ସମବାୟ ସଭାପତିଙ୍କ ହତ୍ୟାକାରୀକୁ ଗିରଫ ଦାବି

ଅମରପାଲି, ୨୨।୯ (ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ସେବା ସମବାୟ ସଭାପତି ପ୍ରଦୀପ ବିଶ୍ୱାଳଙ୍କ ହତ୍ୟା ଘଟଣାକୁ ଚାରିଦିନ ବିତିଲାଣି। ହେଲେ ହତ୍ୟାକାରୀଙ୍କୁ ଗିରଫ କରି ପାରିନି ପୋଲିସ। ମାମଲା ରୁଜୁ କରି ପୋଲିସ ଚୁପ୍‌ ହୋଇ ବସିଛି। ତଦନ୍ତ ପ୍ରକ୍ରିୟାତୁ ତ୍ୱରାନ୍ବିତ କରିବା ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଜିଲା ପରିଷଦ ଗାୟତ୍ରୀ ପାଣିଗ୍ରାହୀ। ଏ ନେଇ ସେ ଏକ ଦାବିପତ୍ର ସୁବଳୟା ଥାନା ଅଧିକାରୀ ପ୍ରଦୀପ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି। ମୃତକଙ୍କ ଶରୀରରେ ଆଘାତ ଚିହ୍ନ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ । ତେଣୁ ଯଥାଶୀଘ୍ର ଏହାର ତଦନ୍ତ କରି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବାକୁ ପାଣିଗ୍ରାହୀ ଦାବି କରିଛନ୍ତି। ଅଭିଯୋଗ ପତ୍ର ଦେବା ସମୟରେ ରଘୁବୀର ପାଣିଗ୍ରାହୀ, ଭାଜପା ଜିଲା ସମ୍ପାଦକ ରାଜେଶ ସେଠୀ, ଭୀଷ୍ମ ଦନ୍ତା, ଡମ୍ବରୁ ମେହେର, ଦିବ୍ୟଲୋଚନ ଗଡୁଆ, ସୁନୀତ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ଖଣ୍ଡହତା ସେବା ସମବାୟ ସଭାପତି ତଥା ସୁବଳୟା ଥାନା ପୁଇପାଣି ଗ୍ରାମର ପ୍ରଦୀପ ବିଶ୍ୱାଳଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଘରଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ପଡିଥିଲା । ଖଣ୍ଡହତାସ୍ଥିତ ନିଜ ଔଷଧ ଦୋକନରୁ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ତାଙ୍କୁ କେହି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏ ଯାଏ ପ୍ରଦୀପଙ୍କ ମୃତ୍ୟୁର ଠିକ୍‌ ତଥ୍ୟ ଜଣା ପଡୁ ନ ଥିବା ବେଳେ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ଅମରପାଲି,୨୩।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗାଡ଼ ଗ୍ରାମର ଚାଷୀ ସପନ ପଧାନ (୫୯)ଙ୍କ କିଡ୍‌ନୀ ରୋଗରେ ମଙ୍ଗଳବାର ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri