ସଂପ୍ରୀତିର ବାର୍ତ୍ତା ଦେଲା ନାଟକ ନାଗୀନ୍‌ ତେରା ବଂଶ ବଢ଼େ

ବଲାଙ୍ଗୀର ଅଫିସ, ୨୧ା୧
ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ରାଜସ୍ଥାନୀ ଲୋକକଥା ଉପରେ ଆଧାରିତ ହିନ୍ଦୀ ନାଟକ ନାଗୀନ୍‌ ତେରା ବଂଶ ବଢ଼େ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ହୃଦୟ ଜିଣିଛି ା ନୂଆଦିଲ୍ଲୀର ଆକ୍ଟରର୍ସ ରିପେର୍ଟରି ଥିଏଟର ଅନୁଷ୍ଠାନ ପକ୍ଷରୁ ବିଜୟଦାନ୍‌ ଦେହେତାଙ୍କ ରଚିତ ଓ ନାଟ୍ୟକାର ଅବତାର ସାହାଣୀଙ୍କ ନିର୍ଦ୍ଦେଶିତ ଏହି ନାଟକର କଥାବସ୍ତୁରେ ବୃହତ୍ତର ସାମାଜିକ ସମନ୍ବୟ ଓ ପାରସ୍ପରିକ ମାନବୀୟ ମୂଲ୍ୟବୋଧ, ସହଯୋଗ ଓ ସଦିଚ୍ଛା ବାର୍ତ୍ତା ରହିଛି ା ଜଣେ ଧନୀକ ସେଠ୍‌ ଓ ତାଙ୍କ ସ୍ତ୍ରୀଙ୍କ ଦୁଃଖ ହେଲା ଯେ, ସେମାନଙ୍କର ଅମାପ ଧନ ସମ୍ପଦ ଥିବା ସତ୍ତ୍ୱେ ସନ୍ତାନ ସୁଖ ନ ଥିଲା ା ସନ୍ତାନହୀନତାର ଦୁଃଖକୁ ନେଇ ସାମାଜିକ ତାଡନାରେ ମ୍ରିୟମାଣ ସେଠ୍‌ଙ୍କୁ ଖୁସି କରିବାକୁ ଯାଇ ତାଙ୍କ ସ୍ତ୍ରୀ ହଠାତ୍‌ ଦିନେ ସେ ମଁା ହେବାକୁ ଯାଉଥିବା କଥା କହିଦିଅନ୍ତି ା ଏଥିରେ ସେଠ୍‌ ଖୁବ୍‌ ଖୁସି ହୋଇଯାଆନ୍ତି ା ତେବେ ଏହି ଖୁସି ଖବରକୁ ନେଇ ସେ ସେଠ୍‌ଙ୍କ ସମ୍ମୁଖରେ ଏକ ଅଜବ କଥା ଉପସ୍ଥାପନ କରନ୍ତି ଯେ, ଜନ୍ମ ହେବାକୁ ଥିତ୍ବା ସନ୍ତାନକୁ ସେଠ୍‌ ୧୬ବର୍ଷ ପର୍ଯ୍ୟନ୍ତ ଦେଖିପାରିବେ ନାହିଁ ା ଏହି ସନ୍ତାନକୁ ସେ ଏବଂ ତାଙ୍କ ଦାସୀ କେବଳ ଦେଖିପାରିବେ ା ଏହି କଥାରେ ସେଠ୍‌ ରାଜି ହୋଇଯାଆନ୍ତି ା ୧୬ ବର୍ଷ ପରେ ତାଙ୍କର ବିବାହ ପ୍ରସ୍ତାବ ରଖି ବରବେଶର ଏକ ପୁତ୍ତଳିକା ତିଆରି ସବାରିରେ ବସାଇ ଦେଲେ ା ଏହି ପ୍ରାଣହୀନ ପୁତ୍ତଳିକା ଦେଖି ସେଠାରେ ଥିତ୍ବା ଏକ ନାଗୁଣୀ ସେହି ପୁତ୍ତଳିକା ଦେହରେ ପ୍ରାଣ ସଞ୍ଚାର କରିବା ପାଇଁ ତାର ସ୍ବାମୀ ନାଗଦେବକୁ କହିଲେ ା ଏହାପରେ ନାଗଦେବ ନିଜେ ପୁତ୍ତଳିକା ଭିତରକୁ ପଶି ଯିବା ଫଳରେ ପୁତ୍ତଳିକା ଦେହରେ ପ୍ରାଣ ସଞ୍ଚାର ହେଲା। ଏହାପରେ ଉକ୍ତ ବିବାହ ଧୁମ୍‌ଧାମରେ ହେଲା ଓ ସେଠ୍‌ ଘର ହସଖୁସିରେ ଭରିଗଲା ା ମାତ୍ର ଅନ୍ୟପକ୍ଷେ ନାଗ ବିନା ନାଗୁଣୀର ଜୀବନ ଦୁର୍ବିସହ ହେବାକୁ ଲାଗିଲା ା ତେବେ ସମ୍ପୂର୍ଣ୍ଣ ଘଟଣାକୁ ଦିନେ ନାଗୁଣୀ ସେଠ୍‌ଙ୍କ ସ୍ତ୍ରୀଙ୍କୁ କହିଦେବା ପରେ ସମସ୍ତେ ନାଗୁଣୀକୁ ମଧ୍ୟ ନିଜର ଏକ ବୋହୂ ଭାବେ ଗ୍ରହଣ କରି ହସଖୁସିରେ ରହିଲେ ା ପରସ୍ପର ପ୍ରତି ସ୍ନେହ, ତ୍ୟାଗ, ସଦିଚ୍ଛା ଓ ଭଲ ପାଇବା ରହିଲେ କିଭଳି ସମସ୍ତଙ୍କ ଜୀବନ ସୁଖମୟ ହେବ ଏହି ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ା କଳାକାରମାନଙ୍କ ନିଖୁଣ ଅଭିନୟ, ଚମତ୍କାର ଆଲୋକସଜ୍ଜା ଓ ସଂଳାପ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

‘ସାଲୁଜା ଯୁଆଡେ, ଆମେ ସିଆଡେ’

କଣ୍ଟାବାଞ୍ଜି, ୧୦/୪ (ଗୁରୁଦୟାଲ ହଂସ):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ...

ଭାଜପାକୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ଟାଣୁଆ ନେତା

ବଲାଙ୍ଗୀର, ୯।୪: ମଙ୍ଗଳବାର ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ବଲାଙ୍ଗୀର ଜିଲା ପୂର୍ବତନ ଭାଜପା ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି।...

ଆଧାର ଜାଲିଆତିରୁ ଜମି ହଡ଼ପ

ବଲାଙ୍ଗୀର,୭ା୪(ବୀରେନ୍ଦ୍ର କୁମାର ଝାଙ୍କର)ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚଞ୍ଚକତା କରି ନିରୀହ ବ୍ୟକ୍ତିଙ୍କ ବହୁମୂଲ୍ୟ ଜମି ହଡ଼ପ ଘଟଣା ଜଣାପଡିବା ପରେ ବଲାଙ୍ଗୀର ସବ୍‌ରେଜିଷ୍ଟ୍ରାର ଅଫିସ ପକ୍ଷରୁ ଟାଉନ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri