ସମ୍ପାଦକୀୟ/ଅଷ୍ଟ୍ରେଲିଆ ନିଆଁ

ଏବେ ପୃଥିବୀ ସମ୍ମୁଖରେ ଆମେରିକା-ଇରାନ୍‌ ମଧ୍ୟରେ ତିକ୍ତତା ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରୁଛି। ବିନା କାରଣରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଇରାନ୍‌କୁ ଉସୁକାଇବା ପଛରେ ତାଙ୍କର ନିଜ ନିର୍ବାଚନୀ ସଫଳତା ସକାଶେ ମନ୍ଦ ଉଦ୍ଦେଶ୍ୟ ଥାଇପାରେ। ଅନ୍ୟପଟେ ସେହି କାର୍ଯ୍ୟାନୁଷ୍ଠାନ ଯୋଗୁ ବିଶ୍ୱର ବାଣିଜ୍ୟ ବଜାରରେ ପ୍ରବଳ ପ୍ରଭାବ ପଡ଼ିସାରିଲାଣି। ଶେୟାର ବଜାରରେ ଏହି ପ୍ରଭାବ ସୀମିତ ରହିନାହିଁ। ବର୍ତ୍ତମାନ ବିଶ୍ୱ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ବିଭିନ୍ନ ଦେଶର ଆଭ୍ୟନ୍ତରୀଣ ଅର୍ଥନୀତି ଉପରେ କୁପ୍ରଭାବ ପକାଉଛି। ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ସମାନ୍ତରାଳ ପ୍ରଚ୍ଛଦପଟରେ ଦେଖିବାକୁ ପଡ଼ିବ। କେବଳ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ଜାନୁୟାରୀରେ ଭାରତର ବଡ଼ ବ୍ୟବସାୟୀଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ନୁହେଁ, ସମଗ୍ର ପୃଥିବୀର ସବୁ ନେତା ଏବେ ଏହି ଅର୍ଥନୈତିକ ମାନ୍ଦାବସ୍ଥା ବିଷୟରେ ଅତ୍ୟନ୍ତ ବ୍ୟସ୍ତ। ଏହାଠାରୁ ଏବେ ଅନ୍ୟ ଏକ ଅଧିକ ବିରାଟକାୟ ସମସ୍ୟା ପୃଥିବୀ ସମ୍ମୁଖରେ ଛିଡ଼ା ହୋଇଛି। ତାହା ହେଉଛି ଜଳବାୟୁ ପରିବର୍ତ୍ତନରୁ ସୃଷ୍ଟି ହେଉଥିବା ବିପଦ। ଏବେ ପ୍ରକୃତିର ରୋଷ କେତେ ଭୟଙ୍କର ହୋଇପାରେ, ତାହାର ସଦ୍ୟ ଦୃଷ୍ଟାନ୍ତ ଅଷ୍ଟ୍ରେଲିଆର ବନାଗ୍ନି ସୂଚାଇ ଦେଇଛି। ବ୍ରାଜିଲ୍‌ର ଆମାଜନ୍‌ ଜଙ୍ଗଲ ଜଳୁଥିବା ବେଳେ ଅଷ୍ଟ୍ରେଲିଆର ପାଳି ପଡ଼ିଛି। ଆମାଜନ୍‌ ଜଳିଲା ବେଳେ ଫ୍ରାନ୍ସ ଭଳି ଦେଶର ମୁଖ୍ୟ ଇମାନୁଏଲ ମାକ୍‌ରନ୍‌ ବ୍ରାଜିଲ ରାଷ୍ଟ୍ରପତି ଜେ. ବୋଲସୋନାରୋଙ୍କୁ ସମାଲୋଚନା କରିଥିଲେ। ମନ୍ତବ୍ୟ ଦିଆଯାଇଥିଲା ଯେ, ବୋଲସୋନାରୋ ଜାଣିଶୁଣି ଶିଳ୍ପକୁ ସାହାଯ୍ୟ କରିବା ପାଇଁ ଜଙ୍ଗଲ ପୋଡ଼ି ଦେଉଛନ୍ତି। ବୋଲସୋନାରୋ ପାଲଟା ଉତ୍ତର ଦେଲେ ଯେ, ସେଭଳି ସମ୍ବଳକୁ ବ୍ୟବହାର ନ କଲେ ବ୍ରାଜିଲ ଗରିବ ରହିଯିବ। ହେଲେ ସମସ୍ତେ ଜାଣନ୍ତି ଅଷ୍ଟ୍ରେଲିଆ ଏକ ବିକଶିତ ରାଷ୍ଟ୍ର। ତେଣୁ ଏହାର ଜଙ୍ଗଲରେ ନିଆଁ ଲଗାଇବାର ଆବଶ୍ୟକତା ନାହିଁ। ତେବେ କାହିଁକି ପ୍ରାକୃତିକ ବନାଗ୍ନି ଯୋଗୁ ଏହି ମହାଦେଶୀୟ ରାଷ୍ଟ୍ର ଏବେ ମହାବିପଦରେ ପଡ଼ିଛି, ତାହା ସମସ୍ତଙ୍କୁ ବ୍ୟଥିତ କରିବା କଥା।
ଅଷ୍ଟ୍ରେଲିଆର ସମଗ୍ର ଆୟତନ ୭,୭୪୧,୨୨୦ ବର୍ଗ କିଲୋମିଟର ହୋଇଥିବା ବେଳେ ଭାରତର ଆୟତନ ୩,୨୮୭,୨୬୩ ବର୍ଗ କିଲୋମିଟର ରହିଛି। ଅର୍ଥାତ୍‌ ଭାରତଠାରୁ ଅଷ୍ଟ୍ରେଲିଆ ୨ ଗୁଣାରୁ ଅଧିକ। ଅଷ୍ଟ୍ରେଲିଆରେ ଲାଗିଥିବା ନିଆଁ ପ୍ରାୟ ୮.୪ ନିଯୁତ ହେକ୍ଟର (୨୧ ମିଲିୟନ ଏକର) ଅର୍ଥାତ୍‌ ୮୪ ହଜାର ବର୍ଗକିଲୋମିଟର ଯାଏ ବ୍ୟାପୀ ସାରିଲାଣି। ସେହି ଦେଶକୁ ବନାଗ୍ନି ଗ୍ରାସ କରିବା ସୂଚାଇ ଦେଉଛି ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀବ୍ୟାପୀ କିଭଳି ହେଲାଣି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଅଷ୍ଟ୍ରେଲିଆ ଭୂଭାଗର ୧୭ ପ୍ରତିଶତ ଘଞ୍ଚ ଜଙ୍ଗଲ ଥିବାରୁ ସେଠାରେ ବିଗତ ୧୦୦ ବର୍ଷ ମଧ୍ୟରେ ମାତ୍ର ୧ ପ୍ରତିଶତ ତାପମାତ୍ରା ବୃଦ୍ଧି ପାଇଛି। ତା’ ସତ୍ତ୍ୱେ ସେଠାରେ ଆପେ ଆପେ ନିଆଁ ଲାଗିଯିବାରୁ ପ୍ରାୟ ୫୦ କୋଟି ବନ୍ୟପ୍ରାଣୀଙ୍କ ପ୍ରାଣ ଗଲାଣି। ଏବେ ଅଷ୍ଟ୍ରେଲିଆରୁ ଆସୁଥିବା ଭିଡିଓରେ ଜଙ୍ଗଲୀ ପଶୁ ମଣିଷର ସାହାଯ୍ୟ କିଭଳି ଲୋଡ଼ୁଛନ୍ତି ତାହା ଦେଖିବାକୁ ମିଳିଥିଲା।
ଆଜିର ମଣିଷ ବିକାଶ ନାମରେ ପୃଥିବୀ ଓ ବାୟୁମଣ୍ଡଳ ପ୍ରତି ଅନେକ ଅନ୍ୟାୟ କରିଚାଲିଛି। ଆବଶ୍ୟକତାଠାରୁ ଅଧିକ ପ୍ରକୃତିଠଁୁ ଛଡ଼ାଇ ନେବାକୁ ଚେଷ୍ଟା କରୁଥିବାରୁ ସନ୍ତୁଳନ ବିଗିଡ଼ିଗଲାଣି। ଫଳରେ ଋତୁଚକ୍ରରେ ଦେଖାଦେଇଛି ଅସ୍ବାଭାବିକ ପରିବର୍ତ୍ତନ। ଜଳବାୟୁ ପରିବର୍ତ୍ତନ ନେଇ ବିଶ୍ୱସ୍ତରରେ ବାରମ୍ବାର ବୈଠକ, ଆଲୋଚନାଚକ୍ର ଓ ତର୍କବିତର୍କର କୌଣସି ମାନେ ରହୁନାହିଁ। କାରଣ ଭାଷଣ ଅପେକ୍ଷା ସାମାନ୍ୟ ସକାରାତ୍ମକ ପଦକ୍ଷେପ ନିଆଯାଇପାରିଲେ ତଫାତ୍‌ ବାରି ହୋଇପଡ଼ନ୍ତା। ପୃଥିବୀର ଶକ୍ତିଶାଳୀ ଦେଶ ଆମେରିକା ଇରାନ୍‌ ଉପରେ ଆକ୍ରମଣ କରି ଲୋକଙ୍କୁ ମାରିବା ସକାଶେ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ ଜଳବାୟୁ ପରିବର୍ତ୍ତନକୁ ଗମ୍ଭୀର ଭାବେ ଦେଖୁନାହିଁ। ବିକଶିତ ରାଷ୍ଟ୍ର ଭାବେ ସର୍ବାଗ୍ରେ ଆମେରିକା ରହିଥିଲେ ମଧ୍ୟ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ପ୍ୟାରିସ୍‌ ଚୁକ୍ତିରୁ ଓହରିବାକୁ ପସନ୍ଦ କରୁଛି। ଏ ଯେଉଁ ମାନସିକତା ବୃଦ୍ଧି ପାଉଛି, ତାହାର ପରିଣତି ଧ୍ୱଂସ ଆଡ଼କୁ ଅଗ୍ରସର। ସବୁ ପ୍ରକାରର ବିକାଶ ଅପେକ୍ଷା ମଣିଷ ତିଷ୍ଠି ରହିବା ଲାଗି ନିତାନ୍ତ ଜରୁରୀ ଉତ୍ତମ ଜଳବାୟୁ ଓ ଏକ ପ୍ରଦୂଷଣମୁକ୍ତ ପରିବେଶ। ପୃଥିବୀର ପ୍ରତ୍ୟେକ ରାଷ୍ଟ୍ର ଏହି ସୂକ୍ଷ୍ମ କଥାକୁ ଏବେଠାରୁ ଠିକ୍‌ ଭାବେ ହୃଦୟଙ୍ଗମ କରିବା ଦରକାର। ଅନ୍ୟର କ୍ଷତି କରି ନିଜେ ଧନୀ ହେବାକୁ ଚେଷ୍ଟା କରୁଥିବା ମଣିଷ ପୃଥିବୀ ରକ୍ଷାର ପ୍ରତିଜ୍ଞା ନ ନେଲେ ଆଗକୁ ସ୍ଥିତି ଆହୁରି ବିଗିଡ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri