ସମର ଫ୍ୟାଶନରେ ‘ଅରେଞ୍ଜ୍‌’ ଟ୍ରେଣ୍ଡ

ଭୁବନେଶ୍ୱର,୨୨।୪(ବ୍ୟୁରୋ)-ଫ୍ୟାଶନର ପରିଭାଷା ଦିନକୁ ଦିନ ପରିବର୍ତ୍ତନ ହେଉଥିବା ବେଳେ ଏଥିରେ ପ୍ରତିଦିନ ନୂଆ ନୂଆ ଷ୍ଟାଇଲ୍‌ ଓ ଷ୍ଟେଟ୍‌ମେଣ୍ଟ ଦେଖିବାକୁ ମିଳୁଛି। ଆଗରୁ କେବଳ କଳା, ଧଳା ଓ ଗାଢ଼ ରଙ୍ଗର ମୋହରେ ଥିବା ଫ୍ୟାଶନ ଇଣ୍ଡଷ୍ଟ୍ରୀ ଏବେ ରଙ୍ଗ ଉପରେ ଏକ୍ସପେରିମେଣ୍ଟ କରିବାକୁ ଭଲପାଉଛି। ସେହିଭଳି ଗ୍ରାହକଙ୍କ ପସନ୍ଦ ମଧ୍ୟ ବଦଳୁଛି। ହାଲ୍‌କା ରଙ୍ଗ ସହ ହାଲ୍‌କା ଫ୍ୟାବ୍ରିକ୍‌ ଉଭୟ ଡିଜାଇନର୍‌ ଓ ଗ୍ରାହକଙ୍କ ଦ୍ୱାରା ଆଦୃତ ହେଉଛି। ବିଶେଷକରି ଖରାଦିନେ ଏଭଳି ଟ୍ରେଣ୍ଡ୍‌ ଅଧିକ ଦେଖିବାକୁ ମିଳୁଛି। ତେବେ ଆଗରୁ କେବଳ ଖରାରେ ହ୍ବାଇଟ୍‌ ଫ୍ୟାଶନ ବା ଧଳାରଙ୍ଗ ପୋଷାକର ଡିମାଣ୍ଡ ଥିବାବେଳେ ଏବେ କିନ୍ତୁ ସମୟ ବଦଳିଛି। ଧଳା ପରିବର୍ତ୍ତେ କମଳା ରଙ୍ଗ ବା ଅରେଞ୍ଜ୍‌ କଲର୍‌ ଏଥର ସମର ଫ୍ୟାଶନରେ ନୂଆ ଟ୍ରେଣ୍ଡ୍‌ ହୋଇଛି। ଅଗ୍ନି ଓ ସୂର୍ଯ୍ୟାସ୍ତର ଏହି ରଙ୍ଗକୁ ଫ୍ୟାଶନ ଡିଜାଇନର୍‌ମାନେ ଚଳିତ ଋତୁର ନୂଆ ଷ୍ଟାଣ୍ଡ୍‌-ଆଉଟ୍‌ କଲର୍‌ ଭାବେ ଫୋକସ୍‌ କରିଛନ୍ତି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ରହୁଥିବା ବେଳେ ଖରାରୁ ମୁକ୍ତି ପାଇବା ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳିସ୍ଥଳେ ପୋଷାକ ପରିଧାନ ଶୈଳୀ ଗୁରୁତ୍ୱପୂର୍ଣ୍ଣ ରହିଛି। ହିଟ୍‌ ଓ୍ବେଭ୍‌ରୁ ମୁକ୍ତି ପାଇବାକୁ ଶରୀରକୁ ଢାଙ୍କି ରଖିବାକୁ କୁହାଯାଉଛି। ତେଣୁ ଖରାରେ ହାଲ୍‌କା ଲାଗିବା ସହ ଫ୍ୟାଶନେବୁଲ ଲୁକ୍‌ ଦେଉଥିବା ପୋଷାକ ପିନ୍ଧିବାକୁ ସହରବାସୀ ପସନ୍ଦ କରୁଛନ୍ତି। ଏପଟେ ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟର ଜଣାଶୁଣା ଫ୍ୟାଶନ ଡିଜାଇନର୍‌ମାନେ ନିଜର ନୂଆ ନୂଆ ସମର କଲେକ୍ସନ ବଜାରକୁ ଛାଡ଼ିଛନ୍ତି, ଯେଉଁଥିରେ ଧଳା ନୁହେଁ, ବରଂ ‘କଲର୍‌ ଅଫ୍‌ ଫାୟାର୍‌’ କୁହାଯାଉଥିବା କମଳା ରଙ୍ଗକୁ ଏଥର ସିଜିନ ସ୍ପେଶାଲ ଭାବେ ଦେଖିବାକୁ ମିଳିଛି। ଓଡ଼ିଶାର ବେଶ୍‌ ଜଣାଶୁଣା ଫ୍ୟାଶନ କନ୍‌ସଲ୍‌ଟାଣ୍ଟ ସ୍ବାଗତ ରଞ୍ଜନଙ୍କଠାରୁ ଆରମ୍ଭକରି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିଅର୍ଜନ କରିଥିବା ଫ୍ୟାଶନ ଡିଜାଇନର୍‌ ଡଲି ପାରେଖଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଫେଭରାଇଟ୍‌ ସମର୍‌ କଲେକ୍ସନରେ ଅରେଞ୍ଜ୍‌ ରଙ୍ଗ ଦେଖିବାକୁ ମିଳିଛି। ଏହାକୁ ଉତ୍କଣ୍ଠା, ଉତ୍ସାହ ଓ ଉଦ୍ଦୀପନାର ରଙ୍ଗ କୁହାଯାଉଥିବା ବେଳେ ଖରାରେ ମନକୁ ଖୁସି ଓ ଜୀବନ୍ତ ରଖିବାରେ ଏହି ରଙ୍ଗ ସାହାଯ୍ୟ କରେ। କମଳା ରଙ୍ଗର ଯେକୌଣସି ପୋଷାକ ପିନ୍ଧିଲେ ଏହା ସାର୍ପ ଲୁକ୍‌ ଦେବା ସହ ଖରାରେ ବି ଆକର୍ଷଣୀୟ ଦେଖାଯିବାରେ ସାହାଯ୍ୟ କରେ। ତେଣୁ ଅରେଞ୍ଜ୍‌କୁ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ କରିବାକୁ ଡିଜାଇନର୍‌ମାନେ ପରାମର୍ଶ ଦେଇଛନ୍ତି।

‘ଡେଟ୍‌’ରୁ ଡେ’ଆଉଟ୍‌

କେବଳ ଓ୍ବାର୍କ ଓ୍ବେର୍‌ କି କାଜୁଆଲ୍‌ ଓ୍ବେର୍‌ ନୁହେଁ, ଡେଟ୍‌ରେ ଯିବାବେଳେ ବି ଏକ ହଟ୍‌-ଅରେଞ୍ଜ୍‌ ଡ୍ରେସ୍‌ ଡେଟ୍‌କୁ ଆହୁରି ସ୍ବତନ୍ତ୍ର କରିବ। ସେହିଭଳି ସମର୍‌ ଓ୍ବେଡିଂ ହେଉ କି କକ୍‌ଟେଲ୍‌ ପାର୍ଟି, ଏଥିରେ ‘ଫ୍ଲୋଇଙ୍ଗ୍‌ ଅରେଞ୍ଜ୍‌ ଲଙ୍ଗ୍‌ ଡ୍ରେସ୍‌’ ଅନ୍ୟମାନଙ୍କଠାରୁ ଭିନ୍ନ କରିବ। ଏକ କ୍ରିମ୍‌ ଟପ୍‌ ସହ ଲାଇଟ୍‌ ଅରେଞ୍ଜ୍‌ ଓ୍ବାଇଡ୍‌-ଲେଗ୍‌ ଟ୍ରାଉଜର୍‌ ଓ ଏହାସାଙ୍ଗକୁ ହାଇ ପନିଟେଲ୍‌ ସମର୍‌ ଅଫିସ୍‌ ଲୁକ୍‌ ପାଇଁ ସବୁଠାରୁ ଉତ୍କୃଷ୍ଟ। ଅରେଞ୍ଜ୍‌ ଷ୍ଟିଲିଟୋଜ୍‌ ସାଙ୍ଗକୁ ଡେନିମ୍‌ ସ୍କାର୍ଟ ଚିକ୍‌ ଲୁକ୍‌ ଦେବା ସହ ସମର୍‌ ଆଉଟିଂ ପାଇଁ କାଜୁଆଲ୍‌ ଲୁକ୍‌ରେ ଅରେଞ୍ଜ୍‌-ବ୍ରାଉନ୍‌ ସର୍ଟସ ଓ ବିଜ୍‌ ଟପ୍‌ ବେଶ୍‌ ଆକର୍ଷଣୀୟ ଲାଗିବ।

ଆସେସୋରିଜ୍‌ରେ ଅରେଞ୍ଜ୍‌

କେବଳ ପୋଷାକ ନୁହେଁ, ଅରେଞ୍ଜ୍‌ ଆସେସୋରିଜ୍‌ ମଧ୍ୟ ଖରାରେ ଏକ ଭିନ୍ନ ଲୁକ୍‌ ଦେବ। ଧଳା, କଳା ଓ ବ୍ରାଉନ୍‌ ରଙ୍ଗ ପରିବର୍ତ୍ତେ ଆଜିକାଲି ବିଭିନ୍ନ ରଙ୍ଗର ଜୋତା ଫ୍ୟାଶନରେ ସାମିଲ ହୋଇଛି। ଚିକ୍‌ ଲୁକ୍‌ ଦେଖାଯିବା ପାଇଁ ବର୍ତ୍ତମାନର ଯୁବପିଢ଼ି ପିଙ୍କ୍‌, ଅରେଞ୍ଜ୍‌, ଗ୍ରୀନ୍‌ ଓ ବ୍ଲୁ ରଙ୍ଗ ଭଳି ବିଭିନ୍ନ ରଙ୍ଗର ସୁ ଏବଂ ସ୍ନିକର୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ସେହିଭଳି ଖରାରେ ଡେନିମ୍‌ ସହ ଅରେଞ୍ଜ୍‌ ସ୍ନିକର୍‌ ଓ ମର୍ନିଂ ଓ୍ବାକ୍‌ ପାଇଁ ଅରେଞ୍ଜ୍‌ ସ୍ପୋର୍ଟସ ସୁ ଚିରାଚରିତଠାରୁ ନିଶ୍ଚିତ ଭିନ୍ନ ଲୁକ୍‌ ଦେବ। ଏହାବ୍ୟତୀତ ଫ୍ୟାଶନ ସହ ଏକ୍ସପେରିମେଣ୍ଟ କରିବାକୁ ଭଲପାଉଥିବା ଯୁବପିଢ଼ି ଲାଇଟ୍‌-ଅରେଞ୍ଜ୍‌ ଲିପ୍‌ଷ୍ଟିକ୍‌, ଅରେଞ୍ଜ୍‌ ହ୍ୟାଣ୍ଡ୍‌ବ୍ୟାଗ୍‌, ଅରେଞ୍ଜ୍‌ ନେଲ୍‌ପଲିସ୍‌ର ବ୍ୟବହାର କରିପାରିବେ।

– ସ୍ବାଗତ ରଞ୍ଜନ, ଫ୍ୟାଶନ କନ୍‌ସଲଟାଣ୍ଟ୍‌


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ, ସମସ୍ତ କୁଳପତିଙ୍କୁ ଚିଠି ଲେଖି…

ଭୁବନେଶ୍ୱର,୨୧ା୫: ସରକାରୀ ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ କରିଛନ୍ତି ଉଚ୍ଚଶିକ୍ଷା ସଚିବ। ଏନେଇ ସମସ୍ତ କୁଳପତିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ବେଆଇନ ନିଯୁକ୍ତି ଓ…

ଏହି ରାଶିଙ୍କ ପାଇଁ ଜୁନ ମାସରେ ଘଟିବାକୁ ଯାଉଛି ଏମିତି, ଲିଷ୍ଟରେ ଆପଣଙ୍କ ରାଶି ଅଛି କି?

ଜୁନ ମାସ ଆରମ୍ଭ ହେବାକୁ ଯାଉଛି। ମାସ ଆରମ୍ଭରେ ବୃହସ୍ପତି କର୍କଟ ରାଶିରେ ପ୍ରବେଶ କରିବେ, ଯାହା ଅନେକ ରାଶିର ଭାଗ୍ୟକୁ ଉଜ୍ଜ୍ୱଳ କରିପାରେ। ଏହା ବ୍ୟତୀତ,…

ଆକାଶରୁ ବର୍ଷୁଛି ନିଆଁ, କଲବଲ ହେଉଛି ଜୀବନ, ଆହୁରି ୫ ଦିନ ଯାଏ…

ଭୁବନେଶ୍ୱର,୨୧ା୫: ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଆକାଶରୁ ଯେମିତି ଅଗ୍ନିବର୍ଷା ହେଉଛି। ଅସହ୍ୟ ଖରା ତାତି ଓ ଗୁଳୁଗୁଳିରେ କଲବଲ ହେଉଛି ଜୀବନ। ସକାଳୁ ରାତି, ଘରେ…

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ: ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ

ପୁରୀ,୨୧୫(ଅଜିତ୍‌ କୁମାର ମହାନ୍ତି):ପଞ୍ଜାବରେ ଅଦିନିଆ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି…

କ୍ୟାବିନେଟ୍‌ ବୈଠକ, ୭ ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର,୨୦।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ…

ଏହି ଗମ୍ଭୀର ରୋଗରେ ପୀଡିତ ଥିଲେ କୋହଲି, କ’ଣ ସେହି ରୋଗ, ଯେଉଁଥିରେ ୭୦% ଲୋକ ଶିକାର

ନୂଆଦିଲ୍ଲୀ,୨୦।୫: ବିଶ୍ୱର ସବୁଠାରୁ ସଫଳ ଖେଳାଳିମାନଙ୍କ ମଧ୍ୟରେ ଗଣାଯାଉଥିବା ବିରାଟ କୋହଲି ଅନେକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, କ୍ୟାରିୟରର ଏକ…

ପ୍ରକାଶ ପାଇଲା ଯୁକ୍ତ ୨ ଫଳାଫଳ: ଏମିତି ଚେକ୍‌ କରନ୍ତୁ ରେଜଲ୍ଟ

ଭୁବନେଶ୍ୱର, ୨୦।୫: ପ୍ରକାଶ ପାଇଲା ଯୁକ୍ତ ୨ ଫଳାଫଳ। CHSE ଅଫିସରେ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫଳାଫଳ ଘୋଷଣା କରିଛନ୍ତି। ଏକାସଙ୍ଗେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri