ସଂଘର୍ଷର ସନ୍ତକ ଦେଲା ‘୧୯’

କଟକ ଅଫିସ, ୧-୧:ପିଲାଟି ବେଳୁ ସଂଘର୍ଷ କଲି। ସଂଘର୍ଷ ମୋ’ ପିଛା ଛାଡ଼ିନି କି କେବେ ସଂଘର୍ଷମୟ ଜୀବନ ବଞ୍ଚିବାକୁ ମୁଁ ଡରିନି। ବର୍ଷବର୍ଷ ଧରି ଗରିବ, ନିରାଶ୍ରୟ ଲୋକଙ୍କ ପାଇଁ କାମ କରିଥିଲି। ହେଲେ ଏଇ ୨୦୧୯ ହିଁ ମୋ ସଂଘର୍ଷର ସନ୍ତକ ମୋତେ ଦେଇ ଚାଲିଗଲା। ଅନ୍ୟ ପାଇଁ ଉତ୍ସର୍ଗୀକୃତ ଜୀବନ ଜିଇଁବାର ଫଳ ଏହି ବର୍ଷ ମୋତେ ମିଳିଲା। ଏହାଛଡ଼ା ମିଳିଥିଲା ଢ଼େର ସାରା ଭଲପାଇବା, ସମ୍ମାନ ଆଉ ପରିଚୟ। ଯେଉଁଥିପାଇଁ ଏହି ବର୍ଷକୁ ମୁଁ କେବେ ଭୁଲି ପାରିବି ନାହିଁ। ଗତ ଏପ୍ରିଲ ମାସରେ ପଦ୍ମଶ୍ରୀ ଉପାଧି ପାଇଥିବା ଡି. ପ୍ରକାଶ ରାଓ ଏ କଥା କହିଛନ୍ତି। ଏବେ ପ୍ରକାଶ ସାମାନ୍ୟ ଅସୁସ୍ଥ। ଅଧିକ ସମୟ ବିଶ୍ରାମ ନେବାରେ ତାଙ୍କର ସମୟ ଅତିବାହିତ ହେଉଛି। ୨୦୧୯ ତାଙ୍କ ପାଇଁ କେତେ ସ୍ବତନ୍ତ୍ର ଥିଲା ସେକଥା କହିବା ବେଳେ ତାଙ୍କ ଭାବପ୍ରବଣତା ବେଶ୍‌ ବାରି ହୋଇ ପଡ଼ୁଥିଲା।
ଗତ ଏପ୍ରିଲ ୧୪ ତାରିଖରେ ପ୍ରକାଶଙ୍କୁ ପଦ୍ମଶ୍ରୀ ଉପାଧି ମିଳିଥିଲା। କେବଳ ଚା’ ଦୋକାନୀର ପରିଚୟ ପାଇଥିବା ପ୍ରକାଶ କିଛି କ୍ଷଣ ଭିତରେ ସାରା ଦେଶରେ ଜଣାଶୁଣା ପାଲଟିଗଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଗସ୍ତ ସମୟରେ ପ୍ରକାଶଙ୍କୁ ମଧ୍ୟ ଗୋପନରେ ଭେଟିଥିଲେ। ଏହି ସଫଳତା ପଛରେ ଦିନଟିଏ ନୁହେଁ ବରଂ ପ୍ରକାଶଙ୍କ ଅନେକ ବର୍ଷର ପରିଶ୍ରମ ଓ ସଂଘର୍ଷ ଲୁଚି ରହିଛି। କଟକ ବକ୍ସିବଜାରସ୍ଥ ଏକ ଚାଳିଆ ଘରେ ରହୁଥିବା ପ୍ରକାଶଙ୍କର ବକ୍ସିବଜାର ଛକରେ ରହିଛି ଏକ ଚା’ ଦୋକାନ। ପିଲାଟି ବେଳୁ ଏଠାରେ ସେ ଚା’ ବିକି କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରିଆସୁଥିଲେ। ଏଭଳି ଦୁଃଖକଷ୍ଟ ଭିତରେ ବି ସେ ନିଜକୁ ସମାଜସେବାରେ ନିୟୋଜିତ କରିଥିଲେ। ଏପରି କି ରାଜ୍ୟର ଜଣେ ପ୍ରମୁଖ ରକ୍ତଦାତା ଭାବେ ତାଙ୍କର ନାଁ ରହିଛି। ନିଜର ସ୍ପଳ୍ପ ରୋଜଗାରର କିଛି ଅର୍ଥ ସେ ସେଠାକାର ଗରିବ ପିଲାଙ୍କୁ ପାଠ ପଢ଼ାଇବାରେ ବିନିଯୋଗ କରିଦିଅନ୍ତି। ପ୍ରକାଶଙ୍କ ଏଭଳି କାର୍ଯ୍ୟ ଦେଖି ତାଙ୍କ ଘର ନିକଟରେ ଜିଲା ପ୍ରଶାସନ ପକ୍ଷରୁ ଏକ ବିଦ୍ୟାଳୟ ଖୋଲାଯାଇଛି। ୨୦୧୯ରେ ପ୍ରକାଶଙ୍କର ଏକ ତିକ୍ତ ଅନୁଭୂତି ମଧ୍ୟ ରହିଛି। ବାତ୍ୟା ଫନୀ ପ୍ରଭାବରେ କଟକ ସହର କ୍ଷତିଗ୍ରସ୍ତ ହୋଇଥିଲା। ବେସାହାରା ହୋଇଥିଲେ ଅନେକ ବସ୍ତିବାସିନ୍ଦା। ରାସ୍ତାଘାଟ ବନ୍ଦ ହୋଇ ଯାଇଥିବାବେଳେ ୫ଦିନର ସଂଘର୍ଷମୟ ଜୀବନ ପରେ ବିଦ୍ୟୁତ ଓ ପାନୀୟଜଳ ସମସ୍ୟାର ସମାଧାନ ହୋଇଥିଲା। ଆଶ୍ୱସ୍ତ ହୋଇଥିଲେ କଟକବାସୀ। ହେଲେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରୁ ପ୍ରାୟ ଏକ କିଲୋମିଟର ଦୂର ବକ୍ସିବଜାରରେ ରହୁଥିବା ପ୍ରକାଶଙ୍କ ଘର ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ସେଥିପ୍ରତି କାହାରି ଦୃଷ୍ଟି ପଡ଼ି ନ ଥିଲା। ବାତ୍ୟାର ୧୫ଦିନ ପରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ କେବଳ ଏକ ପଲିଥିନ ଦିଆଯାଇଥିଲା। ଏ କଥା କହିବା ବେଳେ ପ୍ରକାଶଙ୍କ ମନରେ କୌଣସି ବିଶେଷ ଦୁଃଖ ନ ଥିବା ଭଳି ମନେ ହେଉଥିଲା। ସଂଘର୍ଷକୁ ଜୀବନର ମନ୍ତ୍ର ବୋଲି ମାନି ନେଇଥିବା ପ୍ରକାଶ ବୋଧହୁଏ ଏଭଳି ଦୁଃଖକୁ ଦେହସୁହା କରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri