ସଭାରଙ୍କା ସାହିତି୍ୟକ

ମନ-ମାନଚିତ୍ର / ଡ. ନରହରି ବେହେରା
ବର୍ଷକ ତଳୁ ଆମ ଘର ପାଖରେ କବିପ୍ରାଣ ଏବଂ ବାଗ୍ମୀପ୍ରବର ମଣିଷଟିଏ ଓ ତାଙ୍କର ଧର୍ମପନତ୍ୀ ଭଡ଼ାଘରେ ରହୁଛନ୍ତି, ତାଙ୍କ ନାମ ରଙ୍କ ଓ ଗେହ୍ଲୀ। ବୟସ ଦୃଷ୍ଟିରୁ ଆମେ ତାଙ୍କୁ ଶ୍ରଦ୍ଧାରେ ଅଜା ଆଈ ବୋଲି ଡାକିଥାଉ। କିଛିଦିନ ପରେ ଆମେ ଜାଣିଗଲୁ, ରଙ୍କ ଅଜାଙ୍କର ମାଆବାପା ଯେଉଁ ନାମକରଣ କରିଥିଲେ ତାହା ବୃଥା ହୋଇନାହିଁ। ସାହିତ୍ୟ ହେଉ କି ଏକାଦଶାହ କ୍ରିୟାର ସଭା ହେଉ, ସବୁଥିରେ ତାଙ୍କର ରଙ୍କପଣିଆ ଦେଖିଲେ ବିଧାତା ତାଙ୍କ ନାମକୁ ସାର୍ଥକ କରିଛନ୍ତି ବୋଲି ଯେ କେହି କହିପାରିବ। ମାଛରଙ୍କା ହୁଏତ ମାଛଖାଇବା ଛାଡ଼ିଦେଇ ପାରେ କିନ୍ତୁ ରଙ୍କ ଅଜା ସଭାସମିତିକୁ ଛାଡ଼ିପାରିବେ ନାହିଁ। ତାଙ୍କର ଏହି ରଙ୍କପଣିଆକୁ ଦେଖି ଆମ ଭିତରୁ ତାଙ୍କୁ କେହି ସଭାରଙ୍କୁଣା ତ ଆଉ କେହି ସଭାରଙ୍କା ଅଜା ବୋଲି ଡାକିଥାନ୍ତି।
ରଙ୍କ ଅଜାଙ୍କର ମୂଳ ଠିକଣା ଆମକୁ ଜଣାନାହିଁ। ଚାକିରିରୁ ଅବସର ନେବାପରେ ଏଇଠି ରହୁଛନ୍ତି। ଗାଁରୁ ଚାଉଳ, କଦଳୀ, ମାଛ ଇତ୍ୟାଦି ଆସେ। ନିଜ ପେନ୍‌ସନ ଟଙ୍କାରେ ସେ ଚଳିଥାନ୍ତି। ରଙ୍କ ଅଜା ସଭାସମିତି ପାଇଁ ପାଣିପରି ଟଙ୍କାପଇସା ଖର୍ଚ୍ଚ କରୁଥିବାରୁ ଘରେ ସବୁବେଳେ ଅଭାବ ଦେଖାଦିଏ। ଗେହ୍ଲୀ ଆଈ ନିଜର ଯେତେ କରୁଣ ଭାବ ଦେଖାଇ ପ୍ରତିରୋଧ କଲେ ମଧ୍ୟ ଅଜାଙ୍କର କିଛି ପରିବର୍ତ୍ତନ ହୁଏନାହିଁ। ସାହିତି୍ୟକ ହେବା, ସଭାସମିତିରେ ଭାଷଣ ଦେବା ନିଶାରେ ରଙ୍କ ଅଜା ଦିନରାତି ଚାରିଆଡ଼େ ଘୂରି ବୁଲନ୍ତି। କେଉଁ ସଭାରେ ଚେୟାର ପଡ଼ିବ, କେଉଁଠି ମାଇକ୍‌ ବନ୍ଧା ହେବ, କେମିତି ନିମନ୍ତ୍ରଣପତ୍ର ବଣ୍ଟାହେବ ଇତ୍ୟାଦି କାମ କରିବା ପାଇଁ ସେ ଆଗୁଆ ପହଞ୍ଚତ୍ୟାଆନ୍ତି। କେବଳ ସେତିକି ନୁହେଁ, ଆବଶ୍ୟକ ପଡ଼ିଲେ ସଭାସମିତି ପାଇଁ ମିଠା ପୁଡ଼ିଆ ଓ ଫୁଲ କିଣିବା ପାଇଁ ଅକୁଣ୍ଠରେ ପଇସା ଖର୍ଚ୍ଚ କରିଥାନ୍ତି। ଏସବୁ ମୂଳରେ ସଭାରେ ଚୌକିଟିଏ ପାଇବା କିମ୍ବା କେଉଁଠି ମାନପତ୍ର ବା ଉତ୍ତରୀୟଟେ ହାତେଇବା ତାଙ୍କର ଅସଲ ଲକ୍ଷ୍ୟ।
ଏବକୁ ନିନ୍ଦୁକମାନେ କହୁଛନ୍ତି, ସଭାସମିତିରେ ଶ୍ରୋତା ଏବଂ ଓଡ଼ିଆ ସାହିତ୍ୟରେ ପାଠକ ପାଇବା ଦୁର୍ଲଭ ହୋଇଗଲାଣି। ମିଠା ପୁଡ଼ିଆ ଦିଅ, ଘର ଘର ବୁଲି ଅନୁରୋଧ କର ତଥାପି ଶ୍ରୋତା ମିଳୁନାହାନ୍ତି। ପକେଟରୁ ଟଙ୍କା ଖର୍ଚ୍ଚକରି ବହି ଛପାଇ ମାଗଣାରେ ବାଣ୍ଟିଲେ ବି ନବେ ପ୍ରତିଶତ ପାଠକ ଗୋଟିଏ ପୃଷ୍ଠା ବି ପଢ଼ନ୍ତି ନାହିଁ। ଏହାର କାରଣ ଦର୍ଶାଇ ନିନ୍ଦୁକମାନେ କହନ୍ତି- ଦୁନିଆରେ ଏବେ ସଭା ପାଇଁ ଶସ୍ତା ବକ୍ତା ଏବଂ ରାତି ଅଧିଆ ସାହିତି୍ୟକ ବୋଲାଉଥିବା ଲୋକଙ୍କର ଅଭାବ ନାହିଁ। ତେଣୁ ଅଧିକାଂଶ ସଭାକୁ ଶ୍ରୋତା ଏବଂ ସାହିତ୍ୟକୁ ପାଠକମାନେ ମୁହଁ ମୋଡ଼ୁଛନ୍ତି। ରଙ୍କ ଅଜା ତା’ର ଗୋଟିଏ ଉଦାହରଣ। ସେ ସଭାରେ ଥରେ ଠିଆହେଲେ ଅଜାଙ୍କର କାଳପାତ୍ରର ଜ୍ଞାନ ରହେନାହିଁ। ଆଜିକାଲି ତ ଶର୍ଟକଟ୍‌ ଯୁଗ। ଉପନ୍ୟାସ ଯାଇ ଅଣୁଗପରେ ଆମେ ପହଞ୍ଚତ୍ଲୁଣି। ତହିଁକି ଅଜାଙ୍କର ବାରମ୍ବାର ଲମ୍ବା ଭାଷଣ ଶୁଣିବାକୁ କିଏ ବା ଚାହିଁବ? ତେଣୁ ସେ କହିବା ଆରମ୍ଭ କରିବା ମାତ୍ରେ କିଛି ଲୋକ ଚା ପିଇବା, ପରିସ୍ରା କରିବା ପ୍ରଭୃତି ବାହାନାରେ ଚାଲିଯାଆନ୍ତି। ଆଉ କିଛି ଭଦ୍ରତା ଖାତିରରେ ନ ଯାଇ ସେଠାରେ ଆଖିବୁଜି କିମ୍ବା ଡବଡବ ଆଖିରେ ଚାହିଁରହି ଗୁଣୁଗୁଣୁ ହୋଇ କହନ୍ତି- ‘ଆସିଗଲା କଳଗାଉଣା!’ ଝାଳ ନ ବୋହିବାଯାଏ ମାଇକ୍ରୋଫୋନ୍‌ ଛାଡ଼ିବ ନାହିଁ। ଭଗବାନ ଏ ସଭାରଙ୍କୁଣାଗୁଡ଼ାକୁ କାହିଁିକି ଜନମ ଦେଇଛନ୍ତି କେଜାଣି, ଏଗୁଡ଼ାକ ମାଇପ ଛାଡ଼ଦେବେ ସିନା ମାଇକ୍‌ ଛାଡ଼ିବେ ନାହିଁ। ଏତେ ଟୁପୁରୁ ଟାପୁରୁ ବେଳେ ବେଳେ ରଙ୍କ ଅଜାଙ୍କ କାନରେ ପଡ଼େ। ମାତ୍ର ସେସବୁ ନିନ୍ଦା-ଅପବାଦକୁ ହସରେ ଉଡ଼ାଇଦିଅନ୍ତି।
ସେଦିନ ହଠାତ୍‌ ଗେହ୍ଲୀ ଆଈଙ୍କର ବିକଳ କାନ୍ଦଣା ଶୁଣି ତାଙ୍କ ଘରକୁ ଦୌଡ଼ିଲୁ। ଆଈ କାନ୍ଦି କାନ୍ଦି ଗଡ଼ି ଯାଉଥିଲେ। ସେ ସଫା କରିବା ପାଇଁ ରଖିଥିବା କାନଫୁଲ ହଳକରୁ ଗୋଟିଏ କିଏ ନେଇ ଯାଇଛି। ସେ କାନ୍ଦୁଥିବାବେଳେ ହଠାତ୍‌ ପାଟିକରି ଉଠିଲେ- ସେଇ ସଭାରଙ୍କୁଣା ମୋ କାନଫୁଲ ନିଶ୍ଚେ ନେଇଯାଇଛି। ଆଜି ଛାଡ଼ିବିନି…। ସେ ପାଗଳୀ ପରି ଦୌଡ଼ିଲେ। ଆମେ ବି ତାଙ୍କ ପଛରେ ଦୌଡ଼ିଲୁ। ଦୈବବାଣୀ ପାଇଲା ପରି ଆଈ ଗୋଟିଏ ସାହିତ୍ୟ ସଭା ଆଡ଼କୁ ଧସେଇ ପଶିଲେ। ମାତ୍ର ସେଠାରେ ରଙ୍କ ଅଜା ନ ଥିଲେ। ଆୟୋଜକମାନେ ମାଇକ୍‌ରେ ଡାକୁଥାନ୍ତି- ଆଜିର ସମ୍ବର୍ଦ୍ଧିତ ପ୍ରତିଭା ରଙ୍କବାବୁ କୋଉଠି ଅଛନ୍ତି ଶୀଘ୍ର ସଭାମଞ୍ଚକୁ ଆସନ୍ତୁ। ସଭା ଆରମ୍ଭ ହେବ। ଗେହ୍ଲୀ ଆଈ ଠପ୍‌ କରି ଠିଆ ହୋଇଗଲେ। ତାଙ୍କ ସଭାରଙ୍କୁଣା ପତି ପରମେଶ୍ୱର ଏଇଠିକି ଆସିବେ ବୋଲି କହି ଆସିଥିଲେ, କୁଆଡ଼େ ଗଲେ? ସେ ସବୁ ରାଗ ଭୁଲି ସୁଁ ସୁଁ ହୋଇ କାନ୍ଦିବାକୁ ଲାଗିଲେ। ଲୋକଙ୍କ ଭିତରୁ କେହି ଜଣେ ବଡ଼ପାଟିରେ ବ୍ୟଙ୍ଗକରି କହିଲା- ସମ୍ବର୍ଦ୍ଧିତ ପ୍ରତିଭା ଏବେ ମେଡିକାଲରେ ପୁରସ୍କାର ଗ୍ରହଣ କରୁଛନ୍ତି, ଏଠିକି ଆସିବେ କେମିତି? ଏତିକି ଶୁଣି ଆଈଙ୍କ ସହିତ ମେଡିକାଲ ଦୌଡ଼ିଲୁ।
ହାତମୁହଁରେ ପଟି ବାନ୍ଧି ପଡ଼ିଥିଲେ ରଙ୍କ ଅଜା। ଗେହ୍ଲୀ ଆଈ କାନ୍ଦି କାନ୍ଦି ଗଡ଼ିଗଲେ। ସେ କାନ୍ଦ କାନ୍ଦ ହୋଇ ଯାହା କହିଲେ ସେଥିରେ ଆମେ ବି ହତବାକ୍‌ ହେଇଗଲୁ। ଘଟଣାଟା ଥିଲା- ଆଜି ସଭାର ଆୟୋଜକମାନେ ତାଙ୍କୁ ସାହିତ୍ୟ ଗୌରବ ଉପାଧି ଦେବା ପାଇଁ ସ୍ଥିର କରିଥିଲେ। ରଙ୍କ ଅଜାଙ୍କ ପରି ଆଉ ଜଣେ ସାହିତ୍ୟରଙ୍କା ଏ ପୁରସ୍କାର ନେବାକୁ ଚେଷ୍ଟା କରୁଥିଲେ। ସେ ଜଣେ ନେତାଙ୍କ ପୁଅ, ମାତ୍ର ରଙ୍କ ଅଜା କି ଛାଡ଼ିବା ଲୋକ! ଗେହ୍ଲୀ ଆଈଙ୍କର କାନଫୁଲ ବିକି ସେ ଏ ପୁରସ୍କାର ନେବା ପାଇଁ ଆୟୋଜକମାନଙ୍କୁ ହାତ କରିଥିଲେ। ‘ପୈସା କ୍ୟା ନ କରେ କାମ୍‌’ ନ୍ୟାୟରେ ସେ ହୋଇଗଲେ ସମ୍ବର୍ଦ୍ଧିତ ପ୍ରତିଭା। ରଙ୍କ ଅଜା ଆଜି ସଭାକୁ ଆସିବାବେଳେ ନେତାଙ୍କ ପୁଅ ଏଇ ଅବସ୍ଥା କରିଦେଇଛି। ଏମାନେ ସାହିତି୍ୟକ, ଅନ୍ୟମାନଙ୍କୁ ପୁଣି ବାଟ ବତାନ୍ତି? ସେ ସାହିତି୍ୟକମାନଙ୍କୁ କେହି ଜୁହାର ହୁଅନ୍ତୁ କି ନାଇଁ ଆମ୍ଭେ ତାଙ୍କର ଚାରିଖୁରାକୁ ଦଣ୍ଡବତ କରୁଛୁ।
ବାସୁଦେବବାସ୍ୟମ୍‌, ଜଗନ୍ନାଥ ବିହାର, ବାଇପାସ, ଭଦ୍ରକ, ମୋ- ୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri