ସଂଗମର ସମ୍ମାନଧାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ବ୍ରିଟିଶ୍‌ ପାର୍ଲାମେଣ୍ଟରୁ ମର୍ଯ୍ୟାଦାଜନକ କନ୍‌ଫ୍ଲୁଏନ୍ସ ଏକ୍ସଲେନ୍ସ ଆଓ୍ବାର୍ଡ ଗ୍ରହଣ କରୁଥିବା ବ୍ୟକ୍ତି ଗର୍ବ ଅନୁଭବ କରିବା ସ୍ବାଭାବିକ। କୌଣସି ଏକ କ୍ଷେତ୍ରରେ ଅଭିନବ ଶୈଳୀରେ ନେତୃତ୍ୱ ନେବାର ଦକ୍ଷତା ପ୍ରଦର୍ଶନ କରିପାରୁଥିବା ବ୍ୟକ୍ତିବିଶେଷଙ୍କୁ କନ୍‌ଫ୍ଲୁଏନ୍ସ (ସଂଗମ) ସମ୍ମାନ ପ୍ରଦାନ କରାଯାଇଥାଏ। କନ୍‌ଫ୍ଲୁଏନ୍ସ ଫାଉଣ୍ଡେଶନ ପକ୍ଷରୁ ଏଭଳି ସମ୍ମାନ ପ୍ରତିଷ୍ଠା କରାଯାଇଛି। ସ୍ମିତା ଶ୍ରୀବାସ୍ତବଙ୍କ ଦ୍ୱାରା ଗଢ଼ା ଯାଇଥିବା ସଂସ୍ଥାରେ ସନ୍ଦିପ ମାରଓ୍ବା, ରିନା ଢାକା ଓ ଅନୁରାଧା ଗୋଏଲ ପରାମର୍ଶଦାତା ଭାବେ ରହିଛନ୍ତି। ଲଣ୍ଡନଠାରେ କନ୍‌ଫ୍ଲୁଏନ୍ସ ଫାଉଣ୍ଡେଶନ ଭାରତ କନ୍‌କ୍ଲେଭ୍‌ ୨୦୧୯ ଅବସରରେ ୨୭ ସେପ୍ଟେମ୍ବରରେ ଭାରତୀୟ ସାମ୍ବାଦିକା କଲି ପୁରି ଭାରତୀୟ ଗଣମାଧ୍ୟମରେ ସର୍ବାଧିକ କ୍ଷମତାଶାଳୀ ମହିଳା ଭାବେ ଏହି ପୁରସ୍କାର ପାଇଛନ୍ତି। ‘ଇଣ୍ଡିଆ ଟୁଡେ ଗ୍ରୁପ୍‌’ର ଭାଇସ୍‌ ଚେୟାରମ୍ୟାନ୍‌ ଭାବେ କାର୍ଯ୍ୟରତା କଲି ସମ୍ମାନ ଗ୍ରହଣ କରିବା ପରେ କହିଛନ୍ତି, ତାଙ୍କ ସଂସ୍ଥା ପକ୍ଷରୁ କରାଯାଉଥିବା କାର୍ଯ୍ୟ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପାଇବା ଏକ ସନ୍ତୋଷଜନକ ଖବର।
ଯୋଗ୍ୟ ପିତାଙ୍କ ସୁଯୋଗ୍ୟା କନ୍ୟା ହେଉଛନ୍ତି କଲି। ଇଣ୍ଡିଆ ଟୁଡେ ଗ୍ରୁପ୍‌ର ପ୍ରତିଷ୍ଠାତା ଅରୁନ୍‌ ପୁରିଙ୍କ ଝିଅ କଲି ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ନୂଆଦିଲ୍ଲୀସ୍ଥିତ ମଡର୍ନ ସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ଲାଗି ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ। ସେଠାରେ ରାଜନୀତି, ଦର୍ଶନ ଓ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ। ତାଙ୍କ କର୍ମମୟ ଜୀବନ ୧୯୯୬ରେ ପିତାଙ୍କ ପ୍ରତିଷ୍ଠିତ ସଂସ୍ଥାରୁ ଆରମ୍ଭ ହୋଇଥିଲା। ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌ ଭାବେ ଯୋଗଦେବା ପରେ ସେ ‘ଇଣ୍ଡିଆ ଟୁଡେ’ ପତ୍ରିକା ପାଇଁ ରିପୋର୍ଟିଂରେ ମନୋନିବେଶ କରିଥିଲେ। ପରବର୍ତ୍ତୀ ସମୟରେ ଇଣ୍ଡିଆ ଟୁଡେ ଗ୍ରୁପ୍‌ ଡିଜିଟାଲର ଚିଫ୍‌ ଅପରେଟିଂ ଅଫିସର (ସିଓଓ) ହୋଇଥିଲେ। ସେବେଠାରୁ ସେ ସଂସ୍ଥାର ପ୍ରସାରିତ ଶାଖା ‘ଆଜ୍‌ ତକ୍‌’, ‘ଇଣ୍ଡିଆ ଟୁଡେ ଟେଲିଭିଜନ’, ‘ଆଜ୍‌ତକ୍‌ ଏଚ୍‌ଡି’, ‘ତେଜ୍‌’ ଏବଂ ‘ଦିଲି ଆଜ୍‌ତକ୍‌’କୁ ପରିଚାଳନା କରି ବେଶ୍‌ ଅଭିଜ୍ଞତା ଅର୍ଜନ କରିଛନ୍ତି। ଭବିଷ୍ୟତ ଖବର ଉପରେ କଲିଙ୍କ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ରହିଥିବାରୁ ଭାରତୀୟ ଗଣମାଧ୍ୟମରେ ତାଙ୍କ ନାମ ଶୁଣିବାକୁ ମିଳିଥାଏ। ୨୦୧୭ରେ ଇମ୍ପାକ୍ଟ ମାଗାଜିନ୍‌ ଆଓ୍ବାର୍ଡର ଷଷ୍ଠ ସଂସ୍କରଣରେ ପ୍ରକାଶିତ ତାଲିକାରେ ତାଙ୍କ ନାମ ପଞ୍ଚମ ସ୍ଥାନରେ ରହିଥିଲା। ଦୁଇ ସପ୍ତାହ ତଳେ ଲଣ୍ଡନରେ ଏକବିଂଶ ଶତାବ୍ଦୀ ଆଇକନ୍‌ ବାର୍ଷିକ ଆଓ୍ବାର୍ଡ ପ୍ରଦାନ ବେଳେ ତାଙ୍କୁ ‘ଆଉଟ୍‌ଷ୍ଟାଣ୍ଡିଂ ମେଡିଆ ଆଣ୍ଡ୍‌ ଏଣ୍ଟରଟେନ୍‌ମେଣ୍ଟ ଆଓ୍ବାର୍ଡ’ ମିଳିଥିଲା। ଏବେ କନ୍‌ଫ୍ଲୁଏନ୍ସ ଏକ୍ସଲେନ୍ସ ଆଓ୍ବାର୍ଡ ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ବିକଶିତ କରିଛି।
ପିତାଙ୍କ ଲେଗାସି କଲିଙ୍କୁ ତାଙ୍କ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥାପିତ କରିପାରିଥିଲେ ହେଁ କାର୍ଯ୍ୟ ପ୍ରତି ଅଙ୍ଗିକାରବଦ୍ଧତା ତାଙ୍କୁ ଗଣମାଧ୍ୟମ ଶିଳ୍ପରେ ନେତୃତ୍ୱ ନେଉଥିବା ଅନ୍ୟତମ ପ୍ରଭାବଶାଳୀ ମହିଳା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପାରିବାରିକ ସମ୍ବନ୍ଧ କଥା କହିଲେ ଅରୁଣ ପୁରି ତାଙ୍କ ପିତା ହୋଇଥିବା ବେଳେ ମାତା ହେଉଛନ୍ତି ରେଖା ପୁରି। ଭାଇ ଅଙ୍କୁର ପୁରି ଓ ଭଉଣୀ ଅଭିନେତ୍ରୀ କୋଏଲ ପୁରି। ସ୍ବାମୀ ରାଜସିଂ ଭଣ୍ଡଲ ଏବଂ ପୁଅ ଜେହାନ୍‌ବିର ଓ ଝିଅ ଜିଆନୁର୍‌ଙ୍କୁ ନେଇ ତାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?