ସନ୍ଧ୍ୟା ୬ଟା ପରେ ବଜାର ବନ୍ଦ ହେଉ

ଭୁବନେଶ୍ୱର,୨୪ା୯(ବ୍ୟୁରୋ)/ କଟକ ଅଫିସ: ବର୍ତ୍ତମାନ ଦ୍ୱେତନଗରୀ କଟକ ଓ ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ରହୁଛି। ଲୋକେ ନିୟମ ଉଲ୍ଲଂଘନ କରୁଥିବାରୁ ଏ ପରିସ୍ଥିତି ଉପୁଜୁଛି। କଟକଣା ଓ ନିୟମକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଅମାନିଆ ସାବାଡ୍‌ ହେଉନାହାନ୍ତି। ଠିକ୍‌ ଭାବେ ମାସ୍କ ପିନ୍ଧୁ ନ ଥିବାବେଳେ ସାମାଜିକ ଦୂରତ୍ୱ ରଖୁନାହାନ୍ତି। ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ନିର୍ଦ୍ଦେଶ ପରେ କମିଶନରେଟ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। ହେଲେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବାରୁ କମିଶନରେଟ ପୋଲିସ ନୂଆ ପଦକ୍ଷେପ ଆପଣାଇଛି। ଗୁରୁବାର ଦୁଇ ସହରର ସମସ୍ତ ବ୍ୟବସାୟୀ ସଂଘ ସହ କମିଶନରେଟ ପୋଲିସ ପୃଥକ ଆଲୋଚନା କରି କିଛି ପ୍ରସ୍ତାବ ଗ୍ରହଣ କରିବା ସହ ନୂଆ ପ୍ରସ୍ତାବ ଦେଇଛି।
ପୋଲିସ ଯେଉଁଭଳି ଭାବେ ଜରିମାନା କାଟୁଛନ୍ତି ତାହାକୁ ବ୍ୟବସାୟୀ ସଂଘ ନାପସନ୍ଦ କରିଥିଲେ। ସଂଘ କର୍ମକର୍ତ୍ତାମାନେ କହିଥିଲେ, ସନ୍ଧ୍ୟାରେ ବଜାରରେ ଭିଡ଼ ହେଉଛି। ଏହି ସମୟରେ ଲୋକେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି। ଲୋକଙ୍କୁ ବୁଝାଇବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଫଳରେ ଜରିମାନା ଦେବା ସହିତ ଦୋକାନଗୁଡ଼ିକୁ ସିଲ କରାଯାଉଛି। ଏଭଳି ସ୍ଥଳେ ସନ୍ଧ୍ୟା ୬ଟାରୁ ବଜାର ବନ୍ଦ କରାଯାଉ ବୋଲି ବଜାର କମିଟି ପକ୍ଷରୁ ପୋଲିସ କମିଶନରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି।
ଅନ୍ୟପକ୍ଷରେ ବଜାର କମିଟିମାନେ ନିଜର ସୁରକ୍ଷା ପାଇଁ ଦୋକାନ ଆଗରେ ବ୍ୟକ୍ତିଗତ ସୁରକ୍ଷା କର୍ମୀ ନିୟୋଜିତ କରିପାରିବେ। ଏହାସହ କମିଟିମାନେ ମାଇକ ଲଗାଇ ଲୋକଙ୍କୁ ସାମାଜିକ ଦୂରତ୍ୱ ରଖିବା ପାଇଁ ସଚେତନ କରିପାରିବେ। ଯେଉଁଠି ଭିଡ଼ ଅଧିକ ହେଉଛି, ଗ୍ରାହକମାନେ କଥା ମାନୁନାହାନ୍ତି, ସେ କ୍ଷେତ୍ରରେ ଦୋକାନୀମାନେ ଟୋଲ୍‌ ଫ୍ରି ନଂ.୧୦୦କୁ ଫୋନ୍‌ କରି ପୋଲିସର ସାହାଯ୍ୟ ନେଇପାରିବେ। ପୋଲିସ ପହଞ୍ଚତ୍ ଗ୍ରାହକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ। ଆହୁରି ମଧ୍ୟ ଦୋକାନ ଆଗରେ ଭିଡ଼ ନିୟନ୍ତ୍ରଣ ପାଇଁ ଦୋକାନୀମାନେ ବ୍ୟାରିକେଡ଼ ବ୍ୟବସ୍ଥା ମଧ୍ୟ କରିପାରିବେ ବୋଲି କମିଶନରେଟ ପୋଲିସ ପକ୍ଷରୁ ସଂଘକୁ ପରାମର୍ଶ ଦିଆଯାଇଛି। ବ୍ୟବସାୟୀ ସଂଘ ଦୋକାନୀମାନଙ୍କୁ ଡାକି ଆଉଏକ ବୈଠକ କରି ବୈଠକରେ ହୋଇଥିବା ଏସବୁ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବେ। ଏହାପରେ ବି ଯଦି ଦୋକାନ ଆଗରେ ଗ୍ରାହକ ଭିଡ଼ କରିବେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି, ଆଲୋଚନା ଅତ୍ୟନ୍ତ ସକରାତ୍ମକ ରହିଛି। ଆମେ ବ୍ୟବସାୟୀ ସଂଘର ପ୍ରତିନିଧିଙ୍କୁ ଅନୁରୋଧ କରିଛୁ ଏହି ବ୍ୟବସ୍ଥା କରିବାକୁ। ଆମେ ଆଶା କରୁଛୁ ସେମାନେ ପୋଲିସକୁ ସହଯୋଗ କରିବେ। ବିଶେଷ କରି ସାମାଜିକ ଦୂରତ୍ୱ ଓ ମାସ୍କ ଉପରେ ଆମେ ଅଧିକ ଗୁରୁତ୍ୱ ଦେଇଛି। ଆଗକୁ ମଧ୍ୟ ପଦକ୍ଷେପ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।
ପ୍ରଥମେ ଭୁବନେଶ୍ୱରସ୍ଥିତ କମିଶନରେଟ ପୋଲିସ ମୁଖ୍ୟାଳୟରେ ବୈଠକ ବସିଥିଲା। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ଡିସିପି ଉମାଶଙ୍କର ଦାଶ, ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଓ ସମସ୍ତ ବ୍ୟବସାୟୀ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ। ପରେ କଟକରେ ବ୍ୟବସାୟୀ ସଂଘ ସହ ଆଲୋଚନା କରିଥିଲେ ପୋଲିସ କମିଶନର। କଟକ ଡିସିପି ପ୍ରତୀକ ସିଂ, ଏସିପି ସେଖ୍‌ ସରିଫୁଦ୍ଦିନ, ଟ୍ରାଫିକ ଏସିପି ଦିବ୍ୟଜ୍ୟୋତି ଦାଶ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri