ସଂସ୍କୃତି ବିଭାଗରେ ଅଚଳାବସ୍ଥା

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ୪ ଗୁରୁତ୍ୱପୂର୍ଣ୍ଣ ଏକାଡେମୀରେ ମାଳ ମାଳ ପଦବୀ ଖାଲି। କେଉଁଠି ସଭାପତି ନାହାନ୍ତି ତ କେଉଁଠି ସଚିବ ନାହାନ୍ତି। ଆଉ କେଉଁଠି ଜଣେ ଦୁଇଜଣ ଅଧିକାରୀରେ ଚାଲିଛି ଗୋଟିଏ ଗୋଟିଏ ସଂସ୍ଥା। ଜଣେ ଅଧିକାରୀ ଦୀର୍ଘଦିନ ଧରି ଦୁଇ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ଦାୟିତ୍ୱରେ ରହୁଛନ୍ତି। ଫଳରେ ଉଭୟ ସଂସ୍ଥା କାର୍ଯ୍ୟ ପ୍ରଭାବିତ ହେଉଛି। ସଂସ୍କୃତି ବିଭାଗରେ ସଂସ୍କାର ଆଣିବାକୁ ୫ବର୍ଷ ତଳେ ସେତେବେଳର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଜନା ପ୍ରସ୍ତୁତ କରିଥିଲେ। ସମସ୍ତ ଏକାଡେମୀ ଓ ବିଭାଗ ଅଧୀନ ସମସ୍ତ ସଂସ୍ଥାର ପଦବୀ ପୂରଣ ସହ ସ୍ଥିତିରେ ସୁଧାର ଅଣାଯିବ ବୋଲି କହିଥିଲେ। ୫ବର୍ଷ ପରେ ଏବେ ମନ୍ତ୍ରୀ ବଦଳିଯାଇଛନ୍ତି। ନୂଆ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାର ଏହାମଧ୍ୟରେ ଦେଢମାସ ବିତିଗଲାଣି। ହେଲେ ଏବେବି ଏହି ବିଭାଗରେ ପୂର୍ବଭଳି ଅଚଳାବସ୍ଥା ଲାଗିରହିଛି।
ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀରେ ଦୀର୍ଘଦିନ ହେଲା ସଭାପତି, ଉପସଭାପତି ପଦବୀ ଖାଲି ପଡ଼ିଛି। ଲଳିତ କଳା ଏକାଡେମୀରେ ଉପସଭାପତି ପଦବୀ ଖାଲିପଡ଼ିଥିବା ବେଳେ ସଚିବ ଦାୟିତ୍ୱରେ ବିଭାଗୀୟ ଯୁଗ୍ମ ସଚିବ ମନସ୍ବିନୀ ସାହୁ ରହିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଓ ସଚିବ ପଦବୀ ଏପର୍ଯ୍ୟନ୍ତ ପୂରଣ ହୋଇପାରୁନି। ସଚିବ ଭାବେ ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଜୟନ୍ତୀ ରଥ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ସ୍ଥାୟୀ ସଚିବ ନ ଥିବାରୁ ସାହିତ୍ୟ ଏକାଡେମୀର ଓଡ଼ିଆ ପୁସ୍ତକ ଅନୁବାଦ, ସାହିତ୍ୟକଙ୍କୁ ପ୍ରୋତ୍ସାହନ, ଓଡ଼ିଆ ଭାଷା ଉନ୍ନତି ଆଦି କାର୍ଯ୍ୟ ଜୋର ଧରିପାରୁନାହିଁ। କେବଳ ଜୟନ୍ତୀ ଉତ୍ସବ ପାଳନରେ ଏକାଡେମୀ କାର୍ଯ୍ୟ ସୀମିତ ରହୁଛି। ସେହିଭଳି ପ୍ରତିବର୍ଷ ନିୟମିତ ଭାବେ ଏକାଡେମୀ ପୁରସ୍କାର ଦିଆଯାଉନାହିଁ। ରାଜା ରାମମୋହନ ରାୟ ପାଠାଗାରକୁ ମାଗଣା ବହି ଯୋଗାଣ ଲାଗି ବ୍ୟବସ୍ଥା ଥିଲେ ମଧ୍ୟ ତାହା ଠିକ୍‌ଭାବେ ହୋଇପାରୁନି। ରାଜ୍ୟରେ ପାଠାଗାରଗୁଡ଼ିକ ବହି ନେଉନାହାନ୍ତି। ହଜାର ହଜାର ବହି ପଡ଼ି ରହୁଥିବା ବେଳେ ସେଗୁଡ଼ିକ କିଭଳି ପାଠାଗାରରେ ପହଞ୍ଚତ୍ବ ସେନେଇ ବାରମ୍ବାର ଅଭିଯୋଗ ପରେ ବି ପଦକ୍ଷେପ ନିଆଯାଉନାହିଁ। କେବଳ ସାହିତ୍ୟ ଏକାଡେମୀ ନୁହେଁ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ମଧ୍ୟ ଏବେ କେବଳ ଉତ୍ସବ ପାଳନ ଏକାଡେମୀରେ ପରିଣତ ହୋଇଛି। ପ୍ରତିବର୍ଷ ଗ୍ରୀଷ୍ମ, ବର୍ଷା, ଶୀତ ଉତ୍ସବ ସହ ନୃତ୍ୟ, ସଙ୍ଗୀତ ଓ ନାଟକ ଦିବସ ପାଳନ କରୁଛି। ସେହିଭଳି ଓଡ଼ିଶା ଲଳିତ କଳା ଏକାଡେମୀ କେମିତି ଚାଲିଛି, କେଉଁଠି କାର୍ଯ୍ୟକ୍ରମ କରାଯାଉଛି ତାହା ବିଶେଷ ଭାବେ ଲୋକଙ୍କ ନଜରକୁ ଆସୁନାହିଁ। ଅନ୍ୟପକ୍ଷରେ ଲଳିତକଳା ଏକାଡେମୀ ଦ୍ୱାରା ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଲାଗି ନୀଳାଦ୍ରିବିହାରରେ ଏକ ଗ୍ୟାଲେରୀ ପ୍ରତିଷ୍ଠା ହୋଇଛି, ଯାହାକି ଏବେ ଭୂତକୋଠି ପାଲଟିଛି। ଏପଟେ ଓଡ଼ିଶା ଊର୍ଦ୍ଦୁ ଏକାଡେମୀ କଥା ନ କହିବା ଭଲ। ବର୍ଷକୁ ଗୋଟିଏ କିମ୍ବା ଅତିବେଶିରେ ଦୁଇଟି କାର୍ଯ୍ୟକ୍ରମ ପାଳନରେ ସୀମିତ ରହିଯାଉଛି ଏହି ଏକାଡେମୀ।
ବିଭାଗ ଅଧୀନ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବେ କୋମାକୁ ଆସିଗଲାଣି। ବିଶ୍ୱବିଦ୍ୟାଳୟରେ ମାତ୍ର ୧୦ଜଣ ସ୍ଥାୟୀ ଅଧ୍ୟାପକ ଥିବାବେଳେ ଗୋଟିଏ ବିଭାଗରେ ଜଣେମାତ୍ର ପ୍ରଫେସର ରହିଛନ୍ତି। ବର୍ଷକୁ ବର୍ଷ ଛାତ୍ରୀଛାତ୍ରଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଭିତ୍ତିଭୂମି ଓ ଅଧ୍ୟାପକ ଅଭାବ ଯୋଗୁ ଛାତ୍ରୀଛାତ୍ର ସଂଖ୍ୟା କମୁଥିବା କୁହାଯାଉଛି। ସେହିପରି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ ଦୀର୍ଘବର୍ଷ ହେଲା ପ୍ରକ୍ରିୟା ଚାଲିଛି। ତେବେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆବଶ୍ୟକ ଦସ୍ତାବିଜ ଯୋଗାଯାଇପାରୁ ନଥିବାରୁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଓଡ଼ିଶୀ ସଙ୍ଗୀତକୁ ଦୀର୍ଘବର୍ଷ ହେଲା ଏହାର ହକ୍‌ ମିଳିପାରୁନି। ଏପଟେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ବସିବା ସମସ୍ୟା ଏବେ ବି ଲାଗିରହିଛି। ଏଠାକୁ ପଢିବାକୁ ଆସୁଥିବା ଛାତ୍ରୀଛାତ୍ରମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି, ଉପରୋକ୍ତ ସମସ୍ୟା ସମ୍ପର୍କରେ ଆମେ ସମୀକ୍ଷା ବୈଠକ କରିଥିଲୁ। ବିଭାଗ ପକ୍ଷରୁ ଦିଆଯାଉଥିବା ପୁରସ୍କାରଗୁଡ଼ିକ କିଭଳି ନିୟମିତ ହେବ ତାହା ଉପରେ ପ୍ରାଥମିକତା ଦିଆଯିବ। ଏହାଛଡ଼ା ବିଭିନ୍ନ ପଦପଦବୀ ପୂରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri