ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ:ଅଣକୃଷି ଅର୍ଥନୈତିକ କାର୍ଯ୍ୟକଳାପ ଜାଣିବାକୁ ବ୍ୟାପକ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ସୋମବାରଠାରୁ ଆରମ୍ଭ କରାଯାଇଛି। ଲୋକସେବା ଭବନଠାରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏହି ଗଣନାର ଶୁଭାରମ୍ଭ କରିଛନ୍ତି। ଏହାସହ ଅର୍ଥନୈତିକ ଗଣନା ନିମନ୍ତେ ସ୍ବତନ୍ତ୍ର ଭାବେ ଏକ ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌ ଲୋକାର୍ପିତ ହୋଇଛି। ଏହି କାର୍ଯ୍ୟକ୍ରମ ତିନିମାସ ପର୍ଯ୍ୟନ୍ତ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଏବଂ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତତ୍ତ୍ବାବଧାନରେ ଚାଲିବ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଉପମହାନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଏବଂ ଗଣନା ପ୍ରକ୍ରିୟାରେ ସମ୍ପୃକ୍ତ ଅଂଶୀଦାର ବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ। ଅର୍ଥନୈତିକ ଗଣନା ପ୍ରକ୍ରିୟାରେ ନିଯୁକ୍ତି ତଥା ଆୟ ସୃଷ୍ଟି ମାଧ୍ୟମରେ ଭାରତୀୟ ଅର୍ଥନୀତିକୁ ବିଶେଷଭାବେ ସାହାଯ୍ୟ କରୁଥିବା ସମସ୍ତ ପ୍ରତିଷ୍ଠାନ ଏବଂ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନଗୁଡ଼ିକର ସମ୍ପୂର୍ଣ୍ଣ ଗଣନାକୁ ଅଗ୍ରାଧିକାର ଦିଆଯିବ । ଫଳରେ ନିର୍ଦ୍ଦିଷ୍ଟ ଭୌଗୋଳିକ ଅବସ୍ଥିତି ତଥା ସ୍ଥାନ ପୁଞ୍ଜର ଆର୍ଥତ୍କ କାର୍ଯ୍ୟକଳାପ, ମାଲିକାନା ଅଧିକାର ଏବଂ ନିୟୋଜିତ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ମୂଲ୍ୟବାନ ତଥ୍ୟ ମିଳିପାରିବ ା ଅଣକୃଷି ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପର୍କିତ ତଥ୍ୟ ଆହରଣ ନିମନ୍ତେ ଦେଶର ସପ୍ତମ ଅର୍ଥନୈତିକ ଗଣନା ପାଇଁ ଏକ ବ୍ୟାପକ କାର୍ଯ୍ୟକ୍ରମ ବୋଲି ସରକାର କହିଛନ୍ତି ।
ରାଜ୍ୟ ଓ ଜିଲାସ୍ତରରେ ସାମାଜିକ-ଅର୍ଥନୈତିକ ଉନ୍ନୟନମୂଳକ ଯୋଜନା ପ୍ରଣୟନ ସମୟରେ ଏହି ଅର୍ଥନୈତିକ ଗଣନାର ସଂଗୃହୀତ ବିବରଣୀ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ା ସପ୍ତମ ଅର୍ଥନୈତିକ ଗଣନା-୨୦୧୯ ରିୟଲଟାଇମ୍‌ ଡାଟା ଭାଲିଡେସନ୍‌ ଓ ଯାଞ୍ଚ, ଜିଓଟ୍ୟାଗିଂ, ଟାଇମସ୍‌ ଷ୍ଟାମ୍ପିଂ, ଏମ୍‌ଆଇଏସ୍‌ ଡ୍ୟାସ୍‌ ବୋର୍ଡ ବ୍ୟବହାର ଇତ୍ୟାଦିର ବିନିଯୋଗ ସାଙ୍ଗକୁ ଅଗ୍ରଣୀ ସୂଚନା ପ୍ରଯୁକ୍ତି ଉପକରଣ ସହାୟତାରେ ଆଧୁୁନିକ ମୋବାଇଲ୍‌ ଆପ୍‌ ଦ୍ବାରା ପରିଚାଳିତ ହେବ। ଏହା ଫଳରେ ସର୍ବେକ୍ଷଣରେ ଶତପ୍ରତିଶତ ଅନ୍ତର୍ଭୁକ୍ତି ସମେତ ସଫଳତା ମିଳିପାରିବ। ଭାରତ ସରକାରଙ୍କ ଇଲେଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ ଏକ ସ୍ପେଶାଲ୍‌ ପର୍‌ପୋଜ୍‌ ଭେହିକିଲ୍‌ (ଏସ୍‌ପିଭି) ‘କମନ୍‌ ସର୍ଭିସ୍‌ ସେଣ୍ଟର ଇ-ଗଭର୍ନାନ୍ସ ସର୍ଭିସ୍‌ ଇଣ୍ଡିଆ ଲିମିଟେଡ୍‌’ ମାଧ୍ୟମରେ ସପ୍ତମ ଅର୍ଥନୈତିକ ଗଣନାକୁ କାର୍ଯ୍ୟକାରୀ କରୁଛନ୍ତି। ଇତି ପୂର୍ବରୁ ଦେଶରେ ୬ଟି ଅର୍ଥନୈତିକ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଛି। ବିଗତ ଷଷ୍ଠ ଅର୍ଥନୈତିକ ଗଣନା ସମେତ ପୂର୍ବରୁ ହୋଇଥିବା ଗଣନାଗୁଡ଼ିକରେ ପ୍ରାପ୍ତ ଉଦ୍ୟୋଗୀ ପରିବାର ଓ ପ୍ରତିଷ୍ଠାନଗୁଡ଼ିକର ସଂଖ୍ୟାକୁ ଭିତ୍ତିକରି ଜଣାଯାଇଛି ଯେ, ସପ୍ତମ ଅର୍ଥନୈତିକ ଗଣନାରେ ପ୍ରାୟ ୨୭ କୋଟି ପରିବାର ଓ ୭ କୋଟି ସଂସ୍ଥା ସାମିଲ ହେବେ। ଏହି ବ୍ୟାପକ କାର୍ଯ୍ୟ ପାଇଁ ୯ ଲକ୍ଷ ଗଣନାକାରୀ ଓ ୩ ଲକ୍ଷ ପର୍ଯ୍ୟବେକ୍ଷକ ନିୟୋଜିତ ହେବେ। ଓଡ଼ିଶାରେ ବିବରଣୀ ସଂଗ୍ରହ ଓ ତଦାରଖ ନିମନ୍ତେ ପ୍ରାୟ ୩୧ ହଜାର ଗଣନାକାରୀ ୬୬୦୦ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପଦାଧିକାରୀ ଓଡ଼ିଶା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପର୍ଯ୍ୟବେକ୍ଷଣ କାର୍ଯ୍ୟ ନିମନ୍ତେ ନିଯୁକ୍ତ ହୋଇଛନ୍ତି। ରାଜ୍ୟରେ ଅର୍ଥନୈତିକ ଗଣନା ପାଇଁ କାର୍ଯ୍ୟକାରୀ ହେଉଥିବା ୧୬୦୦୦ କମନ୍‌ ସର୍ଭିସ୍‌ ସେଣ୍ଟର (ସାଧାରଣ ସେବା କେନ୍ଦ୍ର) ତଥା ସମସ୍ତ ବ୍ଳକ୍‌ ଅଞ୍ଚଳକୁ ଏହାର ପଦାଧିକାରୀଙ୍କ ପର୍ଯ୍ୟବେକ୍ଷଣ ଅନ୍ତର୍ଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri