ସଭିଙ୍କ ପାଇଁ ଶୁଦ୍ଧଜଳ

ବିଭୁପ୍ରସାଦ ମହାପାତ୍ର
“Water is life’s matter and matrix, mother and medium. There is no life without water.” ଜଳ ହେଉଛି ଜୀବନର ଜନନୀ ଓ ଆଧାର, ମାତା ଓ ମାଧ୍ୟମ। ଜଳ ବିନା ଜୀବନ ଅସମ୍ଭବ। ଭିଟାମିନ୍‌-ସି, ଫ୍ୟୁମାରିକ୍‌ ଅମ୍ଳ ତଥା ଜୈବିକ ଜାରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୧୯୩୭ ମସିହାର ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ହଙ୍ଗେରୀର ଆଲବର୍ଟ ସେଣ୍ଟ-ଜ୍ୟୋର୍ଜି ଭନ୍‌ ନାଗିରାପୋଲ୍‌ଟ (୧୮୯୩-୧୯୮୬) ଉପରୋକ୍ତ ଯୁକ୍ତିସଙ୍ଗତ ଉକ୍ତିଟିକୁ କହିଥିଲେ। ‘ଜଳ ହିଁ ଜୀବନ’, ‘ଜଳ ବିନା ଜୀବନ ଅସମ୍ଭବ’, ‘ଜଳ ଆମର ସବୁଠାରୁ ମୂଲ୍ୟବାନ ସମ୍ପଦ’, ‘ଜଳ ହାନି ଅର୍ଥ ଜୀବନ ହାନି’- ଆଦି ଖଣ୍ଡବାକ୍ୟର ବହୁଳ ପ୍ରଚାର ଓ ପ୍ରୟୋଗ ସର୍ବତ୍ର ଦୃଷ୍ଟିଗୋଚର ହୁଏ। ଓଡ଼ିଆ ବର୍ଣ୍ଣମାଳା ସହ ପରିଚିତ ହେବା ପରେ ଶିଶୁଟିଏ ଯେତେବେଳେ ଭକ୍ତ କବି ମଧୁସୂଦନ ରାଓଙ୍କର ଓଡ଼ିଆ ବର୍ଣ୍ଣବୋଧ ପାଠ କରୁଥିଲା ସେଥିରେ ସେ ପଢୁଥିଲା-‘ପଇସା ନେବ ଗଣି, ପାଣି ପିଇବ ଛାଣି’।
ତେବେ ଜଳସଙ୍କଟ ପାଇଁ ପ୍ରମୁଖ କାରଣ ଭାବେ ଆମ ନିକଟରେ ଉଭା ହୋଇଛି ବର୍ଦ୍ଧିଷ୍ଣୁ ଜନସଂଖ୍ୟା। ୧୮୦୦ ମସିହାରେ ୧୦୦ କୋଟି ଛୁଇଁଥିବା ସମଗ୍ର ବିଶ୍ୱ ଜନସଂଖ୍ୟା ୧୯୮୭ ମସିହା ଜୁଲାଇ ୧୧ ତାରିଖରେ ୫୦୦ କୋଟି ଏବଂ ୨୦୧୧ ମସିହା ଅକ୍ଟୋବର ୩୧ ତାରିଖରେ ୭୦୦ କୋଟିରେ ପହଞ୍ଚତ୍ ଥିଲା। ମାର୍ଚ୍ଚ ୨୦୧୯ ସୁଦ୍ଧା ସମୁଦାୟ ଜନସଂଖ୍ୟା ୭୭୦ କୋଟି ହେଲାଣି। ଗୁଣୋତ୍ତର ପ୍ରଗତିରେ ବୃଦ୍ଧି ପାଉଥିବା ଜନସମୁଦାୟଙ୍କର ଆବଶ୍ୟକତାକୁ ଜଳ ନିଅଣ୍ଟ ପଡିଲାଣି। ପୃଥିବୀପୃଷ୍ଠର ଶତକଡା ୭୧ ଭାଗ ଜଳଭାଗ ଦ୍ୱାରା ପରିବେଷ୍ଟିତ। ଅଥଚ ସମୁଦାୟ ଜଳଭାଗର ମାତ୍ର ୧ ଶତାଂଶ ମଧୁର ଜଳ ତଥା ବ୍ୟବହାର ଉପଯୋଗୀ। ପୁଣି ମଧୁର ଜଳର ୭୦ ଶତାଂଶ ଚାଷଜମିରେ ଜଳସେଚନ ନିମିତ୍ତ ବ୍ୟୟ ହୋଇଥାଏ। ୧୯୯୫ ମସିହାରେ ୨୫୦ ନିୟୁତ ହେକ୍ଟର ଜମିରେ ଜଳସେଚନ କରାଯାଉଥିଲା। ଜନସମୁଦାୟଙ୍କୁ ଖାଦ୍ୟ ପାନୀୟ, ବସନଭୂଷଣ ଯୋଗାଇବା ନିମନ୍ତେ କଳକାରଖାନାର ବୃଦ୍ଧି ଘଟୁଛି। ସେଗୁଡିକରୁ ନିର୍ଗତ ବିଷାକ୍ତ ରାସାୟନିକ ଦ୍ରବ୍ୟମିଶା ପାଣି ଜଳାଶୟରେ ମିଶିବାରୁ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ନିକଟ ଅତୀତରେ ରାଷ୍ଟ୍ରୀୟ ସବୁଜ ଟ୍ରିବ୍ୟୁନାଲର ନ୍ୟାୟିକ ସଦସ୍ୟଦ୍ୱୟ ରାଘବେନ୍ଦ୍ର ସିଂହ ରାଠୋର୍‌ ଓ ସତ୍ୟବାନ ସିଂହ ଏକ ପିଟିଶନର ଶୁଣାଣି କରି ଲୁଣି ନଦୀର ପ୍ରଦୂଷଣର କ୍ଷତିପୂରଣ ଭରଣା ନିମନ୍ତେ ୩୦ କୋଟି ଟଙ୍କା ମାସକ ଭିତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦେବା ନିମନ୍ତେ ରାଜସ୍ଥାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଲୋତ୍ରା, ବିଥୁଜା ଏବଂ ଜାସୋଲ୍‌ରେ ଥିବା ବୟନ ଶିଳ୍ପଗୁଡିକ ପ୍ରଦୂଷଣ ପାଇଁ ଦାୟୀ ଥିବାରୁ କ୍ଷତିପୂରଣ ପରିମାଣ ସେମାନଙ୍କଠାରୁ ଅସୁଲ କରାଯିବ। କେବଳ ଲୁଣି ନଦୀ ନୁହେଁ, ବଣାସ ଓ ବାନ୍ଦି ପରି ନଦୀ ମଧ୍ୟ ପ୍ରଦୂଷିତ ଜଳରେ ଭରପୂର। ସେପଟେ ଭୂଗର୍ଭରେ ସଞ୍ଚିତ ଜଳର ଯଥେଚ୍ଛ ବ୍ୟବହାର ଫଳରେ ଜଳପତ୍ତନର ହ୍ରାସ ଦିନକୁ ଦିନ ଘଟିଚାଲିଛି। ଜଳର ପରିମାଣରେ ବହୁ ଅନିୟମିତତା ଦେଖାଦେଇଛି। ଆଗାମୀ କେଇ ବର୍ଷରେ ଏଥିରୁ ଅନେକ ଶୁଷ୍କ ହୋଇଯିବାର ଆଶଙ୍କା ଉପୁଜୁଛି। ଏହାଦ୍ୱାରା ଆମ ଦେଶର ପ୍ରାୟ ୫୦ କୋଟି ଲୋକ ପ୍ରଭାବିତ ହେବେ।
ଜୀବ ଶରୀରର ୬୦ରୁ ୯୮ ଭାଗ କେବଳ ଜଳ। ସମସ୍ତ ଜୈବିକ କ୍ରିୟା, ପ୍ରକ୍ରିୟା ଓ ପ୍ରତିକ୍ରିୟା ନିମନ୍ତେ ତଥା ଜୀବ ଶରୀରର ସ୍ଥିତିସାମ୍ୟ ବଜାୟ ରଖିବାରେ ଜଳର ଭୂମିକା ଅନସ୍ବୀକାର୍ଯ୍ୟ। ସେଥିନିମନ୍ତେ ବୋଧହୁଏ ପୃଥିବୀର ପ୍ରଥମ ଜୀବ ‘ଫାଇଟୋ ପ୍ଲାଙ୍କଟନ୍‌’ ଜଳରୁ ହିଁ ଉଦ୍ଭବ ବୋଲି ଅନୁମେୟ। ଅବତାରବାଦର ପ୍ରଥମ ଦୁଇଟି ଅବତାର (ମତ୍ସ୍ୟ ଓ କଚ୍ଛପ) ମଧ୍ୟ ଜଳରୁ ସୃଷ୍ଟି। ଜୀବର ଅନେକ ବୈଶିଷ୍ଟ୍ୟ ଭାବରେ ଯଦି ଚୟ ଅପଚୟକୁ (metabolism) ମୁଖ୍ୟ ଓ ମୌଳିକ ବୋଲି ଧରାଯାଏ, ତେବେ ସେହି ପ୍ରକ୍ରିୟାରେ ନିହିତ ପ୍ରାୟ ସମସ୍ତ କାର୍ଯ୍ୟ ନିମନ୍ତେ ଜଳ ହିଁ ଅନିବାର୍ଯ୍ୟ। ଫରାସୀ ବୈଜ୍ଞାନିକ ଜାକ୍‌ କୁଷ୍ଟୋ (୧୯୧୦-୧୯୯୭) ଏକଦା କହିଥିଲେ-‘ଜଳଚକ୍ର ଓ ଜୀବନଚକ୍ର ସମାନ’। (The water cycle and life cycle are same.)
ଜଳର ଉପକାରିତା ଓ ଉପଯୋଗିତାକୁ ହୃଦୟଙ୍ଗମ କରି ମିଳିତ ଜାତିସଂଘ ତରଫରୁ ୧୯୯୩ ମସିହାରୁ ମାର୍ଚ୍ଚ ୨୨ ତାରିଖକୁ ‘ବିଶ୍ୱ ଜଳ ଦିବସ’ ରୂପେ ପାଳନ କରାଯାଉଛି। ପ୍ରତ୍ୟେକ ବର୍ଷ କିଛି ଥିମ୍‌ ରହିବା ପରି ଚଳିତବର୍ଷର ବିଷୟବସ୍ତୁ- ‘ଜଳ ଏବଂ ଜଳବାୟୁ ପରିବର୍ତ୍ତନ’। ଜଳ ଓ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ଯେଉଁ ଅତୁଟ ସମ୍ବନ୍ଧ ରହିଛି, ସେହି ସମ୍ପର୍କକୁ ବିଷୟବସ୍ତୁଟି ଦର୍ଶାଇଥାଏ।
(ମାର୍ଚ୍ଚ ୨୨ ବିଶ୍ୱ ଜଳଦିବସ ଉପଲକ୍ଷେ)
ଭୋଗଡା, ଖୋର୍ଦ୍ଧା, ମୋ-୭୦୦୮୦୫୩୫୯୭


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri