିବେଶିତ କରାଯାଇଛି। ଅନ୍ୟପକ୍ଷରେ ଭାରତରେ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୃଷି ସଂକ୍ରାନ୍ତ ଗବେଷଣାର ଘୋର ଅଭାବ ଦେଖାଦେଉଛି। ସେଥିପାଇଁ ସୀମିତ ଜମିରେ ଯଥେଷ୍ଟ ଖାଦ୍ୟ ଉତ୍ପାଦନ କରାଯିବା ସମ୍ଭବପର ହେଉନାହିଁ। ଏହା ସତ୍ୟ ଯେ, ଭାରତରେ ଧାନ ଏବଂ ଗହମ ଫସଲ ଯଥେଷ୍ଟ ହୋଇପାରୁଛି। ଏବେ ମଧ୍ୟ ଡାଲିଜାତୀୟ ଏବଂ ତୈଳବୀଜ ଜାତୀୟ ଖାଦ୍ୟଶସ୍ୟ ବିଦେଶରୁ ଆମଦାନୀ କରିବାକୁ ପଡ଼ୁଛି। ଯଦି ଆଜିକାର ପରିସ୍ଥିତି ଲାଗିରହେ, ତେବେ ଗହମ ଓ ଧାନର ଉତ୍ପାଦନ ହ୍ରାସ ପାଇବା ଏକପ୍ରକାର ନିଶ୍ଚିତ। ଏବେ ନ ହେଲେ ମଧ୍ୟ ନିକଟ ଭବିଷ୍ୟତରେ ଖାଦ୍ୟଶସ୍ୟର ଅଭାବ ଏ ଦେଶରେ ଦେଖାଦେବ। ସେଥିପାଇଁ ଶୀତଳଭଣ୍ଡାର ନିର୍ମାଣ ସହିତ ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ବିଲରେ ପ୍ରୟୋଗ କରି ଚାଷୀର ଜୀବନକୁ ସହଜ କରିବା ସହିତ ସେମାନଙ୍କ ହାତରେ ଅଧିକ ଅର୍ଥ ପହଞ୍ଚାଇବାର ବ୍ୟବସ୍ଥା କରାଯିବା ଆବଶ୍ୟକ। କେବଳ ୟୁରିଆରେ ରିହାତି, କାଳିଆ, ପ୍ରଧାନମନ୍ତ୍ରୀ କିଷାନ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଚାଷୀଙ୍କୁ ସାମୟିକ ଆଶ୍ୱସ୍ତି ଦେଇପାରେ, କିନ୍ତୁ ଦୀର୍ଘମିଆଦୀ ସ୍ବାବଲମ୍ବୀ କରିପାରିବ ନାହିଁ। ଯାହା ଭୋଟ ପାଇଁ ସୁଖ ଆଣିଦିଏ, ତାହା ଦୀର୍ଘ ସମୟ ପାଇଁ ଜୀବନକୁ ଦୁଃଖ ଦିଏ। ନୀତି ନିର୍ଦ୍ଧାରକମାନେ ଏଥିପ୍ରତି ଧ୍ୟାନ ଦେଉଥିବା ମନେହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri