ସତତ ବିକାଶ ଲକ୍ଷ୍ୟ ୫.୩

ଘାସିରାମ ପଣ୍ଡା

ସମଗ୍ର ବିଶ୍ୱରେ ବାଲ୍ୟବିବାହର ସ୍ଥିତିରେ ପରିବର୍ତ୍ତନ ଆସିଛି। ୧୦ ବର୍ଷ ପୂର୍ବେ ପ୍ରତି ୪ଜଣରେ ଜଣେ ଝିଅ ବାଲ୍ୟବିବାହର ଶିକାର ହେଉଥିବା ବେଳେ ଏବେ ୫ ଜଣରୁ ଜଣେକୁ ଏହା ଖସି ଆସିଛି। ୨୦୨୩ ମେ’ରେ ୟୁନିସେଫ୍‌ ପକ୍ଷରୁ ସମଗ୍ର ବିଶ୍ୱରେ ବାଲ୍ୟବିବାହର ସ୍ଥିତିକୁ ନେଇ ପ୍ରକାଶିତ ରିପୋର୍ଟରେ ଏକଥା କୁହାଯାଇଛି। ଏହି ପରିବର୍ତ୍ତିତ ସ୍ଥିତି କିନ୍ତୁ ସମତୁଲ ଓ ଉତ୍ସାହଜନକ ହୋଇପାରି ନାହିଁ। ଏସିଆ ମହାଦେଶ ବିଶେଷକରି ଭାରତରେ ଅଗ୍ରଗତି ଉଲ୍ଲେଖନୀୟ ହୋଇଥିବା ବେଳେ ବିଶ୍ୱର ଅନ୍ୟ ପ୍ରାନ୍ତରେ ଝିଅମାନେ ଏବେ ବି ବ୍ୟାପକ ଭାବେ ବାଲ୍ୟବିବାହର ଶିକାର ହେଉଛନ୍ତି। ଆଫ୍ରିକା, ଲାଟିନ୍‌ ଆମେରିକା ଓ କାରିବିୟାନ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ତାରତମ୍ୟର ପ୍ରଭାବରୁ ଗତ ୨୫ ବର୍ଷ ଭିତରେ ବାଲ୍ୟବିବାହର ସ୍ଥିତିରେ ବିଶେଷ ପରିବର୍ତ୍ତନ ଆସିପାରି ନାହିଁ। ସତତ ବିକାଶ ଲକ୍ଷ୍ୟର ୫.୩ ଅନୁଯାୟୀ ୨୦୨୩ ସୁଦ୍ଧା ବିଶ୍ୱରେ ବାଲ୍ୟବିବାହର ମୂଳୋପତ୍ାଟନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆମେ ଏବେ ସତତ ବିକାଶ ଲକ୍ଷ୍ୟର ମଧ୍ୟଭାଗରେ ଥାଇ ବାଲ୍ୟବିବାହ ନିଷେଧର ପ୍ରଗତି ହାରକୁ ଅନୁଧ୍ୟାନ କଲେ ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କେବେ ବି ସମ୍ଭବ ମନେହେଉ ନାହିଁ। ସ୍ବାକ୍ଷରକାରୀ ରାଷ୍ଟ୍ରଗୁଡ଼ିକ ପ୍ରତିବଦ୍ଧତାରେ କୌଣସି ପରିବର୍ତ୍ତନ ନ ଆସିଲେ ବିଶ୍ୱକୁ ବାଲ୍ୟବିବାହ ମୁକ୍ତ କରିବାକୁ ଅତିକମ୍‌ରେ ଆଉ ୩୦୦ ବର୍ଷ ଲାଗିଯିବ ବୋଲି ୟୁନିସେଫ୍‌ର ଏହି ରିପୋର୍ଟରେ ଆକଳନ କରାଯାଇଛି।
ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପ୍ରାୟ ୪୩ କୋଟି ବାଳିକା ବାଲ୍ୟବିବାହ କରିଛନ୍ତି। ଏଥିରୁ ସବୁଠାରୁ ଅଧିକ ୪୫ ଭାଗ ଦକ୍ଷିଣ ଏସିଆର ହୋଇଥିବା ବେଳେ ୨୦ ଭାଗ ଆଫ୍ରିକା, ୧୫ ଭାଗ ପୂର୍ବ ଏସିଆ ଓ ଭୂମଧ୍ୟସାଗର ଏବଂ ୯ ଭାଗ ଲାଟିନ୍‌ ଆମେରିକା ଓ କାରିବିୟାନ ଅଞ୍ଚଳରେ ଘଟିଛି। ଦକ୍ଷିଣ ଏସିଆରେ ବାଲ୍ୟବିବାହ ଅଧିକ ସଂଖ୍ୟାରେ ହେଉଥିଲେ ବି ଏହାକୁ ରୋକିବା ଦିଗରେ ବି ଏହି ଅଞ୍ଚଳ ଆଗରେ ରହିଛି। ଗତ ଦଶନ୍ଧି ଭିତରେ ଝିଅଟିଏର ବାଲ୍ୟବିବାହ ହେବା ସମ୍ଭାବନାକୁ ଶତକଡ଼ା ୪୬ରୁ ୨୬କୁ ଅଣାଯାଇପାରିଛି। ଗତ ୨୫ ବର୍ଷରେ ରୋକାଯାଇପାରିଥିବା ବାଲ୍ୟବିବାହର ୭୮ଭାଗ କେବଳ ଦକ୍ଷିଣ ଏସିଆରେ ସମ୍ଭବ ହୋଇପାରିଛି। ତଥାପି ଜନସଂଖ୍ୟା ବହୁଳ ଅଞ୍ଚଳ ହୋଇଥିବା କାରଣରୁ ସଂଖ୍ୟା ଦୃଷ୍ଟିରୁ ଦକ୍ଷିଣ ଏସିଆରେ ସବୁଠାରୁ ଅଧିକ ବାଲ୍ୟବିବାହ ହୁଏ। ବିଶ୍ୱର ସର୍ବାଧିକ ବାଲ୍ୟବିବାହ ଭାରତରେ ହିଁ ହୁଏ। ସମଗ୍ର ବିଶ୍ୱରେ ହେଉଥିବା ବାଲ୍ୟବିବାହର ଏକ ତୃତୀୟାଂଶ ଭାରତରେ ହିଁ ହୋଇଥାଏ। ଏଣୁ ସ୍ଥିତିରେ ପରିବର୍ତ୍ତନ ହୋଇଥିଲେ ବି ସମସ୍ୟା ଏବେ ବି ଗମ୍ଭୀର ହୋଇ ରହିଛି।
ଦାରିଦ୍ର୍ୟ, ସୁରକ୍ଷା, ଶିକ୍ଷା ପାଇଁ ସୁଯୋଗ ଓ ସଚେତନତାର ଅଭାବ, ଲିଙ୍ଗୀୟ ଭେଦଭାବ, ଝିଅଙ୍କ ସାମାଜିକ ଅବମୂଲ୍ୟାୟନ, ପୁରୁଷ କୈନ୍ଦ୍ରିକ ମାନସିକତା ପ୍ରଭୃତି ହେତୁ ବାଲ୍ୟବିବାହ ହେଉଛି। ନିକଟରେ କୋଭିଡ୍‌ ମହାମାରୀଜନିତ ଅସୁବିଧା ହେତୁ ବାଲ୍ୟବିବାହର ଅନୁପାତ ବଢ଼ିଛିି। ବିଭିନ୍ନ ସମୟରେ ଜଳବାୟୁ ପରିବର୍ତ୍ତନଜନିତ ବିସ୍ଥାପନ ହେଉ ବା ଯୁଦ୍ଧ ଭଳି ସ୍ଥିତିର ଅସ୍ଥିରତା ହେତୁ ମଧ୍ୟ ବାଲ୍ୟବିବାହ ସଂଖ୍ୟା ବଢିଛି। ଏବେକାର ଆକଳନ ଅନୁଯାୟୀ ବର୍ଷରେ ପ୍ରାୟ ୧୨ କୋଟି ଝିଅ ୧୮ ବର୍ଷ ପୂର୍ବରୁ ବିବାହ କରୁଛନ୍ତି। ଅର୍ଥାତ୍‌ ପ୍ରତି ମିନିଟ୍‌ରେ ୨୩ ଓ ପ୍ରତି ୨ ସେକେଣ୍ଡରେ ପାଖାପାଖି ଜଣେ ଝିଅ ବିଶ୍ୱରେ ବାଲ୍ୟବିବାହର ଶିକାର ହେଉଛନ୍ତି। ବାଲ୍ୟବିବାହକୁ ରୋକାଯାଇ ନ ପାରିଲେ ଯେ କେବଳ ସତତ ବିକାଶ ଲକ୍ଷ୍ୟ ୫.୩ ପ୍ରଭାବିତ ହେବ ତାହା ନୁହେଁ। ଏହାର ପ୍ରତିକୂଳ ପ୍ରଭାବ ମୋଟ ୧୭ଟି ଧାର୍ଯ୍ୟଲକ୍ଷ୍ୟରୁ ୮ଟିକୁ ପୂରଣ ହେବାରେ ବାଧକହେବ। ବାଲ୍ୟବିବାହର ନିରାକରଣ ହୋଇ ନ ପାରିଲେ ଦାରିଦ୍ର୍ୟର ସମ୍ପୂର୍ଣ୍ଣ ଦୂରୀକରଣ, ଅନାହାରର ସମାପ୍ତି, ଉତ୍ତମ ସ୍ବାସ୍ଥ୍ୟ ଓ ଜୀବନସ୍ତର, ଗୁଣାତ୍ମକ ଶିକ୍ଷା, ଲିଙ୍ଗୀୟ ସମାନତା, ଅର୍ଥନୈତିକ ଅଭିବୃଦ୍ଧି, ଅସମାନତାର ସ୍ଥିତିରେ ଉନ୍ନତି ଭଳି ଲକ୍ଷ୍ୟଗୁଡିକ ପୂରଣ ହୋଇପାରିବ ନାହିଁ।
ଭରତରେ ଗତ କିଛି ବର୍ଷରେ ବାଲ୍ୟବିବାହକୁ ନେଇ ବିଶେଷ ବିମର୍ଶ ହୋଇଛି। ଅନେକ ରାଜ୍ୟ ସ୍ବତନ୍ତ୍ର ରଣକୌଶଳ ଧାର୍ଯ୍ୟ ପୂର୍ବକ ବାଲ୍ୟବିବାହର ନିରାକରଣ ପାଇଁ ପ୍ରଶାସନିକ ତପତ୍ରତା ବଢ଼ାଇଛନ୍ତି। ଜାତୀୟ ସ୍ତରରେ ବେଟି ବାଚାଓ – ବେଟି ପଢ଼ାଓ ଭଳି ଅଭିଯାନ ସମେତ ଅନେକ ରାଜ୍ୟ ମଧ୍ୟ କିଶୋରୀଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି। ହୁଏତ ଏସବୁର ପ୍ରଭାବ ଯୋଗୁ ଭାରତରେ ବାଲ୍ୟବିବାହ ନିରାକରଣର ପ୍ରୟାସ ବିଶ୍ୱ ସ୍ତରରେ ଦୃଶ୍ୟମାନ ହୋଇପାରିଛି। ବିଶ୍ୱର ଅନ୍ୟ ଅଞ୍ଚଳରେ ମଧ୍ୟ ନିଶ୍ଚିତ ଭାବେ ଏପରି କିଛି ଭଲ ପ୍ରୟାସ ବି ହେଉଥାଇପାରେ। ବାଲ୍ୟବିବାହ ନିରାକରଣ ଦିଗରେ ଯେଉଁ ପଦକ୍ଷେପ ସହାୟକ ହେଉଛି ତାକୁ ଆହୁରି କ୍ଷିପ୍ରତର କରିବା ସହ ଅବହେଳିତ ଦିଗ ପ୍ରତି ଦୃଷ୍ଟିଦେବାର ଆବଶ୍ୟକତା ରହିଛି। ବାଲ୍ୟବିବାହର ସୂଚନା ପାଇଲା ପରେ ବିବାହଟିକୁ ରୋକିଦେବା ଯଥେଷ୍ଟ ହେଉ ନାହିଁ। ଏହାର ସମ୍ପୂର୍ଣ୍ଣ ବିଲୋପ ପାଇଁ ଝିଅଙ୍କ ପ୍ରତି ଥିବା ବିଷମତାର ଦୃଷ୍ଟିକୋଣରେ ପରିବର୍ତ୍ତନ ଆବଶ୍ୟକ। ଏଥିପାଇଁ ସାମାଜିକ ନୀତିନିୟମକୁ ପ୍ରଭାବିତ କରୁଥିବା ପାରମ୍ପରିକ ନେତୃତ୍ୱ, ନିଷ୍ପତ୍ତି ନିର୍ଣ୍ଣୟରେ ଗୁରୁତ୍ୱ ରଖୁଥିବା ପୁରୁଷବର୍ଗଙ୍କୁ ସାମିଲକରିବାକୁ ହେବ। କିଶୋରୀଙ୍କ ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି ହେଲେ ବିବାହ, ସାଥୀ ଚୟନ ଓ ଭବିଷ୍ୟତ ଜୀବନ ବିଷୟରେ ନିଷ୍ପତ୍ତି ନେବାରେ ସେମାନେ ଅଧିକ କୁଶଳୀ ହେବେ। ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ବିଭାଗର ଏକକ ପ୍ରୟାସରେ ସତତ ବିକାଶ ଲକ୍ଷ୍ୟ ପୂରଣ ସମ୍ଭବ ନୁହେଁ। ଏଥିପାଇଁ ଅନ୍ୟ ସମଦାୟିତ୍ୱସମ୍ପନ୍ନ ବିଭାଗ ଓ ସାମାଜିକ ସଙ୍ଗଠନର ସମ୍ମିିଳିତ ଉଦ୍ୟମ ପାଇଁ ନିରନ୍ତର ପ୍ରୟାସ କରିବାକୁ ପଡ଼ିବ।
ମୋ-୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?