ସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ

ଅନୁଗୋଳ ଅଫିସ, ୨୨।୧ – ସମସ୍ତଙ୍କ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କର। ଜନପ୍ରତିନିଧିଙ୍କ ସହ ପ୍ରଶାସନିକ ଅଧିକାରୀ ଉତ୍ତମ ସମ୍ପର୍କ ରଖିଲେ ଜିଲାର ତଳସ୍ତରରେ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପହଞ୍ଚତ୍ପାରିବ। ନିଜ ନିର୍ବାଚନମଣ୍ଡଳୀ ସହ ଜିଲାରେ କ’ଣ ଉନ୍ନୟନ କାର୍ଯ୍ୟ ହେଉଛି ତାହା ଜାଣିବା ପ୍ରତ୍ୟେକ ଜନପ୍ରତିନିଧିଙ୍କ ନିମନ୍ତେ ଅତ୍ୟନ୍ତ ଜରୁରୀ। ତେଣୁ ସେମାନେ ଯେଉଁ ସମୟରେ ଉନ୍ନୟନ କାର୍ଯ୍ୟର ହିସାବ ମାଗୁଛନ୍ତି, ତାହା କୁଣ୍ଠାବୋଧ ନ କରି ପ୍ରଶାସନିକ ଅଧିକାରୀମାନେ ପ୍ରଦାନ କରିବା ଉଚିତ୍‌ ବୋଲି ଅନୁଗୋଳ ଆସିଥିବା ଗୃହ କମିଟର ଅଧ୍ୟକ୍ଷ ଓ ସଦସ୍ୟମାନେ ଜିଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।
ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ଏଥିକ୍ସର ଏକ ୬ ଜଣିଆ ସଦସ୍ୟ ଦଳ ମଙ୍ଗଳବାର ଅନୁଗୋଳ ଜିଲା ଗସ୍ତରେ ଆସି ସଂସଦୀୟ ବ୍ୟାପାର ବିଭାଗ ଦ୍ୱାରା ଜାରି ହୋଇଥିବା ବୁକ୍‌ ସର୍କୁଲାର ୪୭ ଓ ବିଧାନସଭା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି କମିଟିରେ ବିଧାୟକ ଭୂପିନ୍ଦର ସିଂ, ଅରବିନ୍ଦ ଢାଲି, ଅଶ୍ୱିନୀ କୁମାର ପାତ୍ର, ଦାଶରଥି ଗମାଙ୍ଗୋ ଓ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସକମାନେ ବୁକ୍‌ ସର୍କୁଲାର ୪୭କୁ ଭଲ ଭାବେ ପଢ଼ନ୍ତୁ ଓ ଏହାକୁ ଅନୁସରଣ କରିବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ଲୋକ ପ୍ରତିନିଧି ଓ ପ୍ରଶାସକଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରଖି କାର୍ଯ୍ୟ କଲେ ସରକାରଙ୍କ ବିଭିନ୍ନ ଯୋଜନା ଲୋକାଭିମୁଖି ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ। ବିଧାୟକ ଓ ଏମ୍‌ପିଙ୍କ ଦ୍ୱାରା କରାଯାଉଥିବା ସୁପାରିଶ ଗୁଡ଼ିକର ମଧ୍ୟବର୍ତ୍ତିକାଳୀନ ଉତ୍ତର ଦେବା ସହ ଏକ ସ୍ବତନ୍ତ୍ର ରେଜିଷ୍ଟର ପ୍ରଚଳନ କରି ସେଥିରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଲେଖିବାକୁ ପରାମର୍ଶ ଦେଇଥିଲେ। ଲୋକ ପ୍ରତିନିଧିମାନଙ୍କ ସୁପାରିଶ ବା ଚିଠିରେ କ’ଣ ପଦକ୍ଷେପ ନେଲେ ୧୫ ଦିନ ମଧ୍ୟରେ ସେମାନଙ୍କୁ ଅବଗତ କରିବେ। ପ୍ରଶାସନିକ ଅଧିକାରୀମାନେ ଲୋକ ପ୍ରତିନିଧିମାନଙ୍କ ଟେଲିଫୋନ ନମ୍ବରକୁ ମୋବାଇଲରେ ରଖିବା ସହ ଫୋନ ଆସିଲେ ଉଠାଇ ନ ପାରିଲେ ତୁରନ୍ତ କଲ୍‌ବ୍ୟାକ କରିବାକୁ ସଦସ୍ୟମାନେ ପରାମର୍ଶ ଦେଇଥିଲେ। ଏହି ବୁକ୍‌ ସାର୍କୁଲାର ୪୭ ଜିଲାସ୍ତରୀୟ କାର୍ଯ୍ୟାଳୟ ସହ ସମ୍ପୃକ୍ତ ଅଧସ୍ତନ କାର୍ଯ୍ୟାଳୟ ଗୁଡ଼ିକରେ ପ୍ରଚଳନ ହେବ। ତେବେ ଜିଲାସ୍ତରରେ ଏକ ସେଲ୍‌ ଗଠନ କରି ଜିଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦେବା ପାଇଁ କମିଟି ପକ୍ଷରୁ କୁହାଯାଇଥିଲା। ଫଳରେ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିପାରିବ। ଏହି ଅବସରରେ ଅନୁଗୋଳ ଜିଲା କାର୍ଯ୍ୟାଳୟରେ ଗଠନ ହୋଇଥିବା ସେଲ୍‌ର ରେଜିଷ୍ଟ୍ରର ମଧ୍ୟ କମିଟିର ସଦସ୍ୟମାନେ ଅନୁଧ୍ୟାନ କରିଥିଲେ। ସରକାରଙ୍କ ପକ୍ଷରୁ ୫-ଟି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରଠାରୁ ପୋଲିସ ବିଭାଗର ବ୍ୟବହାରରେ ପରିବର୍ତ୍ତନ ହେବା ସହ ଚିକିତ୍ସାଳୟଗୁଡ଼ିକ ସଫାସୁତୁରା ରହୁଛି ବୋଲି ସଦସ୍ୟମାନେ ପ୍ରକାଶ କରିଥିଲେ। ଜିଲାରେ ଥିବା ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାନସଭାମଣ୍ଡଳୀ ଉନ୍ନୟନ କମିଟି ଗଠନ କରାଯାଇଛି କି ନାହିଁ ସଦସ୍ୟମାନେ ଜାଣିବାକୁ ଚାହିଁଥିଲେ। ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳ ଉନ୍ନୟନ କମିଟି ଗଠନ ହୋଇ ଇତିମଧ୍ୟରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ବୈଠକ ହୋଇଛି ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଥିଲେ। ପୋଲିସ ବିଭାଗ ଦ୍ୱାରା ଲୋକମାନଙ୍କୁ ତୁରନ୍ତ ସେବା ଯୋଗାଇ ଦିଆଯାଉଛି ବୋଲି ଅନୁଗୋଳ ଏସ୍‌ପି ଜଗମୋହନ ମୀନା ପ୍ରକାଶ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟଙ୍କ ସମେତ ଓଡ଼ିଶା ବିଧାନସଭାର କର୍ମକର୍ତ୍ତା ଓ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଶେଷରେ ଅତିରିକ୍ତ ଜିଲାପାଳ ତପନ କୁମାର କୁମାର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି: ଲେନିନ୍‌

ସମ୍ବଲପୁର,୧୧ା୫(ପ୍ରମୋଦ ବହିଦାର): ଆଗାମୀ ୧୨ ବର୍ଷ ମଧ୍ୟରେ ଓଡ଼ିଶାକୁ ସମଗ୍ର ଦେଶରେ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ପ୍ରଣବ-ଧର୍ମେନ୍ଦ୍ର କୋଳାକୋଳି

ସମ୍ବଲପୁର,୧୧।୫ (ଭବାନୀଶଙ୍କର ଭୋଇ): ପବିତ୍ର ଅକ୍ଷୟତୃତୀୟା ଅବସରରେ ସମ୍ବଲପୁରର ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠାପର୍ବ ସମ୍ପନ୍ନ ହୋଇଛି। ତେବେ ଥାଳଉଠା ପର୍ବ ଅବସରରେ ସମ୍ବଲପୁରର...

ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ, ରାଜଗାଙ୍ଗପୁର, ରାଉରକେଲା୧୧ା୫(ଜୟ ନାରାୟଣ ମେଣ୍ଡୁଳି/ ଅଶୋକ ପାଣି/ ଦିନେଶ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କୁ ଭଲ ପାଆନ୍ତି। ରାଜ୍ୟର ସବୁ ବର୍ଗର ଲୋକଙ୍କ...

ଭାଜପା ସରକାର ଆସିଲେ ରାମରାଜ୍ୟ ହେବ: ରାଜନାଥ

ରଣପୁର,୧୧ା୫(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ବିଜୟ ସଂକଳ୍ପ ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ଗର୍ଭବତୀଙ୍କୁ ୪ କି.ମି. ଚଲାଇନେଲେ

ଭବାନୀପାଟଣା,୧୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଜନନୀ ଯନ୍ତ୍ରଣାର ଏକ ଚିତ୍ର ସାମ୍‌ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ।...

ଆଜି ୩ଜିଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ପ୍ରଚାର

ଭୁବନେଶ୍ୱର,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ୩ଜିଲା ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ...

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri