୨୦୨୯-୩୦କୁ ଘୁଞ୍ଚିଲା ଗୁଣପୁର ନିର୍ବାଚନମଣ୍ଡଳୀର ଲାଇଫ୍‌ଲାଇନ୍‌ :ପଦ୍ମପୁର–ଗୁଡ଼ାରୀ–ରାଇବିଜି ରାସ୍ତାର ପ୍ରଶସ୍ତୀକରଣ

ଗୁଡ଼ାରୀ, ୨୩/୧୧ (ପ୍ରମୋଦ କୁମାର ପତି): ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ଜୀବନରେଖା ଭାବେ ପରିଚିତ ପଦ୍ମପୁର–ଗୁଡ଼ାରୀ–ରାଇବିଜି ପୂର୍ତ୍ତ ବିଭାଗ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ୨୦୨୯-୩୦ ଆର୍ଥିକ ବର୍ଷରେ ହାତକୁ ନିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିବା ପରେ ପଦ୍ମପୁର, ଗୁଡ଼ାରୀ ଓ ଚନ୍ଦ୍ରପୁର ବ୍ଲକ୍‌ର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଗୁଣପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗଙ୍କ ପକ୍ଷରୁ ବିଧାନସଭାରେ ଉତ୍ଥାପିତ ଅଣତାରକା ପ୍ରଶ୍ନ ନଂ. ୧୩୦୩ର ତାରିଖ ୨୧.୧୧.୨୦୨୬ରେ ଦିଆଯାଇଥିବା ଉତ୍ତରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ୨୦୨୯-୩୦ ଆର୍ଥିକ ବର୍ଷରେ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଏହି ନିଷ୍ପତ୍ତି ଦୀର୍ଘଦିନ ଧରି ଉନ୍ନତ ରାସ୍ତା ପାଇଁ ଦାବି କରିଆସୁଥିବା ଅଞ୍ଚଳବାସୀଙ୍କୁ ନିରାଶ କରିଛି।

ପଦ୍ମପୁର–ଗୁଡ଼ାରୀ–ରାଇବିଜି ରାସ୍ତା କେବଳ ଏକ ସାଧାରଣ ଯାତାୟାତ ମାର୍ଗ ନୁହେଁ, ବରଂ ଏହା ସମଗ୍ର ଗୁଣପୁର ଉପଖଣ୍ଡର ଯୋଗାଯୋଗ ଓ ବିକାଶର ଏକ ପ୍ରମୁଖ ଜୀବନରେଖା। ଏହି ରାସ୍ତା ପଦ୍ମପୁର, ଗୁଡ଼ାରୀ ଓ ଚନ୍ଦ୍ରପୁର ବ୍ଲକ୍‌କୁ ଉପଖଣ୍ଡ ସଦର ମହକୁମା ଗୁଣପୁର ସହ ସଂଯୋଗ କରୁଛି। ଏହା ପଡ଼ୋଶୀ କନ୍ଧମାଳ ଓ କଳାହାଣ୍ଡି ଜିଲାକୁ ମଧ୍ୟ ସଂଯୋଗ କରୁଛି। ଏଥିସହ ଜାତୀୟ ରାଜପଥ-୩୨୬ ଓ ରାଜ୍ୟ ରାଜପଥ-୫କୁ ମଧ୍ୟ ସଂଯୋଗ କରୁଛି।

ଏହି ରାସ୍ତା ଉପରେ ହଜାର ହଜାର ଲୋକ ସ୍ୱାସ୍ଥ୍ୟସେବା, ଶିକ୍ଷା, ବ୍ୟବସାୟ, ଗମନାଗମନ ଓ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ନିର୍ଭରଶୀଳ। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଓ ଅପେକ୍ଷାକୃତ ଅନୁନ୍ନତ ପଦ୍ମପୁର, ଗୁଡ଼ାରୀ ଓ ଚନ୍ଦ୍ରପୁର ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏହି ରାସ୍ତାର ଗୁରୁତ୍ୱ ଅତ୍ୟନ୍ତ ଅଧିକ। ଆବଶ୍ୟକ ପ୍ରଶସ୍ତୀକରଣ ଅଭାବରୁ ରାସ୍ତାରେ ଯାତାୟାତ ଓ ଯାନବାହନ ଚଳାଚଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏହାର ପ୍ରଭାବ ଜରୁରୀକାଳୀନ ସେବା, ସାଧାରଣ ପରିବହନ ଓ ଦୈନନ୍ଦିନ ଜୀବନ ଉପରେ ମଧ୍ୟ ପଡ଼ୁଛି।

ଏଭଳି ଏକ ଅତ୍ୟାବଶ୍ୟକ ଜନସ୍ୱାର୍ଥ ସମ୍ପନ୍ନ ପ୍ରକଳ୍ପକୁ ୨୦୨୯-୩୦ ପର୍ଯ୍ୟନ୍ତ ଘୁଞ୍ଚାଇବାର ଯଥାର୍ଥତା କ’ଣ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଯେଉଁ ସମୟରେ ରାଜ୍ୟ ସରକାର ଆଦିବାସୀ ଓ ପଛୁଆ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦେବା କଥା କହୁଛନ୍ତି, ସେହି ସମୟରେ ଏହି ଜୀବନରେଖା ରାସ୍ତାର ପ୍ରଶସ୍ତୀକରଣକୁ ଆହୁରି କିଛି ବର୍ଷ ଘୁଞ୍ଚାଇବା ଅଞ୍ଚଳର ବିକାଶ ପ୍ରତି ଅବହେଳା ବୋଲି ମତ ପ୍ରକାଶ ପାଇଛି।

ତେଣୁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ନିକଟରେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ସହ ୨୦୨୯-୩୦ ଆର୍ଥିକ ବର୍ଷକୁ ଅପେକ୍ଷା ନ କରି ତୁରନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି। ପଦ୍ମପୁର, ଗୁଡ଼ାରୀ ଓ ଚନ୍ଦ୍ରପୁର ବ୍ଲକ୍‌ର ଜନସାଧାରଣ ଏହି ଦାବିକୁ ଦୃଢ଼ ଭାବେ ଉପସ୍ଥାପନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୩ ବିଜେଡି ନେତାଙ୍କୁ ଉଠାଇ ନେଲା ପୋଲିସ: ବଢୁଛି ଚର୍ଚ୍ଚା

ଗଞ୍ଜାମ, ୨୩।୧୧(ବିଦ୍ୟାଧର ସାହୁ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ୩ ଜଣ ବିଜେଡି ନେତାଙ୍କୁ ଉଠାଇ ନେଲା ଗଞ୍ଜାମ ଥାନା ପୋଲିସ। ସୋମବାର ସକାଳେ…

EPFO 3.0ରେ ବଡ଼ ପରିବର୍ତ୍ତନ: ଏଣିକି UPI-ATMରୁ ଉଠାଇପାରିବେ PF ଟଙ୍କା! ଡିସେମ୍ବରରୁ ମିଳିବ ସୁବିଧା

ନୂଆଦିଲ୍ଲୀ,୨୩।୧୧: ଚାକିରିଆ ଏବଂ ଭବିଷ୍ୟନିଧି (PF) ଖାତାଧାରୀଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ନିଜର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଆଧୁନିକ…

କେମିତି WTC ଫାଇନାଲ ଯିବ ଟିମ୍‌ଇଣ୍ଡିଆ: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୩।୧୨: ୱାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ (WTC) ୨୦୨୫-୨୭ ଫାଇନାଲ୍‌ରେ ପହଞ୍ଚିବା ଟିମ ଇଣ୍ଡିଆ ପାଇଁ ଏବେ ଚ୍ୟାଲେଞ୍ଜିଂ ହୋଇପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଡ୍ର’ ରହିବା…

୩ ଥର ଗର୍ଭପାତ, ୩୫ ଲକ୍ଷ ଟଙ୍କା ଠକେଇ! ଲିଭ୍‌-ଇନ୍‌ ପାର୍ଟନରଙ୍କ ବିରୋଧରେ ମହିଳାଙ୍କ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୧: ହରିୟାଣାର ଗୁରୁଗ୍ରାମସ୍ଥିତ ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ଜଣେ ମହିଳା ନିଜ ପୁରୁଷ ସହକର୍ମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ବିବାହର ପ୍ରତିଶ୍ରୁତି…

ଟେଷ୍ଟ କ୍ରିକେଟର ଭବିଷ୍ୟତ ଏହି ୫ କ୍ରିକେଟର୍‌: କେନ ୱିଲିୟମସନଙ୍କ ତାଲିକାରେ ଅଛନ୍ତି ୨ ଭାରତୀୟ

ନୂଆଦିଲ୍ଲୀ,୨୩।୧୧: ଟେଷ୍ଟ କ୍ରିକେଟ୍‌ର ଭବିଷ୍ୟତକୁ ନେଇ ବଡ଼ ମତ ରଖିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ। ଆଗାମୀ ଦିନରେ ଟେଷ୍ଟ କ୍ରିକେଟ୍‌ରେ କେଉଁ ବ୍ୟାଟରମାନେ ରାଜ…

ଋଷିକୁଲ୍ୟାରେ ବ୍ୟାରେଜ୍‌, ତାରାତାରିଣୀରେ ନୌବିହାର: ଗଞ୍ଜାମର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ ଦଫା ଦାବିପତ୍ର

ପୁରୁଷୋତ୍ତମପୁର, ୨୨।୧୧ (ସବିତା ମିଶ୍ର): ଋଷିକୁଲ୍ୟା ନଦୀରେ ବ୍ୟାରେଜ୍‌ ନିର୍ମାଣଠାରୁ ଆରମ୍ଭ କରି ମା’ ତାରାତାରିଣୀ ପୀଠରେ ନୌବିହାର ବ୍ୟବସ୍ଥା ପର୍ଯ୍ୟନ୍ତ। ଗଞ୍ଜାମ ଜିଲାର ଜଳସେଚନ, କୃଷି,…

ପ୍ରକାଶ ପାଇଲା OSSTET-୨୦୨୬ ଫଳାଫଳ: ମୋଟ ୪୪,୨୯୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ପାସ୍‌ ହାର ୭୯.୧୫%

ଭୁବନେଶ୍ୱର,୨୩।୧୧: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET)-୨୦୨୬ର ଫଳାଫଳ ପ୍ରକାଶ ପାଇଛି। ଗତ ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ଏହି ପରୀକ୍ଷାରେ ମୋଟ ୪୪…

ଭାରତ-ନେପାଳ ମଧ୍ୟରେ ୮ MOU, ମୋଦି ଘୋଷଣା କଲେ ୧୫ ହଜାର କୋଟିର ବିକାଶ ପ୍ୟାକେଜ୍‌

ନୂଆଦିଲ୍ଲୀ,୨୩।୧୧: ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଗତି ଦେବା ଲକ୍ଷ୍ୟରେ ସୋମବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?