ସପ୍ତାହରେ ୩ ଦିନ ଛୁଟି ପ୍ରସ୍ତାବ ଆଣିଲେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ

ଯଦି ସପ୍ତାହକୁ ୪ ଦିନ ଓ ପ୍ରତିଦିନ ମାତ୍ର ୬ ଘଣ୍ଟା କାମ କରିବାକୁ ପଡ଼େ ତେବେ କେହି ଏଭଳି ଚାକିରିକୁ ହାତଛଡା କରିବାକୁ ଚାହିଁବେନି। କାମର ବୋଝକୁ ହାଲୁକା କରିବା ଓ ପରିବାରକୁ ସମୟ ଦେବା ପାଇଁ କର୍ମଚାରୀଙ୍କ ଲାଗି ଏକ ସ୍ବତନ୍ତ୍ର ପ୍ରସ୍ତାବ ଆଣିଛନ୍ତି ଫିନ୍‌ଲାଣ୍ଡର ପ୍ରଧାନମନ୍ତ୍ରୀ ସନା ମରିନ୍‌। ୩୪ବର୍ଷୀୟ ସନା ବିଶ୍ୱର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇ ବେଶ୍‌ ଚର୍ଚ୍ଚା ସାଉଁଟିଥିଲେ। ଏବେ କର୍ମଚାରୀଙ୍କ ପାଇଁ ଏଭଳି ପ୍ରସ୍ତାବ ଆଣି ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଫିନ୍‌ଲାଣ୍ଡର କର୍ମଚାରୀମାନଙ୍କୁ ଏବେ ସପ୍ତାହରେ ୩ ଦିନ ଛୁଟି ଓ ଦିନକୁ ୬ଘଣ୍ଟା କାମ କରିବାକୁ ପଡ଼ିବ। ସନାଙ୍କ ଅନୁସାରେ ଏହି ପ୍ରସ୍ତାବ ଦ୍ୱାରା ଲୋକମାନେ ପରିବାରକୁ ସମୟ ଦେବା ସହିତ ନିଜର ଅଧା ରହିଥିବା ସ୍ବପ୍ନକୁ ପୂରା କରିପାରିବେ। ଏଥିସହ କର୍ମଚାରୀମାନେ ଖୁସିରେ ରହିବେ। ଖୁସି ରହିବା ସହ କମ୍‌ ସମୟରେ ଅଧିକ କାମ କରିବା ଦ୍ୱାରା ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଫିନ୍‌ଲାଣ୍ଡର ପଡୋଶୀ ଦେଶ ସ୍ବୀଡେନରେ ୨୦୧୫ରେ ୬ଘଣ୍ଟା କାର୍ଯ୍ୟର ଆଇନ ଲାଗୁ କରାଯାଇଥିଲା। ଏଥିରେ କର୍ମଚାରୀ ଖୁସି ହୋଇ କାମ କରିଥିଲେ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ସହ ସେମାନଙ୍କର ଜୀବନଶୈଳୀରେ ଉନ୍ନତି ଆସିଥିବା ଜଣାପଡ଼ିଛି। ସେହିପରି ନଭେମ୍ବର ୨୦୧୮ରେ ଜାପାନର ଏକ ମାଇକ୍ରୋସଫ୍ଟ କମ୍ପାନୀରେ ଏଭଳି ଏକ ପ୍ରସ୍ତାବକୁ ନେଇ ସର୍ଭେ କରାଯାଇଥିଲା। କର୍ମଚାରୀମାନେ ୪ ଦିନ କାମ କରିଥିବା ବେଳେ ଏହାର ଫଳାଫଳ ଭଲ ଆସିଥିଲା। ଏଥିରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ୪୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ତେବେ ସନାଙ୍କ ଏହି ପ୍ରସ୍ତାବକୁ ଫିନ୍‌ଲାଣ୍ଡର ଶିକ୍ଷା ମନ୍ତ୍ରୀ ଓ ଜନତା ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

ଗଞ୍ଜେଇ ମାମଲାରେ ଯୁବକଙ୍କୁ ମୋହନାରୁ ଗିରଫ କଲା ତାମିଲନାଡୁ ପୋଲିସ

ମୋହନା, ୨୮।୮ (ମନ୍ମଥ ମିଶ୍ର): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲାରେ ପହଞ୍ଚିଛି ତାମିଲନାଡୁ ପୋଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri