ସତ୍ୟ ସ୍ବାଇଁଙ୍କୁ ଗୁଜରାଟ ପୋଲିସ ପିଟିପିଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଫାଶୀ ଦାବି

ଭଞ୍ଜନଗର,୧୬ା୫(ଡି.ଏନ୍‌.ଏ.): ଗୁଜରାଟ ପୋଲିସ ସତ୍ୟବାନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା କରିବା ପରେ ସମସ୍ତ ପ୍ରମାଣ ନଷ୍ଟ ଲାଗି ଅପଚେଷ୍ଟା ଚଳାଇଛି। ମୋ’ ପୁଅ ଯେମିତି ବାପ ଛେଉଣ୍ଡ ହୋଇଗଲା ସେମିତି ଦୋଷୀମାନଙ୍କୁ ମଧ୍ୟ ଫାଶୀ ଦିଆଯାଉ ବୋଲି ମୃତ ସତ୍ୟଙ୍କ ସ୍ତ୍ରୀ ଶନିବାର ଦାବି କରିଛନ୍ତି। ଅପରପକ୍ଷେ ଘଟଣାଟିକୁ ଓଡ଼ିଶା ସରକାର ମଧ୍ୟ ଗୁରୁତର ସହ ନେଇଛନ୍ତି। ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶନିବାର ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ା ଯାଇ ସତ୍ୟଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ତାଙ୍କ ପରିବାରକୁ ଯୋଗାଇ ଦେବେ । ଗୁଜରାଟ ପୋଲିସ ସତ୍ୟଙ୍କୁ ପିଟିପିଟି ମାରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ସତ୍ୟଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେ ଡିଜିଙ୍କ ସମେତ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ବିକ୍ରମ ଗଣମାଧ୍ୟମକୁ କହିଛନ୍ତି।
ପ୍ରକାଶ ଯେ, ସତ୍ୟ ସୁରଟରେ ବହୁବର୍ଷ ହେବ କାମ କରୁଥିଲେ। ଗ୍ରାମରେ ବଡ଼ ଭାଇଙ୍କ ପରିବାର, ମା’, ସ୍ତ୍ରୀ ଓ ୭ ବର୍ଷର ଦିବ୍ୟାଙ୍ଗ ପୁତ୍ର ପରେଶ ରହୁଛନ୍ତି । ସମ୍ପତ୍ତିବାଡ଼ି ସେମିତି କିଛି ନାହିଁ । ସତ୍ୟ ସୁରଟରୁ ଯାହା କିଛି ପଠାଉଥିଲେ ସେଥିରେ ପରିବାର ଚଳୁଥିଲା। ଗୁଜରାଟ ପୋଲିସ ଗୁରୁବାର ରାତିରେ ସତ୍ୟଙ୍କୁ ଅମାନୁଷିକ ଭାବେ ପିଟିପିଟି ହତ୍ୟା କରିବା ଦ୍ୱାରା ସତ୍ୟର ପରିବାରର ସ୍ବପ୍ନ ଚୁର୍‌ମାର ହୋଇଯାଇଥିଲା। ବର୍ତ୍ତମାନ ସତ୍ୟଙ୍କ ପରିବାର କିଭଳି ଚଳିବ ତାହାକୁ ନେଇ ତାଙ୍କ ବୃଦ୍ଧା ମା’ ଦୁଃଖରେ ଭାଙ୍ଗିପଡ଼ିଛି। ଲକ୍‌ଡାଉନ୍‌ ଯୋଗୁ ସତ୍ୟ ଗ୍ରାମକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ଟ୍ରେନ୍‌ ଟିକେଟ ହୋଇ ପାରୁ ନ ଥିଲା । ଗତ ୨ ତାରିଖରେ ଟିକେଟ ପାଇଁ ସେଠାକାର ପ୍ରଶାସନ ନିକଟରେ ଆବେଦନ କରିଥିଲେ । କିନ୍ତୁ ସତ୍ୟଙ୍କୁ ଗୁରୁବାର ସୁଦ୍ଧା ଟିକେଟ ମିଳି ପାରି ନ ଥିଲା । ତାଙ୍କ ପଛରେ ଆବେଦନ କରିଥିବା ଲୋକଙ୍କୁ ଟିକେଟ ମିଳିଯାଉଥିଲା। ଯାହାକୁ ନେଇ ଗୁରୁବାର ସତ୍ୟ ଅସନ୍ତୁଷ୍ଟ ଥିଲେ। ସେହିଦିନ ରାତିରେ ସତ୍ୟ ଓ ତାଙ୍କ ସହକର୍ମୀମାନେ ରହୁଥିବା ଘର ସମ୍ମୁଖରେ ଠିଆ ହୋଇଥିଲେ। ହଠାତ୍‌ ପୋଲିସ ଆସିଯାଇଥିଲା। ଫଳରେ ସମସ୍ତେ ଘର ଭିତରକୁ ଦୌଡ଼ି ପଳାଇଥିଲେ। କିନ୍ତୁ ପୋଲିସ ଘର ଭିତରେ ପଶି ସତ୍ୟଙ୍କୁ ସମସ୍ତଙ୍କ ସମ୍ମୁଖରେ ନିସ୍ତୁକ ମାଡ଼ ମାରିଥିଲା। ଏହାପରେ ସତ୍ୟଙ୍କ ସହକର୍ମୀମାନେ ଚିକିତ୍ସା ପାଇଁ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ସତ୍ୟବାନଙ୍କ ଭଣଜା ଶିଶିର ଭୂୟାଁ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ଗୁଜରାଟ ପୋଲିସ ଆମ କଥା ଶୁଣିବ ନାହିଁ । ରାଜ୍ୟ ସରକାର ଓ ପୋଲିସ ଆମ କଥା ବୁଝନ୍ତୁ। ପ୍ରମାଣ ନଷ୍ଟ ପାଇଁ ମାମୁ ଥିବା ରୁମ୍‌ର ସହଯୋଗୀମାନଙ୍କୁ ସେଠାକାର ପୋଲିସ ଆଜି ଗାଡ଼ି କରି ପଠାଇ ଦେଉଛି । ଆଜି ଜଣଙ୍କୁ ହତ୍ୟା କରିଛନ୍ତି କାଲି ଅନେକ ଏଭଳି ଶିକାର ହେବେ। ସୁରଟରେ ଲକ୍ଷଧିକ ଓଡ଼ିଆ ରହୁଛନ୍ତି । ସେମାନଙ୍କ ସୁରକ୍ଷା କଥା ଚିନ୍ତା କରାଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ସତ୍ୟଙ୍କ ବଡ଼ ଭାଇ ସନ୍ତୋଷ କହିଛନ୍ତି, ଘଟଣା ସମ୍ପର୍କରେ ଖୁବ୍‌ଶୀଘ୍ର ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବୁ। ମନ୍ତ୍ରୀ ବିକ୍ରମ ଆରୁଖ୍‌ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆଗକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

ଗାଙ୍ଗପୁର ଥାନା କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସାପକାମୁଡ଼ାରେ ଗଲା କକା-ପୁତୁରାଙ୍କ ଜୀବନ: ଶ୍ରମିକ ଗୁରୁତର

ଖଡ଼ିଆଳ, ୨୨।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri