ଏଇ ଭାରତରେ

ବୟସ ୧୭, କିନ୍ତୁ ବିଚାର ଅତି ଉଚ୍ଚ। ଏମିତି ଜଣେ ଝିଅ ହେଉଛନ୍ତି ହରିୟାଣାର ଦୌଲତପୁର ଗାଁ ନିବାସୀ ଅଞ୍ଜୁ ବର୍ମା। ସେ ତାଙ୍କ ପିତା ଓ ସ୍କୁଲ ଶିକ୍ଷକଙ୍କ ସହଯୋଗରେ ଖୋଲିଛନ୍ତି ‘ବୁଲନ୍ଦ ଉଡ଼ାନ’। ଏହା ମାଧ୍ୟମରେ ସ୍କୁଲରେ ଛାତ୍ରସଂଖ୍ୟା ୭୦୦କୁ ବୃଦ୍ଧି କରିପାରିଛନ୍ତି। ଏବେ ସୁଦ୍ଧା ସେ ୫୦ଟି ବାଲ୍ୟ ବିବାହ ବନ୍ଦ କରିବାରେ ସକ୍ଷମ ହୋଇଛନ୍ତି। ୧୫ଟି ଯୌନ ନିର୍ଯାତନା ଘଟଣାରେ ପୀଡିତାଙ୍କୁ ଆଇନଗତ ସହଯୋଗ ଯୋଗାଇ ଦେଇଛନ୍ତି। ଶିଶୁ ଶ୍ରମିକ ବିରୋଧରେ ସ୍ବର ଉଠାଉଛନ୍ତି। ୧୦ ବର୍ଷ ବେଳେ ସେ ତାଙ୍କ ପିତାଙ୍କ ସମ୍ପର୍କୀୟଙ୍କ ଘରେ ରହି ଘରକାମ କରିବା ସହ ପଢୁଥିଲେ। ସେଠାରେ ତାଙ୍କୁ ମାତାପିତାଙ୍କ ସହ କଥାହେବାର ସୁଯୋଗ ଦିଆଯାଉ ନ ଥିଲା। ପରେ ସେ ଘରକୁ ଫେରି ଆସି ଘରକାମ କରି ପଢିବାକୁ ସମୟ ପାଇ ନ ଥିଲେ। ତେବେ ସେ ପଢିବାବେଳୁ ପିଲାମାନଙ୍କ ପାଇଁ କିଛି କରିବାକୁ ସ୍ବପ୍ନ ଦେଖିଥିଲେ ଯାହା ଆଜି ସାକାର ହୋଇଛି। ଅଞ୍ଜୁ ପ୍ରଥମେ ଗାଁର ଝିଅମାନଙ୍କୁ ତାଙ୍କ ସହ ସାମିଲ କରିବା ଲାଗି ଘର ଘର ବୁଲିଥିଲେ କିନ୍ତୁ କେହି ତାଙ୍କୁ ସହଯୋଗ କରି ନ ଥିଲେ। ପରେ ତାଙ୍କ ଶିକ୍ଷକଙ୍କ ସହଯୋଗ ପାଇବା ପରେ ପଞ୍ଚାୟତ ମଧ୍ୟ ତାଙ୍କୁ ଏଥିରେ ସାହାଯ୍ୟ କରିଥିଲା। ୨୦୧୭ରେ ସେ ‘ବୁଲନ୍ଦ ଉଡ଼ାନ’ ପ୍ରତିଷ୍ଠା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri