ସକାଳେ ସ୍ବାଭାବିକ, ସନ୍ଧ୍ୟାରେ ଖାଁ ଖାଁ

ଭୁବନେଶ୍ୱର,୨।୬(ବ୍ୟୁରୋ): ଦୁଇମାସର ଲକ୍‌ଡାଉନ୍‌ ପରେ ସୋମବାର ଥିଲା ଅନ୍‌ଲକ୍‌-୧.୦ର ପ୍ରଥମ ଦିନ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଗାଇଡ୍‌ଲାଇନ୍‌ ଅନୁଯାୟୀ ସବୁକିଛି ପୂର୍ବଭଳି ନ ହେଲେ ବି ପ୍ରାୟତଃ ସ୍ବାଭାବିକ ହୋଇଯିବ ବୋଲି ଆଶା କରାଯାଉଥିଲା। ଏଥିପାଇଁ ସକାଳ ହେବାକ୍ଷଣି ରାଜ୍ୟ ରାଜଧାନୀ ଚଳଚଞ୍ଚଳ ହୋଇଉଠିଥିଲା। ବଜାର ଓ ଅଫିସ୍‌ ଯିବାପାଇଁ ଲୋକେ ଘରୁ ବାହାରିଥିଲେ। ରାଜଧାନୀର ଟ୍ରାଫିକ୍‌ ପୁଣି ପୂର୍ବ ଅବସ୍ଥାକୁ ଫେରିବା ଭଳି ମନେହୋଇଥିଲା। ଦୋକାନ, ବଜାର ସବୁକିଛି ଖୋଲା ଥିବାବେଳେ ଲୋକେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଭିଡ଼ ଜମାଇଥିଲେ। ପୁଣିଥରେ ସବୁକିଛି ଠିକ୍‌ ହୋଇଯିବ ଭାବି ଲୋକେ ବେଶ୍‌ ଖୁସି ଥିଲେ। ହେଲେ ଅପରାହ୍ନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଖବରଦାତା ସମ୍ମିଳନୀ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଶନିବାର ଓ ରବିବାର ୧୧ଟି ଜିଲା ଶଟ୍‌ଡାଉନ୍‌ ସହ ରାତି ୭ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା ଦେଇଥିଲେ। ତେବେ ଏହି ନିଷ୍ପତ୍ତିକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ବିଶେଷକରି ଆର୍ଥିକ କ୍ଷତି ସହୁଥିବା ଛୋଟ ବଡ଼ ବ୍ୟବସାୟୀମାନେ ପୁଣିଥରେ ରାତିରେ ବେପାର କରି ନ ପାରି ନିରାଶ ହୋଇ ଘରକୁ ଫେରିଥିଲେ। ଏନେଇ ରାଜମହଲ ଛକର ଜଣେ ମିଠା ବ୍ୟବସାୟୀ ଦେବପ୍ରସାଦ ସାହୁ କହିଛନ୍ତି, ଭଲ ବେପାର ହେବ ଭାବି ପୂର୍ବରୁ ବରାପାଇଁ ବିରିବାଟଣଠାରୁ ଆରମ୍ଭକରି ମିଠା ତିଆରି ପାଇଁ ଅଧିକ ଛେନା ମଗାଇଥିଲୁ। ହେଲେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଯୋଗୁ ସବୁକିଛି ନଷ୍ଟ ହୋଇଗଲା। ଅଧା ବେପାର ବି ହୋଇପାରିଲାନି। ୭ଟା ନ ହେଉଣୁ ପୋଲିସ ଭୟରେ ସବୁକିଛି ବନ୍ଦକରି ଏବେ ଘରକୁ ଯାଉଛୁ। ଫଳ ବ୍ୟବସାୟୀ ରଘୁନନ୍ଦନ ମହାପାତ୍ର କହିଛନ୍ତି, ରାତ୍ରି କର୍ଫ୍ୟୁକୁ ଆମେ ସ୍ବାଗତ କରୁଛୁ। ହେଲେ ଶନିବାର ଓ ଶଟ୍‌ଡାଉନ୍‌ ହେଲେ ବ୍ୟବସାୟ ବହୁଳଭାବେ ପ୍ରଭାବିତ ହେବ। ଏମିତି ବି ପରିବାର ଚଳାଇବା ବହୁ କଷ୍ଟକର ହୋଇପଡ଼ୁଛି। ଏବେ ସପ୍ତାହକୁ ଦୁଇଦିନ ବେପାର ବନ୍ଦ ହେଲେ ଆମକୁ କିଏ କ୍ଷତିପୂରଣ ଦେବ ବୋଲି ସେ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri