ସମୀକ୍ଷା ବାହାନାରେ ସୁରକ୍ଷା : ରାଜ୍ୟ ନେତୃତ୍ୱ ଉପରେ ଦୋଷ ଲଦିଲେ ବରିଷ୍ଠ

ଭୁବନେଶ୍ୱର, ୩୧।୫ (ବ୍ୟୁରୋ) : ଗତ ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ତୃତୀୟ ସ୍ଥାନରୁ ଦ୍ୱିତୀୟକୁ ଖସିଛି ଦଳ। ଲୋକସଭା ଆସନରେ ଗୋଟିଏ ସିଟ୍‌ରେ ବିଜୟୀ ହୋଇଥିବା ବେଳେ ବିଧାନସଭାରେ କଂଗ୍ରେସ ଦୁଇ ଅଙ୍କ ଛୁଇଁ ପାରି ନାହିଁ। ଦଳର ଏଭଳି ବିପର୍ଯ୍ୟୟକୁ ରାଜ୍ୟର ବରିଷ୍ଠ ନେତାମାନେ ହଜମ କରି ପାରି ନାହାନ୍ତି। ନିର୍ବାଚନ ପରିଚାଳନା ଓ ଦଳୀୟ ନେତୃତ୍ୱର ବିଫଳତା ଯୋଗୁ କଂଗ୍ରେସକୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡିଲା ବୋଲି ରାଜ୍ୟ ନେତାମାନେ ଗୋଟିଏ ସ୍ବରରେ କହିଛନ୍ତି। ୨୦୧୪ କଂଗ୍ରେସର ଭୋଟ ସେୟାର ୨୫.୭ ପ୍ରତିଶତ ଥିବା ବେଳେ ଏହି ନିର୍ବାଚନରେ ୧୬.୧୨ ପ୍ରତିଶତରେ ପହଞ୍ଚିଛି। ବିରୋଧୀ ଦଳ ମାନ୍ୟତା ମଧ୍ୟ ହାତରୁ ଖସି ଯାଇଛି। ମାତ୍ର ୯ଟି ବିଧାନସଭା ଆସନରେ କଂଗ୍ରେସକୁ ସନ୍ତୁଷ୍ଟ ହେବାକୁ ପଡିଛି। ରାଜ୍ୟ କଂଗ୍ରେସ ବିପର୍ଯ୍ୟୟର କାରଣ ଖୋଜିବାକୁ ଦଳ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ପିସିସି କାର୍ଯ୍ୟାଳୟରେ ଦଳର ଖରାପ ପ୍ରଦର୍ଶନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି। ବୈଠକକୁ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନେତାମାନଙ୍କୁ ଡକାଯାଇଥିଲା। କେଉଁ କାରଣରୁ ଦଳ ଖରାପ ପ୍ରଦର୍ଶନ କଲା ସେ ନେଇ ମାନସ ମନ୍ଥନ ହୋଇଛି। ଆଲୋଚନା ବେଳେ ବରିଷ୍ଠ ନେତାମାନେ ଦଳର ଏଭଳି ଦୁର୍ଦ୍ଦଶା ପାଇଁ କଂଗ୍ରେtସ ନେତୃତ୍ୱକୁ ଦାୟୀ କରିଥିଲେ।  ବୈଠକରେ ଦଳର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ଟି.ଏସ୍‌. ସିଂଦେଓ, ନିରଞ୍ଜନ ପଟ୍ଟନାୟକ, ତାରା ପ୍ରସାଦ ବାହିନୀପତି, ଭକ୍ତ ଚରଣ ଦାସ ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ଥିଲେ। କେଉଁ କାରଣରୁ ନିଜ ନିଜ ଅଞ୍ଚଳରେ ପ୍ରାର୍ଥୀମାନେ ପରାଜିତ ହୋଇଛନ୍ତି ତା’ର କାରଣ ପଚରାଯାଇଥିଲା। ଜଣ ଜଣ କରି ନିଜର ମତ ଦେଇଥିଲେ। ତେବେ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାହୁଲ ଗାନ୍ଧୀଙ୍କୁ ଏଆଇସିସି ଅଧ୍ୟକ୍ଷ ପଦରେ ରଖିବା ପାଇଁ ପ୍ରସ୍ତାବ ପାରିତ କରିବା। ଏହି ପ୍ରସ୍ତାବ ପାରିତ ହେବା ସମୟରେ ନିରଞ୍ଜନ ନିଜ ସମ୍ପର୍କରେ ଏକ ପ୍ରସ୍ତାବ ପାରିତ କରି ଏଆଇସିସି ନିକଟକୁ ପଠାଇବାକୁ ଚାହିଁଥିଲେ। ହେଲେ ଜିତେନ୍ଦ୍ର ସିଂ ଏକକାଳୀନ ଦୁଇଟି ଯାକ ପ୍ରସ୍ତାବ ପାରିତ କରିବାକୁ ବାରଣ କରିଥିଲେ। ।ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର ପ୍ରଦର୍ଶନ ଖରାପ ହେବା ଯୋଗୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ହେଲେ ତାଙ୍କ ଇସ୍ତଫା ପତ୍ର ଏପର୍ଯ୍ୟନ୍ତ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଗ୍ରହଣ କରାଯାଇନାହିଁ। ଅନ୍ୟପଟେ ନିରଞ୍ଜନ ମଧ୍ୟ ନିଜ ପଦରୁ ଇସ୍ତଫା ଦେବାକୁ ଚାହୁଁ ନ ଥିବା ଶୁଣିବାକୁ ମିଳିଛି। ନିଜ ଦୋଷ ତ୍ରୁଟିକୁ ଘୋଡାଇବା ସକାଶେ ନିରଞ୍ଜନ ଏଭଳି ବାହାନା କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ମୁଖ୍ୟତଃ ବିପର୍ଯ୍ୟୟ ସମୀକ୍ଷା ନାଁରେ ନିରଞ୍ଜନଙ୍କୁ ସୁରକ୍ଷା ପାଇଁ ବୈଠକରେ ସାମିଲ ହୋଇଥିବା କେନ୍ଦ୍ରୀୟ ନେତାମାନେ ଉଦ୍ୟମ କରିଥିବା ଦଳର କେତେଜଣ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ଅପରାହ୍ନରେ ଦଳର ବହୁ ବରିଷ୍ଠ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ବିପର୍ଯ୍ୟୟ ପାଇଁ ଆଗଧାଡ଼ିର ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକ, ଅମୀୟ ପଟ୍ଟନାୟକ ଏବଂ ରବି ସେଠୀ ପ୍ରମୁଖ ନେତାମାନେ ସିଧାସଳଖ ନିରଞ୍ଜନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ନିର୍ବାଚନ ପ୍ରଚାର କମିଟି ଗଠନ କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇ ନ ଥିଲା। ଏଥି ସହ ଗୋଟିଏ ପରିବାର ପିଛା ଦୁଇଟି ଟିକେଟ ଦିଆଯିବାକୁ ନେଇ ଆପତ୍ତି ଉଠିଥିଲା। ଏହା ପରାଜୟର ଅନ୍ୟ ଏକ କାରଣ ବୋଲି ନେତାମାନେ ରାଜ୍ୟ ପ୍ରଭାରୀଙ୍କ ନିକଟରେ କହିଥିଲେ। ବାପ-ପୁଅ ଟିକେଟ ନେବା ପ୍ରସଙ୍ଗ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଉଠାଇଥିଲେ। ଅନ୍ୟପଟେ ଜଗନ୍ନାଥ ପଟ୍ଟନାୟକ କହିଥିଲେ ନିର୍ବାଚନ ସମୟରେ ପ୍ରଚାର କମିଟି ଠିକ୍‌ ଢଙ୍ଗରେ କାର୍ଯ୍ୟ ନ କରିବା ଏବଂ ରାଜ୍ୟ ନେତୃତ୍ୱ ରାହୁଲଙ୍କ ନିର୍ଦ୍ଦେଶ ଠିକ୍‌ଭାବେ ପାଳନ କରି ନ କରିବାରୁ ଏଭଳି ବିପର୍ଯ୍ୟୟ ହେଲା। କଂଗ୍ରେସର ୨୧ ଜଣିଆ କମିଟିକୁ ନେଇ ରବି ସେଠୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଯେଉଁମାନେ ଦଳର କ୍ଷତି ପାଇଁ ଦାୟୀ ସେମାନଙ୍କୁ ବିପର୍ଯ୍ୟୟ କାରଣ ଖୋଜିବାକୁ ଦାୟିତ୍ୱ ଦେବା କେତେଦୂର ଠିକ୍‌ ବୋଲି ସେ ନେଇ ଦଳୀୟ ମହଲରେ ପ୍ରଶ୍ନ ଉଠିଛି। ଆଗାମୀ ୬ମାସ ପର୍ଯ୍ୟନ୍ତ ଦଳ ପାଇଁ କାମ କରିବାକୁ ପ୍ରଭାରୀ ଜିତେନ୍ଦ୍ର ସିଂ ପରାମର୍ଶ ଦେଇଥିଲେ। ଦଳକୁ କିପରି ଅଧିକ ସଙ୍ଗଠିତ କରିହେବ ଏବଂ ପୌର ନିର୍ବାଚନରେ ଭଲ ଫଳ ମିଳିବ ତା’ ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ। ବୈଠକରେ କୋରାପୁଟ ଲୋକସଭା ଆସନରୁ ନବ ନିର୍ବାଚିତ ଏମପି ସପ୍ତଗିରି ଉଲାକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?