ସବୁ ଯାତ୍ରୀବାହୀ ଗାଡ଼ିରେ ରହିବ ଭିଏଲ୍‌ଟିଡି

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜ୍ୟର ସବୁ ଯାତ୍ରୀବାହୀ ଗାଡିରେ ଭିଏଲ୍‌ଟିଡି (ଭେଇକିଲ ଲୋକେଶନ ଟ୍ରାକିଂ ଡିଭାଇସ) ଲାଗିବ। ଓଲା, ଉବେର, ମୋ ବସ୍‌ ଭଳି ଯାତ୍ରୀବାହୀ ଗାଡିଗୁଡିକରେ ଏହି ସୁବିଧା ରହିଛି। ଏହାଦ୍ୱାରା ଯାତ୍ରୀମାନେ ଏହିସବୁ ବସ୍‌, କାର୍‌ କିମ୍ବା ଅଟୋ ଆଦିର ଯାତାୟାତ ସମ୍ପର୍କରେ ପ୍ରତି ସେକେଣ୍ଡର ରିପୋର୍ଟ ମୋବାଇଲ ସାହାଯ୍ୟରେ ରଖିପାରୁଛନ୍ତି। ସମାନଭାବେ ଏହି ବ୍ୟବସ୍ଥା ସବୁ ଯାତ୍ରୀବାହୀ ଗାଡ଼ିରେ ବାଧ୍ୟତାମୂଳକ କରାଯିବ। ଏହାଦ୍ୱାରା ଯାତ୍ରୀମାନେ କୌଣସି ସ୍ଥାନରେ ଅସୁବିଧାର ସମ୍ମୁଖୀନ ହେଲେ ସେମାନଙ୍କ ପାଇଁ ଏକ ସୁଇଚ୍‌ ବ୍ୟବସ୍ଥା ରହିବ। ସେମାନେ ଉକ୍ତ ସୁିଇଚ୍‌କୁ ଦବାଇଲେ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ରେ ମେସେଜ ପହଞ୍ଚିଯିବ। ଫଳରେ ସେହି ଗାଡିର ଲୋକେଶନକୁ ଟ୍ରାକିଂ କରାଯାଇପାରିବ। ଏହି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ଭୁବନେଶ୍ୱରସ୍ଥିତ ନିଳାଦ୍ରୀବିହାର ଠାରେ ରହିବ। ଏହା ରାଜ୍ୟର ମୁଖ୍ୟ ଅଫିସ ହେବ। ଭୁବନେଶ୍ୱର ଆର୍‌ଟିଓ-୨ କାର୍ଯ୍ୟାଳୟ ସେଠାକୁ ମଧ୍ୟ ସ୍ଥାନାନ୍ତର ହୋଇଯିବ। ଏଥିପାଇଁ ଗୃହ ନିର୍ମାଣ କାର୍ଯ୍ୟ କିଛିଦିନ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଯିବ। ଏହି ବ୍ୟବସ୍ଥା ୨୦୨୨ ଜୁନ୍‌ ସୁଦ୍ଧା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ପରିବହନ ବିଭାଗ ଅଧୀନରେ ଏହି ବ୍ୟବସ୍ଥା ରହିବ। ଏଥିଲାଗି ଖୁବ୍‌ଶୀଘ୍ର ଟେଣ୍ଡର କରାଯିବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ରାଜ୍ୟକୁ ଚିଠି କରାଯିବା ସହ ଉକ୍ତ ବ୍ୟବସ୍ଥା ଲାଗୁ କରିବା ପାଇଁ କୁହାଯାଇଥିଲା। ସେହି ଅନୁଯାୟୀ ସବୁ ଯାତ୍ରୀବାହୀ ଗାଡ଼ିରେ ଭିଏଲ୍‌ଟିଡି ଲଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ୧୧ ନଭେମ୍ବର ୨୦୨୦ରେ ଏ ନେଇ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଏବଂ ଓଡ଼ିଶା ପରିବହନ ବିଭାଗ ମଧ୍ୟରେ ଏମ୍‌ଓୟୁ ହୋଇସାରିଛି। ଏସ୍‌ଟିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭିଏଲ୍‌ଟିଡି ବ୍ୟବସ୍ଥା ଥିବା ଯାତ୍ରୀବାହୀ ଗାଡ଼ିର ଯାତାୟାତ ସମ୍ପର୍କିତ ସମସ୍ତ ତଥ୍ୟ ସରକାରଙ୍କ ପାଖରେ ରହିପାରିବ। ଏହାଦ୍ୱାରା ରାଜ୍ୟରେ ଅପରାଧ ହ୍ରାସ ପାଇବ। ଉଇପ୍ରୋ କନସଲଟିଂ ଏଜେନ୍ସିକୁ ଏହାର ଦାୟିତ୍ୱ ଦିଆଯାଇଛି। ଏହାଦ୍ୱାରା ଗାଡ଼ି ମାଲିକ, ଯାତ୍ରୀ ଓ ସରକାର ସୁବିଧା ପାଇବେ। ତେବେ ବାହାର ରାଜ୍ୟରେ ଯଦି ଏହି ବ୍ୟବସ୍ଥା ନ ଥାଏ ତେବେ ସେଠାରୁ ଆସୁଥିବା ଗାଡିଗୁଡିକର କୌଣସି ତଥ୍ୟ ରାଜ୍ୟ ପରିବହନ ବିଭାଗ ରଖିପାରିବ ନାହିଁ ବୋଲି ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri