ସବୁଜିମା ଆଣିବା ଲକ୍ଷ୍ୟରେ  ‘ସବୁଜ ସୁନ୍ଦର ବାରିପଦା’

ବାରିପଦା ଅଫିସ, ୧୫ା୩- ବାରିପଦା ସହରକୁ ସବୁଜ ସୁନ୍ଦର କରିବା ଲକ୍ଷ୍ୟରେ ୨୦୧୪ରେ କେତେକ ଯୁବକ ସଂଗଠିତ ହୋଇ ‘ସବୁଜ ସୁନ୍ଦର ବାରିପଦା’ ସଙ୍ଗଠନ ଗଢିଥିଲେ । ଇତିମଧ୍ୟରେ ୬ ବର୍ଷ ବିତିଲାଣି। ସଂଗଠନର ସଦସ୍ୟା ଓ ସଦସ୍ୟମାନେ ସହରରେ ଥିବା ଖାଲି ସ୍ଥାନରେ ୨୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଇବା ସହିତ ପରିବେଶ ସଚେତନତା ସୃଷ୍ଟି କରି ଆସୁଛନ୍ତି। ତଥାପି ଲକ୍ଷ୍ୟ ବହୁ ଦୂର। ଏଥିଲାଗି ସେମାନେ ଚାରା ରୋପଣଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ସହରକୁ ପଲିଥିନ ଓ ଆର୍ବଜନାମୁକ୍ତ ରଖିବା, ନିଶାମୁକ୍ତ ପରିବେଶ ଗଢି ତୋଳିବା ଲାଗି ଲୋକଙ୍କୁ ବୁଝାଉଛନ୍ତି। ରକ୍ତଦାନ ଶିବିର ଆୟୋଜନ କରି ଅନ୍ୟର ଜୀବନ ବଞ୍ଚାଇବା ସହ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ରଖିବା ଭଳି ଜନହିତକର କାର୍ଯ୍ୟ କରି ଆସୁଛନ୍ତି। ବାରିପଦା ସହରରେ ଜିତେନ୍ଦ୍ର ମହାନ୍ତି ଉକ୍ତ ସଂଗଠନର ଆବାହକ ଅଛନ୍ତି। ତାଙ୍କ ନେତୃତ୍ୱରେ ‘ସବୁଜ ସୁନ୍ଦର ବାରିପଦା’ର ଯୁବ ଗୋଷ୍ଠୀ ପରିବେଶ ସୁରକ୍ଷା ଲାଗି କାର୍ଯ୍ୟ କରି ସହରରେ ଚର୍ଚ୍ଚାକୁ ଆସିଛନ୍ତି।
ସଂଗଠନର ଆବାହକ ଜିତେନ୍ଦ୍ର ପ୍ରତ୍ୟହ ସକାଳେ ଯୁବ ଗୋଷ୍ଠୀର ସଦସ୍ୟା ଓ ସଦସ୍ୟଙ୍କ ଗହଣରେ ବିଭିନ୍ନ ଓ୍ବାର୍ଡ ବୁଲି ଲଗା ଯାଇଥିବା ଚାରା ଗଛର ଯତ୍ନ ନେଇଥାନ୍ତି। ଚାରାରୋପଣ କରିବା ସାଙ୍ଗକୁ ସେମାନେ ପରିବେଶକୁ ସୁରକ୍ଷା ବାର୍ତ୍ତା ବାଣ୍ଟି ଫେରିଥାନ୍ତି। ପରେ ସଂଗଠନର ସଦସ୍ୟାସଦସ୍ୟ ଏକାଠି ହୋଇ ଆଗାମୀ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଥାନ୍ତି। କେବଳ ସେତିକି ନୁହେଁ ରାସ୍ତାରେ ଯିବା ବେଳେ କୌଣସି ଲୋକ ପଲିଥିନ ବ୍ୟାଗ ଧରି ବଜାରରୁ ଆସୁଥିବା ଦେଖିଲେ, ସେମାନେ ତାଙ୍କୁ କପଡ଼ା ବ୍ୟାଗ୍‌ ବାଣ୍ଟି ପଲିଥିନ ବ୍ୟାଗ ବ୍ୟବହାର ନ କରିବାକୁ ବୁଝାଇଥାନ୍ତି। ସହରର କୌଣସି ସ୍ଥାନରେ ଗୋରୁ ମରି ପଡ଼ିଥିଲେ ସେମାନେ ଉଠାଇ ଆଣି ସଂସ୍କାର କରାଇଥାନ୍ତି। ସଂଗଠନର ସଦସ୍ୟମାନେ ଶବସଂସ୍କାର ଭଳି ସାମାଜିକ କାର୍ଯ୍ୟରେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ସହଯୋଗ କରିଥାନ୍ତି।
ସହରରେ ଗଢି ଉଠିଥିବା ଏହି ସବୁଜ ସୁଦର ଟିମ୍‌ରେ କଲେଜ ପିଲାଙ୍କଠାରୁ ଆରମ୍ଭ କରି ଯୁବକ, ବୟସ୍କ ଓ ମହିଳା ମଧ୍ୟ ସଦସ୍ୟ ରହିଛନ୍ତି। ସେମାନେ ସହରର ପର୍ଯ୍ୟଟନ କ୍ଷେତ୍ର ବୁଲି ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କୁ ଭେଟିଥାନ୍ତି। ୧୯୯୩ରେ ଜିତେନ୍ଦ୍ର ରାଜନୀତିରେ ପ୍ରବେଶ କରି ଏଯାଏ ସକ୍ରିୟ ରହି ସମାଜସେବା ଓ ପିବେଶ ସୁରକ୍ଷା କାର୍ଯ୍ୟକୁ ତ୍ୱରାନ୍ବିତ କରି ଚାଲିଛନ୍ତି। ଯୁବଗୋଷ୍ଠୀଙ୍କୁ ସାଥିରେ ନେଇ ପରିବେଶ ସୁରକ୍ଷା ଲାଗି ନିୟମିତ କାର୍ଯ୍ୟ କରି ଚାଲିଛନ୍ତି। ଏଭଳି କାର୍ଯ୍ୟ ଲାଗି ୨୫୦ରୁ ଊର୍ଦ୍ଧ୍ୱ ସଙ୍ଗଠନ ତାଙ୍କୁ ଓ ସବୁଜ ସୁନ୍ଦର ବାରିପଦା ସଂଗଠନକୁ ସମ୍ବର୍ଦ୍ଧିତ କରିଛନ୍ତି। ଜିତେନ୍ଦ୍ରଙ୍କ କହିବା ହେଲା, ବର୍ତ୍ତମାନର ଯୁବପିଢିକୁ ସମାଜସେବା ଭଳି କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ଉତ୍ସାହ ଯୋଗାଇବା ତାଙ୍କର ଲକ୍ଷ୍ୟ । ଆଗକୁ ସଂଗଠନକୁ ଅଧିକ ସକ୍ରିୟ ଓ ଦୃଢ କରି ସବୁଜ ସୁନ୍ଦର ବାରିପଦା ଗଠନ ଦିଗରେ ସଂଗଠନ ଜରିଆରେ ସେ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

ବୈଶିଙ୍ଗାରେ ଛାତିଥରା ହତ୍ୟାକାଣ୍ଡ, ଶୋଇଥିବା ବେଳେ ମହିଳାଙ୍କ ତଣ୍ଟି ଚିପି ହତ୍ୟା

ବୈଶିଙ୍ଗା,୨୧।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଗଣେଶ୍ବରପୁର ଗ୍ରାମରେ ଏକ ଛାତିଥରା ହତ୍ୟାକାଣ୍ଡ ହୋଇଛି । ବୁଧବାର ରାତିରେ ଜନୈକା ୫୦ ବର୍ଷିୟା ମହିଳାଙ୍କୁ…

ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଯୁବକ ମୃତ, ଜଳି ଯାଇଥିଲା ପିଠି

ବୈଶିଙ୍ଗା,୨୦।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ତଥା ବଡ଼ସାହି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦପୁର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ବିଲରେ ମୃତ୍ୟୁ…

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri