ସତତ ବିକାଶ ଲକ୍ଷ୍ୟ ୫.୩

ଘାସିରାମ ପଣ୍ଡା

ସମଗ୍ର ବିଶ୍ୱରେ ବାଲ୍ୟବିବାହର ସ୍ଥିତିରେ ପରିବର୍ତ୍ତନ ଆସିଛି। ୧୦ ବର୍ଷ ପୂର୍ବେ ପ୍ରତି ୪ଜଣରେ ଜଣେ ଝିଅ ବାଲ୍ୟବିବାହର ଶିକାର ହେଉଥିବା ବେଳେ ଏବେ ୫ ଜଣରୁ ଜଣେକୁ ଏହା ଖସି ଆସିଛି। ୨୦୨୩ ମେ’ରେ ୟୁନିସେଫ୍‌ ପକ୍ଷରୁ ସମଗ୍ର ବିଶ୍ୱରେ ବାଲ୍ୟବିବାହର ସ୍ଥିତିକୁ ନେଇ ପ୍ରକାଶିତ ରିପୋର୍ଟରେ ଏକଥା କୁହାଯାଇଛି। ଏହି ପରିବର୍ତ୍ତିତ ସ୍ଥିତି କିନ୍ତୁ ସମତୁଲ ଓ ଉତ୍ସାହଜନକ ହୋଇପାରି ନାହିଁ। ଏସିଆ ମହାଦେଶ ବିଶେଷକରି ଭାରତରେ ଅଗ୍ରଗତି ଉଲ୍ଲେଖନୀୟ ହୋଇଥିବା ବେଳେ ବିଶ୍ୱର ଅନ୍ୟ ପ୍ରାନ୍ତରେ ଝିଅମାନେ ଏବେ ବି ବ୍ୟାପକ ଭାବେ ବାଲ୍ୟବିବାହର ଶିକାର ହେଉଛନ୍ତି। ଆଫ୍ରିକା, ଲାଟିନ୍‌ ଆମେରିକା ଓ କାରିବିୟାନ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ତାରତମ୍ୟର ପ୍ରଭାବରୁ ଗତ ୨୫ ବର୍ଷ ଭିତରେ ବାଲ୍ୟବିବାହର ସ୍ଥିତିରେ ବିଶେଷ ପରିବର୍ତ୍ତନ ଆସିପାରି ନାହିଁ। ସତତ ବିକାଶ ଲକ୍ଷ୍ୟର ୫.୩ ଅନୁଯାୟୀ ୨୦୨୩ ସୁଦ୍ଧା ବିଶ୍ୱରେ ବାଲ୍ୟବିବାହର ମୂଳୋପତ୍ାଟନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆମେ ଏବେ ସତତ ବିକାଶ ଲକ୍ଷ୍ୟର ମଧ୍ୟଭାଗରେ ଥାଇ ବାଲ୍ୟବିବାହ ନିଷେଧର ପ୍ରଗତି ହାରକୁ ଅନୁଧ୍ୟାନ କଲେ ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କେବେ ବି ସମ୍ଭବ ମନେହେଉ ନାହିଁ। ସ୍ବାକ୍ଷରକାରୀ ରାଷ୍ଟ୍ରଗୁଡ଼ିକ ପ୍ରତିବଦ୍ଧତାରେ କୌଣସି ପରିବର୍ତ୍ତନ ନ ଆସିଲେ ବିଶ୍ୱକୁ ବାଲ୍ୟବିବାହ ମୁକ୍ତ କରିବାକୁ ଅତିକମ୍‌ରେ ଆଉ ୩୦୦ ବର୍ଷ ଲାଗିଯିବ ବୋଲି ୟୁନିସେଫ୍‌ର ଏହି ରିପୋର୍ଟରେ ଆକଳନ କରାଯାଇଛି।
ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପ୍ରାୟ ୪୩ କୋଟି ବାଳିକା ବାଲ୍ୟବିବାହ କରିଛନ୍ତି। ଏଥିରୁ ସବୁଠାରୁ ଅଧିକ ୪୫ ଭାଗ ଦକ୍ଷିଣ ଏସିଆର ହୋଇଥିବା ବେଳେ ୨୦ ଭାଗ ଆଫ୍ରିକା, ୧୫ ଭାଗ ପୂର୍ବ ଏସିଆ ଓ ଭୂମଧ୍ୟସାଗର ଏବଂ ୯ ଭାଗ ଲାଟିନ୍‌ ଆମେରିକା ଓ କାରିବିୟାନ ଅଞ୍ଚଳରେ ଘଟିଛି। ଦକ୍ଷିଣ ଏସିଆରେ ବାଲ୍ୟବିବାହ ଅଧିକ ସଂଖ୍ୟାରେ ହେଉଥିଲେ ବି ଏହାକୁ ରୋକିବା ଦିଗରେ ବି ଏହି ଅଞ୍ଚଳ ଆଗରେ ରହିଛି। ଗତ ଦଶନ୍ଧି ଭିତରେ ଝିଅଟିଏର ବାଲ୍ୟବିବାହ ହେବା ସମ୍ଭାବନାକୁ ଶତକଡ଼ା ୪୬ରୁ ୨୬କୁ ଅଣାଯାଇପାରିଛି। ଗତ ୨୫ ବର୍ଷରେ ରୋକାଯାଇପାରିଥିବା ବାଲ୍ୟବିବାହର ୭୮ଭାଗ କେବଳ ଦକ୍ଷିଣ ଏସିଆରେ ସମ୍ଭବ ହୋଇପାରିଛି। ତଥାପି ଜନସଂଖ୍ୟା ବହୁଳ ଅଞ୍ଚଳ ହୋଇଥିବା କାରଣରୁ ସଂଖ୍ୟା ଦୃଷ୍ଟିରୁ ଦକ୍ଷିଣ ଏସିଆରେ ସବୁଠାରୁ ଅଧିକ ବାଲ୍ୟବିବାହ ହୁଏ। ବିଶ୍ୱର ସର୍ବାଧିକ ବାଲ୍ୟବିବାହ ଭାରତରେ ହିଁ ହୁଏ। ସମଗ୍ର ବିଶ୍ୱରେ ହେଉଥିବା ବାଲ୍ୟବିବାହର ଏକ ତୃତୀୟାଂଶ ଭାରତରେ ହିଁ ହୋଇଥାଏ। ଏଣୁ ସ୍ଥିତିରେ ପରିବର୍ତ୍ତନ ହୋଇଥିଲେ ବି ସମସ୍ୟା ଏବେ ବି ଗମ୍ଭୀର ହୋଇ ରହିଛି।
ଦାରିଦ୍ର୍ୟ, ସୁରକ୍ଷା, ଶିକ୍ଷା ପାଇଁ ସୁଯୋଗ ଓ ସଚେତନତାର ଅଭାବ, ଲିଙ୍ଗୀୟ ଭେଦଭାବ, ଝିଅଙ୍କ ସାମାଜିକ ଅବମୂଲ୍ୟାୟନ, ପୁରୁଷ କୈନ୍ଦ୍ରିକ ମାନସିକତା ପ୍ରଭୃତି ହେତୁ ବାଲ୍ୟବିବାହ ହେଉଛି। ନିକଟରେ କୋଭିଡ୍‌ ମହାମାରୀଜନିତ ଅସୁବିଧା ହେତୁ ବାଲ୍ୟବିବାହର ଅନୁପାତ ବଢ଼ିଛିି। ବିଭିନ୍ନ ସମୟରେ ଜଳବାୟୁ ପରିବର୍ତ୍ତନଜନିତ ବିସ୍ଥାପନ ହେଉ ବା ଯୁଦ୍ଧ ଭଳି ସ୍ଥିତିର ଅସ୍ଥିରତା ହେତୁ ମଧ୍ୟ ବାଲ୍ୟବିବାହ ସଂଖ୍ୟା ବଢିଛି। ଏବେକାର ଆକଳନ ଅନୁଯାୟୀ ବର୍ଷରେ ପ୍ରାୟ ୧୨ କୋଟି ଝିଅ ୧୮ ବର୍ଷ ପୂର୍ବରୁ ବିବାହ କରୁଛନ୍ତି। ଅର୍ଥାତ୍‌ ପ୍ରତି ମିନିଟ୍‌ରେ ୨୩ ଓ ପ୍ରତି ୨ ସେକେଣ୍ଡରେ ପାଖାପାଖି ଜଣେ ଝିଅ ବିଶ୍ୱରେ ବାଲ୍ୟବିବାହର ଶିକାର ହେଉଛନ୍ତି। ବାଲ୍ୟବିବାହକୁ ରୋକାଯାଇ ନ ପାରିଲେ ଯେ କେବଳ ସତତ ବିକାଶ ଲକ୍ଷ୍ୟ ୫.୩ ପ୍ରଭାବିତ ହେବ ତାହା ନୁହେଁ। ଏହାର ପ୍ରତିକୂଳ ପ୍ରଭାବ ମୋଟ ୧୭ଟି ଧାର୍ଯ୍ୟଲକ୍ଷ୍ୟରୁ ୮ଟିକୁ ପୂରଣ ହେବାରେ ବାଧକହେବ। ବାଲ୍ୟବିବାହର ନିରାକରଣ ହୋଇ ନ ପାରିଲେ ଦାରିଦ୍ର୍ୟର ସମ୍ପୂର୍ଣ୍ଣ ଦୂରୀକରଣ, ଅନାହାରର ସମାପ୍ତି, ଉତ୍ତମ ସ୍ବାସ୍ଥ୍ୟ ଓ ଜୀବନସ୍ତର, ଗୁଣାତ୍ମକ ଶିକ୍ଷା, ଲିଙ୍ଗୀୟ ସମାନତା, ଅର୍ଥନୈତିକ ଅଭିବୃଦ୍ଧି, ଅସମାନତାର ସ୍ଥିତିରେ ଉନ୍ନତି ଭଳି ଲକ୍ଷ୍ୟଗୁଡିକ ପୂରଣ ହୋଇପାରିବ ନାହିଁ।
ଭରତରେ ଗତ କିଛି ବର୍ଷରେ ବାଲ୍ୟବିବାହକୁ ନେଇ ବିଶେଷ ବିମର୍ଶ ହୋଇଛି। ଅନେକ ରାଜ୍ୟ ସ୍ବତନ୍ତ୍ର ରଣକୌଶଳ ଧାର୍ଯ୍ୟ ପୂର୍ବକ ବାଲ୍ୟବିବାହର ନିରାକରଣ ପାଇଁ ପ୍ରଶାସନିକ ତପତ୍ରତା ବଢ଼ାଇଛନ୍ତି। ଜାତୀୟ ସ୍ତରରେ ବେଟି ବାଚାଓ – ବେଟି ପଢ଼ାଓ ଭଳି ଅଭିଯାନ ସମେତ ଅନେକ ରାଜ୍ୟ ମଧ୍ୟ କିଶୋରୀଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି। ହୁଏତ ଏସବୁର ପ୍ରଭାବ ଯୋଗୁ ଭାରତରେ ବାଲ୍ୟବିବାହ ନିରାକରଣର ପ୍ରୟାସ ବିଶ୍ୱ ସ୍ତରରେ ଦୃଶ୍ୟମାନ ହୋଇପାରିଛି। ବିଶ୍ୱର ଅନ୍ୟ ଅଞ୍ଚଳରେ ମଧ୍ୟ ନିଶ୍ଚିତ ଭାବେ ଏପରି କିଛି ଭଲ ପ୍ରୟାସ ବି ହେଉଥାଇପାରେ। ବାଲ୍ୟବିବାହ ନିରାକରଣ ଦିଗରେ ଯେଉଁ ପଦକ୍ଷେପ ସହାୟକ ହେଉଛି ତାକୁ ଆହୁରି କ୍ଷିପ୍ରତର କରିବା ସହ ଅବହେଳିତ ଦିଗ ପ୍ରତି ଦୃଷ୍ଟିଦେବାର ଆବଶ୍ୟକତା ରହିଛି। ବାଲ୍ୟବିବାହର ସୂଚନା ପାଇଲା ପରେ ବିବାହଟିକୁ ରୋକିଦେବା ଯଥେଷ୍ଟ ହେଉ ନାହିଁ। ଏହାର ସମ୍ପୂର୍ଣ୍ଣ ବିଲୋପ ପାଇଁ ଝିଅଙ୍କ ପ୍ରତି ଥିବା ବିଷମତାର ଦୃଷ୍ଟିକୋଣରେ ପରିବର୍ତ୍ତନ ଆବଶ୍ୟକ। ଏଥିପାଇଁ ସାମାଜିକ ନୀତିନିୟମକୁ ପ୍ରଭାବିତ କରୁଥିବା ପାରମ୍ପରିକ ନେତୃତ୍ୱ, ନିଷ୍ପତ୍ତି ନିର୍ଣ୍ଣୟରେ ଗୁରୁତ୍ୱ ରଖୁଥିବା ପୁରୁଷବର୍ଗଙ୍କୁ ସାମିଲକରିବାକୁ ହେବ। କିଶୋରୀଙ୍କ ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି ହେଲେ ବିବାହ, ସାଥୀ ଚୟନ ଓ ଭବିଷ୍ୟତ ଜୀବନ ବିଷୟରେ ନିଷ୍ପତ୍ତି ନେବାରେ ସେମାନେ ଅଧିକ କୁଶଳୀ ହେବେ। ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ବିଭାଗର ଏକକ ପ୍ରୟାସରେ ସତତ ବିକାଶ ଲକ୍ଷ୍ୟ ପୂରଣ ସମ୍ଭବ ନୁହେଁ। ଏଥିପାଇଁ ଅନ୍ୟ ସମଦାୟିତ୍ୱସମ୍ପନ୍ନ ବିଭାଗ ଓ ସାମାଜିକ ସଙ୍ଗଠନର ସମ୍ମିିଳିତ ଉଦ୍ୟମ ପାଇଁ ନିରନ୍ତର ପ୍ରୟାସ କରିବାକୁ ପଡ଼ିବ।
ମୋ-୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri