ସବୁ ଯାତ୍ରୀବାହୀ ଗାଡ଼ିରେ ରହିବ ଭିଏଲ୍‌ଟିଡି

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜ୍ୟର ସବୁ ଯାତ୍ରୀବାହୀ ଗାଡିରେ ଭିଏଲ୍‌ଟିଡି (ଭେଇକିଲ ଲୋକେଶନ ଟ୍ରାକିଂ ଡିଭାଇସ) ଲାଗିବ। ଓଲା, ଉବେର, ମୋ ବସ୍‌ ଭଳି ଯାତ୍ରୀବାହୀ ଗାଡିଗୁଡିକରେ ଏହି ସୁବିଧା ରହିଛି। ଏହାଦ୍ୱାରା ଯାତ୍ରୀମାନେ ଏହିସବୁ ବସ୍‌, କାର୍‌ କିମ୍ବା ଅଟୋ ଆଦିର ଯାତାୟାତ ସମ୍ପର୍କରେ ପ୍ରତି ସେକେଣ୍ଡର ରିପୋର୍ଟ ମୋବାଇଲ ସାହାଯ୍ୟରେ ରଖିପାରୁଛନ୍ତି। ସମାନଭାବେ ଏହି ବ୍ୟବସ୍ଥା ସବୁ ଯାତ୍ରୀବାହୀ ଗାଡ଼ିରେ ବାଧ୍ୟତାମୂଳକ କରାଯିବ। ଏହାଦ୍ୱାରା ଯାତ୍ରୀମାନେ କୌଣସି ସ୍ଥାନରେ ଅସୁବିଧାର ସମ୍ମୁଖୀନ ହେଲେ ସେମାନଙ୍କ ପାଇଁ ଏକ ସୁଇଚ୍‌ ବ୍ୟବସ୍ଥା ରହିବ। ସେମାନେ ଉକ୍ତ ସୁିଇଚ୍‌କୁ ଦବାଇଲେ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ରେ ମେସେଜ ପହଞ୍ଚିଯିବ। ଫଳରେ ସେହି ଗାଡିର ଲୋକେଶନକୁ ଟ୍ରାକିଂ କରାଯାଇପାରିବ। ଏହି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ଭୁବନେଶ୍ୱରସ୍ଥିତ ନିଳାଦ୍ରୀବିହାର ଠାରେ ରହିବ। ଏହା ରାଜ୍ୟର ମୁଖ୍ୟ ଅଫିସ ହେବ। ଭୁବନେଶ୍ୱର ଆର୍‌ଟିଓ-୨ କାର୍ଯ୍ୟାଳୟ ସେଠାକୁ ମଧ୍ୟ ସ୍ଥାନାନ୍ତର ହୋଇଯିବ। ଏଥିପାଇଁ ଗୃହ ନିର୍ମାଣ କାର୍ଯ୍ୟ କିଛିଦିନ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଯିବ। ଏହି ବ୍ୟବସ୍ଥା ୨୦୨୨ ଜୁନ୍‌ ସୁଦ୍ଧା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ପରିବହନ ବିଭାଗ ଅଧୀନରେ ଏହି ବ୍ୟବସ୍ଥା ରହିବ। ଏଥିଲାଗି ଖୁବ୍‌ଶୀଘ୍ର ଟେଣ୍ଡର କରାଯିବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ରାଜ୍ୟକୁ ଚିଠି କରାଯିବା ସହ ଉକ୍ତ ବ୍ୟବସ୍ଥା ଲାଗୁ କରିବା ପାଇଁ କୁହାଯାଇଥିଲା। ସେହି ଅନୁଯାୟୀ ସବୁ ଯାତ୍ରୀବାହୀ ଗାଡ଼ିରେ ଭିଏଲ୍‌ଟିଡି ଲଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ୧୧ ନଭେମ୍ବର ୨୦୨୦ରେ ଏ ନେଇ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଏବଂ ଓଡ଼ିଶା ପରିବହନ ବିଭାଗ ମଧ୍ୟରେ ଏମ୍‌ଓୟୁ ହୋଇସାରିଛି। ଏସ୍‌ଟିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭିଏଲ୍‌ଟିଡି ବ୍ୟବସ୍ଥା ଥିବା ଯାତ୍ରୀବାହୀ ଗାଡ଼ିର ଯାତାୟାତ ସମ୍ପର୍କିତ ସମସ୍ତ ତଥ୍ୟ ସରକାରଙ୍କ ପାଖରେ ରହିପାରିବ। ଏହାଦ୍ୱାରା ରାଜ୍ୟରେ ଅପରାଧ ହ୍ରାସ ପାଇବ। ଉଇପ୍ରୋ କନସଲଟିଂ ଏଜେନ୍ସିକୁ ଏହାର ଦାୟିତ୍ୱ ଦିଆଯାଇଛି। ଏହାଦ୍ୱାରା ଗାଡ଼ି ମାଲିକ, ଯାତ୍ରୀ ଓ ସରକାର ସୁବିଧା ପାଇବେ। ତେବେ ବାହାର ରାଜ୍ୟରେ ଯଦି ଏହି ବ୍ୟବସ୍ଥା ନ ଥାଏ ତେବେ ସେଠାରୁ ଆସୁଥିବା ଗାଡିଗୁଡିକର କୌଣସି ତଥ୍ୟ ରାଜ୍ୟ ପରିବହନ ବିଭାଗ ରଖିପାରିବ ନାହିଁ ବୋଲି ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?