ସଂପ୍ରୀତିର ବାର୍ତ୍ତା ଦେଲା ନାଟକ ନାଗୀନ୍‌ ତେରା ବଂଶ ବଢ଼େ

ବଲାଙ୍ଗୀର ଅଫିସ, ୨୧ା୧
ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ରାଜସ୍ଥାନୀ ଲୋକକଥା ଉପରେ ଆଧାରିତ ହିନ୍ଦୀ ନାଟକ ନାଗୀନ୍‌ ତେରା ବଂଶ ବଢ଼େ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ହୃଦୟ ଜିଣିଛି ା ନୂଆଦିଲ୍ଲୀର ଆକ୍ଟରର୍ସ ରିପେର୍ଟରି ଥିଏଟର ଅନୁଷ୍ଠାନ ପକ୍ଷରୁ ବିଜୟଦାନ୍‌ ଦେହେତାଙ୍କ ରଚିତ ଓ ନାଟ୍ୟକାର ଅବତାର ସାହାଣୀଙ୍କ ନିର୍ଦ୍ଦେଶିତ ଏହି ନାଟକର କଥାବସ୍ତୁରେ ବୃହତ୍ତର ସାମାଜିକ ସମନ୍ବୟ ଓ ପାରସ୍ପରିକ ମାନବୀୟ ମୂଲ୍ୟବୋଧ, ସହଯୋଗ ଓ ସଦିଚ୍ଛା ବାର୍ତ୍ତା ରହିଛି ା ଜଣେ ଧନୀକ ସେଠ୍‌ ଓ ତାଙ୍କ ସ୍ତ୍ରୀଙ୍କ ଦୁଃଖ ହେଲା ଯେ, ସେମାନଙ୍କର ଅମାପ ଧନ ସମ୍ପଦ ଥିବା ସତ୍ତ୍ୱେ ସନ୍ତାନ ସୁଖ ନ ଥିଲା ା ସନ୍ତାନହୀନତାର ଦୁଃଖକୁ ନେଇ ସାମାଜିକ ତାଡନାରେ ମ୍ରିୟମାଣ ସେଠ୍‌ଙ୍କୁ ଖୁସି କରିବାକୁ ଯାଇ ତାଙ୍କ ସ୍ତ୍ରୀ ହଠାତ୍‌ ଦିନେ ସେ ମଁା ହେବାକୁ ଯାଉଥିବା କଥା କହିଦିଅନ୍ତି ା ଏଥିରେ ସେଠ୍‌ ଖୁବ୍‌ ଖୁସି ହୋଇଯାଆନ୍ତି ା ତେବେ ଏହି ଖୁସି ଖବରକୁ ନେଇ ସେ ସେଠ୍‌ଙ୍କ ସମ୍ମୁଖରେ ଏକ ଅଜବ କଥା ଉପସ୍ଥାପନ କରନ୍ତି ଯେ, ଜନ୍ମ ହେବାକୁ ଥିତ୍ବା ସନ୍ତାନକୁ ସେଠ୍‌ ୧୬ବର୍ଷ ପର୍ଯ୍ୟନ୍ତ ଦେଖିପାରିବେ ନାହିଁ ା ଏହି ସନ୍ତାନକୁ ସେ ଏବଂ ତାଙ୍କ ଦାସୀ କେବଳ ଦେଖିପାରିବେ ା ଏହି କଥାରେ ସେଠ୍‌ ରାଜି ହୋଇଯାଆନ୍ତି ା ୧୬ ବର୍ଷ ପରେ ତାଙ୍କର ବିବାହ ପ୍ରସ୍ତାବ ରଖି ବରବେଶର ଏକ ପୁତ୍ତଳିକା ତିଆରି ସବାରିରେ ବସାଇ ଦେଲେ ା ଏହି ପ୍ରାଣହୀନ ପୁତ୍ତଳିକା ଦେଖି ସେଠାରେ ଥିତ୍ବା ଏକ ନାଗୁଣୀ ସେହି ପୁତ୍ତଳିକା ଦେହରେ ପ୍ରାଣ ସଞ୍ଚାର କରିବା ପାଇଁ ତାର ସ୍ବାମୀ ନାଗଦେବକୁ କହିଲେ ା ଏହାପରେ ନାଗଦେବ ନିଜେ ପୁତ୍ତଳିକା ଭିତରକୁ ପଶି ଯିବା ଫଳରେ ପୁତ୍ତଳିକା ଦେହରେ ପ୍ରାଣ ସଞ୍ଚାର ହେଲା। ଏହାପରେ ଉକ୍ତ ବିବାହ ଧୁମ୍‌ଧାମରେ ହେଲା ଓ ସେଠ୍‌ ଘର ହସଖୁସିରେ ଭରିଗଲା ା ମାତ୍ର ଅନ୍ୟପକ୍ଷେ ନାଗ ବିନା ନାଗୁଣୀର ଜୀବନ ଦୁର୍ବିସହ ହେବାକୁ ଲାଗିଲା ା ତେବେ ସମ୍ପୂର୍ଣ୍ଣ ଘଟଣାକୁ ଦିନେ ନାଗୁଣୀ ସେଠ୍‌ଙ୍କ ସ୍ତ୍ରୀଙ୍କୁ କହିଦେବା ପରେ ସମସ୍ତେ ନାଗୁଣୀକୁ ମଧ୍ୟ ନିଜର ଏକ ବୋହୂ ଭାବେ ଗ୍ରହଣ କରି ହସଖୁସିରେ ରହିଲେ ା ପରସ୍ପର ପ୍ରତି ସ୍ନେହ, ତ୍ୟାଗ, ସଦିଚ୍ଛା ଓ ଭଲ ପାଇବା ରହିଲେ କିଭଳି ସମସ୍ତଙ୍କ ଜୀବନ ସୁଖମୟ ହେବ ଏହି ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ା କଳାକାରମାନଙ୍କ ନିଖୁଣ ଅଭିନୟ, ଚମତ୍କାର ଆଲୋକସଜ୍ଜା ଓ ସଂଳାପ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ, ବସ୍ତ୍ର, ଆବଶ୍ୟକୀୟ ସାମଗ୍ରୀ ସହ ଦେଲେ…

ବଲାଙ୍ଗୀର, ୧୬।୫ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକର ବୁଢ଼ୀସିଣ୍ଡୋଲ ଗାଁର ଡାଙ୍ଗଗୋଠ ଠାରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନିଜଣ ବ୍ୟକ୍ତିଙ୍କ ଘର…

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

ଆବାସ ଯୋଜନାରୁ ବଞ୍ଚିତ ଦୈମତିଙ୍କ ଦୁର୍ଦ୍ଦଶା ବଢ଼ାଇଲା କାଳବୈଶାଖୀ

ଲୋଇସିଂହା,୧୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦର ପଞ୍ଚାୟତ ନେଗିପାଲି ଗ୍ରାମର ଦୈମତି ମେସୁଆ (୬୬)। ସରକାରଙ୍କ ବିଭିନ୍ନ ଆବାସ ଯୋଜନା ଥିବା ସତ୍ତ୍ୱେ ସେ…

ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହିଦ ମାଧୋ ସିଂଙ୍କ ଭୁଲ ଇତିହାସ ସ୍ଥାନିତ: ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ…

ବଲାଙ୍ଗୀର,୧୪।୫ (ସୁନିଲ କୁମାର ମହାନ୍ତି): କୋସଲାଞ୍ଚଳର ମହାନ ସ୍ବାଧୀନତା ସଂଗ୍ରାମୀ ଶହିଦ ମାଧୋ ସିଂଙ୍କ ଜୀବନୀ ବିଷୟରେ ସ୍କୁଲ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟ ଦିଆଯାଇଥିବା ପ୍ରତିବାଦରେ…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ, ଗାଁକୁ ଫେରୁଛି ମୃତଦେହ

ବଲାଙ୍ଗୀର,୧୪ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରୁ ଶ୍ରମିକମାନେ ନିଜ ପରିବାର ପୋଷଣ କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ହେଲେ ଅନେକ ଶ୍ରମିକଙ୍କ…

ପବନରେ ଉଡିଗଲା ରେଳ ଷ୍ଟେଶନ ଆଜବେଷ୍ଟସ୍‌: କାମକୁ ନେଇ ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ

ଲାଠୋର,୧୪/୫(ଭୁବନେଶ୍ୱର ବାରିକ): କାଳବୈଶାଖୀ ବଲାଙ୍ଗିର ଜିଲା ହରିଶଙ୍କର ରୋଡ ରେଳ ଷ୍ଟେଶନ ପ୍ଲାଟଫର୍ମରେ ଥିବା ସେଡର ଆଜବେଷ୍ଟସ ଉଡ଼ିବା ସହ ଲୁହା ପାଚେରି ଲେଉଟି ପଡ଼ିଥିବା ଗୁରୁବାର…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ: ନିଲମ କଲେଜ ଟପ୍ପର

ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri